Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେଦାରନାଥ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା, ସମୀକ୍ଷା କଲେ ପୁନଃନିର୍ମାଣ ପ୍ରକଳ୍ପର ଅଗ୍ରଗତି


ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେଦାରନାଥ ଗସ୍ତ କରିଛନ୍ତି । ଐତିହାସିକ କେଦାରନାଥ ମନ୍ଦିରରେ ସେ ପ୍ରାର୍ଥନା କରିଥିଲେ । ସେ ସମଗ୍ର ମନ୍ଦିର ପରିସରକୁ ଚାଲି ଚାଲି ପରିକ୍ରମା କରିଥିଲେ, ଯେଉଁଠାରେ କି ପୁନଃନିର୍ମାଣ କାର୍ଯ୍ୟ ଚାଲୁରହିଛି । କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ବରିଷ୍ଠ ପଦାଧିକାରୀମାନେ ତାଙ୍କୁ ସଂକ୍ଷିପ୍ତରେ ଅବଗତ କରାଇଥିଲେ । ମନ୍ଦିର ପରିସରରେ ଉପସ୍ଥିତ ଥିବା ବିଭିନ୍ନ ବ୍ୟକ୍ତିଙ୍କ ସହ ସେ ସଂକ୍ଷେପରେ ଭାବ ବିନିମୟ କରିଥିଲେ ।

2013ର ଭୟଙ୍କର ବନ୍ୟା ଓ ଭୂସ୍କଳନ ଏହି ଅଂଚଳରେ ଅନେକ କ୍ଷୟକ୍ଷତି ଘଟାଇବା ପରେ କେଦାରନାଥ ମନ୍ଦିର ପରିସରରେ ସମ୍ପ୍ରତି ବିକାଶ ଏବଂ ପୁନଃନିର୍ମାଣ କାର୍ଯ୍ୟ ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଉଛି ।

**********