Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କ୍ରୀଡା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

କ୍ରୀଡା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ


ପ୍ରଧାମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଶ୍ରୀ ଆନ୍ଥୋନି ଅଲବାନିଜ ଏବଂ ଭିକ୍ଟୋରିଆର ପ୍ରିମିୟର ସୁଶ୍ରୀ ଜେସିଣ୍ଟା ଆଲାନଙ୍କ ସହ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ ପରିଦର୍ଶନ କରିଛନ୍ତି । ଭାରତ-ଅଷ୍ଟ୍ରେଲିଆ କ୍ରୀଡା ସମ୍ପର୍କର ଉତ୍ସବ ପାଳନ କରିବା ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମ ଅବସରରେ ଏହି ପରିଦର୍ଶନ ହୋଇଥିଲା । ଷ୍ଟିଭ ୱ ଏବଂ ଶ୍ରୀମତୀ ଲିସା ସ୍ଥାଲେକରଙ୍କ ସମେତ ଅନେକ ଅଷ୍ଟ୍ରେଲିୟ କ୍ରୀଡା କିମ୍ବଦନ୍ତୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଏହି ଗସ୍ତ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୈତିକ ସହଭାଗୀତାର ସ୍ତମ୍ଭ ଭାବରେ କ୍ରୀଡା, ସାଂସ୍କୃତିକ ଆଦାନପ୍ରଦାନ ଏବଂ ଲୋକସମ୍ପର୍କର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ରେଖାଙ୍କିତ କରିଥିଲା ।

ଏହି କାର୍ଯ୍ୟକ୍ରମରେ, ଦୁଇ ପ୍ରଧାନମନ୍ତ୍ରୀ ମିଳିତ ଭାବରେ ‘ଭାରତ-ଅଷ୍ଟ୍ରେଲିଆ କ୍ରୀଡା ସହଯୋଗ ରୋଡମ୍ୟାପ’ ପ୍ରକାଶ କରିଥିଲେ । ଏହି ରୋଡମ୍ୟାପ କ୍ରୀଡା ପ୍ରଶିକ୍ଷଣ ଏବଂ କ୍ଷମତା ନିର୍ମାଣ, କ୍ରୀଡା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡା ଶିଳ୍ପ ତଥା ନିବେଶ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହିତ କରିବ । ଏହା ଏକ ଭାରତ-ଅଷ୍ଟ୍ରେଲିଆ ଯୁବ କ୍ରୀଡା ମହୋତ୍ସବ ଆୟୋଜନ କରିବାର ମଧ୍ୟ ଲକ୍ଷ୍ୟ ରଖିଛି । କ୍ରୀଡା କ୍ଷେତ୍ରରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଦ୍ଧିତ ସହଯୋଗକୁ ଦୁଇ ନେତା ସ୍ୱାଗତ କରିଥିଲେ । ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ ଏକାଠି କରିବାରେ କ୍ରୀଡାର ଅନନ୍ୟ ଭୂମିକା ଉପରେ ଆଲୋକପାତ କରିଥିଲେ ଏବଂ ଉଲ୍ଲେଖ କରିଥିଲେ ଯେ ରୋଡମ୍ୟାପ ଦୁଇ ଦେଶକୁ ସେମାନଙ୍କର କ୍ରୀଡା ସହଭାଗୀତାକୁ ବିବିଧ କରିବା ପାଇଁ ସକ୍ଷମ କରିବ । ମହିଳା କ୍ରିକେଟ ବିଶ୍ୱକପ ଜିତିବା ପାଇଁ ସେ ଅଷ୍ଟ୍ରେଲିଆକୁ ଅଭିନନ୍ଦନ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଭାରତ ଏବଂ ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ କ୍ରୀଡାରେ ଏକ ଗୁରୁତ୍ୱପୂର୍ଣ୍ଣ ଦଶନ୍ଧିରେ ପ୍ରବେଶ କରୁଛନ୍ତି, ଭାରତ ୨୦୩୦ ରେ ରାଜ୍ୟଗୋଷ୍ଠୀ କ୍ରୀଡା ଏବଂ ୨୦୩୨ ରେ ଅଷ୍ଟ୍ରେଲିଆ ବ୍ରିସବେନ ଅଲିମ୍ପିକ୍ସ ଆୟୋଜନ କରିବ । ଏହି କାର୍ଯ୍ୟକ୍ରମଗୁଡିକ କ୍ରୀଡା ଏବଂ ସମ୍ପୃକ୍ତ ଶିଳ୍ପରେ ଘନିଷ୍ଠ ଦ୍ୱିପାକ୍ଷିକ ସହଯୋଗ ପାଇଁ ପ୍ରାକୃତିକ ସୁଯୋଗ ସୃଷ୍ଟି କରେ ବୋଲି ସେ ଗୁରୁତ୍ୱାରୋପ କରିଥିଲେ ।

ପରିଦର୍ଶନ ସମୟରେ, ନେତାମାନେ କବାଡି, ଅଷ୍ଟ୍ରେଲିୟ ଫୁଟବଲ ଏବଂ କ୍ରିକେଟ ପ୍ରଦର୍ଶନୀ ମ୍ୟାଚରେ ଅଂଶଗ୍ରହଣ କରୁଥିବା ଯୁବ ଖେଳାଳିମାନଙ୍କ ସହିତ ଆଲୋଚନା କରିଥିଲେ ।

ଏହି ଗସ୍ତ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସ୍ପନ୍ଦନଶୀଳ କ୍ରୀଡା ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କକୁ ପ୍ରଦର୍ଶିତ କରିଥିଲା ।

 

SR