Search

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କ ଲାଗି ମହଙ୍ଗା ସହାୟତାକୁ କ୍ୟାବିନେଟ୍‌ ମଞ୍ଜୁରୀ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା (ଡିଏ) ଏବଂ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତା (ଡିଆର)ର ଏକ ଅତିରିକ୍ତ କିସ୍ତିକୁ ମଞ୍ଜୁର କରାଯାଇଛି । ଦରଦାମ ବୃଦ୍ଧିର ଭରଣା କରିବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ବର୍ତ୍ତମାନର ମୂଳ ଦରମା/ପେନସନର ୬୦% ହାର ଉପରେ ଅତିରିକ୍ତ ୩% ବୃଦ୍ଧି ହୋଇଛି । ବର୍ଦ୍ଧିତ ଡିଏ ଏବଂ ଡିଆର ଜୁଲାଇ ପହିଲା ୨୦୨୬ ଠାରୁ ଲାଗୁ ହେବ ।

 

ମହଙ୍ଗା ଭତ୍ତା ଏବଂ ମହଙ୍ଗା ସହାୟତାରେ ଏହି ବୃଦ୍ଧି ଫଳରେ ସରକାରୀ ରାଜକୋଷ ଉପରେ ମିଳିତ ଭାବେ ବାର୍ଷିକ ୧୦,୦୧୬.୧୦ କୋଟି ଟଙ୍କାର ବୋଝ ପଡ଼ିବ । ଏହାଦ୍ୱାରା ୪୮.୫୪ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ୬୮.୭୧ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

 

ସପ୍ତମ କେନ୍ଦ୍ରୀୟ ବେତନ ଆୟୋଗର ସୁପାରିସ ଆଧାରରେ ଗୃହୀତ ସୂତ୍ର ଅନୁଯାୟୀ ଏହି ବୃଦ୍ଧି କରାଯାଇଛି ।

 

********

 

PS/Swadhin/ Manoj