ପିଏମଇଣ୍ଡିଆ
କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଆଉ ଏକ କିସ୍ତିର ମହଙ୍ଗା ଭତ୍ତା(ଡିଏ) ଏବଂ ପେନସନଭୋଗୀଙ୍କୁ ମହଙ୍ଗା ରିଲିଫ(ଡିଆର) ମିଳିବ । ଏହି ଭତ୍ତା ଦୁଇ ପ୍ରତିଶତ ବୃଦ୍ଧି ପାଇଛି । ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଡିଏ ଏବଂ ଡିଆର ବୃଦ୍ଧି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଡିଏ ଏବଂ ଡିଆରରେ ବୃଦ୍ଧି 01.07.2018 ଠାରୁ ପିଛିଲା ଭାବେ ଲାଗୁ ହେବ । ଦରବୃଦ୍ଧି କ୍ଷତିପୂରଣ ଆକାରରେ ମୂଳ ଦରମା/ପେନସନ ଉପରେ ବର୍ତ୍ତମାନର 7% ଡିଏ/ଡିଆର ଉପରେ ଏହି 2% ବୃଦ୍ଧି କରାଯାଇଛି ।
ମହଙ୍ଗା ଭତ୍ତା ଏବଂ ମହଙ୍ଗା ରିଲିଫରେ ଏହି ବୃଦ୍ଧି ଫଳରେ ରାଜକୋଷ ଉପରେ ବାର୍ଷିକ 6112.20 କୋଟି ଟଙ୍କାର ବ୍ୟୟଭାର ପଡ଼ିବ । ସେହିପରି 2018-19 ଆର୍ଥିକ ବର୍ଷ (ଜୁଲାଇ, 2018 ଠାରୁ ଫେବୃଆରୀ 2019 ପର୍ଯ୍ୟନ୍ତ ଆଠ ମାସର ଅବଧି ଲାଗି)ରେ ଏଥିପାଇଁ ରାଜକୋଷରୁ 4074.80 କୋଟି ଟଙ୍କା ବ୍ୟୟ କରାଯିବ ।
ଏହାଦ୍ୱାରା 48.41 ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ 62.03 ଲକ୍ଷ ପେନସନଭୋଗୀ ଉପକୃତ ହେବେ ।
ସପ୍ତମ ବେତନ ଆୟୋଗଙ୍କ ସୁପାରିସ ଆଧାରରେ ସ୍ୱୀକୃତ ଫର୍ମୁଲା ହାରରେ ଏହି ବୃଦ୍ଧି କରାଯାଇଛି ।
**********