Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

କ୍ରେଡାଇ ୟୁଥକନ-2019କୁ ଆସନ୍ତାକାଲି ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ


 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 13 ଫେବୃଆରୀ 2019ରେ ନୂଆଦିଲ୍ଲୀର ଟାଲକୋଟରା ଷ୍ଟାଡିୟମଠାରେ କ୍ରେଡାଇ ୟୁଥକନ-19କୁ ସମ୍ବୋଧ କରିବେ । ଏହି କାର୍ଯ୍ୟକ୍ରମ ଭାରତୀୟ ରିଅଲ ଇଷ୍ଟେଟ ଡେଭଲପର୍ସ ମହାସଂଘ (କ୍ରେଡାଇ) ଦ୍ୱାରା ଆୟୋଜନ କରାଯାଉଛି ।

ପ୍ରଧାନମନ୍ତ୍ରୀ ମଧ୍ୟ କ୍ରେଡାଇ ଦ୍ୱାରା ଆୟୋଜିତ ପ୍ରଦର୍ଶନୀକୁ ପରିଦର୍ଶନ କରିବେ ।

ଭାରତରେ ରିଅଲ ଇଷ୍ଟେଟ ଉଦ୍ୟୋଗର ଭବିଷ୍ୟତକୁ ଏକତ୍ର କରିବା ଲାଗି କ୍ରେଡାଇ ପକ୍ଷରୁ ବାର୍ଷିକ ଯୁବ ସମ୍ମେଳନ ୟୁଥକନ ଆୟୋଜନ କରାଯାଇଥାଏ ।

1999ରେ ପ୍ରତିଷ୍ଠିତ କ୍ରେଡାଇ ଦେଶର 200 ସହରରୁ ରିଅଲ ଇଷ୍ଟେଟ ଡେଭଲପରମାନଙ୍କ ପ୍ରତିନିଧିତ୍ୱ ଥିବା ଏକ ଅଗ୍ରଣୀ ସଂଗଠନ ।