ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ କେନ୍ଦ୍ରଶାସିତ ଅଂଚଳଗୁଡ଼ିକର ଉପରାଜ୍ୟପାଳମାନଙ୍କ ଦରମା ଏବଂ ଭତ୍ତାରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାଫଳରେ ଉପରାଜ୍ୟପାଳମାନଙ୍କ ଦରମା ଓ ଭତ୍ତା ଭାରତ ସରକାରଙ୍କ ସଚିବମାନଙ୍କ ସହିତ ସମାନ ହୋଇପାରିବ ।
ବିବରଣୀ :
କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ଶାସିତ ଅଂଚଳର ଉପରାଜ୍ୟପାଳମାନଙ୍କ ଦରମା ଓ ଭତ୍ତା ବୃଦ୍ଧି ପାଇ ମାସିକ 2,25,000ଟଙ୍କା ହୋଇଛି । ଏହାଛଡ଼ା ସେମାନେ ମାସିକ 4 ହଜାର ଟଙ୍କା ମହଙ୍ଗା ଭତ୍ତା, ବ୍ୟୟ ଭତ୍ତା ଏବଂ ଭାରତ ସରକାରଙ୍କ ସଚିବସ୍ତରର ଅଧିକାରୀମାନେ ପାଉଥିବା ଭତ୍ତା ହାରରେ ସ୍ଥାନୀୟ ଭତ୍ତା ପାଇବେ । ଏହି ବର୍ଦ୍ଧିତ ଦରମା ଜୁଲାଇ ପହିଲା, 2016ରୁ ପିଛିଲା ଭାବେ ଲାଗୁ ହେବ । ପୂର୍ବରୁ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳମାନେ ମାସିକ 80 ହଜାର ଟଙ୍କା ଦରମା ସହିତ ମହଙ୍ଗା ଏବଂ ଅନ୍ୟାନ୍ୟ ଭତ୍ତା ବାବଦରେ ମାସିକ 4 ହଜାର ଟଙ୍କା ପାଉଥିଲେ । ତେବେ ଏଥିରେ ଏକ ସର୍ତ୍ତ ରହିଛି ଯେ ମୋଟ ପାରିଶ୍ରମିକ (ବ୍ୟୟ ଭତ୍ତା ଏବଂ ସ୍ଥାନୀୟ ଭତ୍ତାକୁ ବାଦ ଦେଇ) ରାଜ୍ୟଗୁଡ଼ିକର ରାଜ୍ୟପାଳମାନେ ପାଉଥିବା ପାରିଶ୍ରମିକ ଠାରୁ ଅଧିକ ହେବ ନାହିଁ ।
**********