ପିଏମଇଣ୍ଡିଆ
ଭାରତ ଏବଂ ପୋଲାଣ୍ଡ ମଧ୍ୟରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ପାରସ୍ପରିକ ସହଯୋଗ ଲାଗି ହୋଇଥିବା ବୁଝାମଣାକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।
ଏହି ବୁଝାମଣା ଦ୍ୱାରା ଦୁଇ ଦେଶ ମଧ୍ୟରେ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରର ବିଭିନ୍ନ ଦିଗ ଯଥା ଚାଷ ଜମିର ବର୍ତ୍ତମାନ ସ୍ଥିତି, ଫସଲର ସ୍ଥିତି, ହାନିକାରକ ବୀଜ ତଥା ପଶୁ ସଂକ୍ରାମକ ରୋଗରୁ ସୃଷ୍ଟି ହେଉଥିବା ବିପଦ ଆଦି ସମ୍ପର୍କରେ ସୂଚନା ଆଦାନ ପ୍ରଦାନ ହୋଇପାରିବ । ଏହାଛଡ଼ା ଦୁଇ ଦେଶ କୃଷି ଏବଂ କୃଷିଜାତ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରର ବିକାଶ ପାଇଁ ମେଳା, ପ୍ରଦର୍ଶନୀ, ସେମିନାର ଏବଂ ଆଲୋଚନାଚକ୍ର ଆଦି ଆୟୋଜନ କରିପାରିବେ । ଦୁଇ ଦେଶ କୃଷି ଖାଦ୍ୟ ବ୍ୟବସାୟ କ୍ଷେତ୍ରରେ ମିଳିତ ଭାବେ ଅର୍ଥନୈତିକ ପଦକ୍ଷେପ ମଧ୍ୟ ନେଇପାରିବେ ।
ସେହିପରି ଦୁଇ ଦେଶର ପ୍ରତିନିଧିମାନଙ୍କୁ ନେଇ ଏକ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ଲାଗି ମଧ୍ୟ ଏହି ବୁଝାମଣାରେ ପ୍ରସ୍ତାବ ରହିଛି । ଚୁକ୍ତି ରହିଥିବା ବ୍ୟବସ୍ଥାଗୁଡ଼ିକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ କୌଣସି ସମସ୍ୟା ଦେଖାଦେଲେ ଏହି କମିଟି ତାହାର ସମାଧାନ କରିବା ଦିଗରେ ଆବଶ୍ୟକ ସହଯୋଗ ଯୋଗାଇଦେବ ।