Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖଣିଖନନ, ଭୂବିଜ୍ଞାନ କ୍ଷେତ୍ରରେ ଭାରତ ଏବଂ ମରକ୍କୋ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଖଣିଖନନ ଏବଂ ଭୂବିଜ୍ଞାନ କ୍ଷେତ୍ରରେ ଭାରତ ଏବଂ ମରକ୍କୋ ମଧ୍ୟରେ ସ୍ୱାକ୍ଷରିତ ବୁଝାମଣାକୁ ପିଛିଲା ଭାବେ ମଞ୍ଜୁରି ଦେଇଛନ୍ତି । ମରକ୍କୋର ଶକ୍ତି, ଖଣି ଏବଂ ନିରନ୍ତର ବିକାଶ ମନ୍ତ୍ରଣାଳୟ ଏବଂ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ମଧ୍ୟରେ ଏହି ବୁଝାମଣାପତ୍ର 11 ଏପ୍ରିଲ, 2018ରେ ନୂଆଦିଲ୍ଲୀଠାରେ ସ୍ୱାକ୍ଷରିତ ହୋଇଥିଲା ।

ଉପରୋକ୍ତ ବୁଝାମଣା/ଏମଓୟୁ ଦ୍ୱାରା ଭୂବିଜ୍ଞାନ ଏବଂ ଖଣିଖନନ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଏବଂ ମରକ୍କୋ ମଧ୍ୟରେ ଏକ ସଂସ୍ଥାଗତ ବ୍ୟବସ୍ଥା ସୁନିଶ୍ଚିତ ହେବ । ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ଆର୍ଥିକ, ସାମାଜିକ ଏବଂ ପରିବେଶ କ୍ଷେତ୍ରରେ ପାରସ୍ପରିକ ଭିତ୍ତିରେ ଲାଭପ୍ରଦ ସାବ୍ୟସ୍ତ ହେବ ।

ଉପରୋକ୍ତ ଏମଓୟୁର ଉଦ୍ଦେଶ୍ୟ ହେଉଛି ଖଣିଖନନ ଏବଂ ଭୂବିଜ୍ଞାନ କ୍ଷେତ୍ରରେ ଭାରତ ଏବଂ ମରକ୍କୋ ମଧ୍ୟରେ ଆପୋସ ସହଯୋଗକୁ ସୁଦୃଢ଼ କରିବ । ସହଯୋଗ ପରିଧି ମଧ୍ୟରେ ସାମିଲ ବିଭିନ୍ନ ଗତିବିଧି ଯେପରିକି ଭୂଗର୍ଭ ମୌଳିକ ଭିତ୍ତିଭୂମି ବିକାଶ, ଖଣିଖନନ ଏବଂ ଭୂବିଜ୍ଞାନକୁ ପ୍ରୋତ୍ସାହନ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଏବଂ ଭୂବିଜ୍ଞାନ ସମ୍ବନ୍ଧୀୟ ଡାଟା ବ୍ୟାଙ୍କ ନିର୍ମାଣ ଦ୍ୱାରା ନବସୃଜନର ଉଦ୍ଦେଶ୍ୟ ମଧ୍ୟ ପୂରଣ ହେବ ।

****