ପିଏମଇଣ୍ଡିଆ
ମହାମହିମ,
ୟୁନମୋ ସଙ୍ଗ, ବାଣିଜ୍ୟ, ଶିଳ୍ପ ଏବଂ ଶକ୍ତି ମନ୍ତ୍ରୀ,
ଉପସ୍ଥିତ ମାନ୍ୟଗଣ ଉଦ୍ୟୋଗ ନେତୃତ୍ୱ
ବନ୍ଧୁଗଣ,
ସମସ୍ତଙ୍କୁ ଶୁଭ ଅପରାହ୍ନ, ସିଓଲଠାରେ ଆପଣମାନଙ୍କ ସହ ସାକ୍ଷାତ କରି ମୁଁ ଅତ୍ୟନ୍ତ ଖୁସି । 12 ମାସ ମଧ୍ୟରେ କୋରିଆର ଉଦ୍ୟୋଗ ନେତୃତ୍ୱଙ୍କ ସହ ଏହା ମୋର ତୃତୀୟ ସାକ୍ଷାତକାର । ଏହା କିଛି ଲକ୍ଷ୍ୟ ନେଇ କରାଯାଇଛି । ମୁଁ ଅଧିକରୁ ଅଧିକ କୋରିଆର ବ୍ୟବସାୟକୁ ଭାରତକୁ ଆକର୍ଷିତ ହେବାର ଦେଖିବାକୁ ଚାହୁଁଛି । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି ସେତେବେଳେ ମଧ୍ୟ ମୁଁ କୋରିଆ ଗସ୍ତ କରିଥିଲି । କୋରିଆ ସେତେବେଳେ ଏବଂ ଏବେ ମଧ୍ୟ ମୋ ପାଇଁ ଆର୍ଥିକ ବିକାଶର ଏକ ଆଦର୍ଶ ।
ବନ୍ଧୁଗଣ,
ଭାରତ ଆଜି 125 କୋଟି ଜନସାଧାରଣଙ୍କର ଦେଶ ହୋଇପାରିଛି ଯିଏକି ଏକ ବଡ ପରିବର୍ତ୍ତନ ଦେଇ ଗତିକରୁଛି
ଏଥିରେ ହେଉଥିବା ପରିବର୍ତ୍ତନ ମଧ୍ୟରେ,
ସୁଯୋଗ ପ୍ରଦାନକାରୀ ଭୂମି ଭାବେ ଭାରତ ନିଜର ପରିଚୟ ସୃଷ୍ଟି କରିପାରିଛି । ଯେତେବେଳେ ଆମେ ‘ଇଣ୍ଡିଆନ ଡ୍ରିମ’ କୁ ସାକାର କରିବା ପାଁଇ କାର୍ଯ୍ୟ କରୁଛୁ, ସେତେବେଳେ ଆମେ ସମାନ ବିଚାରଧାରା ଥିବା ଅଂଶୀଦାରଙ୍କ ଅନ୍ୱେଷଣ କରିଥାଉ । ଏବଂ, ସେମାନଙ୍କ ମଧ୍ୟରେ ଦକ୍ଷିଣ କୋରିଆ ହେଉଛି ବାସ୍ତବରେ ଅଂଶୀଦାର ହୋଇପାରିବ । ଭାରତ-କୋରିଆ ବ୍ୟବସାୟିକ ସଂପର୍କ ବିଗତ ଦଶନ୍ଧିରେ ଏବଂ ଖାସକରି ବିଗତ କିଛି ବର୍ଷ ମଧ୍ୟରେ ଏକ ଦୀର୍ଘ ରାସ୍ତା ପ୍ରସ୍ତୁତ କରିସାରିଛି । କୋରିଆର ଶୀର୍ଷ 10ଟି ବ୍ୟବସାୟିକ ଅଂଶୀଦାରଙ୍କ ମଧ୍ୟରୁ କୋରିଆ ଉତ୍ପାଦଗୁଡିକୁ ରତ୍ପାନି କରିବାରେ ଭାରତର ସ୍ଥାନ ଷଷ୍ଠରେ ରହିଛି । ଆମ ବ୍ୟାବସାୟର ମାତ୍ରା 2018 କ୍ୟାଲେଣ୍ଡର ବର୍ଷରେ 21.5 ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିପାରିଛି । 2030 ମସିହା ସୁଦ୍ଧା 50 ବିଲିୟନ ଡଲାରର ଦ୍ୱିପାକ୍ଷୀକ ବ୍ୟବସାୟ ଲକ୍ଷ୍ୟ ହାସଲ କରିବା ପାଇଁ ବ୍ୟାପକ ଆର୍ଥିକ ଅଂଶୀଦାରୀତାକୁ ଆହୁରି ତୀବ୍ରତର କରିବାକୁ ଆଲୋଚନା କରାଯାଇଛି । କେବଳ ବ୍ୟବସାୟ, ପୁଞ୍ଜି ନିବେଶ ସନ୍ଦର୍ଭରେ ମଧ୍ୟ ଆମେ ସକାରାତ୍ମକ ମନୋଭାବ ପୋଷଣ କରୁଛୁ । ଏବଂ ଭାରତରେ କୋରିଆାର ପୁଞ୍ଜି ନିବେଶ ପ୍ରାୟ 6 ବିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚି ପାରିଛି ।
2015ରେ ମୋର କୋରିଆ ଗସ୍ତ ପରେ ବ୍ୟବସାୟର ସଂପୂର୍ଣ୍ଣ ଜୀବନ ଚକ୍ରରେ ପୁଞ୍ଜି ନିବେଶକମାନଙ୍କୁ ମାର୍ଗଦର୍ଶନ, ସହଯୋଗ ଏବଂ ସେମାନଙ୍କ ପଥ ସୁଗମ କରିବା ପାଇଁ ‘ଇନଭେଷ୍ଟ ଇଣ୍ଡିଆ’ ଅଧିନରେ ସ୍ୱତନ୍ତ୍ର କୋରିଆ ସୁବିଧା ସେଲ ‘କୋରିଆ ପ୍ଲସ’ ର ଶୁଭାରମ୍ଭ କରାଯାଇଛି । ଭାରତରେ ହୁଣ୍ଡାଇ, ସାମସଙ୍ଗ, ଏଲଜି ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ବିଶ୍ୱାସ ଜିଣିସାରିଛନ୍ତି । ଏବଂ ଏହି କ୍ରମରେ କିୟା ମଧ୍ୟ ଅତିଶୀଘ୍ର ସାମିଲ ହେବାକୁ ଯାଉଛି । 600ରୁ ଅଧିକ କୋରିଆ କଂପାନୀଗୁଡିକ ଭାରତରେ ପୁଞ୍ଜି ନିବେଶ କରିଛନ୍ତି । ଏବଂ ଆମେ ଆହୁରି ଅନେକଙ୍କୁ ସ୍ୱାଗତ କରିବୁ ବୋଲି ଆଶା ରଖିଛୁ । ଏବଂ ଆପଣଙ୍କ ମାର୍ଗକୁ ସୁଗମ କରିବା ପାଇଁ କୋରିଆର ଜନସାଧାରଣଙ୍କ ପାଇଁ ଭିସା ଅନ ଆରାଇଭାଲ ମଧ୍ୟ ଲାଗୁ କରାଯାଇଛି । ବିଗତ ବର୍ଷ ଅକ୍ଟୋବର ପରଠାରୁ ଆମେ ଭାରତରେ କୋରିଆ ବ୍ୟାପାର କାର୍ଯ୍ୟାଳୟଗୁଡିକର ଉପସ୍ଥିତିକୁ ପ୍ରୋତ୍ସାହିତ କରିଛୁ । ଏବଂ ମୁଁ ଅତ୍ୟନ୍ତ ଖୁସି ଯେ କିଛି ଦିନ ପୂର୍ବେ ଅହମଦାବାଦଠାରେ କୋଟ୍ରାର ଷଷ୍ଠ କାର୍ଯ୍ୟାଳୟ ଖୋଲାଯାଇଛି । ଭାରତରେ ଏବେ ଚାଲିଥିବା କାର୍ଯ୍ୟ ବିଷୟରେ ଆପଣମାନଙ୍କୁ ଆଉକିଛି ତଥ୍ୟ ପ୍ରଦାନ କରୁଛି । ଆମ ଅର୍ଥବ୍ୟବସ୍ଥାର ଭିତ୍ତିଭୂମି ବର୍ତ୍ତମାନ ଉତ୍ତମ ସ୍ଥିତିରେ ଅଛି । ନିକଟ ଭବିଷ୍ୟତରେ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥା ପାଇଁ ଆମେ ପ୍ରସ୍ତୁତ । ସମଗ୍ର ସଂସାରରେ କୌଣସି ବଡ ଅର୍ଥବ୍ୟବସ୍ଥା ବର୍ଷ ବର୍ଷ ଧରି 7 ପ୍ରତିଶତରୁ ଅଧିକ ବୃଦ୍ଧି ହେଉନାହିଁ । ହାର୍ଡ ପଲିସି ଅନୁଯାୟୀ ଗୁଡ୍ସ ଆଣ୍ଡ ସର୍ଭିସ ଟ୍ୟାକ୍ସର ଶୁଭାରମ୍ଭ କରାଯାଇଛି । ବିଗତ ଚାରି ବର୍ଷ ମଧ୍ୟରେ ଭାରତ ୱାର୍ଲ୍ଡ ବ୍ୟାଙ୍କର ଇଜ ଅଫ ଡୁଇଙ୍ଗ ବିଜନେସ କ୍ଷେତ୍ରରେ 65 ସ୍ଥାନକୁ ଅତିକ୍ରମ କରି 77 ତମ ସ୍ଥାନରେ ପହଞ୍ଚିପାରିଛି । ଏବଂ ଆଗାମୀ ବର୍ଷ ଶୀର୍ଷ 50ତମ ସ୍ଥାନରେ ପହଞ୍ଚିବା ପାଇଁ ପ୍ରତିଶୃତିବଦ୍ଧ । ଆଜି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ ପାଇଁ ଭାରତ ସବୁଠାରୁ ସ୍ୱାଗତଯୋଗ୍ୟ ଦେଶ ମଧ୍ୟରୁ ଅନ୍ୟତମ । 90 ପ୍ରତିଶତରୁ ଅଧିକ କ୍ଷେତ୍ର ଏବେ ଅନୁମୋଦନ କରିବା ପାଇଁ ସ୍ୱଚାଳିତ ମାର୍ଗରେ ରହିଛି । ଏହାର ପରିଣାମସ୍ୱରୂପ ଏବଂ ଭାରତର ଆତ୍ମବିଶ୍ୱାସ ଯୋଗୁ, ଆମେ ବିଗତ ଚାରି ବର୍ଷ ମଧ୍ୟରେ 250 ବିଲିୟନ ଡଲାରରୁ ଅଧିକ ଏଫଡିଆଇ ପ୍ରାପ୍ତ କରିପାରିଛୁ ।
ବନ୍ଧୁଗଣ,
ଭାରତରେ ସାମଗ୍ରିକ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି । ଏହି କାରଣରୁ ଆମେ ଆର୍ଥିକ ସମାବେଶ ପାଇଁ ମଜଭୁତ ପଦକ୍ଷେପ ନେଇଛୁ । ବିଗତ ତିନି ବର୍ଷ ମଧ୍ୟରେ, ପୂର୍ବରୁ ବ୍ୟାଙ୍କ ଖାତା ନଥିବା 300 ମିଲିୟନ ଲୋକମାନଙ୍କର ବ୍ୟାଙ୍କ ଖାତା ଖୋଲିପାରିଛୁ । ଭାରତୀୟ ହାଉସ ହୋଲ୍ଡର 99 ପ୍ରତିଶତଙ୍କ ପାଖରେ ବ୍ୟାଙ୍କ ଖାତା ଅଛି ଏବଂ 12 ବିଲିୟନରୁ ଅଧିକ ଡଲାର ଏହି ଖାତାରେ ଜମା କରାଯାଇଛି । ଏବେ ସେମାନଙ୍କୁ ପେନସନ ଏବଂ ବୀମା ଅର୍ଥ ପାସବୁକ ଜରିଆରେ ଜମା ହୋଇପାରୁଛି । ମୁଦ୍ରା ଯୋଜନାରେ ବିଗତ ତିନି ବର୍ଷରେ 90 ମିଲିୟନ ଡଲାରରୁ ଅଧିକ ଲୋକଙ୍କୁ ମାଇକ୍ରୋ କ୍ରେଡିଟରେ 128 ମିଲିୟନ ଲୋକଙ୍କ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିଛି । ସେଥିମଧ୍ୟରୁ 74 ପ୍ରତିଶତ ଋଣ ମହିଳାମାନଙ୍କୁ ପ୍ରଦାନ କରାଯାଇଛି । ବାୟୋମେଟ୍ରିକ ଚିହ୍ନଟ ପ୍ରଣାଳୀ, ବ୍ୟାଙ୍କ ଖାତା ଏବଂ ମୋବାଇଲ ଫୋନ ବ୍ୟବହାରର ଲାଭ ଉଠାଇପାରିଛୁ । 50 ବିଲିୟନ ଡଲାରରୁ ଅଧିକ ସିଧାସଳଖ ଭାବେ ହିତାଧୀକାରୀଙ୍କୁ ହସ୍ତାନ୍ତରିତ କରାଯାଇଛି ଏବଂ ମଧ୍ୟସ୍ଥି ବ୍ୟବସ୍ଥାକୁ ସମାପ୍ତ କରାଯାଇଛି ।
ଗ୍ରାମୀଣ ବିଦ୍ୟୁତିକରଣ କ୍ଷେତ୍ରରେ ଅଗ୍ରଗତି କରିଛୁ । ଭାରତକୁ ଏବେ ଅନ୍ତର୍ରାଷ୍ଟ୍ରୀୟ ଶକ୍ତି ଏଜେନ୍ସୀ ଦ୍ୱାରା 2018ରେ ଗ୍ରାମୀଣ ସ୍ତରରେ ବିଦ୍ୟୁତିକରଣ କରାଯାଇଛି । ଅକ୍ଷୟ ଶକ୍ତି କ୍ଷେତ୍ରରେ, ଆମେ ସମଗ୍ର ଦୁନିଆରେ ସର୍ବୋତ୍ତମ ଉତ୍ପାଦକଙ୍କ ସୂଚୀରେ ଷଷ୍ଠ ସ୍ଥାନରେ ପହଞ୍ଚି ପାରିଛୁ । ଏହିସବୁ ପଦକ୍ଷେପ ଜରିଆରେ, ଦେଶର ସମସ୍ତ କୋଣ ଅନୁକୋଣରେ ଆମ ଲୋକମାନଙ୍କ ଜୀବନ ଶୈଳୀ ବଦଳୁଛି । ଏହା ଶାସନ ଏବଂ ସାର୍ବବଜନୀନ ସେବାକୁ ପରିବର୍ତ୍ତିତ କରୁଛି ।
ବନ୍ଧୁଗଣ,
ଅର୍ଥଶାସ୍ତ୍ରର ପ୍ରଗତି ବିଶ୍ୱ ସ୍ତରୀୟ ଭିତ୍ତିଭୂମି ସହିତ ଅତି ନିକଟରୁ ଜଡିତ । ଟ୍ରାନ୍ସପୋର୍ଟ, ପାୱାର, ପୋର୍ଟସ, ସିପବିଲ୍ଡିଂ, ହାଉସିଂ ଏବଂ ଅର୍ବାନ ଇନଫ୍ରାଷ୍ଟକ୍ଚରର ଭାରତରେ ଆବଶ୍ୟକତା ରହିଛି ଏବଂ କୋରିଆରେ ମଜବୁତ ଜ୍ଞାନ କୌଶଳ କ୍ଷମତା ରହିଛି । 2022 ସୁଦ୍ଧା 700 ବିଲିୟନ ଡଲାରରୁ ଅଧିକ ଇନଫ୍ରାଷ୍ଟ୍ରକ୍ଚରରେ ପୁଞ୍ଜି ନିବେଶ କରାଯିବାର ଅନୁମାନ କରାଯାଉଛି । ସାଗରମାଳା ପ୍ରକଳ୍ପ ଅଧିନରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ପୁରସ୍କାର ପାଇଁ 10 ବିଲିୟନ ଡଲାରରୁ ଅଧିକ ପୁଞ୍ଜି ନିବେଶ ପାଇଁ ଚୟନିତ କରାଯାଇଛି । ସହରୀ ଆବଶ୍ୟକତା ଅନୁଯାୟୀ ବିକାଶ ଏବଂ ସ୍ମାର୍ଟ ସିଟି, ସ୍ୱଚ୍ଛତା କ୍ଷେତ୍ରରେ କାର୍ଯ୍ୟ କରାଯାଉଛି । 500 ମିଲିୟନରୁ ଅଧିକ ଭାରତୀୟ ଜନସଂଖ୍ୟା 2025 ସୁଦ୍ଧା ସହରରେ ବସବାସ କରିବେ ଏବଂ ଏହାଦ୍ୱାରା ଭାରତରେ ସ୍ମାର୍ଟ ସମାଧାନ ପାଇଁ ସହଯୋଗର ସୁଯୋଗ ମିଳିବ । ଦ୍ରୁତ ଆର୍ଥିକ ବିକାଶର ଲକ୍ଷ୍ୟ ରଖି ଭାରତ ମଧ୍ୟ ସ୍ଥାୟୀ ଆର୍ଥିକ ବିକାଶକୁ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ । ଅଟୋମୋବାଇଲ କ୍ଷେତ୍ରରେ ରାଷ୍ଟ୍ରୀୟ ଇଲେକ୍ଟ୍ରିକ ମୋବିଲିଟି ମିଶନର ଶସ୍ତା ଏବଂ କୁଶଳ ଇଲେକ୍ଟ୍ରିକ ବାହନ ଉପଲବ୍ଧ କରାଯିବାର ଉଦ୍ଦେଶ୍ୟ ଥିଲା । ଦକ୍ଷିଣ କୋରିଆ ଇଲେକ୍ଟ୍ରିକ ବାହନଗୁଡିକର ଏକ ପ୍ରମୁଖ ନିର୍ମାତା ହେବା ଯୋଗୁ ଭାରତରେ ଏହି କ୍ଷେତ୍ରରେ ଏକ ବଡ ସୁଯୋଗ ରହିଛି ।
ବନ୍ଧୁଗଣ,
ଚତୁର୍ଥ ଔଦ୍ୟୋଗିକ କ୍ରାନ୍ତି ଯୁଗରେ ଅନୁସନ୍ଧାନ ଏବଂ ନବପ୍ରବର୍ତ୍ତନ ହିଁ ପ୍ରେରକ ଶକ୍ତି ହେବ । ଷ୍ଟାର୍ଟ ଅପ ଇଣ୍ଡିଆ 1.4 ବିଲିୟନ ଡଲାର ଅର୍ଥରେ ଫ୍ଲାଗସିପ ପ୍ରୋଗ୍ରାମ ଆରମ୍ଭ କରାଯାଇଛି । ରାଷ୍ଟ୍ରପତି ମୁନଙ୍କ କୁଶଳ ନେତୃତ୍ୱରେ ଦକ୍ଷିଣ କୋରିଆ ଷ୍ଟାର୍ଟ ଅପ ଏବଂ ଉଦ୍ୟୋଗ ଅନୁକୂଳ ବାତାବରଣ ପାଇଁ ପୁଞ୍ଜି ନିବେଶ ବୃଦ୍ଧି କରିବା ପାଇଁ 2020 ସୁଦ୍ଧା 9.4 ବିଲିୟନ ଡଲାର ଖର୍ଚ୍ଚ କରିବା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିଥିଲେ । ନୀତିଗତ ନିୟମରେ ଭାରତ ଓ କୋରିଆ ଦୁଇ ଦେଶ ପାଇଁ ସମାନ ଲାଭ କ୍ଷେତ୍ରର ଏକ ପ୍ରତିବିମ୍ବ । ଭାରତ-କୋରିଆ ଷ୍ଟାର୍ଟ ଅପ କେନ୍ଦ୍ରର ଆମର ଦୃଷ୍ଟିଭଙ୍ଗୀ-କୋରିଆ ଷ୍ଟାର୍ଟ ଅପ ଏବଂ ଭାରତୀୟ ପ୍ରତିଭାଗୁଡିକର ସ୍ୱତନ୍ତ୍ର ଭାବେ ସଂଯୋଗ କରିବା ପାଇଁ ଏକ କେନ୍ଦ୍ର ପ୍ରତିଷ୍ଠା ହେବ । ଦକ୍ଷିଣ କୋରିଆ ରାଷ୍ଟ୍ରୀୟ ଆଇଟି ଉଦ୍ୟୋଗ ସମ୍ବର୍ଦ୍ଧନ ଏଜେନ୍ସୀ ଭାରତରେ କୋରିଆ ଷ୍ଟାର୍ଟ ଅପ ସୁବିଧା ପାଇଁ ପୂର୍ବରୁ ହିଁ ବେଙ୍ଗାଲୁରୁରେ ନିଜ ଭାରତୀୟ କାର୍ଯ୍ୟାଳୟ ଖୋଲାଯାଇଛି । ଦୁଇ ଦେଶ ଅନୁସନ୍ଧାନ, ନବାଚାର ଏବଂ ଉଦ୍ଦ୍ୟୋଗ ଆଧାରରେ ଭବିଷ୍ୟତରେ ସହଯୋଗ ପାଇଁ ଏକ ସଂସ୍ଥାଗତ ଢାଞ୍ଚା ପାଇଁ ଭାରତ-କୋରିଆ ଫ୍ୟୁଚର ଷ୍ଟ୍ରାଟେଜୀ ଗ୍ରୁପ ଏବଂ ଇଣ୍ଡିଆ-କୋରିଆ କେନ୍ଦ୍ର ରିସର୍ଚ୍ଚ ଆଣ୍ଡ ଇନୋଭେସନ କୋଅପରେସନର ସ୍ଥାପନା କରିବାର ନିଷ୍ପତ୍ତି ନିଆଯାଇଛି ।
ବନ୍ଧୁଗଣ,
ଏହା ଆମ ନାଗରିକମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ କୋରିଆ ଗଣରାଜ୍ୟ ସହିତ ମିଶି କାର୍ଯ୍ୟ କରିବାର ଆମର ଆଗ୍ରହ ରହିଛି । ସରକାରମାନଙ୍କ ଦ୍ୱାରା କରାଯାଇଥିବା ପ୍ରଚେଷ୍ଟାଗୁଡିକୁ ସେ ପର୍ଯ୍ୟନ୍ତ ଅନୁଭବ କରାଯାଇପାରିବ ନାହିଁ ଯେ ପର୍ଯ୍ୟନ୍ତ ଆପଣମାନଙ୍କ ଭଳି ଉଦ୍ୟୋଗ ନେତୃତ୍ୱ ସମାନ ସ୍ୱପ୍ନ ଦେଖିନାହାଁନ୍ତି । ମୁଁ ଏହି ସମ୍ମିଳନୀରୁ ନିଷ୍କର୍ଷ ବାହାର କରିବାକୁ ଚାହୁଁଛି ।
हुंजा खाम्योन पल्ली खाजीमन
हमके खाम्योन मल्ली खम्निदा
ମୁଁ ସଂପୂର୍ଣ୍ଣ ଭାବେ ସହମତ ଯେ, ‘ଯଦି ଆପଣ ଏକୁଟିଆ ଯିବେ ତେବେ ଶୀଘ୍ର ଯିବେ, କିନ୍ତୁ ଯଦି ଆପଣ ସାଥୀହୋଇ ଯିବେ ତେବେ ଅନେକ ଦୂରକୁ ଯାଇପାରିବେ’ ।
ଧନ୍ୟବାଦ
ଅଶେଷ ଅଶେଷ ଧନ୍ୟବାଦ ।
******************
For the last four and a half years, India has witnessed unprecedented transformation.
— Narendra Modi (@narendramodi) February 21, 2019
I hope companies from the Republic of Korea leverage the series of opportunities India offers. pic.twitter.com/5EDbVBdxnu
Over the last four and a half years, the transformative changes have led to:
— Narendra Modi (@narendramodi) February 21, 2019
Sound economic fundamentals.
Consistent growth.
Pathbreaking reforms.
Fruits of development reaching the poorest of the poor.
Fast paced creation of futuristic infrastructure. pic.twitter.com/Wefyrk3dBl
The start-up sector has the energy of youngsters as well as the zeal to create something unique and beneficial for fellow citizens.
— Narendra Modi (@narendramodi) February 21, 2019
Both India and the Republic of Korea are giving topmost importance to this sector. Hence, it is natural to deepen cooperation in start-ups. pic.twitter.com/7ullbFkneC