Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଖେଲୋ ଇଣ୍ଡିଆ କ୍ରୀଡ଼ାର ସଫଳ ଆୟୋଜନ ଲାଗି ଆସାମ ସରକାର ଓ ଜନସାଧାରଣଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ


 

ମନ କୀ ବାତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖେଲୋ ଇଣ୍ଡିଆ କ୍ରୀଡ଼ା ପ୍ରତିଯୋଗିତାର ସଫଳ ଆୟୋଜନ ଲାଗି ଆସାମ ସରକାର, ସେଠାକାର ଜନସାଧାରଣ ଓ କ୍ରୀଡ଼ାର ଅଂଶଗ୍ରହଣକାରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ବିଭିନ୍ନ ରାଜ୍ୟରୁ ପାଖାପାଖି 6 ହଜାର ଖେଳାଳି ଅଂଶଗ୍ରହଣ କରିଥିଲେ । 80ଟି ରେକର୍ଡ ଭାଙ୍ଗି ଥିଲା ଏବଂ ଏହି 80ଟି ରେକର୍ଡ ମଧ୍ୟରୁ 56ଟି ରେକର୍ଡ ଝିଅମାନେ ଭାଙ୍ଗିଛନ୍ତି । ସେ କହିଥିଲେ ଯେ 2018ରେ ଯେତେବେଳେ ଖେଲୋ ଇଣ୍ଡିଆର ଶୁଭାରମ୍ଭ ହୋଇଥିଲା 3500 ଖେଳାଳି ଏଥିରେ ଭାଗ ନେଇଥିଲେ । କିନ୍ତୁ ମାତ୍ର 3 ବର୍ଷରେ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇ 6 ହଜାରରୁ ଅଧିକ ହୋଇଯାଇଛି ।

ପ୍ରଧାନମନ୍ତ୍ରୀ ଆଜି ମନ କୀ ବାତ କାର୍ଯ୍ୟକ୍ରମରେ ଖେଲୋ ଇଣ୍ଡିଆର କ୍ରୀଡ଼ାବିତ ଓ ସେମାନଙ୍କ ମାତା-ପିତାଙ୍କ ପ୍ରେରଣାଦାୟକ କାହାଣୀ ବାଂଟିଥିଲେ । ଯେଉଁଥିରେ ତାମିଲନାଡ଼ୁର ଯୋଗନନ୍ଦନଙ୍କ କାହାଣୀ ଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗନନ୍ଦନ ତାମିଲନାଡ଼ୁରେ ବିଡ଼ି ତିଆରି କରନ୍ତି କିନ୍ତୁ ତାଙ୍କ ଝିଅ ପୂର୍ଣ୍ଣଶ୍ରୀ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ପଦକ ହାସଲ କରି ସମସ୍ତଙ୍କ ହୃଦୟ ଜିଣିନେଇଛନ୍ତି ।

ସେ ଡାଭିଡଙ୍କ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ, ଯିଏକି ଗୌହାଟୀରେ ଆୟୋଜିତ ଯୁବ କ୍ରୀଡ଼ାର ସାଇକେଲ ଚାଳନା ପ୍ରତିଯୋଗିତାରେ 100 ମିଟର ଦୌଡ଼ରେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି । କାର ନିକୋବାର ବାସୀନ୍ଦା ଡାଭିଡ ଛୋଟ ହୋଇଥିବା ବେଳେ ତାଙ୍କର ମାତା-ପିତାଙ୍କ ଦେହାନ୍ତ ଘଟିଥିଲା । ତାର କକା ତାକୁ ଫୁଟବଲ ଖେଳାଳି କରିବାକୁ ଚାହୁଁଥିଲେ, ତେଣୁ ସେ ତାଙ୍କର ନାଁ ପ୍ରସିଦ୍ଧ ଫୁଟବଲ ଖେଳାଳୀ ଡାଭିଡ ବେକହାମଙ୍କ ନାମ ଅନୁସାରେ ରଖିଥିଲେ । କିନ୍ତୁ ଯୁବ ଡାଭିଡଙ୍କ ଆଗ୍ରହ ସାଇକେଲ ଚାଳନାରେ ରହିଥିଲା । ଖେଲୋ ଇଣ୍ଡିଆ ଯୋଜନା ଅନ୍ତର୍ଗତ ତାଙ୍କର ଚୟନ କରାଯାଇଥିଲା । ଆଜି ସେ ସାଇକେଲ ଚାଳନାରେ ଏକ ନୂଆ ରେକର୍ଡ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୁମ୍ବାଇର କରୀନା ଶନକତାଙ୍କ ପ୍ରେରଣାଦାୟୀ କାହାଣୀ ଶୁଣାଇଥିଲେ । କରୀନା ସନ୍ତରଣର 100 ମିଟର ବ୍ରେଷ୍ଟଷ୍ଟ୍ରୋକ ପ୍ରତିଯୋଗିତାରେ 17 ବର୍ଷରୁ କମ ବୟସ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଏମିତି ଏକ ସମୟ ଥିଲା ଯେତେବେଳେ ଦଶମ ଶ୍ରେଣୀର ଛାତ୍ରୀ କରୀନାଙ୍କୁ ଆଣ୍ଠୁରେ ଆଘାତ କାରଣରୁ ପ୍ରଶିକ୍ଷଣ ଛାଡ଼ିବାକୁ ପଡ଼ିଥିଲା, କିନ୍ତୁ କରୀନା ଓ ତାଙ୍କ ମାହାର ମାନିଲେ ନାହିଁ ଓ ତାଙ୍କ ସାହସର ପରିଣାମ ଆଜି ଆମ ସମସ୍ତଙ୍କ ସାମ୍ନାରେ ଅଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଆମେ ସମସ୍ତେ ଜାଣିଛୁ ଯେ ରାଷ୍ଟ୍ରୀୟ କ୍ରୀଡ଼ା ଏପରି ଏକ ସ୍ଥାନ, ଯେଉଁଠି ଖେଳାଳିଙ୍କୁ ଅନ୍ୟ ରାଜ୍ୟର ସଂସ୍କୃତି ସହିତ ପରିଚିତ ହେବା ବ୍ୟତୀତ ନିଜର ସଉକ ପୂରଣ କରିବା ଲାଗି ସୁଯୋଗ ମିଳିଥାଏ । ତେଣୁ ଆମେ ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା ଅନୁରୂପ ପ୍ରତି ବର୍ଷ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇଛୁ ।

ଆସନ୍ତା ମାସ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣ ଓଡ଼ିଶାର କଟକ ଓ ଭୁବନେଶ୍ୱରରେ 22 ଫେବୃଆରୀ ଠାରୁ ମାର୍ଚ୍ଚ 2020 ପର୍ଯ୍ୟନ୍ତ ଆୟୋଜନ କରାଯିବ । 3 ହଜାରରୁ ଅଧିକ ଖେଳାଳି ଏହି କ୍ରୀଡ଼ାରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି ।

ଫିଟ ଇଣ୍ଡିଆ

ସକାରାତ୍ମକ ଫଳାଫଳ ଆଣିବା ଲାଗି ଫିଟ ଇଣ୍ଡିଆ ସ୍କୁଲ ଅଭିଯାନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ 65,000ରୁ ଅଧିକ ସ୍କୁଲରେ ଅନଲାଇନ ପଞ୍ଜିକରଣ ଜରିଆରେ ଫିଟ ଇଣ୍ଡିଆ ସ୍କୁଲ ପ୍ରମାଣପତ୍ର ହାସଲ କରାଯାଇପାରିଛି । ସେ ଦେଶର ଅବଶିଷ୍ଟ ସ୍କୁଲଗୁଡ଼ିକୁ ଅନୁରୋଧ କରିଥିଲେ ଯେ ସେମାନେ ଶାରୀରିକ ଗତିବିଧି ଓ କ୍ରୀଡ଼ାକୁ ଶିକ୍ଷାଦାନ ସହିତ ଯୋଡ଼ିବା ସହ ଫିଟ ସ୍କୁଲ ହେବା ସୁନିଶ୍ଚିତ କରିବା ଲାଗି ଆଗେଇ ଆସିବା ଉଚିତ ।

 

**********