Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କୋଲକାତା ହିନ୍ଦୁସ୍ଥାନ କେବୁଲ ଲିମିଟେଡ ବନ୍ଦ କରିବାକୁ କେବିନେଟ ମଞ୍ଜୁରି


କୋଲକାତା ସ୍ଥିତ ହିନ୍ଦୁସ୍ଥାନ କେବୁଲ ଲିମିଟେଡ (ଏଚସିଏଲ) କୁ କଂପାନୀ ଅଧିନିୟମ 1956/2013, ଶିଳ୍ପ ବିବାଦ ଅଧିନିୟମ 1947 ଏବଂ ଅନ୍ୟ ପ୍ରମୁଖ ଅଧିନିୟମ ଅନୁସାରେ ବନ୍ଦ କରିଦିଆଯିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେବିନେଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ 2007 ବେତନ ମାନ ଅନୁସାରେ ଆକର୍ଷଣୀୟ ସ୍ୱେଚ୍ଛାକୃତ ଅବସର ଯୋଜନା (VRS/VSS) ସୁବିଧା ପ୍ରଦାନ କରାଯିବ । ଏହାବ୍ୟତୀତ ବେତନ ପ୍ରଦାନ ଏବଂ ଏପ୍ରିଲ 2015ରୁ ସ୍ୱେଚ୍ଛାକୃତ ଅବସର ନେଇଥିବା କର୍ମଚାରୀମାନଙ୍କ ବକେୟା ମଜୁରୀ ଭଳି କର୍ମଚାରୀ ସମ୍ବନ୍ଧୀତ ଦାୟିତ୍ୱ ନିର୍ବାହନ କରି ତାଙ୍କୁ ବକେୟା ଅର୍ଥ ପ୍ରଦାନ କରାଯିବ । କଂପାନୀର ଆସବାପତ୍ର କ୍ଷତି/ ଅଚଳ କେନ୍ଦ୍ରୀୟ ରାଷ୍ଟ୍ରାୟତ୍ତ ଉଦ୍ୟୋଗକୁ ସମୟ ଅନୁସାରେ ବନ୍ଦ କରିବା ବିଭାଗ (CPSEs) ଏବଂ କାର୍ଯ୍ୟକ୍ଷମ ଓ ଅଚଳ ସଂପତ୍ତିର ବିକ୍ରୀ ନିୟମାବଳୀ ଅନୁସାରେ କରାଯିବ ।

କଂପାନୀ ବନ୍ଦ ହେବା ପାଇଁ ମୋଟ 1309.90 କୋଟି ନଗଦ ରାଶି ଏବଂ ଚଳିତ ମାସ 30 ତାରିଖ ସୁଦ୍ଧା ଭାରତ ସରକାରଙ୍କ ଭାଗିଦାରୀ ବାବଦ 3467.15 କୋଟି ଟଙ୍କାର ନଗଦ ମୁକ୍ତ (Non-Cash) ସୁଧ ସମେତ ବାକି ରହିଛି ।

ଏଚସିଏଲ, କୋଲକାତାର ସୁରକ୍ଷିତ ଋଣଦାତା ଭାରତୀୟ ଷ୍ଟେଟ ବ୍ୟାଙ୍କର ଋଣ ଗ୍ରହିତା ସଂଘ ଭାବେ ଉଦାର ସହଯୋଗ ଦେଇଆସିଛନ୍ତି । ଏକକାଳୀନ ପରିଶୋଧ କରୁଥିବା ଋଣ ଗ୍ରହିତାଙ୍କୁ ସଂପୂର୍ଣ୍ଣ ଭାବେ ସୁଧ ମୁକ୍ତ ଏବଂ 305.63 କୋଟି ଟଙ୍କାର ମୂଳ ରାଶିର ପରିଶୋଧ କରାଯାଇଥିଲା ।

ଜାନୁଆରୀ 2003ରୁ କଂପାନୀର ଉତ୍ପାଦନ ବନ୍ଦ ରହିଥିଲା । ଏଥିରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ 1997 ବେତନ ହାର ଅନୁଯାୟୀ ଦରମା ଦିଆଯାଉଥିଲା । ଦରମା ଏବଂ ମଜୁରୀ ଦିଆନଯିବା ଦ୍ୱାରା କର୍ମଚାରୀମାନଙ୍କ ଜୀବନ ଧାରଣରେ ସମସ୍ୟା ଦେଖାଦେଇଥିଲା । ସ୍ୱେଚ୍ଛାକୃତ ଅବସର ଯୋଜନା / ଭିଏସଏସ ଯୋଜନା ଏବଂ ଅନ୍ୟ ବକେୟା ରାଶିର ପରିଶୋଧ ହେବା ଦ୍ୱାରା କର୍ମଚାରୀମାନଙ୍କର ଆର୍ଥିକ ସଙ୍କଟ ଦୂର ହୋଇପାରିଥିଲା । ଅବସର ପରବର୍ତ୍ତୀ ସମସ୍ୟା ସମାଧାନ ଦିଗରେ ମଧ୍ୟ ଏହା ସହାୟକ ହୋଇପାରିଥିଲା । କଂପାନୀ ବନ୍ଦ ହେବା ପରିପ୍ରେକ୍ଷୀରେ କଂପାନୀର ମୂଲ୍ୟବାନ ଆସବାପତ୍ରର ସୁବିନିଯୋଗ ଉପରେ ଗୁରୁତ୍ୱ ଦିଆଯିବ ।