ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ଲେବାନନ ମଧ୍ୟରେ ବୁଝାମଣାପତ୍ର (ଏମଓୟୁ)ରେ ସ୍ୱାକ୍ଷର ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ।
କୃଷି ଏବଂ ଆନୁସଙ୍ଗିକ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ଦ୍ୱାରା ଉଭୟ ଦେଶ ପାରସ୍ପରିକ ଲାଭ ପାଇପାରିବେ । ଏମଓୟୁ ଦୁଇ ଦେଶରେ ଶ୍ରେଷ୍ଠ କୃଷି ପଦ୍ଧତିକୁ ବୁଝିବାରେ ପ୍ରୋତ୍ସାହନ ଦେବ ଏବଂ କୃଷକମାନଙ୍କ ଉତ୍ପାଦକତା ବୃଦ୍ଧି ଏବଂ ବିଶ୍ୱ ବଜାର ସୁଧାରିବାରେ ସହାୟକ ହେବ ।
ଏମଓୟୁ ଫଳରେ ପରସ୍ପରର ଶ୍ରେଷ୍ଠ ପ୍ରଚଳନକୁ ଆପଣାଇବା ଏବଂ ବିଶ୍ୱ ବଜାରରେ ପ୍ରସାର ବୃଦ୍ଧି କରି କୃଷି ଉତ୍ପାଦନ ଏବଂ ଉତ୍ପାଦକତା ବୃଦ୍ଧି କରିବାରେ ସହାୟତା ମିଳିପାରିବ, ଯ’ଦ୍ଵାରା ଉତ୍ପାଦନ ଏବଂ ଉତ୍ପାଦକତା ବଢ଼ାଇବାରେ ଅଭିନବ କୌଶଳର ଉପଯୋଗ ହେବ ଏବଂ ଫଳସ୍ୱରୂପ ଖାଦ୍ୟ ସୁରକ୍ଷା ସୁଦୃଢ଼ ହୋଇପାରିବ ।
**********