ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ‘ସହକାର ସେ ସମ୍ରିଧୀ‘ ଉପରେ ବିଭିନ୍ନ ସମବାୟ ଅନୁଷ୍ଠାନର ନେତାଙ୍କ ସେମିନାରକୁ ସମ୍ବୋଧିତ କରିଥିଲେ, ଯେଉଁଠାରେ ସେ ଇଫକୋ, କଲୋଲରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାର ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେନ୍ଦ୍ରଭାଇ ପଟେଲ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହା, ଡକ୍ଟର ମାନସୁଖ ମାଣ୍ଡଭିଆ, ସାଂସଦ, ବିଧାୟକ, ଗୁଜୁରାଟ ସରକାରଙ୍କ ମନ୍ତ୍ରୀ ଏବଂ ସମବାୟ କ୍ଷେତ୍ରର ନେତାମାନେ ଉପସ୍ଥିତ ରହିଥିଲେ।
ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆଜି ମହାତ୍ମା ମନ୍ଦିରରେ ଏକାଠି ହୋଇଥିବା ହଜାର ହଜାର ଚାଷୀଙ୍କୁ ସ୍ୱାଗତ କରିଥିଲେ। ଗାଁର ଆତ୍ମନିର୍ଭରଶୀଳତା ପାଇଁ ସହଯୋଗ ଏକ ଉତ୍ତମ ମାଧ୍ୟମ ବୋଲି ସେ କହିଛନ୍ତି। ଏଥିରେ ଆତ୍ମ ନିର୍ଭର ଭାରତର ଶକ୍ତି ଅଛି। ସେ କହିଛନ୍ତି ପୂଜ୍ୟ ବାପୁ ଏବଂ ପଟେଲ ଆମକୁ ଗାଁକୁ ଆତ୍ମନିର୍ଭରଶୀଳ କରିବାର ରାସ୍ତା ଦେଖାଇଛନ୍ତି। ଏହି କ୍ରମରେ, ଆଜି ଆମେ ଏକ ମଡେଲ୍ ସମବାୟ ଗାଁର ବିକାଶ ପଥରେ ଆଗକୁ ବଢ଼ୁଛୁ। ଗୁଜୁରାଟର ଛଅଟି ଗାଁକୁ ଚୟନ କରାଯାଇଛି ଯେଉଁଠାରେ ସମବାୟ ସମିତି ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।
ସେହିପରି, ଇଫକୋ, କାଲୋଲରେ ନିର୍ମିତ ନାନୋ ୟୁରିଆ (ତରଳ) କାରଖାନାର ଉଦଘାଟନୀ ଉତ୍ସବରେ ପ୍ରଧାନମନ୍ତ୍ରୀ ସନ୍ତୋଷତା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ୟୁରିଆର ସମ୍ପୂର୍ଣ୍ଣ ବସ୍ତାର ଶକ୍ତି ଅଧା ଲିଟର ବୋତଲରେ ରହି ପାରିଥିବାରୁ ପରିବହନ ଏବଂ ସଂରକ୍ଷଣରେ ବିପୁଳ ସଞ୍ଚୟ ସୃଷ୍ଟି ହୋଇ ପାରିଛି। ଏହି ପ୍ଲାଣ୍ଟ ଦିନକୁ ପ୍ରାୟ 500 ମିଲିର 1.5 ଲକ୍ଷ ବୋତଲ ଉତ୍ପାଦନ କରିବ। ପ୍ରଧାନମନ୍ତ୍ରୀ ପୁଣି କହିଛନ୍ତି ଯେ ଆଗାମୀ ଦିନରେ ଦେଶରେ ଆହୁରି 8 ଟି ପ୍ଲାଣ୍ଟ ପ୍ରତିଷ୍ଠା ହେବ। ଏହା ଦ୍ବାରା ୟୁରିଆ ପାଇଁ ଦେଶର ବିଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଓ ଦେଶର ଅର୍ଥ ସଞ୍ଚୟ ହୋଇ ପାରବ। ମୋର ଆତ୍ମବିଶ୍ବାସ ରହିଛି ଯେ ଏହି ନୂତନତା କେବଳ ୟୁରିଆ ମଧ୍ୟରେ ସୀମିତ ରହିବ ନାହିଁ। ଭବିଷ୍ୟତରେ ଅନ୍ୟ ନାନୋ ସାର ଗୁଡ଼ିକ ମଧ୍ୟ ଆମର ଚାଷୀମାନଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଭାରତ ହେଉଛି ବିଶ୍ବରେ ୟୁରିଆର ଦ୍ୱିତୀୟ ବୃହତ୍ତମ ଉପଭୋକ୍ତା କିନ୍ତୁ କେବଳ ତୃତୀୟ ବୃହତ୍ତମ ଉତ୍ପାଦକ। 2014 ରେ ସରକାର ଗଠନ ପରେ ସରକାର ୟୁରିଆର 100% ନିମ୍ କୋଟିଂ କରିଥିଲେ। ଏହା ଦ୍ବାରା ଦେଶର ଚାଷୀମାନେ ପର୍ଯ୍ୟାପ୍ତ ୟୁରିଆ ପାଇବା ସୁନିଶ୍ଚିତ ହୋଇ ପାରିଲା। ଏକ ସଙ୍ଗରେ ୟୁପି, ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ତେଲଙ୍ଗାନାରେ ଥିବା 5 ଟି ବନ୍ଦ ସାର କାରଖାନାକୁ ପୁନଃଆରମ୍ଭ କାମ ଆରମ୍ଭ କରାଯାଇଥିଲା। ୟୁପି ଓ ତେଲଙ୍ଗାନା କାରଖାନା ଉତ୍ପାଦ କାର୍ଯ୍ୟ ଆରମ୍ଭ କରିସାରିଲେଣି ଏବଂ ଅନ୍ୟ ତିନିଟି କାରଖାନା ମଧ୍ୟ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି।
ୟୁରିଆ ଏବଂ ଫସଫେଟ୍ ଏବଂ ପଟାସ ଭିତ୍ତିକ ସାର ସମ୍ବନ୍ଧରେ ଆମଦାନୀ ନିର୍ଭରଶୀଳତା ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମହାମାରୀ ଏବଂ ଯୁଦ୍ଧ ହେତୁ ବିଶ୍ବ ବଜାରରେ ଉପଲବ୍ଧତା ଅଭାବ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ସମ୍ବେଦନଶୀଳ ସରକାର ଏହି ସମସ୍ୟାକୁ ଚାଷୀଙ୍କୁ ଉପଲବ୍ଧ କରିବାକୁ ଦେଇନାହାଁନ୍ତି ଏବଂ କଠିନ ପରିସ୍ଥିତି ସତ୍ତ୍ୱେ ଭାରତରେ ସାରର କୌଣସି ସଙ୍କଟ ସୃଷ୍ଟି ହେବାକୁ ଦେଇନାହାଁନ୍ତି। 3500 ଟଙ୍କା ମୂଲ୍ୟର ଏକ ୟୁରିଆ ବ୍ୟାଗ ଚାଷୀଙ୍କୁ ମାତ୍ର 300 ଟଙ୍କାରେ ଉପଲବ୍ଧ କରାଇଥିବା ବେଳେ ସରକାର ବ୍ୟାଗ ପିଛା 3200 ଟଙ୍କା ବହନ କରୁଛନ୍ତି। ସେହିଭଳି ଡିଏପିର ଏକ ବ୍ୟାଗରେ ସରକାରଏ 2500 ଟଙ୍କା ବହନ କରୁଛନ୍ତି ଯେତେବେଳେ କି ପୂର୍ବ ସରକାର ମାତ୍ର 500 ଟଙ୍କା ବହନ କରୁଥିଲେ। କେନ୍ଦ୍ର ସରକାର ଗତ ବର୍ଷ 1 ଲକ୍ଷ 60 ହଜାର କୋଟି ଟଙ୍କା ସବସିଡି ପ୍ରଦାନ କରିଥିଲେ, ଚଳିତ ବର୍ଷ ଏହି ସବସିଡି 2 ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଶର କୃଷକଙ୍କ ସ୍ୱାର୍ଥ ପାଇଁ ଯାହା ଆବଶ୍ୟକ ତାହା କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ଏବଂ ଦେଶର କୃଷକମାନଙ୍କୁ ମଜବୁତ କରିବା କାର୍ଯ୍ୟ ଜାରି ରହିବ ବୋଲି ସେ କହିଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବିଗତ 8 ବର୍ଷ ମଧ୍ୟରେ ଦେଶ ସମ୍ମୁଖୀନ ହେଉଥିବା ସ୍ବଳ୍ପକାଳୀନ ଓ ଦୀର୍ଘକାଳୀନ ସମସ୍ୟାର ସମାଧାନ ପାଇଁ ସରକାର କାର୍ଯ୍ୟ କରି ଆସୁଛନ୍ତି। ଯେ କୌଣସି ମହାମାରୀର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ଆଣିବା ଉପରେ ସେ ଗୁରୁତ୍ବ ପ୍ରଦାନ କରିଛନ୍ତି। ଖାଇବା ତେଲର ସମସ୍ୟାର ସମାଧାନ ପାଇଁ ମିସନ୍ ଅଏଲ୍ ପାମ୍, ତୈଳ ସମସ୍ୟାର ଦୂର କରିବା ପାଇଁ ବାୟୋ ଫୁଏଲ୍ ଓ ହାଇଡ୍ରୋଜେନ ଫୁଏଲ୍, ପ୍ରାକୃତିକ ଚାଷ ଓ ନାନୋ ଟେକ୍ନୋଲୋଜିକୁ ପ୍ରୋତ୍ସାହନ ଏହା ଦ୍ବାରା କରାଯାଇପାରିଛି। ସେହିଭଳି ସେ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ହେବା ଦ୍ବାରା ଭାରତ ଅନେକ ସମସ୍ୟାର ସମାଧାନ ହୋଇପାରିବ। ସେ ଆତ୍ମନିର୍ଭରଶୀଳତାର ଏକ ଉତ୍କୃଷ୍ଟ ମଡେଲ ଭାବରେ ସମବାୟ ର ଉଦାହରଣ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ କହିଛନ୍ତି ଗୁଜୁରାଟ ମଧ୍ୟ ଭାଗ୍ୟବାନ କାରଣ ଆମେ ପୂଜ୍ୟ ବାପୁ ଏବଂ ସର୍ଦ୍ଦାର ସାହେବଙ୍କ ନେତୃତ୍ୱ ପାଇଛୁ। ସହଯୋଗ ମାଧ୍ୟମରେ ନିଜର ସହାୟତା ପାଇଁ ସମ୍ମାନୀୟ ବାପୁଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଗ୍ରହଣ କରିବା ପାଇଁ ସର୍ଦ୍ଦାର ସାହେବ କାର୍ଯ୍ୟ କରିଥିଲେ। ଦୁଗ୍ଧ କ୍ଷେତ୍ରର ସମବାୟ ମଡେଲର ଉଦାହରଣ ଆମ ସମ୍ମୁଖରେ ରହିଛି। ଆଜି ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଦୁଗ୍ଧ ଉତ୍ପାଦନକାରୀ ଯେଉଁଥିରେ ଗୁଜରାଟର ପ୍ରମୁଖ ଅଂଶ ରହିଛି। ଦୁଗ୍ଧ କ୍ଷେତ୍ର ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଗ୍ରାମୀଣ ଅର୍ଥନୀତିରେ ମଧ୍ୟ ଅଧିକ ଅବଦାନ ପ୍ରଦାନ କରୁଛି। ଗୁଜୁରାଟରେ ଦୁଗ୍ଧ ଭିତ୍ତିକ ଶିଳ୍ପଗୁଡିକ ବ୍ୟାପକ ଭାବରେ ବିସ୍ତାର ହୋଇଥିଲା କାରଣ ଏଥିରେ ସରକାରଙ୍କ ଉପରେ ପ୍ରତିବନ୍ଧକ ବହୁତ କମ୍ ରହିଥିଲା। ସରକାର ଏଠାରେ କେବଳ ଏକ ସୁବିଧାକାରୀ ଭୂମିକାରେ ରହିଥାନ୍ତି, ଏବଂ ଅନ୍ୟ ସବୁ କାର୍ଯ୍ୟ ସମବାୟ ସମିତି କିମ୍ବା କୃଷକମାନଙ୍କ ଦ୍ୱାରା କରାଯାଇଥାଏ।
ସହଯୋଗର ଉତ୍ସାହକୁ ଅମୃତ କାଲର ଉତ୍ସାହ ସହିତ ଯୋଡିବା ପାଇଁ ସରକାର ନିରନ୍ତର ଆଗକୁ ବଢ଼ୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ଉଦ୍ଦେଶ୍ୟ ସହିତ କେନ୍ଦ୍ରରେ ସମବାୟ ପାଇଁ ଏକ ପୃଥକ ମନ୍ତ୍ରଣାଳୟ ଗଠନ କରାଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶରେ ଏକ ସହଯୋଗ ଭିତ୍ତିକ ଅର୍ଥନୈତିକ ମଡେଲକୁ ଉତ୍ସାହିତ କରିବା ପାଇଁ ପ୍ରୟାସ କରାଯାଉଛି। “ସମବାୟ ସମିତିର ସବୁଠାରୁ ବଡ ଶକ୍ତି ହେଉଛି ବିଶ୍ୱାସ, ସହଯୋଗ ଏବଂ ସାମୂହିକ ଶକ୍ତି ସହିତ ସଂଗଠନର ସାମର୍ଥ୍ୟକୁ ବଢ଼ାଇବ। ଏହା ହେଉଛି ଅମୃତ କାଳ ସମୟରେ ଭାରତର ସଫଳତାର ଗ୍ୟାରେଣ୍ଟି ବୋଲି ସେ କହିଛନ୍ତି। ଯାହାକୁ ଛୋଟ ଏବଂ ନଗଣ୍ୟ ମନେ କରାଯାଉଥିଲା ତାହାକୁ, ଅମୃତ କାଲରେ ଏକ ବଡ ଶକ୍ତିରେ ପରିଣତ କରିବାକୁ ସରକାର କାର୍ଯ୍ୟ କରୁଛନ୍ତି। ଆଜି କ୍ଷୁଦ୍ର କୃଷକମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଶକ୍ତ କରାଯାଉଛି। ସେହିଭଳି କ୍ଷୁଦ୍ର ଶିଳ୍ପ ଏବଂ ଏମଏସଏମଇଗୁଡ଼ିକୁ ଭାରତର ଆତ୍ମନିର୍ଭରଶୀଳ ଯୋଗାଣ ଶୃଙ୍ଖଳର ଏକ ଶକ୍ତିଶାଳୀ ଅଂଶ ଭାବେ ପରିଣତ କରାଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ଆମର ଲକ୍ଷ୍ୟ ହାସଲ କରିବାରେ ସହଯୋଗ ଆମକୁ ସାହାଯ୍ୟ କରିବ ଏବଂ ଭାରତ ସଫଳତା ଏବଂ ସମୃଦ୍ଧତାର ପଥରେ ଆଗକୁ ବଢ଼ିବ।
BS
Watch LIVE https://t.co/87GMbJESSU
— PMO India (@PMOIndia) May 28, 2022
सहकार, गांव के स्वाबलंबन का भी बहुत बड़ा माध्यम है।
— PMO India (@PMOIndia) May 28, 2022
इसमें आत्मनिर्भर भारत की ऊर्जा है: PM @narendramodi #SahkarSeSamrudhi
2014 में सरकार बनने के बाद हमने यूरिया की शत-प्रतिशत नीम कोटिंग का किया।
— PMO India (@PMOIndia) May 28, 2022
इससे देश के किसानों को पर्याप्त यूरिया मिलना सुनिश्चत हुआ।
साथ ही हमने यूपी, बिहार, झारखंड, ओडिशा और तेलंगाना में 5 बंद पड़े खाद कारखानों को फिर चालू करने का काम शुरु किया: PM #SahkarSeSamrudhi
देश के किसान के हित में जो भी ज़रूरी हो, वो हम करते हैं, करेंगे और देश के किसानों की ताकत बढ़ाते रहेंगे: PM @narendramodi #SahkarSeSamrudhi
— PMO India (@PMOIndia) May 28, 2022
आत्मनिर्भरता में भारत की अनेक मुश्किलों का हल है।
— PMO India (@PMOIndia) May 28, 2022
और आत्मनिर्भरता का एक बेहतरीन मॉडल, सहकार है।
ये हमने गुजरात में बहुत सफलता के साथ अनुभव किया है और आप सभी साथी इस सफलता के सेनानी हैं: PM @narendramodi #SahkarSeSamrudhi
गुजरात तो इसलिए भी सौभाग्यशाली रहा क्योंकि पूज्य बापू और सरदार साहेब का नेतृत्व यहां हमें मिला।
— PMO India (@PMOIndia) May 28, 2022
पूज्य बापू ने सहकार से स्वाबलंबन का जो मार्ग दिखाया, उसको सरदार साहेब ने ज़मीन पर उतारने का काम किया: PM @narendramodi #SahkarSeSamrudhi
डेयरी सेक्टर के cooperative model का उदाहरण हमारे सामने है।
— PMO India (@PMOIndia) May 28, 2022
आज भारत दुनिया का सबसे बड़ा दूध उत्पादक है जिसमें गुजरात की बहुत बड़ी हिस्सेदारी है।
बीते सालों में डेयरी सेक्टर तेज़ी से बढ़ भी रहा है और ग्रामीण अर्थव्यवस्था में ज्यादा कंट्रीब्यूट भी कर रहा है: PM #SahkarSeSamrudhi
गुजरात में भी दूध आधारित उद्योगों का व्यापक प्रसार इसलिए हुआ क्योंकि इसमें सरकार की तरफ से पाबंदियां कम से कम रहीं।
— PMO India (@PMOIndia) May 28, 2022
सरकार यहां सिर्फ एक facilitator की भूमिका निभाती है, बाकी का काम या तो आप जैसे Co-operatives करते हैं, किसान करते हैं: PM @narendramodi #SahkarSeSamrudhi
सहकार की स्पिरिट को आज़ादी के अमृतकाल की स्पिरिट से जोड़ने के लिए हम निरंतर आगे बढ़ रहे हैं।
— PMO India (@PMOIndia) May 28, 2022
इसी उद्देष्य के साथ केंद्र में सहकारिता के लिए अलग मंत्रालय का गठन किया गया।
कोशिश यही है कि देश में सहकारिता आधारित आर्थिक मॉडल को प्रोत्साहित किया जाए: PM #SahkarSeSamrudhi
सहकार की सबसे बड़ी ताकत भरोसा है, सहयोग है, सबके सामर्थ्य से संगठन के सामर्थ्य को बढ़ाने का है।
— PMO India (@PMOIndia) May 28, 2022
यही आज़ादी के अमृतकाल में भारत की सफलता की गारंटी है: PM @narendramodi #SahkarSeSamrudhi
हमारे यहां जिसको भी छोटा समझकर कम आंका गया, उसको अमृतकाल में बड़ी ताकत बनाने पर हम काम कर रहे हैं।
— PMO India (@PMOIndia) May 28, 2022
छोटे किसानों को आज हर प्रकार से सशक्त किया जा रहा है।
इसी प्रकार लघु उद्योगों- MSMEs को भारत की आत्मनिर्भर सप्लाई चेन का मज़बूत हिस्सा बनाया जा रहा है: PM #SahkarSeSamrudhi
Gujarat's cooperative sector has a vibrant role in state's progress. Speaking at #SahkarSeSamrudhi programme in Gandhinagar. https://t.co/vJoVMAOzhC
— Narendra Modi (@narendramodi) May 28, 2022
2014 में सरकार बनने के बाद हमने यूरिया की शत-प्रतिशत नीम कोटिंग के साथ ही फर्टिलाइजर क्षेत्र की स्थिति बदलने के लिए अनेक कदम उठाए हैं। इसी कड़ी में अब नैनो फर्टिलाइजर की ओर जो कदम उठाया गया है, वह बेहद महत्वपूर्ण है। pic.twitter.com/QliurXqGq6
— Narendra Modi (@narendramodi) May 28, 2022
महंगे फर्टिलाइजर से किसानों की बढ़ती लागत को कम करने के लिए बीते 8 सालों में हमने तात्कालिक उपाय भी किए हैं और समस्याओं के स्थायी समाधान भी खोजे हैं। pic.twitter.com/qVHkqkOhbw
— Narendra Modi (@narendramodi) May 28, 2022
आत्मनिर्भरता में भारत की अनेक मुश्किलों का हल है और सहकार आत्मनिर्भरता का एक बेहतरीन मॉडल है। इसका हमने गुजरात में बहुत सफलता के साथ अनुभव किया है। pic.twitter.com/ZBRhGkz3Hn
— Narendra Modi (@narendramodi) May 28, 2022
हमारा प्रयास है कि सहकारी समितियों और संस्थानों को हम मार्केट में Competitive बनाएं और उनको बाकी मार्केट प्लेयर्स के साथ लेवल प्लेइंग फील्ड उपलब्ध कराएं। pic.twitter.com/j9Iwvqi54w
— Narendra Modi (@narendramodi) May 28, 2022
पहले जिसे छोटा समझकर कम आंका गया, उसे हम अमृतकाल में बड़ी ताकत बनाने पर काम कर रहे हैं। pic.twitter.com/7IbX1rtxyg
— Narendra Modi (@narendramodi) May 28, 2022