Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗାନ୍ଧୀନଗରସ୍ଥିତ ଗୁଜରାଟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଗାନ୍ଧୀନଗରସ୍ଥିତ ଗୁଜରାଟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଗାନ୍ଧୀନଗରସ୍ଥିତ ଗୁଜରାଟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ

ଗାନ୍ଧୀନଗରସ୍ଥିତ ଗୁଜରାଟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ


ଗୁଜରାଟର ରାଜ୍ୟପାଳ ଶ୍ରୀମାନ ଓ.ପି.କୋହଲୀଜୀ, ମୁଖ୍ୟମନ୍ତ୍ରୀ ଶ୍ରୀ ରୂପାନୀ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ନୀତିନ ଭାଇ, ମନ୍ତ୍ରୀ ପରିଷଦର ତାଙ୍କ ସହଯୋଗୀ ଶ୍ରୀମାନ ଭୂପେନ୍ଦ୍ର ଜୀ ଚୂଡାସମା, ଶ୍ରୀ ପ୍ରଦୀପ ସିଂହ ଜାଡେଜା, ଗୁଜରାଟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ମହାନିର୍ଦ୍ଦେଶକ ଡା. ଜେ.ଏମ.ବ୍ୟାସ ସମାବର୍ତ୍ତନରେ ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ, ମେଡାଲ ବିଜେତା ବିଦ୍ଵାନମଣ୍ଡଳୀ, ସେମାନଙ୍କ ଅଭିଭାବକ ଏବଂ ଆଜି ପ୍ରଧାନମନ୍ତ୍ରୀଙ୍କ ବିଶେଷ ଅତିଥି, ସ୍କୁଲରୁ ଯେଉଁ ପିଲାମାନେ ଆସିଛନ୍ତି ସେମାନେ ମୋର ବିଶେଷ ଅତିଥି  । ଭାଇ ଓ ଭଉଣୀମାନେ ଆପଣ ସମସ୍ତଙ୍କୁ ଗୁଜରାଟର ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ଚତୁର୍ଥ ସମାବର୍ତ୍ତନରେ ମୁଁ ମଧ୍ୟ ହୃଦୟର ସହିତ ଅନେକ ଅନେକ ସ୍ୱାଗତ ଜଣାଉଛି  । ଏବଂ ଏହି ସ୍ୱାଗତ ମୁଁ ଏଥିପାଇଁ କରୁଛି ଯେ କେହି ମୋତେ ଏଠାକାର ଅତିଥି ଭାବିବାର ଭୂଲ ନ କରନ୍ତୁ  । ସର୍ବପ୍ରଥମେ ମୁଁ ସେହି ବିଦ୍ୟାର୍ଥୀମାନଙ୍କୁ ହୃଦୟର ସହିତ ଶୁଭେଚ୍ଛା ଜଣାଉଛି, ଯେଉଁମାନଙ୍କୁ ଆଜି ଡିଗ୍ରୀ ମିଳୁଛି ଏବଂ ଯେଉଁମାନେ ତାଙ୍କ ଆଗାମୀ ଜୀବନରେ ଆହୁରୀ ଅନେକ ଗୁରୁତ୍ୱପୂର୍ଣ୍ଣ ଯାତ୍ରାର ଶୁଭାରମ୍ଭ କରୁଛନ୍ତି  । ମୁଁ ସମସ୍ତ ଛାତ୍ରଛାତ୍ରୀଙ୍କର ମାତା-ପିତା ଏବଂ ସେମାନଙ୍କ ପରିବାରର ଅନ୍ୟ ସଦସ୍ୟମାନଙ୍କର ମଧ୍ୟ ହୃଦୟର ସହିତ ଅଭିନନ୍ଦନ କରୁଛି  । ସେମାନଙ୍କ ଲାଳନପାଳନ, ସେମାନଙ୍କ ଯତ୍ନ ଏବଂ ପରିଶ୍ରମ ହିଁ ଆଜି ତାଙ୍କ ଅତି ଆଦରର କନ୍ୟା ଏବଂ ଅତି ଆଦରର ପୁତ୍ରକୁ ଏଠାରେ ସଫଳତାର ଏହି ସ୍ତରରେ ପହଂଚାଇଛି  ।

ଗୁଜରାଟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ ନେଇ ମୁଁ ଅତ୍ୟନ୍ତ ସନ୍ତୁଷ୍ଟ  । ଏହି ବିଶ୍ୱବିଦ୍ୟାଳୟ ଏବଂ ଏଠାରେ ଅଧ୍ୟୟନ କରୁଥିବା ଛାତ୍ର ଅଗ୍ରଣୀ  । ଏହି ବିଶ୍ୱବିଦ୍ୟାଳୟ ଅଧିକ ଚର୍ଚ୍ଚିତ ପାଠ୍ୟକ୍ରମ ଉପରେ ଶିକ୍ଷାଦାନ କରେନାହିଁ ବରଂ ଏହାର ଲକ୍ଷ୍ୟ କ୍ଷେତ୍ର ବିନିର୍ଦ୍ଧିଷ୍ଟ  । ଗାନ୍ଧୀନଗର ପାଇଁ ଆପଣଙ୍କ ରାସ୍ତା ଏତେ ସହଜସାଧ୍ୟ ନୁହେଁ  । ଯେତେବେଳେ ଆପଣ ଏଠାକୁ ଆସିବାପାଇଁ ଯୋଜନା କରିଥିବେ ସେତେବେଳେ ମୁଁ ନିଶ୍ଚିତ ଯେ ଅନେକ ଲୋକ ଆଶ୍ଚର୍ଯ୍ୟର ସହିତ ପଚାରିଥିବେ, ସତରେ କଣ ତୁମେ ଏହାହିଁ କରିବାକୁ ଚାହୁଁଛ? ଅନେକ ଅପରାଧ ସମ୍ବନ୍ଧୀତ ଟି.ଭି. କାର୍ଯ୍ୟକ୍ରମ ଦେଖୁଛନ୍ତି କି? ଅଥବା, ଆପଣ ଅଗାଥା ଖ୍ରୀଷ୍ଟି ଅବା ଫେଲୁଦାଙ୍କର ବହୁ ଅଧିକ ପୁସ୍ତକ ପଢିଛନ୍ତି କି? ଯାହା ହେଉ, ଆପଣମାନେ ଦୃଢତାର ସହିତ ଗୋଟିଏ ଷ୍ଟ୍ରୀମ ବାଛିଥିଲେ ଏବଂ ଲୋକାଚାରରେ ଜଣାଶୁଣା ଯେ ଏହା ଅଣପାରମ୍ପରିକ କିନ୍ତୁ ସଂପ୍ରତି ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ  । ଏହା ଦର୍ଶାଉଛି ଯେ ଆପଣମାନେ ନିଜ ଉପରେ ବିଶ୍ୱାସ ରଖିବା ସହିତ ନିଜ ସ୍ୱପ୍ନକୁ ସାକାର କରିବା ଦିଗରେ ନିଜର ଶକ୍ତି ଏବଂ ସଂକଳ୍ପ ଦିଗରେ ଅଗ୍ରସର ହେବା ପାଇଁ ଆଶୀର୍ବାଦ ଆପଣମାନଙ୍କ ଉପରେ ରହିଛି । ଆଗାମୀ ଦିନରେ ଏହି ବିଶେଷତ୍ୱ ସର୍ବଦା ଆପଣମାନଙ୍କ ସହାୟତା କରିବ  । ବନ୍ଧୁଗଣ, ଏହା ଗର୍ବର ବିଷୟ ଯେ ମାତ୍ର ଅଳ୍ପ ସମୟ ମଧ୍ୟରେ ଜିଏଫଏସୟୁ ଶିକ୍ଷଣ ଉତ୍କର୍ଷ ହାସଲ କରିପାରିଛି ଯାହାଫଳରେ ରାଷ୍ଟ୍ରୀୟ ଆକଳନ ଏବଂ ମାନ୍ୟତା ପରିଷଦ ଏହି ବିଶ୍ୱବିଦ୍ୟାଳୟକୁ ଗ୍ରେଡରେ ସମ୍ମାନିତ କରିଛନ୍ତିଭାରତରେ ସ୍ଥାପିତ ଅନେକ  ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏହା ଅତିଶୀଘ୍ର ହାସଲ କରିଥିବା ଅତି କମ ବିଶ୍ୱବିଦ୍ୟାଳୟମାନଙ୍କ ମଧ୍ୟରେ ଅନ୍ୟତମ 35ଟି ପାଠ୍ୟକ୍ରମ ସହିତ ଏବଂ 2200 ରୁ ଅଧିକ ଛାତ୍ରଛାତ୍ରୀ, ଗୁଜରାଟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଏବଂ ଫରେନ୍ସିକ ବିଜ୍ଞାନର ବିଭିନ୍ନ କ୍ଷେତ୍ରରେ ଅନୁସନ୍ଧାନ କରୁଛନ୍ତିନେତୃତ୍ୱ, ପରିଚାଳନା ଏବଂ ଜିଏଫଏସୟୁର ଶିକ୍ଷକମାନଙ୍କ ପ୍ରଚେଷ୍ଟା ଏବଂ ସଂକଳ୍ପବଦ୍ଧତା ଯୋଗୁଁ ଏହି ବିଶ୍ୱବିଦ୍ୟାଳୟ ଗୁଜରାଟ ଏବଂ ଭାରତର ଗର୍ବ ଏବଂ ଗୌରବ ହୋଇପାରିଥିବାରୁ ମୁଁ ଶୁଭେଚ୍ଛା ଜଣାଉଛି  ।

ବନ୍ଧୁଗଣ, ପୁଲିସ, ଫରେନ୍ସିକ ବିଜ୍ଞାନ ଏବଂ ନ୍ୟାୟପାଳିକା ଏହି ତିନୋଟି ଅପରାଧିକ ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଅଭିନ୍ନ ଅଙ୍ଗ  । କୌଣସି ଦେଶରେ ଏହି ତିନୋଟି ଅଙ୍ଗ ଯେତେ ଅଧିକ ସୁଦୃଢ ହେବ, ସେଠାକାର ନାଗରିକ ସେତେ ସୁରକ୍ଷିତ ରହିବେ ଏବଂ ଅପରାଧିକ କାର୍ଯ୍ୟକଳାପ ନିୟନ୍ତ୍ରଣାଧୀନ ରହିବ  । ଏହି ଚିନ୍ତାଧାରା ସହିତ ବିଗତ ବର୍ଷଗୁଡିକରେ ସାମୂହିକ ଭାବେ ଏହି ତିନୋଟି ସ୍ତମ୍ଭର ବିସ୍ତାର କରିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି  । ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟ, ରାଷ୍ଟ୍ରୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଯାହା ଏକ ପ୍ରକାରର ଆଇନ ବ୍ୟବସ୍ଥା ସହିତ ଜଡିତ ସଂପୂର୍ଣ୍ଣ ସାମୂହିକ ପଦକ୍ଷେପ ଏହାର ଫଳସ୍ୱରୂପ ଆଜି ପ୍ରତିରକ୍ଷା ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ, ପ୍ରଶିକ୍ଷିତ ଛାତ୍ରଛାତ୍ରୀମାନେ ବିଭିନ୍ନ ସୁରକ୍ଷା ବଳରେ ଭର୍ତ୍ତୀ ହୋଇ ଅନ୍ତରୀଣ ସୁରକ୍ଷାକୁ ସୁଦୃଢ କରିବାର କାର୍ଯ୍ୟ କରୁଛନ୍ତି  । ରାଷ୍ଟ୍ରୀୟ ଆଇନ ବିଶ୍ୱବିଦ୍ୟାଳୟ ଏବଂ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ର, ସେମାନଙ୍କ ଦକ୍ଷତା ଦ୍ୱାରା, ପରୀକ୍ଷଣ ଏବଂ ନ୍ୟାୟିକ ପ୍ରକ୍ରୀୟାକୁ ଆହୁରୀ ସୁଦୃଢ କରୁଛି  ।

ବନ୍ଧୁଗଣ ସଂପ୍ରତି ପରିବର୍ତ୍ତୀତ ସମୟରେ ଅପରାଧୀ ନିଜ ଅପରାଧକୁ ଲୁଚାଇବା ପାଇଁ, ରକ୍ଷା ପାଇବା ପାଇଁ ଯେଉଁଭଳି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି, ଏହିଭଳି ସ୍ଥିତିରେ ଏହା ସେତିକି ଗୁରୁତ୍ୱପୂର୍ଣ୍ଣ ଯେ  ପ୍ରତ୍ୟେକ ବ୍ୟକ୍ତି ଏହା ଅନୁଭବ କରନ୍ତୁ ଯେ ଯଦି ସେ କିଛି ଭୂଲ କରିବ ତେବେ କେବେ ନା କେବେ ନିଶ୍ଚୟ ଧରା ପଡିବ, ଦଣ୍ଡ ଭୋଗିବାକୁ ପଡିବ  । ଧରା ପଡିଯିବା ଭୟର ଭାବନା ଏବଂ କୋର୍ଟରେ ତାହାର ଅପରାଧ ପ୍ରମାଣିତ ହେବା ଭୟ – ଅପରାଧକୁ ନିୟନ୍ତ୍ରଣରେ ରଖିବା କ୍ଷେତ୍ରରେ ସହାୟକସିଦ୍ଧ ହୋଇଥାଏ ଏବଂ ଏଠାରେ ଫରେନ୍ସିକ ବିଜ୍ଞାନର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ  । ନିଶ୍ଚିତ ଦଣ୍ଡବିଧାନ ଆମ ନ୍ୟାୟିକ ବ୍ୟବସ୍ଥାର ପ୍ରତ୍ୟୟ ଯୋଗ୍ୟତାକୁ ମଧ୍ୟ ଆହୁରୀ ଶକ୍ତିମନ୍ତ କରାଏ  । ମୁଁ ଜିଏଫଏସୟୁ ର ଏହି କଥା ପାଇଁ ବିଶେଷଭାବେ ପ୍ରଶଂସା କରିବାକୁ ଚାହେଁ ଯେ ସେ ବୈଜ୍ଞାନିକ ଶୈଳୀରେ ଅପରାଧିକ ଅନୁସନ୍ଧାନ ଏବଂ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ମଜବୁତ କରିବା ପାଇଁ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ମାନବ ସଂଶାଧନର ଏକ ବୃହତ ରଣନୀତି ପ୍ରସ୍ତୁତ କରାଯାଉଛି  । କେବଳ ଭାରତ ନୁହେଁ ବରଂ ପୂରା ବିଶ୍ୱରେ ନ୍ୟାୟିକ ପ୍ରବର୍ତ୍ତନ ସଂସ୍ଥାଗୁଡିକ ଆପଣଙ୍କ ବିଶ୍ୱବିଦ୍ୟାଳୟକୁ ସହଯୋଗ ଲୋଡିବା ପାଇଁ ଆଗକୁ ଆସୁଛନ୍ତି  । ଅନେକ ଦେଶର ସହଯୋଗ କରି ସେମାନଙ୍କ କର୍ମଚାରୀମାନଙ୍କୁ ପ୍ରଶିକ୍ଷଣ ଏବଂ ପରାମର୍ଶଦାତା ପ୍ରଦାନ କରି ଆପଣଙ୍କ ବିଶ୍ୱବିଦ୍ୟାଳୟ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଖ୍ୟାତି ଲାଭ କରିଛି  ।

ମୋତେ କୁହାଯାଇଛି ଯେ ବିଗତ ପାଂଚ ବର୍ଷରେ ଗୁଜରାଟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଛଅ ହଜାରରୁ ଅଧିକ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିସାରିଛି  । ଏମାନଙ୍କ ମଧ୍ୟରେ 20ରୁ ଅଧିକ ଦେଶର 200 ରୁ ଅଧିକ ପୁଲିସ ଅଧିକାରୀ ମଧ୍ୟ ଏଠାରେ ପ୍ରଶିକ୍ଷଣ ପ୍ରାପ୍ତ କରିଛନ୍ତି  । ଏବଂ ନିଜ ନିଜ ଦେଶକୁ ଯାଇ ଏହି ଅଧିକାରୀମାନେ ନିଜର ଜ୍ଞାନ, ଏବଂ ଦକ୍ଷତାର ଉପଯୋଗ କରି ନିଜ ଦେଶ ଏବଂ ସମାଜକୁ ଆଜି ସୁରକ୍ଷିତ ରଖିପାରିଛନ୍ତି  ।  ଆପଣ ସମସ୍ତଙ୍କ ପାଇଁ ପ୍ରତ୍ୟେକ ଗୁଜରାଟବାସୀଙ୍କ ପାଇଁ ଏହା ବହୁତ ଗର୍ବର ବିଷୟ ଯେ ଏହି ଭୂମି ଉପରେ ପରିଚାଳିତ ଗୋଟିଏ ବିଶ୍ୱବିଦ୍ୟାଳୟ ନିଜ ପ୍ରଶିକ୍ଷଣ ଏବଂ ଶିକ୍ଷା ଜରିଆରେ ବୈଶ୍ୱିକ ସୁରକ୍ଷାରେ ଏତେ ବଡ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି  ।

ବନ୍ଧୁଗଣ ଆଜିର ଏହି ସମୟରେ ଏହା ମଧ୍ୟ ଅତ୍ୟନ୍ତ ଆବଶ୍ୟକ ଯେ ପ୍ରତ୍ୟେକ ନୂତନ ବ୍ୟବସ୍ଥା ନିଜକୁ ଆଧୂନିକ ଜ୍ଞାନ କୌଶଳ ଅନୁରୂପ ଗଢିତୋଳିଥାଏ  । ନିଶ୍ଚିତ ରୂପେ ଏଥିରେ ଡିଜିଟାଲ ଟେକ୍ନୋଲଜିର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି  । ଡିଜିଟାଲ ଟେକ୍ନୋଲଜି ଫରେନ୍ସିକ ବିଜ୍ଞାନକୁ ନୂତନ ଉର୍ଜା ପ୍ରଦାନ କରୁଛି  । ପ୍ରଥମେ ସମସ୍ତ ପରୀକ୍ଷଣ, ପ୍ରତ୍ୟକ୍ଷ ଅନୁସନ୍ଧାନ କରିବାକୁ ପଡୁଥିଲା  । ବର୍ତ୍ତମାନ ଡିଜିଟାଲ ଜ୍ଞାନ କୌଶଳ ଏହି କାର୍ଯ୍ୟକୁ ଆହୁରୀ ସରଳ କରିଦେଇଛି ଏବଂ ସଂକ୍ଷିପ୍ତରେ କରିହେଉଛି  । ଏବଂ ମୁଁ ଭାବୁଛି ଯେ ଏହି କ୍ଷେତ୍ରରେ ନୂତନ ସଫ୍ଟୱେର ବିକଶିତ କରାଯାଇ ଡିଜିଟାଲ ଟୁଲ ର ବ୍ୟବହାର ବୃଦ୍ଧି କରିବାର ପରିସର ଏବେ ମଧ୍ୟ ରହିଛି ଏବଂ ଏହି କ୍ଷେତ୍ରରେ ମଧ୍ୟ ଅଧିକ ବିସ୍ତୃତ ଭାବେ ଚିନ୍ତା କରିବାର ଆବଶ୍ୟକତା ରହିଛି  । ବନ୍ଧୁଗଣ ଗୋଟିଏ ପଟେ ଇଣ୍ଟରନେଟ ଆମ ସମସ୍ତଙ୍କ ଜୀବନକୁ ସରଳ କରିବାର କାର୍ଯ୍ୟ କରୁଛି ଅନ୍ୟପଟେ ନୂତନ ଭାବେ ଅପରାଧିକ ସାଇବର କ୍ରାଇମର ସୃଷ୍ଟି ହୋଇଛି ଏହି ସାଇବର କ୍ରାଇମ ଦେଶର ନାଗରିକମାନଙ୍କର ବ୍ୟକ୍ତିଗତ ଜୀବନ ପାଇଁ ଆହ୍ୱାନ ହୋଇଛି । ଆମ ଆର୍ଥିକ ପ୍ରତିଷ୍ଠାନ ହେଉ, ପାୱାର ଷ୍ଟେସନଗୁଡିକ ହେଉ, ହସ୍ପିଟାଲଗୁଡିକ ହେଉ ଏଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକୁ ମଧ୍ୟ ପ୍ରଭାବିତ କରୁଛି  । ଏହା ରାଷ୍ଟ୍ରୀୟ ସୁରକ୍ଷା ପାଇଁ ମଧ୍ୟ, କେବଳ ହିନ୍ଦୁସ୍ତାନ, ବିଶ୍ୱର ପ୍ରତ୍ୟେକ ଦେଶ ପାଇଁ ଏକ ବଡ ଆହ୍ୱାନ  । ଆଜି ଏହି ଅବସରରେ ମୁଁ ସମସ୍ତ ସାଇବର ଏବଂ ଡିଜିଟାଲ ବିଶେଷଜ୍ଞମାନଙ୍କୁ ନିବେଦନ କରୁଛି ଯେ ସେମାନେ ଡିଜିଟାଲ ଇଣ୍ଡିଆ ମିଶନ ର ସହଭାଗୀ ହୋଇ ଦେଶ ଏବଂ ସମାଜକୁ ସୁରକ୍ଷା ପ୍ରଦାନ କରିବା, ଶସକ୍ତ କରିବାରେ ସହଯୋଗ କରନ୍ତୁ  । ସରକାରଙ୍କ ଦ୍ୱାରା ସାଇବର ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଏଭଳି ଅପରାଧୀମାନଙ୍କ ମନରେ ଭୟ ସୃଷ୍ଟି କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି  । ସାଇବର ଫରେନ୍ସିକ ପରୀକ୍ଷାଗାରକୁ ମଧ୍ୟ ମଜବୁତ କରାଯାଇଛି, କିନ୍ତୁ ଏହାସହିତ ଆପଣଙ୍କ ଭଳି ଅନୁଭବୀ ବିଶେଷଜ୍ଞମାନଙ୍କର ମଧ୍ୟ ଦେଶରେ ଅନେକ ଆବଶ୍ୟକତା ରହିଛି, ଯାହା କମ ସମୟ ମଧ୍ୟରେ ଏଭଳି ଅପରାଧୀମାନଙ୍କ ପାଖରେ ପହଂଚିବା କ୍ଷେତ୍ରରେ ଅନୁସନ୍ଧାନ ଏଜେନ୍ସୀଗୁଡିକର ସହଯୋଗ କରିପାରିବେ  । ବନ୍ଧୁଗଣ ପରିବର୍ତ୍ତୀତ ସମୟ ଅନୁସାରେ କେବଳ ଅପରାଧ ନୁହେଁ ବରଂ ବିଭିନ୍ନ କ୍ଷେତ୍ରଗୁଡିକରେ ମଧ୍ୟ ଫରେନ୍ସିକ ବିଜ୍ଞାନର ଗୁରୁତ୍ୱ ବୃଦ୍ଧି ପାଉଛି  । ବୀମା କ୍ଷେତ୍ର ହେଉ, ବୀମା କଂପାନୀଗୁଡିକ ପାଖରେ ନିଜର ବୀମା ଅର୍ଥ ପ୍ରାପ୍ତ କରିବା ପାଇଁ ବିଭିନ୍ନ ପ୍ରକାରର ଲୋକମାନେ ଆସୁଛନ୍ତି  । ସେମାନଙ୍କ ପାଇଁ ବହୁତ ବଡ ଆହ୍ୱାନ ହୋଇଥାଏ ଯେ ବୀମା ଅର୍ଥ ପାଇଁ ଦାବିର ସତ୍ୟତା ଅଛି କି ନାହିଁ  । ଫରେନ୍ସିକ ବିଜ୍ଞାନର ସୂଚନା ଏଥିରେ ସହାୟକ ହୋଇପାରିବ  । ଏହିଭଳି ଯଦି ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଫରେନ୍ସିକ ବିଜ୍ଞାନର ଜ୍ଞାନ ଥିବ ତେବେ ଫରେନ୍ସିକ ଆବଶ୍ୟକତା ଦୃଷ୍ଟିରେ ରଖି କାର୍ଯ୍ୟ କରିବେ  । କୌଣସି ଦୁର୍ଘଟଣା ପରେ ଅବା ଅପରାଧ ପରେ ଯେତେବେଳେ ଆହତ ବ୍ୟକ୍ତି ହସ୍ପିଟାଲ ପହଂଚୁଛି ସେତେବେଳେ ତା ସହିତ ଅନେକ ଫରେନ୍ସିକ ପ୍ରମାଣ ନେଇ ଆସୁଛି  । ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ, ନର୍ସମାନଙ୍କ ପାଖରେ, ଫରେନ୍ସିକ ବିଜ୍ଞାନ ର ସଠିକ ସୂଚନା ଥିଲେ ଏହି ପ୍ରମାଣକୁ ସୁରକ୍ଷିତ ରଖିବାରେ ସହଯୋଗ କରିପାରିବେ  । ଫରେନ୍ସିକ ବିଜ୍ଞାନ ର ପ୍ରତ୍ୟେକ ଛାତ୍ର ପାଇଁ ମନୁଷ୍ୟ ବୁଦ୍ଧିଶକ୍ତିକୁ ବିକଶିତ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ  । ହୋଇପାରେ ଆପଣମାନଙ୍କ ମଧ୍ୟରୁ କେତେ ଜଣ ଗୁଜରାଟ ଏବଂ ରାଜସ୍ଥାନରେ ଖାସକରି ପଗି ସଂପ୍ରଦାୟ ବିଷୟରେ ଶୁଣିଥିବେ  । କଚ୍ଛ ଏବଂ ବଣ୍ଡର ଅଂଚଳରେ ପଗୀ ସଂପ୍ରଦାୟର ଲୋକମାନେ ଅନେକ ବର୍ଷରୁ ନିଜର ବୁଦ୍ଧିଶକ୍ତି ପାଇଁ ବେଶ୍ ଜଣାଶୁଣା  । ସେମାନେ ଓଟର ପାଦଚିହ୍ନ ଦେଖି କହିପାରିବେ ଯେ ଓଟ ଏକୁଟିଆ ଥିଲା ଅବା ତାହା ଉପରେ କେହି ବସିଥିଲେ ବା ଜିନିଷପତ୍ର ନେଇ ଯାଉଥିଲା ଏବଂ ମୁଁ କୌଣସି ଜାଗାରେ ପଢିଥିଲି ଯେ ଯେଉଁ ପଗୀ ସଂପ୍ରଦାୟ ଅଛନ୍ତି ସେମାନେ ଶୈଶବରୁ ପାଂଚଟି ଇନ୍ଦ୍ରୀୟକୁ ବିକଶିତ କରିବା ପାଇଁ ପାରମ୍ପରିକ ପ୍ରଶିକ୍ଷଣ ନେଇଥାନ୍ତି ଏବଂ ଏଥିପାଇଁ ବଡ ବଡ ଅପରାଧଗୁଡିକର ସମାଧାନ କରିବା ପାଇଁ କିଛି ଅଂଚଳରେ ଆଜି ମଧ୍ୟ ପୁଲିସ ଏଭଳି ପଗୀ ସଂପ୍ରଦାୟର ଲୋକମାନଙ୍କର ସହଯୋଗ ନେଉଛନ୍ତି  । ଏବଂ ମୁଁ ବିଶ୍ୱବିଦ୍ୟାଳୟ ଏବଂ ପ୍ରଶାସନକୁ କହିବାକୁ ଚାହୁଁଛି ଯେ କେବେ ନା କେବେ ବିଶ୍ୱରେ ଏହିସବୁ ଜିନିଷ ବ୍ୟବହାର କରାଯାଇଛି, ମାନବୀୟ ବୁଦ୍ଧିମତ୍ତା ବା ହ୍ୟୁମାନ ଇଣ୍ଟେଲିଜେନ୍ସ ଦ୍ୱାରା ବ୍ୟବହୃତ କରାଯାଇଛି  । କଣ ଫରେନ୍ସିକ ବିଜ୍ଞାନ ଅନେକ ବିଷୟଗୁଡିକ ଉପରେ କାର୍ଯ୍ୟ କରୁଛି  । ପାରମ୍ପରିକ ଭାବେ ଆମ ଦେଶରେ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ ପୁରୁଣା ଅମଳର ଯେଉଁ ପରମ୍ପରା ଥିଲା, ପ୍ରଥମେ ଯେତେବେଳେ ଡିଜିଟାଲ ଟେକ୍ନୋଲଜି ନ ଥିଲା ସେତେବେଳେ ଲୋକମାନେ ଫିଙ୍ଗର ପ୍ରିଣ୍ଟ କୁ ମିଶାଇ ପ୍ରମାଣ ଯୋଗାଡ କରି ନିଜ ମତାମତ ପ୍ରଦାନ କରୁଥିଲେ  । ହେଣ୍ଡ-ରାଇଟିଂଗ ବିଶେଷଜ୍ଞ ଥିଲେ ସେମାନେ ନିଜର ମତାମତ ପ୍ରଦାନ କରୁଥିଲେ, ସାଇକୋଆନାଲିଷ୍ଟ ଥିଲେ ସେମାନେ ସାଇକୋ ପ୍ରୋଫାଇଲ ପ୍ରସ୍ତୁତ କରୁଥିଲେ  । ପାରମ୍ପରିକ ଭାବେ ଏହିସବୁ କ୍ଷେତ୍ର ରହିଥିଲା  । ଏହିସବୁ ପାରମ୍ପରିକ ବ୍ୟବସ୍ଥା ହିନ୍ଦୁସ୍ତାନରେ ଥିଲା ଏବଂ ପ୍ରତ୍ୟେକ ରାଜ୍ୟରେ ଥିଲା ତାକୁ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଦ୍ୱାରା ଯଦି ଏକତ୍ର କରାଯାଏ ଏବଂ ସେହି ପାରମ୍ପରିକ ଜ୍ଞାନକୁ ଆଧୂନିକ ଟେକ୍ନୋଲଜି ସହିତ ସଂଯୁକ୍ତ କରି ତାହାକୁ ନୂତନ ଦିଗନ୍ତ ପ୍ରଦାନ କରାଯିବ, ମୁଁ ଭାବୁଛି ଯେ ଏହା କେବଳ ହିନ୍ଦୁସ୍ତାନରେ ବିଶ୍ୱରେ ପ୍ରତ୍ୟେକ ଦେଶ ପାଖରେ ଏପରି କିଛି ନା କିଛି ବିଦ୍ୟା ରହିଛି  । ସେହି ବିଦ୍ୟାକୁ ଯଦି ଉପଯୋଗ କରାଯିବ ତାହେଲେ ଆମେ ଏହି କ୍ଷେତ୍ରକୁ ଆହୁରୀ ଆଗକୁ ବଢାଯାଇପାରିବ  । ଉଦାହରଣ ସ୍ୱରୂପ ଯେଉଁ ସାଇକୋ-ପ୍ରୋଫାଇଲ ପ୍ରସ୍ତୁତ କରନ୍ତି, ସାଇକୋଆନାଲିସିସ କରିଥାନ୍ତି  । କୌଣସି ଯୁଗରେ ତାଙ୍କୁ ସବୁ ମିଶାଇ ସେମାନଙ୍କ ପରିବାରଠାରୁ ପଚରା ପଚରି କରି ନିଷ୍ପତ୍ତି ନେଉଥିଲେ ତାହା ଆଜି ଟେକ୍ନୋଲଜି ଜରିଆରେ କରାଯାଇପାରୁଛି  । ଯେପରି ପାରମ୍ପରିକ ଜ୍ଞାନ, ଏଥିସହ ଟେକ୍ନୋଲଜି ଦକ୍ଷତା ଆଣିଦେଇଛି, ପରିପୂର୍ଣ୍ଣତା ଆଣିଦେଇଛି, ମୁଁ ଭାବୁଛି ଯେ ଆମ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଅନୁସନ୍ଧାନର ଏକ କ୍ଷେତ୍ର ମଧ୍ୟ ହେବା ଦରକାର ଯାହା ପାରମ୍ପରିକ ଜ୍ଞାନ, ହ୍ୟୁମାନ ଇଣ୍ଟେଲିଜେନ୍ସ ଏବଂ ଆଧୂନିକ ଜ୍ଞାନ କୌଶଳକୁ ମିଶାଇ ଆମେ ଏହି କ୍ଷେତ୍ରରେ କିଭଳି ଭାବେ କାର୍ଯ୍ୟ କରିପାରିବା, ସେହି ଦିଗରେ ଆମ ବିଶ୍ୱବିଦ୍ୟାଳୟକୁ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି  ।

ବନ୍ଧୁଗଣ, ଅପରାଧୀ ଏବଂ ଅପରାଧିକ ଘଟଣା ଘଟାଇବାର ଉପାୟରେ ମଧ୍ୟ ପରିବର୍ତ୍ତନ ହେଉଛି  । ଦୃତ ଗତିରେ ପରିବର୍ତ୍ତୀତ ହେଉଥିବା ଅପରାଧୀକ ପରିସ୍ଥିତିର ମୁକାବିଲା କରିବା ପାଇଁ, ଆପଣଙ୍କୁ ନୂତନ ଜ୍ଞାନ କୌଶଳ ବିକଶିତ କରିବାର ଆବଶ୍ୟକତା ରହିଛି ଯାହାଦ୍ୱାରା କୌଣସି ଅପରାଧୀ ଯେପରି ମୁକୁଳି ନ ପାରିବେ  । ଡିଏନଏ ପ୍ରୋଫାଇଲିଂଗ ଫରେନ୍ସିକ ଅନୁସନ୍ଧାନ ପାଇଁ ଏକ ନୂତନ ଦିଗନ୍ତ ସୃଷ୍ଟି କରିପାରିଛି  । ଏହି ଜ୍ଞାନ କୌଶଳର ସହଯୋଗରେ ଅନେକ ଅପରାଧ ମାମଲାର ସମାଧାନ କରାଯାଇପାରିଛି, ଯଦି ଏହା ନ ଥାନ୍ତା ତେବେ ହୁଏତ ଏହା ସମ୍ଭବ ହୋଇନଥାନ୍ତା  । ଫରେନ୍ସିକ ବିଶେଷଜ୍ଞମାନଙ୍କୁ ମୋର ନିବେଦନ ଯେ ଯେତେ ସମ୍ଭବ ଡିଏନଏ ପ୍ରୋଫାଇଲିଂଗର ବ୍ୟବହାର କରି ନ୍ୟାୟିକ ପ୍ରଣାଳୀର ସହଯୋଗ କରନ୍ତୁ ଯାହାଦ୍ୱାରା ଅପରାଧୀକୁ ତତ୍କାଳୀନ ଦଣ୍ଡବିଧାନ କରାଯାଇପାରୁ ଏବଂ ପିଡୀତମାନଙ୍କୁ ଉଚିତ୍ ନ୍ୟାୟ ମିଳୁ  । ଫରେନ୍ସିକ ଅନୁସନ୍ଧାନରେ ଡିଏନଏ ଜ୍ଞାନ କୌଶଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି, ଆମ ସରକାର ଡିଏନଏ ଜ୍ଞାନ କୌଶଳ (ବ୍ୟବହାର ଏବଂ କାର୍ଯ୍ୟକାରୀ) ବିଧେୟକ 2018କୁ  ମଂଜୁର କରିଛନ୍ତି  । ଏହି ବିଲ ଜରିଆରେ ଡିଏନଏ ପରୀକ୍ଷଣ ବିଶ୍ୱସ୍ତ ଏବଂ ଏଥିରେ ପ୍ରଦତ୍ତ ସୂଚନା ସୁରକ୍ଷିତ ବୋଲି ସୁନିଶ୍ଚିତ କରିହେବ  । ଡିଏନଏ ସମୀକ୍ଷା ପାଇଁ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ସ୍ଥାପିତ ପରୀକ୍ଷାଗାରଗୁଡିକୁ ଆହୁରୀ ମଜବୁତ କରିବା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି  । ନିର୍ଭୟା ଯୋଜନା ଅଧିନରେ ଚଣ୍ଡିଗଡର କେନ୍ଦ୍ରୀୟ ଫରେନ୍ସିକ ବିଜ୍ଞାନ ପରୀକ୍ଷାଗାରରେ ଆର୍ଟ ଲାବୋରେଟାରୀ ସ୍ଥାପିତ କରାଯାଇଛି  । ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧ ମାମଲାଗୁଡିକ ସହିତ ଘୃଣ୍ୟ ଅପରାଧଗୁଡିକର ସମାଧାନ ଆଗାମୀ ଦିନରେ ଅତିଶୀଘ୍ର ଏବଂ ସଠିକ ଭାବେ କରିପାରିବୁ ବୋଲି ମୋର ବିଶ୍ୱାସ ରହିଛି  ।

ଆପଣମାନେ ବିଗତ ଦିନମାନଙ୍କରେ ସମ୍ବାଦପତ୍ରରେ ପଢିଥିବେ ମଧ୍ୟପ୍ରଦେଶର ମଂଦସୌରର ଗୋଟିଏ ଅଦାଲତ କେବଳ ଦୁଇ ମାସର ଶୁଣାଣି ଭିତରେ ନାବାଳିକକୁ ବଳାତ୍କାର କରିଥିବା ଦୁଇଜଣ ବଳାତ୍କାରୀଙ୍କୁ, ରାକ୍ଷସମାନଙ୍କୁ ଫାସୀ ଦଣ୍ଡାଦେଶ ଦେଇଥିଲେ, କେବଳ ଦୁଇ ମାସ ମଧ୍ୟରେ, ଏହାପୂର୍ବରୁ ମଧ୍ୟପ୍ରଦେଶର କଟନୀରେ ଗୋଟିଏ ଅଦାଲତ କେବଳ ପାଂଚ ଦିନରେ ଶୁଣାଣି ପରେ ଏହି ରାକ୍ଷସମାନଙ୍କୁ ଫାସୀ ଦଣ୍ଡାଦେଶ ଦେଇଥିଲେ  । ରାଜସ୍ଥାନରେ ମଧ୍ୟ ଅଦାଲତଗୁଡିକ ଏହିଭଳି ତ୍ୱରୀତ ପଦକ୍ଷେପ ନେଇଛନ୍ତି  । ଯୌନ ଉତ୍ପୀଡନ ଭଳି ଜଘନ୍ୟ ଅପରାଧଗୁଡିକରେ ଆମ କୋର୍ଟଗୁଡିକ ଅତିଶୀଘ୍ର ବିଚାର କରିବା କ୍ଷେତ୍ରରେ ଫରେନ୍ସିକ ବିଜ୍ଞାନ ଏବଂ ଆପଣଙ୍କ ଭଳି ବିଶେଷଜ୍ଞ ବହୁତ ବଡ ସେବା କରିପାରିବେ  । ବହୁତ ବଡ ପ୍ରଭାବ ପକାଇପାରିବେସରକାର ଆଇନ କଡାକଡି କରିଥିଲେ, ପୁଲିସ ଅନୁସନ୍ଧାନ କରୁଛି କିନ୍ତୁ ଫରେନ୍ସିକ ବିଜ୍ଞାନ କୋର୍ଟଙ୍କୁ ଅତିଶୀଘ୍ର ଫଇସଲା କରିବାର ଏକ ମଜବୁତ ବିଜ୍ଞାନସମ୍ମତ ସହଯୋଗ ଢାଞ୍ଚା ପ୍ରଦାନ କରୁଛି  । ନ୍ୟାୟିକ ପ୍ରକ୍ରୀୟାଗୁଡିକରେ ଏହିଭଳି ଦୃତତା ଏବଂ ଅପରାଧୀମାନଙ୍କୁ ମୁକୁଳାଇବାର କୌଣସି ସୁଯୋଗ ପ୍ରଦାନ କରନ୍ତୁ ନାହିଁ ଏବଂ ମୁଁ ମାନୁଛି ଯେ ଆପଣଙ୍କ ଯୋଗ୍ୟତା ବଡରୁ ଅତି ବଡ ଗମ୍ଭୀର ଅପରାଧଗୁଡିକୁ ମଧ୍ୟ ନିୟନ୍ତ୍ରିତ କରିବାରେ ସମାଜର ବହୁତ ବଡ ସେବା କରୁଛି  ।

ବନ୍ଧୁଗଣ ଫରେନ୍ସିକ ବିଜ୍ଞାନକୁ ଦେଶର ପ୍ରତ୍ୟେକ ରାଜ୍ୟରେ ଅଧିକରୁ ଅଧିକ ମଜବୁତ କରିବା, ତାହାର ବିସ୍ତାର କରିବା ଉପରେ ସରକାର ଲଗାତାର କାର୍ଯ୍ୟ କରୁଛନ୍ତି  । ଏହି କ୍ରମରେ ଦେଶର ପୁଲିସ ବଳର ଆଧୂନିକୀକରଣ ଯୋଜନା ଅଧିନରେ ସରକାର ଗୁଜରାଟ ଫରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟକୁ ଉନ୍ନତ କରିବାର ପ୍ରସ୍ତାବକୁ ମଧ୍ୟ ମଂଜୁରି ପ୍ରଦାନ କରିଛନ୍ତି  । ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ଏବଂ କ୍ଷେତ୍ରୀୟ ସ୍ତରରେ ସେଣ୍ଟର ଅଫ ଏକ୍ସଲେନ୍ସ ଏବଂ ନୂତନ ପ୍ରତିଷ୍ଠାନ ସ୍ଥାପନ ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି  । ଏହି ପ୍ରକଳ୍ପ ପାଇଁ 300 କୋଟି ଟଙ୍କା ଖର୍ଚ୍ଚ କରାଯିବ ଯାହା ମଧ୍ୟରେ 60 ପ୍ରତିଶତ ଅର୍ଥ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଦାନ କରାଯିବ  । ଏବଂ ମୁଁ ଅତ୍ୟନ୍ତ ଖୁସି ଯେ ଗୁଜରାଟ ସରକାର ମଧ୍ୟ ଏହି ପ୍ରକଳ୍ପ ପାଇଁ ନିଜ ତରଫରୁ ପାଖାପାଖି 50 କୋଟି ଟଙ୍କା ପ୍ରଦାନ କରିଛନ୍ତି ଏହି ଅର୍ଥର ବ୍ୟବହାର ଫରେନ୍ସିକ ବିଜ୍ଞାନ କୌଶଳଗୁଡିକର ଆଧୂନୀକିକରଣ ଏବଂ ସେମାନଙ୍କ ବିସ୍ତାରଣ କ୍ଷେତ୍ରରେ କରାଯିବ  ।

ବନ୍ଧୁଗଣ, ଆପଣମାନେ ଅଧ୍ୟୟନ କରିବା ପାଇଁ ଅତ୍ୟନ୍ତ ଉପଯୁକ୍ତ ବିଷୟ ଚୟନ କରିଛନ୍ତି  । ଫରେନ୍ସିକ ବିଜ୍ଞାନର ଶ୍ରେଣୀଗୁଡିକର କିଛି ସିଦ୍ଧାନ୍ତ ଆପଣଙ୍କ ଜୀବନର ଶ୍ରେଣୀଗୃହ , ଅନ୍ୟ ସଦର୍ଭରେ ମଧ୍ୟ ସହାୟକ ହେବ  । ସେମାନେ ଆପଣମାନଙ୍କୁ ଶିକ୍ଷାଦାନ କରିଥିବା ସ୍ୱାତନ୍ତ୍ର୍ୟତାର ଆଇନ, ଜୀବନରେ ସିଦ୍ଧାନ୍ତକୁ ମଧ୍ୟ କେବେ ଭୁଲନ୍ତୁ ନାହିଁ  । ସ୍ୱାମୀ ବିବେକାନନ୍ଦ କହୁଥିଲେ ଯେ ପ୍ରତ୍ୟେକ ଆତ୍ମା ସମ୍ଭାବିତ ଭାବେ ଦିବ୍ୟ  ।  ଅର୍ଥାତ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକ, ନିଜ ଭିତରେ, ଭୀଷଣ ଶକ୍ତିର ଅଧିକାରୀ, ଯାହାକୁ ଜାଣିବାର ଆବଶ୍ୟକତା ରହିଛି  । ଏହି ଶକ୍ତିକୁ ଚିହ୍ନିବାର ପ୍ରଥମ ସୋପାନ ହେଉଛି ବିଶ୍ୱାସ  । ନିଜ ଉପରେ ବିଶ୍ୱାସ ରଖିବା  । ନିଜର ଦକ୍ଷତା ଉପରେ ବିଶ୍ୱାସ ରଖିବା  । ନିଜର ସମ୍ଭାବ୍ୟ ଉପରେ ବିଶ୍ୱାସ ରଖିବା । ଲୋକାର୍ଡ ଆପଣମାନଙ୍କୁ ଶିଖାଇଛନ୍ତି ଯେ ଅପରାଧୀକ ଘଟଣାରେ ଅପରାଧୀ କିଛି ନା କିଛି ଛାଡିଯାଇଥାଏ  । ମୁଁ ନିଶ୍ଚିତ ଯେ ଆପଣମାନେ ସର୍ବଦା ଅପରାଧର ସମାଧାନ କରୁଥିବେ  । କିନ୍ତୁ, ଏହା ସ୍ମରଣ ରଖନ୍ତୁ ଯେ ଆପଣମାନେ ପ୍ରତ୍ୟେକ ଛାତ୍ର ଆମ ସମାଜ ପାଇଁ ମଧ୍ୟ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ  । ଏବଂ ଅନ୍ୟମାନଙ୍କଠାରୁ ଶିକ୍ଷା ପ୍ରାପ୍ତ କରି ଆପଣଙ୍କ ଜ୍ଞାନ ବୃଦ୍ଧି କରିବା ପାଇଁ ମଧ୍ୟ ଭୁଲନ୍ତୁ ନାହିଁ  । ନୂତନ ଚିନ୍ତାଧାରା, ମତ ଏବଂ ମତାମତ ଗ୍ରହଣ କରିବା ପାଇଁ ସର୍ବଦା ପ୍ରସ୍ତୁତ ରୁହନ୍ତୁ  । ନିଜର ଚିନ୍ତାଧାରା ସହିତ ବିଶ୍ୱକୁ ସମୃଦ୍ଧ କରନ୍ତୁ ଏବଂ ଅନ୍ୟମାନଙ୍କଠାରୁ ସର୍ବୋତ୍ତମ ଗ୍ରହଣ କରନ୍ତୁ  । ଏହି ଭିନ୍ନତା ଆପଣମାନଙ୍କୁ ଏକ ଜ୍ଞାନୀ ବ୍ୟକ୍ତି ଭାବେ ପରିଗଣିତ କରାଇବ  । ଏବଂ ପ୍ରଗତିଶୀଳ ବିକାଶର ନିୟମ ବିଷୟରେ ଯେତେବେଳେ ମୁଁ କହୁଛି ସେତେବେଳେ ଆପଣମାନଙ୍କ ମନ ସ୍ୱତଃପ୍ରୋତ ଭାବେ ଆପଣମାନେ ବିଗତ ଦିନର ଶିକ୍ଷାଦାନ ବିଷୟରେ ମନେପକାଇଦେବ, ଏବଂ ଆଗାମୀ ଦିନର କଥା ମଧ୍ୟ ଚିନ୍ତା କରିବେ  । ପ୍ରତି ମୂହୂର୍ତ୍ତରେ ଦୃତ ଗତିରେ ସମସ୍ତ କ୍ଷେତ୍ରରେ ପରିବର୍ତ୍ତନ ହେଉଥିବା ପୃଥିବୀରେ ଆମେ ବାସ କରୁଛୁ  । ଆମ ସମୟର ନିଶ୍ଚିତ ଆବଶ୍ୟକତା ହେଉଛି ଚମତ୍କାରୀ ନବସୃଜନ କୌଣସି ନୂତନ ଚିନ୍ତାଧାରା ପୁରୁଣା ହେବାପାଇଁ ଅଧିକ ସମୟ ଲାଗେନାହିଁ  । ଆଜିକାଲି ଆମ ଲୋକମାନେ ବିଶେଷକରି ଯୁବଗୋଷ୍ଠୀ ବିଭିନ୍ନ ସମସ୍ୟାର ସମାଧାନ ସୂତ୍ର ଅଭିନବ ପଦ୍ଧତିରେ ରେକର୍ଡ ସମୟ ମଧ୍ୟରେ ଖୋଜି ବାହାର କରିଦେଉଛନ୍ତି ସେହିଭଳି ବୈଶ୍ୱିକ  ସ୍ତରରେ ପରିବର୍ତ୍ତନ ପରମ୍ପରାର କେନ୍ଦ୍ରରେ ରହିବାର ଆବଶ୍ୟକତା ରହିଛି  । ଆପଣମାନଙ୍କ ଶିକ୍ଷା ଏବଂ ବୁଦ୍ଧିମତା ଆପଣଙ୍କୁ ବକ୍ସ ବାହାରେ ଚିନ୍ତା କରିବା ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଛି  । ସୁନିଶ୍ଚିତ କରନ୍ତୁ ଯେ ଆପଣମାନେ ଏହି କୌଶଳର ଉପଯୋଗ କେବଳ ଆମ ଚତୁଃପାର୍ଶ୍ଵର ପରିବର୍ତ୍ତନ ସହିତ ତାଳମେଳ ରଖିବା କ୍ଷେତ୍ରରେ ବରଂ ଆମ ବିଶ୍ୱକୁ ଉତ୍ତମ ସ୍ଥାନ ପ୍ରଦାନ କରିବା ଦିଗରେ ଲଗାଇବାର ଆବଶ୍ୟକତା ରହିଛି  । ଆଗାମୀ ପିଢିଗୁଡିକ ଏଥିପାଇଁ ଧନ୍ୟବାଦ ପ୍ରଦାନ କରିବେ  । ବନ୍ଧୁଗଣ, କୌଣସି ଯୋଜନା ଏବଂ ପଦକ୍ଷେପ ଯୁବଗୋଷ୍ଠିଙ୍କ ବିନା ଅଂଶଗ୍ରହଣରେ ସମ୍ଭବ ହୋଇପାରିବ ନାହିଁ  । ମୋର ବିଶ୍ୱାସ ଯେ ଯେଉଁ ଜ୍ଞାନ ଏଠାରେ ଆପଣମାନେ ଆହରଣ କରିଛନ୍ତି ତାହା ଉତ୍ତମ ଭାବେ ଦେଶସେବା କରିବାରେ ଆପଣମାନଙ୍କୁ ସହଯୋଗ କରିବ  । ମୋର ଆଶା ଯେ ଅଲମାମାଟରକୁ ଉଚ୍ଚତମ ସମ୍ମାନରେ ରଖିବେ  । ମୁଁ ସମସ୍ତ ସ୍ନାତକ ଛାତ୍ରମାନଙ୍କୁ ଏକ ଉଜ୍ଜ୍ୱଳ ଏବଂ ସଜୀବ ଭବିଷ୍ୟତର କାମନା କରୁଛି  ।

ଏବଂ ମୁଁ ବିଶେଷ ଭାବେ ଆଜି ଦେଖୁଥିଲି ଯେ ବଡ କଷ୍ଟରେ କୌଣସି ପୁଅ ଦେଖିବାକୁ ମିଳୁଛନ୍ତି, ସମସ୍ତ ପୁରସ୍କାର, ଝିଅମାନେ ନେଉଥିଲେ  । ଦେଖନ୍ତୁ ଏହା ପରିବର୍ତ୍ତିତ ସମୟର ଛବି । ମୁଁ ବିଶେଷ ଭାବେ ସେହି ଝିଅମାନଙ୍କୁ  ଏବଂ ସେମାନଙ୍କ ମାତା-ପିତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି ଖାସକରି ରକ୍ଷା ବନ୍ଧନ ର ଶୁଭକାମନ ଜଣାଉଛି  । ଅନେକ ଅନେକ ଧନ୍ୟବାଦ  ।

**********