ପିଏମଇଣ୍ଡିଆ
ଶିକ୍ଷା କ୍ଷେତ୍ରରେ ସଂସ୍କାରକୁ ଗୁରୁତ୍ୱ ପ୍ରଦାନ କରିବାର ଉଦ୍ୟମ କ୍ରମେ, ଏହାକୁ ସମସ୍ତଙ୍କ ପହଞ୍ଚ ମଧ୍ୟକୁ ଆଣିବା ପାଇଁ ଏବଂ ବିଭିନ୍ନ ବର୍ଗର ଜନସାଧାରଣଙ୍କ ଅଭିଳାଷକୁ ଆଖି ଆଗରେ ରଖି ଆଗତ କରାଯାଇଥିବା କେନ୍ଦ୍ର ଶିକ୍ଷାନୁଷ୍ଠାନ (ଶିକ୍ଷକ କ୍ୟାଡର ସଂରକ୍ଷଣ)ବିଲ, 2019କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।
କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ତଫସିଲ ଭୁକ୍ତ ଜାତି/ତଫସିଲ ଭୁକ୍ତ ଉପଜାତି/ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଦୀର୍ଘ ଦିନର ଦାବି ପୁରଣ ହୋଇପାରିବ ଏବଂ ସମ୍ବିଧାନରେ ରହିଥିବା ସେମାନଙ୍କ ଅଧିକାରର ମଧ୍ୟ ସୁରକ୍ଷା ହୋଇପାରିବ । ଏହା ଫଳରେ ସମାଜରେ ଅର୍ଥନୈତିକ ଭାବେ ଅନଗ୍ରସର ଶ୍ରେଣୀଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରାଯାଇ ପାରିବ ।
ପ୍ରଭାବ:
ଏହି ନିଷ୍ପତ୍ତି ଫଳରେ:
200 ପଏଣ୍ଟ ତାଲିକାରେ ଶିକ୍ଷକଙ୍କ କ୍ୟାଡରରେ ପ୍ରତ୍ୟକ୍ଷ ନିଯୁକ୍ତି ଦ୍ୱାରା 7000ରୁ ଅଧିକ ଖାଲି ପଦବୀ ପୁରଣ କରିବା ପାଇଁ ଅନୁମତି ପ୍ରଦାନ କରାଯିବ । ସମ୍ବିଧାନର ଧାରା 14,16 ଓ 21ରେ ଥିବା ବ୍ୟବସ୍ଥାର ସ୍ୱୀକୃତିକୁ ନିଶ୍ଚିତ କରିବ ।
ଶିକ୍ଷକଙ୍କ କ୍ୟାଡରରେ ସିଧାସଳଖ ନିଯୁକ୍ତିରେ ତଫସିଲ ଭୁକ୍ତ ଜାତି/ତଫସିଲ ଭୁକ୍ତ ଉପଜାତି/ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ସମ୍ପୂର୍ଣ୍ଣ ପ୍ରତିନିଧିତ୍ୱ ନିଶ୍ଚିତ ହେବ ।
ତଫସିଲ ଭୁକ୍ତ ଜାତି/ତଫସିଲ ଭୁକ୍ତ ଉପଜାତି/ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗ/ଅର୍ଥନୈତିକ ଭାବେ ଅନଗ୍ରସର ବର୍ଗରେ ଉପଯୁକ୍ତ ପ୍ରତିଭାବାନ ପ୍ରାର୍ଥୀଙ୍କୁ ଆକର୍ଷିକ କରାଯାଇ ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାର ମାନରେ ଉନ୍ନତି ଆଣିବାର ଆଶା କରାଯାଉଛି ।
ତାତ୍ପର୍ଯ୍ୟ:
ଏହି ବିଲ “କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ (ଶିକ୍ଷକଙ୍କ କ୍ୟାଡରରେ ସଂରକ୍ଷଣ) ଅଧ୍ୟାଦେଶ, 2019”ର ସ୍ଥାନ ନେବ । ଏହି ବିଲକୁ ସଂସଦର ଆଗାମୀ ଅଧିବେଶନରେ ଆଗତ କରାଯିବ ।
ପ୍ରଣୟନ:
200 ପଏଣ୍ଟ ତାଲିକା ଆଧାରିତ ପୂର୍ବ ସଂରକ୍ଷଣ ପଦ୍ଧତି ଫେରାଇ ଆଣିବା ନେଇ ବିଶ୍ୱବିଦ୍ୟାଳୟ/ ମହାବିଦ୍ୟାଳୟକୁ ଗୋଟିଏ ୟୁନିଟ ଭାବେ ଗ୍ରହଣ କରାଯିବ । ବିଭାଗ/ବିଷୟକୁ ଆଉ ଗୋଟିଏ ୟୁନିଟ ଭାବେ ଗ୍ରହଣ କରାଯିବ ନାହିଁ ।
ଶିକ୍ଷକଙ୍କ କ୍ୟାଡରରେ ସିଧାସଳଖ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷିତ ପଦବୀର ୟୁନିଟ ଭାବେ ବିଭାଗକୁ ନୁହେଁ ବରଂ ବିଶ୍ୱବିଦ୍ୟାଳୟ/ ଶିକ୍ଷାନୁଷ୍ଠାନକୁ ଗ୍ରହଣ କରାଯିବ ।
କ୍ୟାବିନେଟର ଏହି ନିଷ୍ପତ୍ତି ଫଳରେ ତଫସିଲ ଭୁକ୍ତ ଜାତି/ତଫସିଲ ଭୁକ୍ତ ଉପଜାତି/ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ପଛୁଆ ବର୍ଗଙ୍କ ଦୀର୍ଘ ଦିନର ଦାବି ପୁରଣ ହୋଇପାରିବ ଏବଂ ସମ୍ବିଧାନରେ ରହିଥିବା ସେମାନଙ୍କ ଅଧିକାରର ମଧ୍ୟ ସୁରକ୍ଷା ହୋଇପାରିବ । ଏହା ଫଳରେ ସମାଜରେ ଅର୍ଥନୈତିକ ଭାବେ ଅନଗ୍ରସର ଶ୍ରେଣୀଙ୍କ ପାଇଁ 10 ପ୍ରତିଶତ ସଂରକ୍ଷଣ ନିଶ୍ଚିତ କରାଯାଇ ପାରିବ ।
****************