Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ରୀୟ ଗୋଳାବାରୁଦ ଭଣ୍ଡାର ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶୋକ,


ମହାରାଷ୍ଟ୍ରର ପୁଲଗାଓଁସ୍ଥିତ କେନ୍ଦ୍ରୀୟ ଗୋଳାବାରୁଦ ଭଣ୍ଡାରରେ ଘଟିଥିବା ଅଗ୍ନିକାଣ୍ଡରେ ମୃତକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଟୁଇଟର ଯୋଗେ ଏକ ଶୋକବାର୍ତ୍ତା ଦେଇ କହିଛନ୍ତି ଯେ, କେନ୍ଦ୍ରୀୟ ଗୋଳାବାରୁଦ ଭଣ୍ଡାର ଅଗ୍ନିକାଣ୍ଡରେ କେତେକ ଯବାନ ଓ ଅଧିକାରୀଙ୍କ ପ୍ରାଣହାନି ସମ୍ବାଦ ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି । ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ସମବେଦନା ଜ୍ଞାପନ କରିଛନ୍ତି । ଏହି ଘଟଣାରେ ଅନ୍ୟ ଯେଉଁମାନେ ଗୁରୁତର ଭାବେ ଆହତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତି ସମ୍ପର୍କରେ ପ୍ରତ୍ୟକ୍ଷ ବିବରଣୀ ସଂଗ୍ରହ କରିବା ସକାଶେ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ମନୋହର ପାରିକରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।