ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଇଜିପ୍ଟ ମଧ୍ୟରେ ବୁଝାମଣା (ଏମଓୟୁ)ରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି ।
ଏହି ଏମଓୟୁ ଅନ୍ତଗର୍ତ ସହଯୋଗ କ୍ଷେତ୍ର ଫସଲ (ବିଶେଷ କରି ଗହମ ଏବଂ ମକା), କୃଷି ଜୈବ ପ୍ରଯୁକ୍ତି, ନାନୋ ଟେକନୋଲଜି, ଜଳ ସଂରକ୍ଷଣ ଏବଂ କ୍ଷୁଦ୍ର ଜଳସେଚନ ପ୍ରଯୁକ୍ତି ସହିତ ଜଳସେଚନ ଏବଂ ଜଳ ପରିଚାଳନା ଜ୍ଞାନକୌଶଳ, ଶକ୍ତି ଉତ୍ପାଦନ ଲାଗି କୃଷି ବର୍ଜ୍ୟ ପରିଚାଳନା, ଖାଦ୍ୟ ପ୍ରକ୍ରିୟାକରଣ, ସୁରକ୍ଷା ଏବଂ ଗୁଣବତ୍ତା, ପରିବା ଚାଷ, ଜୈବିକ କୃଷି, ପଶୁପାଳନ, ଗୋପାଳନ, ମତ୍ସ୍ୟ ଚାଷ, ଗୋଖାଦ୍ୟ ଉତ୍ପାଦନ, କୃଷି ଉତ୍ପାଦ ଏବଂ ମୂଲ୍ୟବୃଦ୍ଧି, ଉଦ୍ଭିଦ ଏବଂ ପଶୁ ଉତ୍ପାଦ ବ୍ୟାପାର ସହ ଜଡ଼ିତ ସ୍ୱଚ୍ଛତା ବ୍ୟାପାର, କୃଷି ଯନ୍ତ୍ରଂଶ ଏବଂ ଉପକରଣ, କୃଷି କ୍ଷେତ୍ରରେ ସମନ୍ୱିତ କୀଟ ପରିଚାଳନା, କୃଷି ସମ୍ପ୍ରସାରଣ ଏବଂ ଗ୍ରାମୀଣ ବିକାଶ, କୃଷି ବ୍ୟବସାୟ ଏବଂ ନିବେଶ, ବୌଦ୍ଧିକ ସମ୍ପତ୍ତି ଅଧିକାର ସମ୍ବନ୍ଧୀୟ ପ୍ରସଙ୍ଗ, ବୀଜ କ୍ଷେତ୍ରରେ ବୈଷୟିକ ଜ୍ଞାନ ଏବଂ ମାନବ ସମ୍ବଳ ଓ ପାରସ୍ପରିକ ସ୍ୱାର୍ଥ ଜଡ଼ିତ ଅନ୍ୟ ପ୍ରସଙ୍ଗ ସାମିଲ ରହିଛି ।
ଗବେଷକ ବୈଜ୍ଞାନିକ ଏବଂ ବିଶେଷଜ୍ଞମାନଙ୍କ ବିନିମୟ, କୃଷି ସମ୍ବନ୍ଧୀ ସୂଚନା ଏବଂ ବିଜ୍ଞାନ ସମ୍ବନ୍ଧୀୟ ପ୍ରକାଶନ (ପତ୍ର-ପତ୍ରିକା, ପୁସ୍ତକ, ବୁଲେଟିନ, କୃଷି ଏବଂ ସହାୟକ କ୍ଷେତ୍ରରେ ପରିସଂଖ୍ୟାନ ତଥ୍ୟ), ଜର୍ମପ୍ଲାଜମ ଏବଂ କୃଷି ପ୍ରଯୁକ୍ତିର ବିନିମୟ ଏବଂ ସେମିନାର, କର୍ମଶାଳା ଏବଂ ଅନ୍ୟ ଗତିବିଧିଗୁଡ଼ିକ ଜରିଆରେ ସହଯୋଗକୁ ପ୍ରଭାବୀ କରାଯିବ ।
ଏହି ଏମଓୟୁ ଅନ୍ତର୍ଗତ ଏକ ମିଳିତ କାର୍ଯ୍ୟ ଗୋଷ୍ଠୀ (ଜେଡବ୍ଲୁଜି)ର ଗଠନ କରାଯିବା ଫଳରେ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା ସହିତ ପାରସ୍ପରିକ ସ୍ୱାର୍ଥଜଡ଼ିତ ଅନ୍ୟ ପ୍ରସଙ୍ଗରେ ସହଯୋଗକୁ ଉନ୍ନତ କରାଯାଇପାରିବ । ପ୍ରାରମ୍ଭିକ ଦୁଇ ବର୍ଷ କାଳରେ ମିଳିତ କାର୍ଯ୍ୟ ଗୋଷ୍ଠୀର ବୈଠକ ବର୍ଷକୁ ଅତିକମରେ ଥରେ (ଭାରତ ଏବଂ ଇଜିପ୍ଟରେ) ନିଶ୍ଚିତ ଭାବେ ଆୟୋଜନ କରାଯିବ । ଏହାର ଅନ୍ତର୍ଗତ ମିଳିତ କାର୍ଯ୍ୟ ଲାଗି କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା, ସୁବିଧା ଏବଂ ପରାମର୍ଶ ଯୋଗାଇ ଦେବା ଏବଂ ବିଶେଷ ପ୍ରସଙ୍ଗରେ ଅତିରିକ୍ତ ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହେବ ।
**********