Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କ୍ରୀଡ଼ା, ଯୁବ ବ୍ୟାପାର କ୍ଷେତ୍ରରେ ଭାରତ-ପାଲେଷ୍ଟାଇନ ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ


ଭାରତ ଏବଂ ପାଲେଷ୍ଟାଇନ ମଧ୍ୟରେ କ୍ରୀଡ଼ା ଏବଂ ଯୁବ ବ୍ୟାପାର କ୍ଷେତ୍ରରେ ସହଯୋଗ ଲାଗି ସ୍ୱାକ୍ଷରିତ ବୁଝାମଣାପତ୍ର (ଏମଓୟୁ)କୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି ।

ଏହି ଏମଓୟୁ ଦ୍ୱାରା ଦୁଇ ଦେଶ ମଧ୍ୟରେ ଜାତି, ଧର୍ମ ଏବଂ ଲିଙ୍ଗଗତ ତାରତମ୍ୟ ନିର୍ବିଶେଷରେ ବିଚାର, ମୂଲ୍ୟବୋଧ ଏବଂ ସାଂସ୍କୃତିକ ବିନିମୟକୁ ପ୍ରୋତ୍ସାହନ ମିଳିବ ଏବଂ କ୍ରୀଡ଼ାର ଉନ୍ନତି ହୋଇପାରିବ । ଭବିଷ୍ୟତରେ ଏହା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ ଆହୁରି ସୁଦୃଢ଼ କରିବ ।