Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ରୀୟ ତାଲିକାରେ ଓବିସି ଉପବର୍ଗୀକରଣ ଅନୁଧ୍ୟାନ ଲାଗି ଗଠିତ ଆୟୋଗଙ୍କ କାର୍ଯ୍ୟକାଳ ବୃଦ୍ଧି କଲେ କ୍ୟାବିନେଟ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ମାନଙ୍କ ଉପବର୍ଗୀକରଣ ପ୍ରସଙ୍ଗର ଅନୁଧ୍ୟାନ ଲାଗି ଗଠିତ ଆୟୋଗଙ୍କ କାର୍ଯ୍ୟକାଳକୁ ନଭେମ୍ବର, 2018 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ଆୟୋଗ ଅଂଶୀଦାରମାନଙ୍କ ସହିତ ଗଭୀର ଆଲୋଚନା କରିଥିଲେ, ଯେଉଁଥିରେ ରାଜ୍ୟ ସରକାର, ରାଜ୍ୟ ପଛୁଆ ବର୍ଗ ଆୟୋଗ, ବିଭିନ୍ନ ସାମାଜିକ ସଂଗଠନ ଏବଂ ବିଭିନ୍ନ ପଛୁଆ ବର୍ଗର ସାଧାରଣ ନାଗରିମାନେ ସାମିଲ ଥିଲେ । ଆୟୋଗ କାଗଜପତ୍ର, ଉଚ୍ଚ ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ଅନ୍ୟାନ୍ୟ ପଛୁଆ ବର୍ଗଙ୍କର ଜାତିୱାରୀ ବିବରଣୀ ଏବଂ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ, ରାଷ୍ଟ୍ରାୟତ୍ତ କ୍ଷେତ୍ରର ବ୍ୟାଙ୍କ ଏବଂ ଆର୍ଥିକ ସଂସ୍ଥାନରେ ଜାତିୱାରୀ ଭର୍ତ୍ତିର ରେକର୍ଡ ମଧ୍ୟ ଯାଂଚ କରିଥିଲେ ।

ବିଶ୍ଳେଷଣ କରାଯାଇଥିବା ତଥ୍ୟରୁ ପ୍ରାପ୍ତ ସୂଚନା ଆଧାରରେ ଆୟୋଗ କହିଥିଲେ ଯେ ରିପୋର୍ଟ ଏବଂ ଉପବର୍ଗ ନିର୍ଦ୍ଧାରଣ ତାଲିକାକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ରାଜ୍ୟ ଏବଂ ସେମାନଙ୍କ ପଛୁଆ ବର୍ଗ କମିଶନଙ୍କ ସହିତ ଆଲୋଚନାର ପର୍ଯ୍ୟାୟ ଆରମ୍ଭ କରାଯିବା ଉଚିତ ।

*****