Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୃଷି, ଆନୁସଙ୍ଗିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଭାରତ-କେନିଆ ବୁଝାମଣାପତ୍ରକୁ କେବିନେଟର ମଞ୍ଜୁରି


କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ପାଇଁ ଭାରତ – କେନିଆ ମଧ୍ୟରେ ବୁଝାମଣାକୁ ଆଜି (04.01.2017) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ ମଞ୍ଜୁରି ପ୍ରଦାନ କରାଯାଇଛି ।

ଏହି ବୁଝାମଣା ପତ୍ରରେ କୃଷି ଅନୁସନ୍ଧାନ, ପଶୁପାଳନ ଏବଂ ଦୁଗ୍ଧ ଉନ୍ନୟନ, ପଶୁଧନ ଓ ମତ୍ସ୍ୟପାଳନ, ଉଦ୍ୟାନକୃଷି, ପ୍ରାକୃତିକ ସଂଶାଧନ ପରିଚାଳନା, ଫସଲ ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିପଣନ, ମୃତ୍ତିକା ଓ ସଂରକ୍ଷଣ, ଜଳ ପ୍ରବନ୍ଧନ, ସେଚାଞ୍ଚଳ ଜମି ଓ ଜଳସେନଚନ ବ୍ୟବସ୍ଥାରେ ଉନ୍ନତି ଏବଂ ସମନ୍ୱୀତ ଜଳଛାୟା ବିକାଶ ଏବଂ କୀଟନାଶକ ପରିଚାଳନା, କୃଷି ପ୍ରକଳ୍ପ, ମେସିନ ଏବଂ ଉପକରଣ, ସ୍ୱଚ୍ଛତା ଏବଂ ସାଇଟୋସାନିଟାରୀ ସମସ୍ୟାଗୁଡିକୁ ସାମିଲ କରାଯାଇଛି ।

ବୁଝାମଣା ହେଲେ ଦୁଇ ଦେଶର ପ୍ରତିନିଧିମାନଙ୍କର ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ, ଯାହା ବୁଝାମଣା ଅନୁଯାୟୀ କାର୍ଯ୍ୟାନ୍ୱୟନର ଅନୁଧ୍ୟାନ କରିବ । କୃଷି କ୍ଷେତ୍ର ଏବଂ ଅନ୍ୟ ଆନୁସଙ୍ଗିକ କ୍ଷେତ୍ର ପାଇଁ ପ୍ରସ୍ତାବ ଦେବା ସହ ଆଗାମୀ ଦିନରେ ଏହି କ୍ଷେତ୍ରଗୁଡିକରେ ସହଯୋଗ ପାଇଁ ନିୟମାବଳୀ ପ୍ରସ୍ତୁତ କରାଯିବ ।

ଏହି ବୁଝାମଣା ହସ୍ତାକ୍ଷର ହେବା ଦିନଠାରୁ 5 ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ ଏବଂ ପ୍ରତି 5 ବର୍ଷରେ ସ୍ୱତଃପ୍ରବୃତ ଭାବେ ଅବଧି ବୃଦ୍ଧି ଘଟିଚାଲିବ । ଅବଧି ପୂରଣର 6 ମାସ ପୂର୍ବରୁ କୋ÷ଣସି ଦେଶ ଲିଖିତ ଭାବେ ବୁଝାମଣା ରଦ୍ଦ ପାଇଁ ତାଙ୍କ ଅଭିପ୍ରାୟ ନଜଣାଇଲେ ଏହା ସ୍ୱତଃପ୍ରବୃତ ଭାବେ ବଳବତ୍ତର ରହୁଥିବ ।

***