ପିଏମଇଣ୍ଡିଆ
କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସମୂହର କର୍ମଚାରୀମାନଙ୍କ ପାଇଁ ଅଷ୍ଟମ ପର୍ଯ୍ୟାୟ ବେତନ ବୁଝାମଣା ଅନୁଷ୍ଠିତ ହେବ । ଏ ସଂକ୍ରାନ୍ତ ବେତନ ନୀତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି । କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ବେତନ ବୁଝାମଣାର ବିଭିନ୍ନ ଦିଗ ସ୍ଥିର କରାଯାଇଛି ।
ଏବେ ସମଗ୍ର ଦେଶରେ ମୋଟ 320ଟି କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ରହିଛି ଏବଂ ସେ ସବୁରେ 12.34ଲକ୍ଷ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ 2.99 ଲକ୍ଷ ହେଉଛନ୍ତି ବୋର୍ଡସ୍ତରର ଅଥବା ନିମ୍ନବୋର୍ଡ ସ୍ତରର ଏକଜିକ୍ୟୁଟିଭି ଓ ଅଣ-ୟୁନିଅନ ସୁପରଭାଇଜର ଶ୍ରେଣୀର । ଅବଶିଷ୍ଟ 9.35 ଲକ୍ଷ ହେଉଛନ୍ତି ୟୁନିଅନ ଭିତ୍ତିକ କର୍ମଚାରୀ ।
**********