Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୃଷି ଏବଂ ତତସଂପର୍କୀତ ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ଭାରତ ଓ ସଂଯୁକ୍ତ ଆରବ ଅମିରତନ୍ତ୍ର ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ମଞ୍ଜୁରି


କୃଷି ଏବଂ ତତ ସମ୍ପର୍କୀତ ଅନ୍ୟାନ୍ୟ ଆନୁଷଙ୍ଗିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସ୍ୱାକ୍ଷରିତ ବୁଝାମଣା ପତ୍ର(MoU)କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ସ୍ୱୀକୃତି ପ୍ରଦାନ କରିଛନ୍ତି । ଏହି MoU ଉଭୟ ରାଷ୍ଟ୍ର ପାଇଁ ବେଶ ଉପକାରସିଦ୍ଧ ସାବ୍ୟସ୍ତ ହେବ । ଉଭୟ ଦେଶରେ କୃଷି କ୍ଷେତ୍ରରେ ପ୍ରବର୍ତ୍ତିତ ଶ୍ରେଷ୍ଠ କାର୍ଯ୍ୟ ଯୋଜନାକୁ ଅନ୍ୟ ରାଷ୍ଟ୍ରରେ ପ୍ରୟୋଗ କରାଯାଇପାରିବ ଏବଂ ଏଥି ସକାଶେ ଦୁଇ ଦେଶ ପରସ୍ପରକୁ ସବୁ ପ୍ରକାର ସହଯୋଗ ଯୋଗାଇଦେବ । ଏହାଦ୍ୱାରା ଭାରତରେ ସମାନ ଓ ସମାବେଶୀ ବିକାଶ ଘଟିବ ତଥା ଭାରତରେ ଖାଦ୍ୟ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବ ।

*****