Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୃଷି ଏବଂ ଖାଦ୍ୟ ଉଦ୍ୟୋଗ କ୍ଷେତ୍ରରେ ଭାରତ, ୟୁକ୍ରେନ ସହଯୋଗ ଚୁକ୍ତିକୁ କ୍ୟାବିନେଟ ଅନୁମୋଦନ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ କୃଷି ଓ ଖାଦ୍ୟ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ଲାଗି ୟୁକ୍ରେନ ସରକାର ଏବଂ ଭାରତ ମଧ୍ୟରେ ଚୁକ୍ତିକୁ ଅନୁମୋଦନ କରିଛନ୍ତି ।

ପ୍ରସ୍ତାବିତ ଚୁକ୍ତିରେ କୃଷି ଏବଂ ଖାଦ୍ୟ ଉଦ୍ୟୋଗର ବିଭିନ୍ନ କ୍ଷେତ୍ରରେ ସହଯୋଗ ବଢ଼ାଇବା ଉପରେ ଜୋର ଦିଆଯାଇଛି । ଉଭୟ ଦେଶର ପ୍ରତିନିଧିମାନଙ୍କୁ ସାମିଲ କରି ଏକ ମିଳିତ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ । ଏହି ଗୋଷ୍ଠୀ ନିର୍ଦ୍ଧାରିତ କ୍ଷେତ୍ରରେ ସହଯୋଗ ବଢ଼ାଇବାର ଯୋଜନା ଉପରେ ବିଚାର ବିମର୍ଶ କରି ଏହାର ରୂପରେଖ ପ୍ରସ୍ତୁତ କରିବ ଏବଂ ଉଭୟ ପକ୍ଷଙ୍କ ଦ୍ୱାରା ନିର୍ଦ୍ଧାରିତ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଉପରେ ଅନୁଧ୍ୟାନ କରିବ । ଏହି କାର୍ଯ୍ୟ ଗୋଷ୍ଠୀର ବୈଠକ ଥର ଥର କରି ଭାରତ ଏବଂ ୟୁକ୍ରେନରେ ଦୁଇ ବର୍ଷରେ ଥରେ ଆୟୋଜନ କରାଯିବ । ଏହି ଚୁକ୍ତି ସ୍ୱାକ୍ଷର ତାରିଖ ଠାରୁ ଲାଗୁ ହେବ ଏବଂ ପାଞ୍ଚ ବର୍ଷର ଅବଧି ଲାଗି ରହିବ । ଏହାକୁ ଆହୁରି ପାଞ୍ଚ ବର୍ଷର ଅବଧି ଲାଗି ସ୍ୱୟଂକ୍ରିୟ ଭାବେ ବୃଦ୍ଧି କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । କୌଣସି ପକ୍ଷଙ୍କ ଠାରୁ ଏହି ଚୁକ୍ତିକୁ ଅକାମୀ କରିବା ଆଗ୍ରହ ସମ୍ପର୍କରେ ଅଧିସୂଚନା ପାଇବା ତାରିଖଠାରୁ 6 ମାସ ପରେ ଚୁକ୍ତିକୁ ଅକାମୀ କରିଦିଆଯାଇପାରିବ ।

***