Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୃଷି ଋଣ ଉପରେ ଦୁଇ ମାସର ସୁଧ ଛାଡ଼ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଚାଷୀଙ୍କୁ ଋଣ ଉପରେ ସୁଧ ଛାଡ଼ ପ୍ରସ୍ତାବକୁ କାର୍ଜ୍ୟୋତର ଭାବେ ଅନୁମୋଦନ ମିଳିଛି । ଏହାଦ୍ୱାରା ସମବାୟ ବ୍ୟାଙ୍କରୁ ଋଣ ନେଇଥିବା ଚାଷୀମାନେ 2016 ନଭେମ୍ବର ଏବଂ ଡିସେମ୍ବର ମାସ ପାଇଁ ସୁଧ ଛାଡ଼ର ସୁବିଧା ପାଇବେ । ଏହାଛଡ଼ା ନାବାର୍ଡ ପକ୍ଷରୁ ସମବାୟ ବ୍ୟାଙ୍କଗୁଡ଼ିକୁ ଯୋଗାଇ ଦିଆଯାଇଥିବା ଅତିରକ୍ତ ଋଣ ଉପରେ ମଧ୍ୟ ସୁଧ ଛାଡ଼ର ସୁବିଧା ମିଳିପାରିବ ।

ସାରା ଦେଶରେ ସମବାୟ ବ୍ୟାଙ୍କରୁ ସ୍ୱଳ୍ପକାଳୀନ ଋଣ ନେଇଥିବା କୃଷକମାନେ ଏହାଦ୍ୱାରା ଉପକୃତ ହୋଇପାରିବେ ।

ରବି ଚାଷ ସମୟରେ ବଜାରରେ ନଗଦ ଅଭାବରୁ ଚାଷୀମାନେ ସମସ୍ୟାର ସମ୍ମୁଖୀନ ହୋଇଥିଲେ ଏହାକୁ ଦୃଷ୍ଟିରେ ରଖି କୃଷକମାନଙ୍କୁ ସମବାୟ ବ୍ୟାଙ୍କଗୁଡ଼ିକରୁ ସହଜରେ ଋଣ ଉପଲବ୍ଧ କରାଇବା ଏବଂ ସମବାୟ ବ୍ୟାଙ୍କଗୁଡ଼ିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ କ୍ୟାବିନେଟ୍ରେ ଏହି ପ୍ରସ୍ତାବକୁ ଅନୁମୋଦନ ପ୍ରାପ୍ତ ହୋଇଛି ।

2016 ନଭେମ୍ବର ଏବଂ ଡିସେମ୍ବର ମାସ ପାଇଁ ଋଣ ଉପରେ ସୁଧ ଛାଡ଼ ଲାଗି ସମବାୟ ବ୍ୟାଙ୍କଗୁଡ଼ିକ ନାବାର୍ଡ ଜରିଆରେ ଅତିରିକ୍ତ ପାଣ୍ଠି ଯୋଗାଇ ଦିଆଯିବ । 2016-17 ଆର୍ଥିକ ବର୍ଷରେ ସମବାୟ ବ୍ୟାଙ୍କଗୁଡ଼ିକ ଦ୍ୱାରା ଏହି ସୁଧ ଛାଡ଼ର ଅର୍ଥ ଚାଷୀଙ୍କୁ ଯୋଗାଇ ଦିଆଯିବ । ଏଥିନିମନ୍ତେ 1060.50 କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ । ତେବେ ସୁଧ ଛାଡ଼ ଯୋଜନାରେ 2016-17 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ 15,000 କୋଟି ଟଙ୍କାର ବ୍ୟୟବରାଦ କରାଯାଇସାରିଛି ।

**********