Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ ଆଇନ 1992 ରେ ସଂଶୋଧନ ପ୍ରସ୍ତାବକୁ କେବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ ବୈଠକରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ (CAU) ଆଇନ 1992ର କେତେକ ଧାରାରେ ସଂଶୋଧନ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ପ୍ରସ୍ତାବିତ ସଂଶୋଧନରେ ନାଗାଲେଣ୍ଡ ରାଜ୍ୟକୁ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ଇମ୍ଫାଲର କାର୍ଯ୍ୟ ପରିସର ଅଧୀନକୁ ଅଣାଯିବାର ପ୍ରସ୍ତାବ ରହିଛି । ଏହାଦ୍ୱାରା ନାଗାଲେଣ୍ଡର ଭେଟେରିନାରୀ ସାଇନ୍ସ କଲେଜ ଅଧିକ ସଂଖ୍ୟକ ପେଶାଦାର ମାନବସମ୍ବଳ ସୃଷ୍ଟି କରିବ ଯାହାକି ପଶୁପାଳନ ଓ ପ୍ରଜନନ କ୍ଷେତ୍ର ପାଇଁ ଢ଼େର ଆବଶ୍ୟକ ।

ଏହାଫଳରେ ଏହି କ୍ଷେତ୍ରର ସାମାଜିକ – ଆର୍ଥିକ ପ୍ରଗତି କ୍ଷେତ୍ରରେ ପରିବର୍ତ୍ତନ ଘଟିପାରିବ ଓ ରାଜ୍ୟର କୃଷକମାନେ ନୂତନ ଓ ଉନ୍ନତ ପ୍ରଣାଳୀରେ ଚାଷବାସର ସୁବିଧା ହାସଲ କରିପାରିବେ । ସେହିଭଳି ନାଗାଲେଣ୍ଡରେ କୃଷି ଉତ୍ପାଦନ ବୃଦ୍ଧି ପାଇବାର ଆଶା ରଖାଯାଇଛି । ପୁନଶ୍ଚ ମଣିପୁର କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟଠାରୁ ମଧ୍ୟ ନାଗାଲେଣ୍ଡ ଉପଯୁକ୍ତ ସହାୟତା ଓ ସହଯୋଗ ଲାଭ କରିପାରିବ ।