Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖାଇବା ତେଲ, ତୈଳବୀଜ ଓ ଡାଲିର ସେଂଟ୍ରାଲ ଅର୍ଡର ଅବଧି ବୃଦ୍ଧିକୁ କେବିନେଟ ମଞ୍ଜୁରି


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କେବିନେଟ ବୈଠକରେ ଖାଇବା ତେଲ ଓ ତୈଳବୀଜର ପ୍ରଚଳିତ 2015 ସେପ୍ଟେମ୍ବର 28ର ସେଂଟ୍ରାଲ ଅର୍ଡରର ଅବଧିକୁ ସମ୍ପ୍ରସାରଣ ଓ ଡାଲି ପାଇଁ ଜାରି 2015 ଅକ୍ଟୋବର 18 ତାରିଖ ସେଂଟ୍ରାଲ ଅର୍ଡରକୁ 2016 ଅକ୍ଟୋବର 1 ରୁ 2017 ସେପ୍ଟେମ୍ବର 30 ତାରିଖ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି ।

ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଂଟ୍ରୋଲ ଅର୍ଡର ଉପରେ କେନ୍ଦ୍ର ସରକାରଙ୍କ ପୂର୍ବ ସହମତି ନେଇ ରାଜ୍ୟ ସରକାରମାନେ ଡାଲି, ତୈଳବୀଜ ଓ ଖାଇବା ତେଲର ଆବଶ୍ୟକତା ଅନୁରୂପ ଷ୍ଟକ୍ ଲିମିଟ୍ ଓ ଲାଇସେନ୍ସ ଦେଇପାରିବେ । ଏହାଦ୍ୱାରା ବଜାରରେ ସାଧାରଣ ଲୋକଙ୍କ ପାଇଁ ଏସବୁ ସାମଗ୍ରୀର ଉପଲବ୍ଧତାରେ ସୁଧାର ଆସିବ ତଥା କଳାବଜାରୀ ଓ ମୁନଫାଖୋର ନିୟନ୍ତ୍ରଣ ହେବେ ।