ପିଏମଇଣ୍ଡିଆ
କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅବସରପ୍ରାପ୍ତ କର୍ମଚାରୀ ଙ୍କୁ ଅତିରିକ୍ତ 2 ପ୍ରତିଶତ ମହଙ୍ଗା ଭତ୍ତା ଏବଂ ରିଲିଫ ପ୍ରଦାନ କରାଯିବ । ଏହା ପିଛିଲା ଭାବେ ଜାନୁୟାରୀ 2017ରୁ ମିଳିବ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି ।
ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ହେବା ପରେ ଏହା କେନ୍ଦ୍ର ସରକାରୀ କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ଙ୍କ ପାଇଁ ଦ୍ୱିତୀୟ କିସ୍ତିର ମହଙ୍ଗା ଭତ୍ତା । ପ୍ରଥମେ 2 ପ୍ରତିଶତର ମହଙ୍ଗା ଭତ୍ତା ଓ ରିଲିଫ ମିଳିଥିବା ବେଳେ ଏବେ ଦ୍ୱିତୀୟ କିସ୍ତିର ମହଙ୍ଗା ଭତ୍ତା ମିଳିବ । ଏହାକୁ ମିଶାଇ କେନ୍ଦ୍ର କର୍ମଚାରୀ ଓ ଅବସରପ୍ରାପ୍ତ କର୍ମଚାରୀ ମାନେ ମୋଟ 4 ପ୍ରତିଶତ ମହଙ୍ଗା ଭତ୍ତା ଓ ରିଲିଫ ପାଇବେ । ସପ୍ତମ ବେତନ ଆୟୋଗଙ୍କ ସୁପାରିଶ ଫର୍ମୁଲା ଅନୁସାରେ ଏହି ମହଙ୍ଗା ଭତ୍ତା ମଞ୍ଜୁର କରାଯାଇଛି ।
ଅତିରିକ୍ତ ମହଙ୍ଗା ଭତ୍ତା ପ୍ରଦାନ ଯୋଗୁଁ ରାଜକୋଷ ଉପରେ ବାର୍ଷିକ 5857.28 କୋଟି ଟଙ୍କାର ରାଜସ୍ୱ ବୋଝ ପଡିବ । ସେହିପରି ମହଙ୍ଗା ରିଲିଫ (ଡିଆର)ପ୍ରଦାନ ଯୋଗୁଁ ମୋଟ ବାର୍ଷିକ ବୋଝ 6833.50 କୋଟି ଟଙ୍କା ହେବ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ 48.85ଲକ୍ଷ କେନ୍ଦ୍ର କର୍ମଚାରୀ ଏବଂ 55.51 ଲକ୍ଷ ସେବା ନିବୃତ କର୍ମଚାରୀ ଉପକୃତ ହେବେ ।