Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେନ୍ଦ୍ର ସରକାର ଓ କେନ୍ଦ୍ର ସରକାରୀ ସଂସ୍ଥାର ଅଭିଜ୍ଞ ଡାକ୍ତରମାନଙ୍କୁ ଶିକ୍ଷା, କ୍ଲିନିକାଲ/ଜନ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମରେ ସାମିଲ କରିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି


କେନ୍ଦ୍ର ସରକାର ଏବଂ କେନ୍ଦ୍ର ସରକାରଙ୍କ ସଂସ୍ଥାର ଅଭିଜ୍ଞ ଡାକ୍ତରମାନଙ୍କୁ ଶିକ୍ଷା, କ୍ଲିନିକାଲ, ଜନ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ସାମିଲ କରାଯିବା ପ୍ରସ୍ତାବକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ।

କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସେବା (ସିଏଚଏସ) ଏବଂ ଅନ୍ୟ ମନ୍ତ୍ରଣାଳୟ/ବିଭାଗ/କେନ୍ଦ୍ର ସରକାରଙ୍କ ସଂସ୍ଥାର ଡାକ୍ତରମାନଙ୍କ ବୟସ  62 ବର୍ଷ ପୂରଣ ହେବା ପରେ ବିଶେଷଜ୍ଞତା କ୍ଷେତ୍ରରେ କାର୍ଯ୍ୟ କରିବା ଲାଗି ସେମାନଙ୍କୁ ସକ୍ଷମ କରିବା ଏହି ଅନୁମୋଦନର ଉଦ୍ଦେଶ୍ୟ । ଏଥିପାଇଁ 15.06.2016ରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ହୋଇଥିବା ନିଷ୍ପତ୍ତିରେ ସଂଶୋଧନ ଆଣିବାକୁ ହେବ । ଯାହାଦ୍ୱାରା ସଦ୍ୟ ନିଷ୍ପତ୍ତିକୁ ପ୍ରଭାବୀ ଢଙ୍ଗରେ ଲାଗୁ କରିବା ନିମନ୍ତେ ସୃଷ୍ଟି ହେଉଥିବା ଜଟିଳତାକୁ ଦୂର କରାଯାଇପାରିବ ।

ପ୍ରମୁଖ ପ୍ରଭାବ : 

ଏହାଦ୍ୱାରା ଚିକିତ୍ସା ଶିକ୍ଷା, କ୍ଲିନିକାଲ/ରୋଗୀ ଯତ୍ନ ସେବା ଏବଂ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମକୁ ଲାଗୁ କରିବା ନିମନ୍ତେ ଅଧିକ ଅଭିଜ୍ଞ ଡାକ୍ତରମାନଙ୍କ ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ । ଏହାଦ୍ୱାରା ଅତିରିକ୍ତ କ୍ଷମତା ସୃଷ୍ଟି ହେବ ଏବଂ କେନ୍ଦ୍ର ସରକାରଙ୍କ ଡାକ୍ତରମାନଙ୍କ ନେତୃତ୍ୱ ବିକଶିତ ହେବ ।

ହିତାଧିକାରୀ :

ଏହି ନିଷ୍ପତ୍ତି ଦ୍ୱାରା ରୋଗୀ/କ୍ଲିନିକାଲ ସେବା, ଚିକିତ୍ସା ପ୍ରଶିକ୍ଷଣ ଏବଂ ଜାତୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମଗୁଡ଼ିକ କାର୍ଯ୍ୟକାରୀ କରିବାରେ ଯଥେଷ୍ଟ ଅଭିଜ୍ଞ ଡାକ୍ତର ଉପଲବ୍ଧ ହୋଇପାରିବେ । ଯାହାଦ୍ୱାରା ସମାଜକୁ ଲାଭ ମିଳିପାରିବ ।

ଦେଶରେ ଏହି ପ୍ରସ୍ତାବର ଲାଭ ତୃଣମୂଳସ୍ତରରେ ଅନୁଭୂତ ହୋଇପାରିବ ।

 

**********