Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କେୟୁ ଆଇଏଲକୁ ବନ୍ଦ କରିବା ଓ ଏହାର ପଲକ୍କଡ ୟୁନିଟ କେରଳ ସରକାରଙ୍କୁ ହସ୍ତାନ୍ତର ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ


କୋଟା ୟୁନିଟ ଅଫ ଇନଷ୍ଟ୍ରୁମେଣ୍ଟେସନକୁ ବନ୍ଦ କରିବା ଏବଂ ଏହାର ପଲକ୍କଡ ୟୁନିଟ କେରଳ ସରକାରଙ୍କୁ ହସ୍ତାନ୍ତର କରିବା ପ୍ରସ୍ତାବ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି ଲାଭ କରିଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୁଧବାର ଦିନ ଅନୁଷ୍ଠିତ କେନ୍ଦ୍ର କ୍ୟାବନେଟ ବୈଠକ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି ପରିପ୍ରେକ୍ଷୀରେ କୋଟା ୟୁନିଟ ଅଫ ଇନଷ୍ଟ୍ରୁମେଣ୍ଟେସନର କର୍ମଚାରୀମାନଙ୍କୁ ୨୦୦୭ ବେତନ ହାରରେ ଆକର୍ଷଣୀୟ ଭିଆରଏସ/ଭିଏସଏସ ଦେବା ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହି ପ୍ୟାକେଜ ସହ କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ବେତନ ଏବଂ ଅନ୍ୟାନ୍ୟ ସମସ୍ତ ପ୍ରକାର ପ୍ରାପ୍ୟ ପ୍ରଦାନ କରାଯିବ । ଏହାର ଅନୁମାନିକ ପରିମାଣ ୪୩୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।