ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା(ଡିଏ)ର ଅତିରିକ୍ତ କିସ୍ତି ଏବଂ ପେନସନଧାରୀଙ୍କୁ ମହଙ୍ଗା ରିଲିଫ (ଡିଆର) ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଦାରଦାମ ବୃଦ୍ଧି ପାଇବାକୁ ଦୃଷ୍ଟିରେ ରଖି ମୂଳ ବେତନ/ପେନସନର ବର୍ତ୍ତମାନର ହାର 5 ପ୍ରତିଶତ ଆଧାରରେ 2 ପ୍ରତିଶତ ବୃଦ୍ଧି ଲାଗି ବ୍ୟବସ୍ଥା କରାଯାଇଛି ।
ଏହି ପଦକ୍ଷେପ ଦ୍ୱାରା କେନ୍ଦ୍ର ସରକାରଙ୍କ ପାଖାପାଖି 48.41 ଲକ୍ଷ କର୍ମଚାରୀ ଏବଂ 61.17 ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିହାତି ଦ୍ୱାରା ରାଜକୋଷ ଉପରେ ବାର୍ଷିକ 6077.72 କୋଟି ଟଙ୍କା ଏବଂ ଆର୍ଥିକ ବର୍ଷ 2018-19 (ଜାନୁଆରୀ 2018ରୁ ଫେବୃଆରୀ 2019 ପର୍ଯ୍ୟନ୍ତ 14ମାସର ଅବଧି)ରେ 7090.68 କୋଟି ଟଙ୍କାର ଅତିରିକ୍ତ ବୋଝ ପଡ଼ିବ ।
ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ଏହି ବୃଦ୍ଧି ଅନୁମୋଦିତ ସୂତ୍ର ଅନୁସାରେ କରାଯାଇଛି ।
**********