ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମରେ ୮,୮୦୦ କୋଟି ଟଙ୍କା ମୂଲ୍ୟର ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ଭଗବାନ ଆଦି ଶଙ୍କରାଚାର୍ଯ୍ୟଙ୍କ ଜନ୍ମବାର୍ଷିକୀର ପବିତ୍ର ଅବସରରେ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ତିନି ବର୍ଷ ପୂର୍ବେ ସେପ୍ଟେମ୍ବର ମାସରେ, ସେ ଆଦି ଶଙ୍କରାଚାର୍ଯ୍ୟଙ୍କ ପୂଜ୍ୟ ଜନ୍ମସ୍ଥାନ ପରିଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ। ତାଙ୍କ ସଂସଦୀୟ କ୍ଷେତ୍ର କାଶୀର ବିଶ୍ୱନାଥ ଧାମ ପରିସରରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠିତ ହୋଇଥିବାରୁ ସେ ଆନନ୍ଦ ପ୍ରକାଶ କରିଥିଲେ। ଏହି ପ୍ରତିଷ୍ଠାନ ଆଦି ଶଙ୍କରାଚାର୍ଯ୍ୟଙ୍କ ବ୍ୟାପକ ଆଧ୍ୟାତ୍ମିକ ଜ୍ଞାନ ଏବଂ ଶିକ୍ଷା ପ୍ରତି ଏକ ଶ୍ରଦ୍ଧାଞ୍ଜଳିର ସ୍ୱରୂପ ବୋଲି ସେ ଗୁରୁତ୍ୱାରୋପ କରିଥିଲେ। ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ତାଙ୍କୁ ଉତ୍ତରାଖଣ୍ଡର ପବିତ୍ର କେଦାରନାଥ ଧାମରେ ଆଦି ଶଙ୍କରାଚାର୍ଯ୍ୟଙ୍କ ଦିବ୍ୟ ପ୍ରତିମା ଉନ୍ମୋଚନ କରିବାର ଗୌରବ ମଧ୍ୟ ମିଳିଥିଲା। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଆଉ ଏକ ସ୍ୱତନ୍ତ୍ର ଅବସର, କାରଣ ଆଜି କେଦାରନାଥ ମନ୍ଦିରର ଦ୍ୱାର ଭକ୍ତମାନଙ୍କ ପାଇଁ ଖୋଲାଯାଇଛି। କେରଳରୁ ଜନ୍ମିତ ଆଦି ଶଙ୍କରାଚାର୍ଯ୍ୟ ଦେଶର ବିଭିନ୍ନ କୋଣରେ ମଠ ପ୍ରତିଷ୍ଠା କରିଥିଲେ, ଯାହା ଦ୍ୱାରା ଜାତୀୟ ଚେତନା ଜାଗ୍ରତ ହୋଇଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ। ସେ କହିଥିଲେ, ଆଦି ଶଙ୍କରଙ୍କ ପ୍ରୟାସ ଏକ ସୁସଂହତ ଏବଂ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ ଭାରତ ପାଇଁ ମୂଳଦୁଆ ସ୍ଥାପନ କରିଥିଲା।
ଶ୍ରୀ ମୋଦୀ କହିଥିଲେ, କେରଳର ଗୋଟିଏ ପାର୍ଶ୍ୱରେ ରହିଥିବା ଅପାର ସମ୍ଭାବନାରେ ପରିପୂର୍ଣ୍ଣ ବିଶାଳ ସମୁଦ୍ର ଏବଂ ଅନ୍ୟପଟେ ପ୍ରକୃତିର ମନୋରମ ସୌନ୍ଦର୍ଯ୍ୟ ଏହାର ମହିମାକୁ ଆହୁରି ବୃଦ୍ଧି କରିଛି। ଏସବୁ ମଧ୍ୟରେ, ଭିଜିଞ୍ଜାମ ଗଭୀର ଜଳ ସମୁଦ୍ର ବନ୍ଦର ଏବେ ନୂତନ ଯୁଗର ବିକାଶର ପ୍ରତୀକ ଭାବରେ ଉଭା ହୋଇଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ସେ କେରଳବାସୀ ଏବଂ ସମଗ୍ର ଦେଶକୁ ଅଭିନନ୍ଦନ ଜଣାଇଛନ୍ତି।
ଭିଜିଞ୍ଜାମ ଗଭୀର ଜଳ ସମୁଦ୍ର ବନ୍ଦରକୁ ୮୮୦୦ କୋଟି ଟଙ୍କା ଖର୍ଚ୍ଚରେ ବିକଶିତ କରାଯାଇଛି ବୋଲି ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଗାମୀ ବର୍ଷ ଗୁଡ଼ିକରେ ଏହି ଟ୍ରାନ୍ସସିପମେଣ୍ଟ ହବ୍ର କ୍ଷମତା ତିନିଗୁଣ ବୃଦ୍ଧି ପାଇବ, ଯାହା ଦ୍ୱାରା ବିଶ୍ୱର କିଛି ବୃହତ୍ତମ ମାଲବାହୀ ଜାହାଜର ସୁଗମ ଆଗମନ ସମ୍ଭବ ହେବ।
ଭାରତର ୭୫% ଟ୍ରାନ୍ସସିପମେଣ୍ଟ କାର୍ଯ୍ୟ ପୂର୍ବରୁ ବିଦେଶୀ ବନ୍ଦର ଗୁଡ଼ିକରେ କରାଯାଉଥିଲା, ଯାହା ଫଳରେ ଦେଶ ପାଇଁ ଯଥେଷ୍ଟ ରାଜସ୍ୱ କ୍ଷତି ହେଉଥିଲା ବୋଲି ସେ ଦର୍ଶାଇଥିଲେ। ଏହି ପରିସ୍ଥିତି ଏବେ ବଦଳିବାକୁ ଯାଉଛି ବୋଲି ଗୁରୁତ୍ୱାରୋପ କରି ସେ ଦୃଢ଼ତାର ସହିତ କହିଥିଲେ ଯେ, ଭାରତର ଟଙ୍କା ଏବେ ଭାରତର ସେବା କରିବ ଏବଂ ଦେଶ ବାହାରେ ପ୍ରବାହିତ ହେଉଥିବା ପାଣ୍ଠି ଏବେ କେରଳ ଏବଂ ଭିଜିଞ୍ଜାମର ଲୋକଙ୍କ ପାଇଁ ନୂତନ ଆର୍ଥିକ ସୁଯୋଗ ସୃଷ୍ଟି କରିବ ।
ଶ୍ରୀ ମୋଦୀ ମତ ଦେଇଥିଲେ ଯେ ଉପନିବେଶବାଦୀ ଶାସନ ପୂର୍ବରୁ ଭାରତ ଶତାବ୍ଦୀର ସମୃଦ୍ଧି ଦେଖିଥିଲା, ସେ ଗୁରୁତ୍ୱାରୋପ କରିଥିଲେ ଯେ ଏମିତି ଏକ ସମୟ ଥିଲା, ଯେତେବେଳେ ବିଶ୍ୱ ଜିଡିପିରେ ଭାରତର ଏକ ପ୍ରମୁଖ ଅଂଶ ଥିଲା। ସେହି ଯୁଗରେ ଭାରତକୁ ଅନ୍ୟ ରାଷ୍ଟ୍ରମାନଙ୍କଠାରୁ ଭିନ୍ନ କରୁଥିବା ବିଷୟ ହେଉଛି ଏହାର ସାମୁଦ୍ରିକ କ୍ଷମତା ଏବଂ ବନ୍ଦର ସହରଗୁଡ଼ିକର ଆର୍ଥିକ କାର୍ଯ୍ୟକଳାପ ବୋଲି ସେ ଆଲୋକପାତ କରିଥିଲେ । ଏହି ସାମୁଦ୍ରିକ ଶକ୍ତି ଏବଂ ଆର୍ଥିକ ଅଭିବୃଦ୍ଧିରେ କେରଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଉଲ୍ଲେଖ କରି, ସେ ସାମୁଦ୍ରିକ ବାଣିଜ୍ୟରେ କେରଳର ଐତିହାସିକ ଭୂମିକା ଉପରେ ଆଲୋକପାତ କରିଥିଲେ । ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଆରବ ସାଗର ଦେଇ ଭାରତ ବହୁ ରାଷ୍ଟ୍ର ସହିତ ବାଣିଜ୍ୟିକ ସମ୍ପର୍କ ବଜାୟ ରଖିଛି। ସେ ଉଲ୍ଲେଖ କରିଥିଲେ ଯେ କେରଳରୁ ଜାହାଜଗୁଡ଼ିକ ବିଭିନ୍ନ ଦେଶକୁ ସାମଗ୍ରୀ ପରିବହନ କରିଥାଏ, ଯାହା ଏହାକୁ ବିଶ୍ୱ ବାଣିଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର କରିଥାଏ। ଆଜି, ଭାରତ ସରକାର ଏହି ଆର୍ଥିକ ଶକ୍ତିର ପଥକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ” ବୋଲି ସେ କହିବା ସହିତ ଦୃଢ଼ତାର ସହିତ ଏହା ଉଲ୍ଲେଖ କରିଥିଲେ ଯେ, “ଭାରତର ଉପକୂଳବର୍ତ୍ତୀ ରାଜ୍ୟ ଏବଂ ବନ୍ଦର ସହରଗୁଡ଼ିକ ଏକ ବିକଶିତ ଭାରତର ଅଭିବୃଦ୍ଧିର ପ୍ରମୁଖ କେନ୍ଦ୍ର ହେବ”।
“ଯେତେବେଳେ ଭିତ୍ତିଭୂମି ଏବଂ ବ୍ୟବସାୟ କରିବାର ସହଜତାକୁ ଏକାଠି ପ୍ରୋତ୍ସାହିତ କରାଯାଏ, ବନ୍ଦର ଅର୍ଥନୀତି ଏହାର ପୂର୍ଣ୍ଣ ସମ୍ଭାବନାରେ ପହଞ୍ଚିଥାଏ” ବୋଲି ପ୍ରଧାନମନ୍ତ୍ରୀ ଜୋର ଦେଇ କହିଥିଲେ। ସେ ଆଲୋକପାତ କରିଥିଲେ ଯେ , ସରକାର ରାଜ୍ୟଗୁଡ଼ିକର ଶିଳ୍ପ କାର୍ଯ୍ୟକଳାପ ଏବଂ ସାମଗ୍ରିକ ବିକାଶ ପାଇଁ ପ୍ରୟାସକୁ ତ୍ୱରାନ୍ୱିତ କରିଛନ୍ତି। ସେ ଆହୁରି ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ, ଭାରତ ସରକାର, ରାଜ୍ୟ ସରକାରଙ୍କ ସହଯୋଗରେ, ସାଗରମାଳା ପ୍ରକଳ୍ପ ଅଧୀନରେ ବନ୍ଦର ଭିତ୍ତିଭୂମିକୁ ଉନ୍ନତ କରିଛନ୍ତି ଏବଂ ବନ୍ଦର ସଂଯୋଗୀକରଣକୁ ସୁଦୃଢ଼ କରିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଗତି ଶକ୍ତି ଅଧୀନରେ, ସୁଗମ ସଂଯୋଗୀକରଣ ପାଇଁ ଜଳପଥ, ରେଳପଥ, ରାଜପଥ ଏବଂ ବାୟୁପଥକୁ ଦ୍ରୁତ ଗତିରେ ସଂଯୋଜିତ କରାଯାଉଛି। ବ୍ୟବସାୟ କରିବାର ସହଜତାରେ ଏହି ସଂସ୍କାରଗୁଡ଼ିକ ବନ୍ଦର ଏବଂ ଭିତ୍ତିଭୂମି କ୍ଷେତ୍ରରେ ଅଧିକ ନିବେଶକୁ ନେଇଛି ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ଭାରତ ସରକାର ଭାରତୀୟ ନାବିକମାନଙ୍କ ସମ୍ଵନ୍ଧୀୟ ନିୟମାବଳୀରେ ମଧ୍ୟ ସଂସ୍କାର ଆଣିଛନ୍ତି, ଯାହାର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ମିଳିଛି। ସେ ଦର୍ଶାଇଥିଲେ ଯେ ୨୦୧୪ ମସିହାରେ ଭାରତୀୟ ନାବିକଙ୍କ ସଂଖ୍ୟା ୧.୨୫ ଲକ୍ଷରୁ କମ୍ ଥିଲା। ଆଜି ଏହି ସଂଖ୍ୟା ୩.୨୫ ଲକ୍ଷ ଅତିକ୍ରମ କରିଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଭାରତ ଏବେ ନାବିକ ସଂଖ୍ୟା ଦୃଷ୍ଟିରୁ ବିଶ୍ୱ ସ୍ତରରେ ଶ୍ରେଷ୍ଠ ତିନୋଟି ଦେଶ ମଧ୍ୟରେ ସ୍ଥାନ ପାଇଛି।
ବହୁ ଦଶନ୍ଧି ପୂର୍ବେ ବନ୍ଦର ଗୁଡ଼ିକରେ ଜାହାଜଗୁଡ଼ିକୁ ଦୀର୍ଘ ସମୟ ଅପେକ୍ଷା କରିବା ଭଳି ସମସ୍ୟାର ସାମନା କରିବାକୁ ପଡୁଥିଲା, ଯାହା ଫଳରେ ଅନଲୋଡିଂ କାର୍ଯ୍ୟରେ ଯଥେଷ୍ଟ ବିଳମ୍ବ ହେଉଥିଲା, ଏହା ଉପରେ ଆଲୋକପାତ କରି ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଏହି ମାନ୍ଦାବସ୍ଥା ବ୍ୟବସାୟ, ଶିଳ୍ପ ଏବଂ ସାମଗ୍ରିକ ଅର୍ଥନୀତିକୁ ପ୍ରଭାବିତ କରିଥିଲା। ସେ ଗୁରୁତ୍ୱାରୋପ କରିଥିଲେ ଯେ ପରିସ୍ଥିତି ଏବେ ପରିବର୍ତ୍ତିତ ହୋଇଛି ଏବଂ ଗତ ୧୦ ବର୍ଷ ମଧ୍ୟରେ, ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ଜାହାଜ ଘୁରି ବୁଲିବା ସମୟକୁ ୩୦% ହ୍ରାସ କରିଛନ୍ତି, ଯାହା ଫଳରେ କାର୍ଯ୍ୟକ୍ଷମତାରେ ଉନ୍ନତି ଘଟିଛି। ସେ ମନ୍ତବ୍ୟ ଦେଇଥିଲେ ଯେ, ବର୍ଦ୍ଧିତ ବନ୍ଦର ଦକ୍ଷତା ଯୋଗୁଁ, ଭାରତ ଏବେ କମ୍ ସମୟ ମଧ୍ୟରେ ଅଧିକ ପରିମାଣର ମାଲ ପରିବହନ କରୁଛି, ଯାହା ଦେଶର ଲଜିଷ୍ଟିକ୍ସ ଏବଂ ବାଣିଜ୍ୟ କ୍ଷମତାକୁ ସୁଦୃଢ଼ କରୁଛି।
“ଭାରତର ସାମୁଦ୍ରିକ ସଫଳତା ଏକ ଦଶନ୍ଧିର ଦୃଷ୍ଟିକୋଣ ଏବଂ ପ୍ରୟାସର ପରିଣାମ”, ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହିତ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ଭାରତ ଏହାର ବନ୍ଦର ଗୁଡ଼ିକର କ୍ଷମତା ଦ୍ୱିଗୁଣିତ କରିଛି ଏବଂ ଏହାର ଜାତୀୟ ଜଳପଥକୁ ଆଠ ଗୁଣ ବିସ୍ତାର କରିଛି। ସେ ଉଲ୍ଲେଖ କରିଥିଲେ ଯେ ଆଜି ଦୁଇଟି ଭାରତୀୟ ବନ୍ଦର ବିଶ୍ୱର ଶ୍ରେଷ୍ଠ ୩୦ ବନ୍ଦର ମଧ୍ୟରେ ସ୍ଥାନ ପାଇଛି, ଯେତେବେଳେ କି ଲଜିଷ୍ଟିକ୍ସ ପ୍ରଦର୍ଶନ ସୂଚକାଙ୍କରେ ଭାରତର ସ୍ଥାନ ମଧ୍ୟ ଉନ୍ନତ ହୋଇଛି। ଏହା ସହିତ, ସେ ସୂଚାଇଥିଲେ ଯେ ଭାରତ ଏବେ ବିଶ୍ୱ ଜାହାଜ ନିର୍ମାଣରେ ଶ୍ରେଷ୍ଠ ୨୦ଟି ଦେଶ ମଧ୍ୟରେ ଅଛି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ମନ୍ତବ୍ୟ ଦେଇଥିଲେ ଯେ ଦେଶର ମୌଳିକ ଭିତ୍ତିଭୂମିକୁ ସୁଦୃଢ଼ କରିବା ପରେ, ଏବେ ବିଶ୍ୱ ବାଣିଜ୍ୟରେ ଭାରତର ରଣନୈତିକ ସ୍ଥିତି ଆଡ଼କୁ ଧ୍ୟାନ ଦିଆଯାଇଛି। ସେ ସାମୁଦ୍ରିକ ଅମୃତ କାଳ ଦୃଷ୍ଟିକୋଣର ଶୁଭାରମ୍ଭ ଘୋଷଣା କରିଥିଲେ, ଯାହା ଏକ ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବା ପାଇଁ ଭାରତର ସାମୁଦ୍ରିକ ରଣନୀତିକୁ ରୂପରେଖ ପ୍ରଦାନ କରେ। ସେ ଜି – ୨୦ ଶିଖର ସମ୍ମିଳନୀକୁ ମନେ ପକାଇଲେ, ଯେଉଁଠାରେ ଭାରତ ଅନେକ ପ୍ରମୁଖ ଦେଶ ସହିତ ସହଯୋଗ କରି ଭାରତ – ମଧ୍ୟପ୍ରାଚ୍ୟ – ୟୁରୋପ ଅର୍ଥନୈତିକ କରିଡର ପ୍ରତିଷ୍ଠା କରିଥିଲା, ଯେଉଁ କରିଡରରେ କେରଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯାଇଥୁଲା।
ଭାରତର ସାମୁଦ୍ରିକ ଶିଳ୍ପକୁ ନୂତନ ଉଚ୍ଚତାରେ ପହଞ୍ଚାଇବାରେ ଘରୋଇ କ୍ଷେତ୍ରର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ କହିଥିଲେ ଯେ, ସରକାରୀ – ବେସରକାରୀ ସହଭାଗୀତା ଅଧୀନରେ ଗତ ୧୦ ବର୍ଷ ମଧ୍ୟରେ ହଜାର ହଜାର କୋଟି ଟଙ୍କା ନିବେଶ କରାଯାଇଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ସହଯୋଗ ଭାରତର ବନ୍ଦରଗୁଡ଼ିକୁ କେବଳ ବିଶ୍ୱ ମାନଦଣ୍ଡରେ ଉନ୍ନୀତ କରିନାହିଁ ବରଂ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିଛି। ଘରୋଇ କ୍ଷେତ୍ରର ଅଂଶଗ୍ରହଣ ନବସୃଜନକୁ ପ୍ରେରଣା ଦେଇଛି ଏବଂ ଦକ୍ଷତା ବୃଦ୍ଧି କରିଛି ବୋଲି ସେ ଉଲ୍ଲେଖ କରିଥିଲେ।
ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ ଯେ ଭାରତ କୋଚିରେ ଏକ ଜାହାଜ ନିର୍ମାଣ ଏବଂ ମରାମତି କ୍ଲଷ୍ଟର ପ୍ରତିଷ୍ଠା ଦିଗରେ ଅଗ୍ରସର ହେଉଛି। ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହା ସମ୍ପୂର୍ଣ୍ଣ ହେବା ପରେ, ଏହି କ୍ଲଷ୍ଟର ଅନେକ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ, ଯାହା କେରଳର ସ୍ଥାନୀୟ ପ୍ରତିଭା ଏବଂ ଯୁବପିଢ଼ିଙ୍କୁ ଅଭିବୃଦ୍ଧି ପାଇଁ ଏକ ମଞ୍ଚ ପ୍ରଦାନ କରିବ। ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ , ଭାରତ ଏବେ ଏହାର ଜାହାଜ ନିର୍ମାଣ କ୍ଷମତାକୁ ସୁଦୃଢ଼ କରିବା ପାଇଁ ମହତ୍ୱାକାଂକ୍ଷୀ ଲକ୍ଷ୍ୟ ସ୍ଥିର କରୁଛି। ସେ ଉଲ୍ଲେଖ କରିଥିଲେ ଯେ, ଚଳିତ ବର୍ଷର କେନ୍ଦ୍ର ବଜେଟରେ ଭାରତରେ ବଡ଼ ଜାହାଜ ନିର୍ମାଣକୁ ପ୍ରୋତ୍ସାହିତ କରିବା ପାଇଁ ଏକ ନୂତନ ନୀତି ପ୍ରଣୟନ କରାଯାଇଛି, ଯାହା ଉତ୍ପାଦନ କ୍ଷେତ୍ରକୁ ଯଥେଷ୍ଟ ପ୍ରୋତ୍ସାହିତ କରିବ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଏହି ପଦକ୍ଷେପ ଏମଏସଏମଇ ପାଇଁ ସିଧାସଳଖ ଲାଭଦାୟକ ହେବ, ଯାହା ଦେଶବ୍ୟାପୀ ବହୁ ସଂଖ୍ୟକ ନିଯୁକ୍ତି ଏବଂ ଉଦ୍ୟୋଗୀ ହେବା ପାଇଁ ସୁଯୋଗ ସୃଷ୍ଟି କରିବ।
“ଯେତେବେଳେ ଭିତ୍ତିଭୂମି ନିର୍ମାଣ ହୁଏ, ବାଣିଜ୍ୟ ବିସ୍ତାର ହୁଏ ଏବଂ ସାଧାରଣ ଲୋକଙ୍କ ମୌଳିକ ଆବଶ୍ୟକତା ପୂରଣ ହୁଏ ସେତେବେଳେ ପ୍ରକୃତ ବିକାଶ ହାସଲ ହୁଏ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରି କହିଥିଲେ ଯେ, ଗତ ୧୦ ବର୍ଷ ମଧ୍ୟରେ କେରଳର ଲୋକମାନେ ଦ୍ରୁତ ପ୍ରଗତି ଦେଖିଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, କୋଲାମ ବାଇପାସ୍ ଏବଂ ଆଲାପୁଝା ବାଇପାସ୍ ଭଳି ପ୍ରକଳ୍ପ , ଯାହା ବର୍ଷ ବର୍ଷ ଧରି ଅଟକି ରହିଥିଲା, ଭାରତ ସରକାର ସେଗୁଡ଼ିକୁ ଆଗକୁ ବଢ଼ାଉଛନ୍ତି। ସେ ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ , କେରଳକୁ ଆଧୁନିକ ବନ୍ଦେ ଭାରତ ଟ୍ରେନ ଯୋଗାଇ ଦିଆଯାଇଛି, ଯାହା ଏହାର ପରିବହନ ନେଟୱାର୍କ ଏବଂ ସଂଯୋଗକୁ ଆହୁରି ସୁଦୃଢ଼ କରିଛି।
ଶ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ ଯେ , ଭାରତ ସରକାର ଏହି ନୀତିରେ ଦୃଢ଼ ଭାବରେ ବିଶ୍ୱାସ କରନ୍ତି ଯେ କେରଳର ବିକାଶ ଭାରତର ସାମଗ୍ରିକ ଅଭିବୃଦ୍ଧିରେ ଯୋଗଦାନ ଦିଏ । ସେ ମନ୍ତବ୍ୟ ଦେଇଥିଲେ ଯେ, ସରକାର ସହଯୋଗୀ ସଂଘୀୟତାର ଭାବନାରେ କାର୍ଯ୍ୟ କରୁଛନ୍ତି, ଗତ ଦଶନ୍ଧି ମଧ୍ୟରେ ପ୍ରମୁଖ ସାମାଜିକ ମାନଦଣ୍ଡରେ କେରଳର ପ୍ରଗତି ସୁନିଶ୍ଚିତ କରୁଛନ୍ତି। ସେ ଜଳ ଜୀବନ ମିଶନ, ଉଜ୍ଜ୍ୱଳା ଯୋଜନା, ଆୟୁଷ୍ମାନ ଭାରତ ଏବଂ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ସମେତ କେରଳର ଲୋକମାନଙ୍କୁ ଲାଭ ପହଞ୍ଚାଇଥିବା ଅନେକ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।
ମତ୍ସ୍ୟଜୀବୀଙ୍କ କଲ୍ୟାଣ ଏକ ସର୍ବୋଚ୍ଚ ପ୍ରାଥମିକତା ବୋଲି ପୁନରାବୃତ୍ତି କରି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ନୀଳ ବିପ୍ଳବ ଏବଂ ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ କେରଳ ପାଇଁ ଶହ ଶହ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି। ସେ ପୋନାନି ଏବଂ ପୁଥିୟାପ୍ପା ସମେତ ମାଛ ଧରିବା ବନ୍ଦରଗୁଡ଼ିକର ଆଧୁନିକୀକରଣ ଉପରେ ଆହୁରି ଆଲୋକପାତ କରିଥିଲେ । ଏହା ସହିତ, ସେ ମନ୍ତବ୍ୟ ଦେଇଥିଲେ ଯେ କେରଳର ହଜାର ହଜାର ମତ୍ସ୍ୟଜୀବୀଙ୍କୁ କିଷାନ କ୍ରେଡିଟ୍ କାର୍ଡ ପ୍ରଦାନ କରାଯାଇଛି, ଯାହା ସେମାନଙ୍କୁ ଶହ ଶହ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିପାରିଛି।
କେରଳ ସର୍ବଦା ସଦୟତା ଏବଂ ସହନଶୀଳତାର ଭୂମି ହୋଇ ରହିଆସିଛି ବୋଲି ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ ଯେ ଶହ ଶହ ବର୍ଷ ପୂର୍ବରୁ, ବିଶ୍ୱର ସବୁଠାରୁ ପୁରୁଣା ଚର୍ଚ୍ଚ ମଧ୍ୟରୁ ଗୋଟିଏ ସେଣ୍ଟ ଥମାସ ଚର୍ଚ୍ଚ ଏଠାରେ ପ୍ରତିଷ୍ଠିତ ହୋଇଥିଲା। କିଛି ଦିନ ପୂର୍ବେ ପୋପ୍ ଫ୍ରାନ୍ସିସ୍ ଙ୍କ ଦେହାନ୍ତ ପରେ ସାରା ବିଶ୍ୱକୁ ଦୁଃଖ ଦେଇଥିବା ସାମ୍ପ୍ରତିକ ମୁହୂର୍ତ୍ତକୁ ସେ ସ୍ୱୀକାର କରିଛନ୍ତି, ଯାହା ଏକ ଗଭୀର ଐତିହ୍ୟ ଛାଡିଯାଇଛି। ସେ ଆହୁରି କହିଛନ୍ତି ଯେ , ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅନ୍ତିମ ସଂସ୍କାରରେ ଭାରତକୁ ପ୍ରତିନିଧିତ୍ୱ କରିଥିଲେ ଏବଂ ରାଷ୍ଟ୍ର ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଶ୍ରୀ ମୋଦୀ ପୁଣି ଥରେ କେରଳର ପବିତ୍ର ଭୂମିରୁ ଏହି କ୍ଷତିରେ ଶୋକ କରୁଥିବା ସମସ୍ତଙ୍କ ପ୍ରତି ତାଙ୍କର ସମବେଦନା ପ୍ରକାଶ କରିଛନ୍ତି।
ପୋପ୍ ଫ୍ରାନ୍ସିସ୍ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି, ତାଙ୍କର ସେବା ମନୋଭାବ ଏବଂ ଖ୍ରୀଷ୍ଟିଆନ ପରମ୍ପରା ମଧ୍ୟରେ ସମାବେଶୀତାକୁ ସୁନିଶ୍ଚିତ କରିବା ପାଇଁ ତାଙ୍କ ପ୍ରୟାସକୁ ସ୍ୱୀକାର କରି ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ ଯେ, ବିଶ୍ୱ ସର୍ବଦା ତାଙ୍କ ଅବଦାନକୁ ମନେ ରଖିବ। ସେ ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତା ବାଣ୍ଟିଥିଲେ, ପୋପ୍ ଫ୍ରାନ୍ସିସ୍ ଙ୍କୁ ଭେଟିବାର ଅନେକ ସୁଯୋଗ ପାଇଥିବାରୁ କୃତଜ୍ଞତା ପ୍ରକାଶ କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ , ସେ ତାଙ୍କଠାରୁ ବିଶେଷ ଶ୍ରଦ୍ଧା ପାଇଥିଲେ ଏବଂ ମାନବତା, ସେବା ଏବଂ ଶାନ୍ତି ଉପରେ ସେମାନଙ୍କର ଆଲୋଚନାକୁ ପ୍ରଶଂସା କରିଥିଲେ, ଯାହା ତାଙ୍କୁ ପ୍ରେରଣା ଦେଇ ଚାଲିବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଶ୍ରୀ ମୋଦୀ କେରଳକୁ ବିଶ୍ୱ ସାମୁଦ୍ରିକ ବାଣିଜ୍ୟର ଏକ ପ୍ରମୁଖ କେନ୍ଦ୍ର ଭାବରେ କଳ୍ପନା କରିଥିଲେ , ଯାହା ହଜାର ହଜାର ନୂତନ ନିଯୁକ୍ତି ସୃଷ୍ଟି କରିବ ବୋଲି କହିଥିଲେ। ଏହି ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ରାଜ୍ୟ ସରକାରଙ୍କ ସହିତ ମିଶି କାର୍ଯ୍ୟ କରୁଥିବା ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ସେ ପୁନର୍ବାର ଦୋହରାଇଥିଲେ। ଶ୍ରୀ ମୋଦୀ କେରଳର ଲୋକଙ୍କ ଦକ୍ଷତା ଉପରେ ବିଶ୍ୱାସ ପ୍ରକାଶ କରି ଶେଷରେ କହିଥିଲେ ଯେ, “ଭାରତର ସାମୁଦ୍ରିକ କ୍ଷେତ୍ର ନୂତନ ଶିଖରରେ ପହଞ୍ଚିବ”।
କେରଳର ରାଜ୍ୟପାଳ ଶ୍ରୀ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେରଳର ମୁଖ୍ୟମନ୍ତ୍ରୀ ଶ୍ରୀ ପିନାରାଇ ବିଜୟନ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ସୁରେଶ ପ୍ରଭୁ, ଶ୍ରୀ ଜର୍ଜ କୁରିଏନ ପ୍ରମୁଖ ଉପସ୍ଥିତ ଥିଲେ।
ପୃଷ୍ଠଭୂମି
ଭିଜିଞ୍ଜାମ ଅନ୍ତର୍ଜାତୀୟ ଗଭୀର ଜଳ ବହୁମୁଖୀ ବନ୍ଦର ହେଉଛି ଦେଶର ପ୍ରଥମ ସମର୍ପିତ କଣ୍ଟେନର ଟ୍ରାନ୍ସସିପମେଣ୍ଟ ବନ୍ଦର।
ଭିଜିଞ୍ଜାମ ବନ୍ଦରକୁ ଏକ ପ୍ରମୁଖ ପ୍ରାଥମିକତା ପ୍ରକଳ୍ପ ଭାବରେ ଚିହ୍ନଟ କରାଯାଇଛି , ଯାହା ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ସୁଦୃଢ଼ କରିବା, ଲଜିଷ୍ଟିକ୍ସ ଦକ୍ଷତା ବୃଦ୍ଧି କରିବା ଏବଂ କାର୍ଗୋ ପରିବହନ ପାଇଁ ବିଦେଶୀ ବନ୍ଦର ଉପରେ ନିର୍ଭରତା ହ୍ରାସ କରିବାରେ ଯୋଗଦାନ କରିବ। ଏହାର ପ୍ରାକୃତିକ ଗଭୀରତା ପ୍ରାୟ ୨୦ ମିଟର ଏବଂ ବିଶ୍ୱର ସବୁଠାରୁ ବ୍ୟସ୍ତବହୁଳ ସାମୁଦ୍ରିକ ବାଣିଜ୍ୟ ମାର୍ଗ ମଧ୍ୟରୁ ଗୋଟିଏ ନିକଟରେ ଏହାର ଅବସ୍ଥିତି ବିଶ୍ୱ ବାଣିଜ୍ୟରେ ଭାରତର ସ୍ଥିତିକୁ ଆହୁରି ସୁଦୃଢ଼ କରେ।
***
SSP
At the programme in Thiruvananthapuram, paid homage to His Holiness Pope Francis. pic.twitter.com/0EJFlPaWGq
— Narendra Modi (@narendramodi) May 2, 2025
Tribute to the great Adi Shankaracharya. pic.twitter.com/HjtH1v0GG4
— PMO India (@PMOIndia) May 2, 2025
India's coastal states and our port cities will become key centres of growth for a Viksit Bharat. pic.twitter.com/HuDnlbeLiI
— PMO India (@PMOIndia) May 2, 2025
Boosting multi-modal connectivity. pic.twitter.com/SZqAkOMCTN
— PMO India (@PMOIndia) May 2, 2025
The world will always remember Pope Francis for his spirit of service: PM @narendramodi pic.twitter.com/NaIi6W9MCf
— PMO India (@PMOIndia) May 2, 2025
The Vizhinjam International Deepwater Multipurpose Seaport in Kerala is a significant advancement in India's maritime infrastructure. https://t.co/sUeQ5k7TK1
— Narendra Modi (@narendramodi) May 2, 2025
Inauguration of the Vizhinjam Port in Kerala is significant for India’s maritime sector. People have been waiting for this port for many years. It will boost trade, commerce and will be particularly beneficial for Kerala’s economy.
— Narendra Modi (@narendramodi) May 2, 2025
Here are glimpses from today’s programme in… pic.twitter.com/T1QQ00AvSA
My visit to Kerala has happened on a very auspicious day, the Jayanti of Adi Shankaracharya. His contribution towards India’s cultural regeneration will forever be remembered. pic.twitter.com/1ii569wBMR
— Narendra Modi (@narendramodi) May 2, 2025