ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଭାରତ – ଉଜବେକିସ୍ତାନ ସହଯୋଗ ଚୁକ୍ତିକୁ ଅନୁମୋଦନ କରିଛନ୍ତି ।
ଭାରତ ଏବଂ ଉଜବେକିସ୍ତାନ ମଧ୍ୟରେ ସହଯୋଗ ପାଇଁ ଏହି ଚୁକ୍ତିରେ ନିମ୍ନୋକ୍ତ ବ୍ୟବସ୍ଥା ରହିଛି :
1. ଆପୋସ ସ୍ୱାର୍ଥ ଜଡ଼ିତ ଆଇନ, ମାନକ ଏବଂ ଉତ୍ପାଦ ନମୁନା କ୍ଷେତ୍ରରେ ସୂଚନାର ବିନିମୟ;
2. ଉଜବେକିସ୍ତାନରେ ଯୁଗ୍ମ କୃଷି କ୍ଲଷ୍ଟର ପ୍ରତିଷ୍ଠା ।
3. ଶସ୍ୟ ଉତ୍ପାଦନ ଏବଂ ସେଗୁଡ଼ିକର ବିବିଧକରଣ କ୍ଷେତ୍ରରେ ଅଭିଜ୍ଞତାର ବିନିମୟ
4. ଆଧୁନିକ ପ୍ରଯୁକ୍ତି ଆଧାରିତ ବିହନ ଉତ୍ପାଦନ କ୍ଷେତ୍ରରେ ଅଭିଜ୍ଞତାର ବିନିମୟ, ପକ୍ଷମାନଙ୍କ ରାଷ୍ଟ୍ରର ଆଇନ ଆଧାରରେ ବିହନର ପ୍ରମାଣନ କ୍ଷେତ୍ରରେ ସୂଚନାର ବିନିମୟ; ଲାଭ ଉଦ୍ଦେଶ୍ୟରେ ବିହନ ନମୁନାର ଆଦାନପ୍ରଦାନ ।
5. ଜଳସେଚନ ସମେତ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଜଳର ସମ୍ପ୍ରସାରିତ ଦକ୍ଷତାପୂର୍ଣ୍ଣ ପରିଚାଳନା କ୍ଷେତ୍ରରେ ପ୍ରଯୁକ୍ତିର ପ୍ରୟୋଗ
6. ଜେନେଟିକ୍ସ, ବ୍ରିଡିଂ, ବାୟୋଟେକ୍ନୋଲଜି, ଚାରା ସୁରକ୍ଷଶ, ମୃତ୍ତିକା ଉତ୍ପାଦକତା ସଂରକ୍ଷଣ, ଯାନ୍ତ୍ରିକୀକରଣ, ଜଳସମ୍ପଦ ଏବଂ ବୈଜ୍ଞାନିକ ଫଳାଫଳ ପାଇଁ ଆପୋସ ପ୍ରୟୋଗ କ୍ଷେତ୍ରରେ ଯୁଗ୍ମ ବୈଜ୍ଞାନିକ ଗବେଷଣା ଚାଲୁ କରିବା ।
7. ପରାଗ ସଂଗମ କ୍ଷେତ୍ରରେ ସହଯୋଗ ବୃଦ୍ଧି ଏବଂ ବିକାଶ
8. ପଶୁ ପାଳନ, ପଶୁ ସ୍ୱାସ୍ଥ୍ୟ, କୁକୁଡା ପାଳନ, ଜେନୋମିକ୍ସ ଏବଂ କ୍ୱାରେଂଟାଇନ ସୁବିଧା ପ୍ରତିଷ୍ଠା କ୍ଷେତ୍ରରେ ଅଭିଜ୍ଞତାର ଆଦାନପ୍ରଦାନ
9. କୃଷି ଏବଂ ଖାଦ୍ୟ ଶିଳ୍ପ କ୍ଷେତ୍ରରେ ବୈଜ୍ଞାନିକ ଏବଂ ବାସ୍ତବ କାର୍ଯ୍ୟକଳାପ (ମେଳା, ପ୍ରଦର୍ଶନୀ, ସମ୍ମିଳନୀ, ସଂଗୋଷ୍ଠୀ) ଆୟୋଜନ କରିବା ।
10. କୃଷି ଏବଂ ଖାଦ୍ୟ ବାଣିଜ୍ୟ କ୍ଷେତ୍ରରେ ସହଯୋଗ
11. ମିଳିତ ଉଦ୍ୟମରେ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ପ୍ରତିଷ୍ଠା ସମ୍ଭାବନା ଉଜଗାର କରିବା
12. ଉଭୟ ପକ୍ଷ ମଧ୍ୟୟରେ ଆପୋସ ସହମତି ଭିତିରେ ସହଯୋଗର ଅନ୍ୟ ସମସ୍ତ କ୍ଷେତ୍ର ।
ଚୁକ୍ତି ଅନୁଯାୟୀ ଉଭୟ ରାଷ୍ଟ୍ରର ପ୍ରତିନିଧିମାନଙ୍କୁ ନେଇ ଏକ ଯୁଗ୍ମ କାର୍ଯ୍ୟଗୋଷ୍ଠୀ ପ୍ରତିଷ୍ଠା କରାଯିବ । ଏହି ଗୋଷ୍ଠୀ ସହଯୋଗର ଯୋଜନା ପ୍ରସ୍ତୁତ କରିବା, ଚୁକ୍ତି କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାଗୁଡ଼ିକର ସମାଧାନ ଯୋଗାଇଦେବ ଏବଂ ଉଭୟ ପକ୍ଷ ଦ୍ୱାରା ବିବେଚନା କରାଯାଇଥିବା କାର୍ଯ୍ୟକୁ କାର୍ଯ୍ୟକାରୀତା ଅନୁଧ୍ୟାନ କରିବା । ଏହି କାର୍ଯ୍ୟକାରୀ ଗୋଷ୍ଠୀର ବୈଠକ ପ୍ରତି ଦୁଇ ବର୍ଷରେ ଥରେ ଥର ଥର କରି ଭାରତ ଏବଂ ଉଜବେକିସ୍ତାନରେ ଆୟୋଜନ ହେବ । ଏହି ଚୁକ୍ତି ସ୍ୱାକ୍ଷର ହେବା ତାରିଖଠାରୁ କାର୍ଯ୍ୟକାରୀ ହେବ ଏବଂ ଏହା 5 ବର୍ଷ ଲାଗି ପ୍ରଭାବୀ ରହିବ । ଏହା ପରବର୍ତ୍ତୀ 5 ବର୍ଷ ଲାଗି ସ୍ୱୟଂକ୍ରିୟ ଭାବେ ସମ୍ପ୍ରସାରିତ ହୋଇପାରିବ । ଉଭୟ ପକ୍ଷ ମଧ୍ୟରୁ ଗୋଟିଏ ପକ୍ଷ ଇଚ୍ଛାନୁଯାୟୀ ବିଜ୍ଞପ୍ତି ପ୍ରକାଶ କରିବାର 6 ମାସ ମଧ୍ୟରେ ଏହି ଚୁକ୍ତି ବାତିଲ ହୋଇଯିବ ।