ପିଏମଇଣ୍ଡିଆ
ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ସଚିବମାନଙ୍କ ସହିତ ସୋମବାର ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।
ପୁରୁଣାକାଳିଆ ପ୍ରଶାସନିକ ବ୍ୟବସ୍ଥା ଠାରୁ ଊଦ୍ଧ୍ୱର୍କୁ ଆସିବା ଲାଗି ସେମାନଙ୍କୁ ପରାମର୍ଶ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସଚିବମାନଙ୍କ ନିକଟରେ ମାନବଜଗତର ଏକ ଷଷ୍ଠାଂଶ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବାର ସୁଯୋଗ ରହିଛି । 2022 – ଦେଶ ସ୍ୱାଧୀନ ହେବାର 75ତମ ବର୍ଷ ପୂର୍ତ୍ତି ସୁଦ୍ଧା ହାସଲ କରିବାକୁ ଥିବା ଦୃଢ଼ ଲକ୍ଷ୍ୟ ଚିହ୍ନଟ କରି ସେ ଦିଗରେ କାର୍ଯ୍ୟ କରିବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଆହ୍ୱାନ ଜଣାଇଥିଲେ ।
ସମ୍ପୃକ୍ତ ମନ୍ତ୍ରଣାଳୟର ପରିଧି ଠାରୁ ଊଦ୍ଧ୍ୱର୍କୁ ଉଠି ଦେଶର ବିକାଶ ଦିଗରେ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ ଆହ୍ୱାନ ଦେଇଥିଲେ । ଆର୍ଥିକ ଅନ୍ତର୍ଭୂକ୍ତିକରଣ (ଜନଧନ ଯୋଜନା) ଏବଂ ସାମୂହିକ ଟିକାକରଣ (ମିଶନ ଇନ୍ଦ୍ରଧନୁଷ) କାର୍ଯ୍ୟକ୍ରମ ସମ୍ପର୍କରେ ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ତିନି ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ସରକାରୀ କଳ ଏକତ୍ର ହୋଇ ଦଳଗତ ଭାବେ କାର୍ଯ୍ୟ କରିବାର ଶ୍ରେଷ୍ଠ ଫଳାଫଳ ମିଳିପାରିଛି । ସେ କହିଥିଲେ ଯେ ସଂସ୍ଥାଗୁଡ଼ିକ ପରିଣାମମୁଖୀ ହେବା ଆବଶ୍ୟକ ।
ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଲୋକମାନଙ୍କ ଠାରୁ ଏଥିପାଇଁ ବଡ଼ ସହାୟତା ମିଳିପାରିଛି ଏବଂ ଏହା ପ୍ରଶାସନିକସ୍ତରରେ ପରିବର୍ତ୍ତନ ଆଣିପାରିଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୁଲାଇ ପହିଲା ଠାରୁ ବସ୍ତୁ ଓ ସେବାକର – ଜିଏସଟି କାର୍ଯ୍ୟକାରୀ ହେଲେ ଏହା ଦେଶ ଇତିହାସର ମୋଡ଼ ବଦଳାଇଦେବ । ଏହାକୁ ସୂଚାରୁ ରୂପେ କାର୍ଯ୍ୟକାରୀ କରି ପରିବର୍ତ୍ତନ ଆଣିବା ଲାଗି ପୂର୍ଣ୍ଣସକ୍ରିୟ ଭାବେ ପ୍ରସ୍ତୁତ ହେବା ଲାଗି ସେ ସଚିବମାନଙ୍କୁ ପ୍ରସ୍ତୁତ ରହିବାକୁ କହିଥିଲେ ।
ଆଜି ଭାରତ ବିଶ୍ୱକୁ ଏକ ଭିନ୍ନ ଦୃଷ୍ଟିରେ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଏହି ସୁଯୋଗକୁ ହାତଛଡ଼ା କରିବା ଉଚିତ୍ ନୁହେଁ ବୋଲି ମତପ୍ରକାଶ କରିଥିଲେ । ବୈଶ୍ଵିକ ପ୍ରତ୍ୟାଶା ପୂରଣ କରିବା ଲାଗି ବ୍ୟବସ୍ଥା ପ୍ରସ୍ତୁତ କରିବା ସକାଶେ ପ୍ରଧାନମନ୍ତ୍ରୀ ସଚିବମାନଙ୍କୁ ପରାମର୍ଶ ଦେଇଥିଲେ ।
ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶର 100ଟି ପଛୁଆ ଜିଲ୍ଲାର ବିକାଶ ଲାଗି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ସେ କହିଥିଲେ ଯେ ଏହି ଜିଲ୍ଲାଗୁଡ଼ିକର ବିକାଶ ପାଇଁ କମ୍ ସମୟ ମଧ୍ୟରେ ବିଭିନ୍ନ ମାପଦଣ୍ଡ ଉପରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ କରିବା ଦିଗରେ କାର୍ଯ୍ୟକରିବା ଆବଶ୍ୟକ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ରାଜନାଥ ସିଂ, ଶ୍ରୀ ଅରୁଣ ଜେଟଲୀ, ଶ୍ରୀମତି ସୁଷମା ସ୍ୱରାଜ ଏବଂ ଶ୍ରୀ ନୀତିନ ଗଡ଼କରୀ ମଧ୍ୟ ସଚିବମାନଙ୍କୁ ସମ୍ବୋଧନ କରିଥିଲେ ।
ଏଥିପୂର୍ବରୁ ସଚିବମାନେ ପ୍ରଶାସନର ବିଭିନ୍ନ କ୍ଷେତ୍ର ପାଇଁ କେତେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ।
Met Secretaries to the Government of India and had a comprehensive interaction with them on key policy areas. https://t.co/LPj5T8onvB pic.twitter.com/q6m9UTqjKd
— Narendra Modi (@narendramodi) June 5, 2017
One of this Government's constant endeavours is to transform administrative mechanisms & ensure systems are outcome oriented.
— Narendra Modi (@narendramodi) June 5, 2017
Secretaries and I also discussed methods to further strengthen the development apparatus in the 100 most backward districts of India.
— Narendra Modi (@narendramodi) June 5, 2017