Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି


 

  • ବୈଷୟିକ ଇଂଟର୍ଣ୍ଣମାନଙ୍କୁ ଜାପାନରେ ମିଳିବ ପ୍ରଶିକ୍ଷଣ ସୁବିଧା,
  • କେନ୍ଦ୍ର ଦକ୍ଷତା ବିକାଶ ଓ ଉଦଯୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗାମୀ ଟୋକିଓ ଗସ୍ତ କାଳରେ ସ୍ୱାକ୍ଷରିତ ହେବ ଭାରତ-ଜାପାନ ସହଯୋଗ ବୁଝାମଣା

 

ଦେଶର କ୍ରମବର୍ଦ୍ଧିଷ୍ଣୁ ବୈଷୟିକ ଯୁବ ଶକ୍ତିକୁ ଅଧିକ ଦକ୍ଷ ଓ ସାମର୍ଥ୍ୟବାନ କରିବା ଲାଗି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ବଳରେ ଏଣିକି ଭାରତର ବୈଷୟିକ ସ୍ନାତକମାନେ ଜାପାନରେ 3-5 ବର୍ଷ ପର୍ଯ୍ୟନ୍ତ ଆଧୁନିକ ବୈଷୟିକ ତାଲିମର ସୁବିଧା ପାଇବେ । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ବୈଷୟିକ ପ୍ରଶିକ୍ଷଣ ପାଇଁ ଜାପାନ ସହିତ ସହଯୋଗ ବୁଝାମଣା କରିବା ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି ।

କେନ୍ଦ୍ର ଦକ୍ଷତା ବିକାଶ ଓ ଉଦଯୋଗ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ମାସ 16 ରୁ 18 ତାରିଖ ମଧ୍ୟରେ ଜାପାନ ଗସ୍ତରେ ଯିବେ ଏବଂ ଟୋକିଓଠାରେ ଭାରତ ଓ ଜାପାନ ମଧ୍ୟରେ ଏହି ବୈଷୟିକ ତାଲିମ ସହଯୋଗ ବୁଝାମଣା ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । କ୍ୟାବିନେଟର ଏହି ନିଷ୍ପତ୍ତି ବଳରେ ଭାରତର ବୈଷୟିକ ତାଲିମପ୍ରାପ୍ତ ଯୁବକମାନଙ୍କୁ ଅନ ଦି ଜବ ଟ୍ରେନିଂର ସୁବିଧା ମିଳିବ । ଏହା ଭାରତରେ ଦକ୍ଷ ଓ କୂଶଳୀ ମାନବ ସମ୍ବଳ ସୃଷ୍ଟି କରିବାରେ ବିଶେଷ ଭାବେ ସହାୟକ ହେବ । ଏଭଳି ସହଯୋଗ ବୁଝାମଣା ଦୁଇ ଦେଶ ମଧ୍ୟରେ କୌଶଳ ବିକାଶ ସମ୍ପର୍କକୁ ଆହୁରି ମଜବୁତ କରିବ ।