ପିଏମଇଣ୍ଡିଆ
ଏଠାରେ ଉପସ୍ଥିତ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ଆପଣ ସମସ୍ତଙ୍କୁ ଦୀପାବଳି ଏବଂ ନୂତନ ବର୍ଷର ଶୁଭକାମନା ସହିତ, ଏବେ ଆମେମାନେ ଭାଇ ଦୁଜ ପର୍ବ ପାଳନ କଲେ, ନାଗ ପଂଚମୀ ପର୍ବର ପ୍ରତୀକ୍ଷା କରି ରହିଛୁ, ଆଉ ନୂତନ ସଂକଳ୍ପ ସହିତ, ନୂତନ ଭାରତ, ନୂତନ ଗୁଜରାଟର ନିର୍ମାଣ ଦିଗରେ ଆଜି ଏକ ଅମୂଲ୍ୟ ଉପହାର ଘୋଘା ମାଟିରୁ ସମଗ୍ର ହିନ୍ଦୁସ୍ଥାନକୁ ମିଳୁଛି । ଆଜି ଘୋଘା-ଦହେଜ ମଧ୍ୟରେ ରୋ-ରୋ ନୌଚଳାଚଳ ସେବାର ପ୍ରଥମ ପର୍ଯ୍ୟାୟର ଶୁଭାରମ୍ଭ କରାଯାଉଛି । ଏହା ହେଉଛି ଭାରତ ମଧ୍ୟରେ ଏଭଳି ପ୍ରଥମ ପ୍ରକଳ୍ପ । ଏହା ହେଉଛି ଦକ୍ଷିଣ-ପୂର୍ବ ଏସିଆର ମଧ୍ୟ ଏତେ ବଡ଼ ପ୍ରଥମ ପ୍ରକଳ୍ପ । ମୁଁ ଗୁଜରାଟର ଲୋକମାନଙ୍କୁ, ଏଠାକାର ସରକାରଙ୍କୁ, 650 କୋଟି ଟଙ୍କାର ଏହି ପ୍ରକଳ୍ପ, ଅନେକ ଆଧୁନିକ ଜ୍ଞାନକୌଶଳ ସହିତ ପରିପୂର୍ଣ୍ଣ କରିବା ପାଇଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଏହି ପ୍ରକଳ୍ପର ଆରମ୍ଭ ସହିତ ସାଢ଼େ ଛଅ କୋଟି ଗୁଜରାଟୀଙ୍କର ଏକ ବହୁତ ବଡ଼ ସ୍ୱପ୍ନ ପୂରଣ ହୋଇଛି । ଭାଇ ଓ ଭଉଣୀମାନେ, ଏବେ ଏହି ମଂଚରୁ ମୋତେ ସର୍ବୋତ୍ତମ ଗୋଖାଦ୍ୟ ପ୍ଳାଣ୍ଟ ଉଦ୍ଘାଟନର ମଧ୍ୟ ଛୁଟି ମିଳିଛି ।
ମୋର ପ୍ରିୟ ଭାଇ ଓ ଭଉଣୀମାନେ, ଗୋଟିଏ ବିବାଦର ବିଷୟ ରହିଛି । କ’ଣ? ମନୁଷ୍ୟ ଜାତି ସବୁଠାରୁ ପ୍ରଥମେ ପହଁରିବା ଶିଖିଥିଲା କିମ୍ବା ଚକ ତିଆରି କରିବା ଶିଖିଥିଲା । କେହି ସ୍ଥିର କରି ପାରୁ ନଥିଲେ କି ପ୍ରଥମେ ଚକ ତିଆରି ହେଲା କି ମନୁଷ୍ୟ ପ୍ରଥମେ ପହଁରିବା ଶିଖିଥିଲା । କିନ୍ତୁ ଏହା ଠିକ ଯେ ମନୁଷ୍ୟ ଜାତି ଶତାବ୍ଦୀ ଶତାବ୍ଦୀ ଧରି ପହଁରି ନାଆ ଦ୍ୱାରା ନଦୀ ପାର କରିବା ସେ ସର୍ବଦା ସରଳ ଭାବିଛି, ସହଜ ଭାବିଛି । ଗୁଜରାଟର ହଜାର ବର୍ଷର ସାମୁଦ୍ରିକ ଯାତ୍ରାର ଇତିହାସ ରହିଆସିଛି । ଏହିଠାରେ ନାଆ ତିଆରି ହେଉଥିଲା । ନାଆ ନେଇ ଦୁନିଆକୁ ଯିବା ଲୋକଙ୍କର ପରମ୍ପରା ଥିଲା । ଲୋଥାଲ (ସିନ୍ଧୁ ସଭ୍ୟତାର ଅଂଶ ବିଶେଷ) 84 ଦେଶର ପତାକା ଏହିଠାରେ ଉଡ଼ାଉଥିଲେ । ଫଲଫି ୟୁନିଭର୍ସିଟି 1700 ବର୍ଷ ପୂର୍ବେ ଗଢିଉଠିଥିଲା । ଅନେକ ଦେଶର ପିଲାମାନେ ଆମର ଏଠି ଫଲଫି ୟୁନିଭର୍ସିଟିରେ ପଢ଼ୁଥିଲେ । କିନ୍ତୁ ଜଣା ନାହିଁ କ’ଣ ହେଲା ସବୁ କିଛି ଇତିହାସ ଭଳି ତଳେ ମାଟିରେ ପୋତି ହୋଇଗଲା । ତାହା ମଧ୍ୟ ତ ଏକ ଯୁଗ ଥିଲା ।
ଭାଇ ଓ ଭଉଣୀମାନେ, ଆଜିର ଏହି କାର୍ଯ୍ୟକ୍ରମ, ଆଜିର ଏହି ଆରମ୍ଭ ଘୋଘା, ଭାବନଗର, ଗୁଜରାଟର ସମୁଦ୍ର ପର୍ଯ୍ୟନ୍ତ ସେହି ପୁରୁଣା ଭବ୍ୟ ଦିନ ଗୁଡ଼ିକୁ ଫେରାଇ ଆଣିବାର ସୁଯୋଗ ରହିଛି । ଘୋଘା-ଦହେଜ ମଧ୍ୟରେ ଫେରି ସେବା ଶହେ ପଚିଶ ଦକ୍ଷିଣ ଗୁଜରାଟର କୋଟି କୋଟି ଲୋକଙ୍କର ଜୀବନକୁ ନା କେବଳ ସହଜ କରିବ ବରଂ ସେମାନଙ୍କୁ ଆହୁରି ନିକଟତର କରିବ । ଯେଉଁ ଯାତ୍ରାରେ 7-8 ଘଣ୍ଟା ଲାଗୁଥିଲା । ସେହି ଯାତ୍ରା 45 ମିନିଟରେ ପୂରା କରା ଯାଇ ପାରିବ । ଆମର ଏଠି କୁହାଯାଏ ଯେ ସବୁଠାରୁ ମୂଲ୍ୟବାନ ଜିନିଷ ହେଉଛି ସମୟ । ସମୟ ହେଉଛି ଅର୍ଥ ଏହା କୁହାଯାଏ । ଆଜି ଦୁନିଆରେ କେହି 24ଘଣ୍ଟାକୁ, 25 ଘଣ୍ଟା କରି ପାରିବ ନାହିଁ । କିନ୍ତୁ ଇଏ ହେଉଛନ୍ତି ଭାରତ ସରକାର ଆଉ ଗୁଜରାଟ ସରକାର ଆପଣଙ୍କ 24 ଘଣ୍ଟା ମଧ୍ୟରୁ ଗୋଟିଏ ଘଣ୍ଟାକୁ ଯାତ୍ରା କରି, ସାତ ଘଣ୍ଟାକୁ ଉପହାର ସ୍ୱରୂପ ଦେଇପାରନ୍ତି । ଗୋଟିଏ ଅନୁଶୀଳନ କହେ କି ଜିନିଷକୁ ନେବାରେ ଯଦି ସଡ଼କ ରାସ୍ତାରେ ଦେଢ଼ ଟଙ୍କା ଖର୍ଚ୍ଚ ହୁଏ, ତ ସେତିକି ହିଁ ଜିନିଷ ନେବା ପାଇଁ ରେଳ ଜରିଆରେ ଏକ ଟଙ୍କା ଲାଗିଥାଏ, କିନ୍ତୁ ଯଦି ସେହି ଜିନିଷ ଆମେ ଜଳମାର୍ଗରେ ନେବା ତ କେବଳ 20-25 ପଇସାରେ ନେଇ ଯାଇ ପାରିବା । ଆପଣ ଚିନ୍ତା କରି ପାରୁଥିବେ ଆପଣଙ୍କର କେତେ ସମୟ ବଂଚିବାକୁ ଯାଉଛି । ଦେଶର କେତେ ପେଟ୍ରୋଲ ଡିଜେଲ ସଂଚୟ ହେବାକୁ ଯାଉଛି । ନହେଲେ ଲକ୍ଷ-ଲକ୍ଷ ଲିଟର ଇନ୍ଧନ ତ ଯେତେବେଳେ ଟ୍ରାଫିକ୍ ଜାମ୍ ରେ ଶେଷ ହୋଇଯାଇଥାଏ, ସେଠାରେ ନଷ୍ଟ ହୋଇ ଯାଇଥାଏ ।
ଭାଇ ଓ ଭଉଣୀମାନେ, ସୌରାଷ୍ଟ୍ର ଆଉ ଦକ୍ଷିଣ ଗୁଜରାଟ ମଧ୍ୟରେ ପ୍ରତିଦିନ ପ୍ରାୟ 12 ହଜାର ଲୋକ ଯାତ୍ରା କରନ୍ତି । ପାଂଚ ହଜାରରୁ ଅଧିକ ଗାଡ଼ି ପ୍ରତିଦିନ ଏହି ଦୁଇ କ୍ଷେତ୍ରକୁ ଯୋଡ଼ିବା ପାଇଁ ସଡ଼କରେ ଚାଲିଥାଏ । ଯେତେବେଳେ ଏହି ଯୋଗାଯୋଗ ସଡ଼କ ବଦଳରେ ସମୁଦ୍ରରେ ହେବ, ତ 307 କିଲୋମିଟରର ଦୂରତା 31 କିଲୋମିଟରରେ ବଦଳି ଯିବ । ଗୋଟିଏ ଫେରି ନିଜ ସହିତ 500ରୁ ଅଧିକ ଲୋକ, 100 ପାଖାପାଖି କାର, 100 ପାଖାପାଖି ଟ୍ରକ୍ ନିଜ ସାଙ୍ଗରେ ନେଇ ଯାଇ ପାରିବ । ସାଥୀଗଣ, ଯେତେବେଳେ ଟ୍ରାଫିକ୍ ର ଏକ ବଡ଼ ଅଂଶ ଏହି ନୌଚଳାଚଳ ସେବା ଦ୍ୱାରା ନିର୍ଭର ହୋଇଯିବ କିମ୍ବା ଯେତେବେଳେ ନିଜ-ନିଜ ଗାଡ଼ି ଇଆଡ଼ୁ ସେଆଡ଼କୁ ନେବେ, ତ ଏହାର ପ୍ରଭାବ ଦିଲ୍ଲୀ ଆଉ ମୁମ୍ବାଇକୁ ଯୋଡ଼ୁଥିବା ସଡ଼କ ଉପରେ ମଧ୍ୟ ପଡ଼ିବାକୁ ଯାଉଛି । ଗୁଜରାଟର ସବୁଠାରୁ ବଡ଼ ଔଦ୍ୟୋଗୀକରଣ ବାଲା କ୍ଷେତ୍ର ଯେପରିକି ଦହେଜ, ବଦୋଦରା ଆଉ ତାହାର ଆଖପାଖର ରାସ୍ତା ଉପରେ ଗାଡ଼ିଗୁଡ଼ିକର ସଂଖ୍ୟା କମ୍ ହେବ, ଗାଡ଼ିଗୁଡ଼ିକର ବେଗ ବଢ଼ିବ ଆଉ ଗତି ଏଠାକାର ସଂପୂର୍ଣ୍ଣ ଅର୍ଥବ୍ୟବସ୍ଥା ବ୍ୟବସ୍ଥାକୁ ଶୀର୍ଷ-ଆଡକୁ ନେଇଯିବ ।
ସାଥୀଗଣ, ଆମେ ପୁରୁଣା ଚିନ୍ତାଧାରା ସହିତ ନୂଆ ପରିଣାମ ହାସଲ କରି ପାରିବା ନାହିଁ । ନା ହିଁ ପୁରୁଣା ଚିନ୍ତାଧାରା ସହିତ ନୂଆ ପ୍ରୟୋଗ କରା ଯାଇ ପାରିବ । ଘୋଘା-ଦହେଜ ରୋ-ରୋ ଫେରି ସେବା ଏହାର ମଧ୍ୟ ଏକ ବହୁତ ବଡ଼ ଉଦାହରଣ ।
ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀ ହେଲି ଆଉ ଅନୁଧ୍ୟାନ କଲି ଏହା ଉପରେ ଚର୍ଚ୍ଚା କଲି, ତ କେତେ ଦଶକ ଧରି ହୋଇ ରହିଥିଲା । କିନ୍ତୁ ଏହି ଯୋଜନା ନଜାଣି କେଉଁ କୋଣରେ ପଡ଼ିଥିଲା । ଆଉ ଯେବେ ମୁଁ ଏହା ଭିତରକୁ ଯିବାକୁ ଲାଗିଲି ଆଗକୁ ବଢ଼ିବାକୁ ଲାଗିଲି । ମୁଁ ଆସିବା ପରେ ମୁଁ ଚାହୁଁଥିଲି ଏହା ତୁରନ୍ତ ଆରମ୍ଭ ହେଉ, ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ କି ସରକାର ଏଭଳି ଗଠନମୂଳକ ଭୁଲ କରିଥିଲେ କି କେବେ ରୋ-ରୋ ଫେରି ସେବା ହୋଇ ହିଁ ପାରି ନଥାଆନ୍ତା । ପୁରୁଣା କାଳରେ କ’ଣ କାମ କରିଥିଲେ ସେମାନେ? ସମସ୍ୟା ଏହା ଥିଲା କି ଯେଉଁ ଫେରି ଚାଲିବାକୁ ଥିଲା, ତାହାକୁ ଅପେକ୍ଷା କରାଯାଉଥିଲା କି ତୁମେ ମଧ୍ୟ ଟର୍ମିନାଲ ତିଆରି କର । କ’ଣ ମୋତେ କୁହନ୍ତୁ, ସଡ଼କ ଉପରେ କୌଣସି ବସ ଚାଲେ, ତ ବସବାଲାକୁ ଆମେ କହୁ କି ରାସ୍ତା ତିଆରି କର, ବସବାଲାକୁ କହୁ କି ବସଷ୍ଟାଣ୍ଡ୍ ତିଆରି କର । ବିମାନବନ୍ଦରକୁ ବିମାନ ଆସେ କ’ଣ ମୁଁ ବିମାନବାଲାକୁ କହିବି କି ବିମାନବନ୍ଦର ତିଆରି କର? ବିମାନବନ୍ଦର ସରକାର ତିଆରି କରନ୍ତି, ବସଷ୍ଟାଣ୍ଡ୍ ସରକାର ତିଆରି କରନ୍ତି, ରାସ୍ତା ସରକାର ତିଆରି କରନ୍ତି । ତା’ଉପରେ ଦୌଡ଼ିବା ପାଇଁ ଘରୋଇ ଲୋକ ବ୍ୟବସାୟ ପାଇଁ ଆସନ୍ତି । ରୋ-ରୋ ଫେରି ସେବାରେ ସେ କହିଦେଲେ ଗୋଟିଏ ଜେଟି ତିଆରି କରିବାର ଅଛି, ତାହାର ବନ୍ଦର ତିଆରି କରିବାର ଅଛି, ଆପଣଙ୍କୁ କରିବାର ଅଛି ତ କରନ୍ତୁ ଏହା ହେଉଛି ସମୁଦ୍ରର କୂଳ, ଏହା ହେଉଛି ପାଣି, ଆଗକୁ ବଢ଼ନ୍ତୁ । କିଏ ବଢ଼ିବ ଭାଇ? ଶେଷରେ ଆମେ ନୀତି ସବୁ ବଦଳାଇଲୁ, ପୁରୁଣା ସରକାରଙ୍କର ଏହି ଚିନ୍ତାଧାରାକୁ ଆମେ ବଦଳାଇ ଦେଲୁ । ଆମେ ସ୍ଥିର କଲୁ କି ନୌସେବା ପାଇଁ ଟର୍ମିନାଲ ତିଆରି କରିବାର କାମ ସରକାର କରିବେ । ଟର୍ମିନାଲ ତିଆରି ହେବା ପରେ ତାହାର ସଂଚାଳନ ଆଉ ଡେଫରି ଚଲାଇବାର କାମ ଘରୋଇ ସଂସ୍ଥାକୁ ଦିଆଯିବ । ଏଠାକାର ‘ରବ’ ସାମୁଦ୍ରିକ କ୍ଷେତ୍ରରେ ତଲହାଟିରେ ଭୂଇଁର ମାଟିର ବଡ଼ ସମସ୍ୟା ରହିଛି । ଏହି କାରଣରୁ ନୌସେବାକୁ କୂଳ ପର୍ଯ୍ୟନ୍ତ ଆସିବାରେ ସମସ୍ୟା ହୁଏ । ପରିବର୍ତ୍ତିତ ରଣନୀତି ମାଧ୍ୟମରେ ସରକାର ମଧ୍ୟ ସ୍ଥିର କରିଛନ୍ତି କି ମାଟି ବାହାର କରିବା ପାଇଁ ପଥର ହଟାଇବା ପାଇଁ ଡ୍ରେଜିଂ ବା ଖନନ କାମ ମଧ୍ୟ ଦରକାର, ସରକାର ତାହାର ଖର୍ଚ୍ଚ ଉଠାଇବେ । ଆମେ ଏହା ମଧ୍ୟ ବ୍ୟବସ୍ଥା ତିଆରି କଲୁ କି ଏହି ସେବା ପରେ ଘରୋଇ ସଂସ୍ଥାକୁ ଯେଉଁ ଲାଭ ହେବ, ସେଥିରେ ସରକାରଙ୍କର ମଧ୍ୟ ଭାଗିଦାରୀ ରହିବ । ଏହି ନୂତନ ରଣନୀତି ସଫଳ ହେଲା । ଆଉ ଏହାର ହିଁ ପରିଣାମ ହେଉଛି କି ଘୋଘା-ଦହେଜ ମଧ୍ୟରେ ରୋ-ରୋ ଫେରି ସେବା ଆରମ୍ଭ ହେଉଛି ।
2012ରେ ମୁଁ ଆସିଥିଲି । ଏହାର ଶିଳାନ୍ୟାସ ମୁଁ କରିଥିଲି । କିନ୍ତୁ ସେତେବେଳେ ସମୁଦ୍ରରେ କିଛି କାମ କରିବାର ଅଛି । ତ ଆମେ ଟିକେ ଭାରତ ସରକାରଙ୍କ ଉପରେ ନିର୍ଭରଶୀଳ ରହୁଥିଲୁ । ଆଉ ଭାରତ ସରକାରରେ ସେତେବେଳେ ଏମିତି ଲୋକମାନେ ବସିଥିଲେ, ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି । ବାପିରୁ ନେଇ କଚ୍ଛର ମାଣ୍ଡବୀ ଯାଏଁ ଗୁଜରାଟର ସମୁଦ୍ର କୂଳରେ ବିକାଶ ଉପରେ ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇ ଦିଆଗଲା । ଆମର ସମସ୍ତ ଶିଳ୍ପକୁ ପରିବେଶ ନାଁରେ ତାଲା ଲଗାଇ ଦେବାର ଧମକ ଦିଆ ଯାଇଥିଲା । ମୁଁ ଜାଣିଛି କେତେ କଷ୍ଟରେ ଆମେ ଗୁଜରାଟକୁ ଆଗକୁ ବଢ଼ାଇବାରେ ସଫଳତା ପାଇଥିଲୁ । କିନ୍ତୁ ଯେତେବେଳେ ଦିଲ୍ଲୀରେ ଆପଣମାନେ ମୋତେ ସେବା କରିବାର ସୁଯୋଗ ଦେଲେ ଗୋଟିଏ ପରେ ଗୋଟିଏ ସମସ୍ୟା ସମାଧାନ ହୋଇ ଚାଲିଲା । ଆଉ ଆଜି ରୋ-ରୋ ଫେରି ସେବାର ଲୋକାର୍ପଣ କରିବାର ପ୍ରଥମ ପର୍ଯ୍ୟାୟରେ ଏବଂ ଏ ପ୍ରକଳ୍ପ କଠିନ ଥିଲା । ବରୁଣ ଦେବ ମହୋଦୟ ଆମର ପରୀକ୍ଷା ନେଉଥିଲେ । କିନ୍ତୁ ଇତିହାସ ସାକ୍ଷୀ ଅଛି ଯେତେବେଳେ ସେତୁର ନିର୍ମାଣରେ କୌଣସି ପ୍ରକାରର ବାଧା ଆସିଲା ତ ସମୁଦ୍ର ମନ୍ଥନରୁ ହିଁ ଅମୃତ ମଧ୍ୟ ବାହାରି ଆସିଲା ।
ସାଥୀଗଣ, ଆଜି ଆମକୁ ବରୁଣ ଦେବଙ୍କ ଆଶୀର୍ବାଦରୁ ଅମୃତ ମିଳିଛି । ଯେଉଁ ଜଳସେତୁ ମିଳିଛି । ମୁଁ ମୁଣ୍ଡ ନୁଆଁଇ ଏହି କାମନା କରୁଛି କି ବରୁଣ ଦେବଙ୍କ ଆଶୀର୍ବାଦ ସଦାସର୍ବଦା ଏଭଳି ଗୁଜରାଟର ଲୋକଙ୍କ ସହିତ ରହୁ । ଆଉ ଆଜି ଆମେ ଯେତେବେଳେ ଏହି ରୋ-ରୋ ଫେରି ସେବାର ପ୍ରାରମ୍ଭ କରୁଛେ, ମୁଁ ବୀର ମୋଖରା ଦାଦାଙ୍କୁ ମଧ୍ୟ ପ୍ରଣାମ କରୁଛି । ଆଉ ଯେପରି ମୋର ମତ୍ସ୍ୟଜୀବୀ ଭାଇ ଭଉଣୀ ବୀର ମୋଖରା ଦାଦାଙ୍କୁ ନଡ଼ିଆ ଭାଙ୍ଗି ଆଗକୁ ବଢ଼ନ୍ତି । ମୁଁ ମଧ୍ୟ ସେମାନଙ୍କର ପରମ୍ପରାକୁ ଆଜି ପାଳନ କରିବି । ଆଉ ବୀର ମୋଖରା ଦାଦାଙ୍କ ଆଶୀର୍ବାଦରୁ ଆମ ଯାତ୍ରୀଙ୍କର ସୁରକ୍ଷା ହୋଇ ରହିଥାଉ । ଭାବନଗର ଆଉ ସୌରାଷ୍ଟ୍ର, ଦକ୍ଷିଣ ଗୁଜରାଟର ଅଂଶ ଭଳି ଆଗକୁ ବଢ଼ି ଯାଆନ୍ତୁ, ଏତେ ପ୍ରଗତି ହେଉ ଆଉ ବୀର ମୋଖରାଙ୍କ ଆଶୀର୍ବାଦ ଆମ ଉପରେ ରହିବ, ଏହା ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ।
ଏହି ପ୍ରକଳ୍ପ ଇଂଜିନିୟରମାନଙ୍କ ପାଇଁ ଆଉ ଗୁଜରାଟ ସରକାର ଦୁହିଁଙ୍କ ପାଇଁ ଏକ ବହୁତ ବଡ଼ ଆହ୍ୱାନ ଥିଲା । ଏଥିପାଇଁ ଯେଉଁ ଲୋକମାନେ ମଧ୍ୟ ଏହି ପରିଯୋଜନା ସହିତ ଯୋଡ଼ି ହୋଇଛନ୍ତି, ସେ ସମସ୍ତେ ହେଉଛନ୍ତି ପ୍ରଶଂସାର ପାତ୍ର ।
ଭାଇ ଓ ଭଉଣୀମାନେ, ଗୁଜରାଟରେ ଦେଶର ସବୁଠାରୁ ବଡ଼ ସମୁଦ୍ର କୂଳ ଉପଲବ୍ଧ । 1600କିଲୋମିଟରରୁ ମଧ୍ୟ ଅଧିକ ହେଉଛି ଆମର ସମୁଦ୍ର କୂଳ । ହଜାର ହଜାର ବର୍ଷ ଧରି ଗୁଜରାଟ ନିଜର ଶକ୍ତି ଆଉ ସାମର୍ଥ୍ୟ ଦ୍ୱାରା ସମଗ୍ର ଦୁନିଆର ଧ୍ୟାନ ନିଜ ଆଡ଼କୁ ଟାଣିବାରେ ସମର୍ଥ ହୋଇଛି । ଲୋଥାଲ ବନ୍ଦରରୁ ବାହାରିଥିବା ତଥ୍ୟ ଆଜି ମଧ୍ୟ ବଡ଼-ବଡ଼ ସାମୁଦ୍ରିକ ବଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟଚକିତ କରେ । ଯେଉଁ ଜାଗାରେ ଆମେ ସମସ୍ତେ ଉପସ୍ଥିତ ଅଛୁ, ସେହିଠାରେ ହଜାର ହଜାର ବର୍ଷ ଧରି ଦୁନିଆର ଅଲଗା-ଅଲଗା ଅଂଚଳରୁ ଜାହାଜ ଆସିଛି । ଏହି ସମୁଦ୍ରକୁ ପରମ୍ପରା ଭାବି, ଦେଖି ମୁଁ ସେହି ସମୟରେ ଗୁଜରାଟର ବନ୍ଦର ଅଭିମୁଖୀ ବିକାଶର କଥା କରୁଛି । ଯେତେବେଳେ ଆପଣ ମୋତେ ମୁଖ୍ୟମନ୍ତ୍ରୀ ପଦରେ ବସାଇଲେ, ଏହାକୁ ଧ୍ୟାନରେ ରଖି ଆମେ ଗୁଜରାଟକୁ ଉପକୂଳ ଅଂଚଳରେ ଭିତ୍ତିଭୂମି ଆଉ ବିକାଶର ଅନ୍ୟ ପ୍ରକଳ୍ପ ଉପରେ ବିଶେଷ ଧ୍ୟାନ ଦେଲୁ । ଆମେ ଜାହାଜ ତିଆରି ତାହାର ନୂଆ ନୀତି ପ୍ରସ୍ତୁତ କଲୁ, ଜାହାଜ ତିଆରି ପାର୍କ ପ୍ରସ୍ତୁତ କଲୁ । ସ୍ୱତନ୍ତ୍ର ଆର୍ଥିକ ଜୋନରେ ଛୋଟ-ଛୋଟ ବନ୍ଦରଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଉ । Ship-breaking ନିୟମରେ ମଧ୍ୟ ବଡ଼ ପରିବର୍ତ୍ତନ କରାଗଲା । ସରକାର ସ୍ୱତନ୍ତ୍ର ଟର୍ମିନାଲର ନିର୍ମାଣ ଉପରେ ମଧ୍ୟ ଗୁରୁତ୍ୱ ଦେଇଛନ୍ତି, ଯେଭଳି ଦହେଜରେ ସଲିଡ଼ କାର୍ଗୋ, ରାସାୟନିକ ଆଉ ଏଲଏନଜି ଟର୍ମିନାଲ, ମୁନ୍ଦ୍ରାରେ କୋଇଲା ଟର୍ମିନାଲ ଏଭଳି ସ୍ୱତନ୍ତ୍ର ଟର୍ମିନାଲ ଦ୍ୱାରା ଗୁଜରାଟର ବନ୍ଦର କ୍ଷେତ୍ରକୁ ଏକ ନୂତନ ଦିଗ, ନୂତନ ଉର୍ଜ୍ଜା ଆଉ ନୂତନ ଚେତନା ପ୍ରାପ୍ତ ହୋଇଛି ।
ଏହା ସହିତ ହିଁ ସରକାର ଜାହାଜ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ଆଉ ମହତ୍ଵପୂର୍ଣ୍ଣ ସଂଯୋଗୀକରଣ ପ୍ରକଳ୍ପକୁ ମଧ୍ୟ ବିଶେଷ ଭାବେ ପ୍ରୋତ୍ସାହନ ଦେଲେ । ସରକାର ଆଗାମୀ ଦିନମାନଙ୍କରେ ସାମୁଦ୍ରିକ ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାରେ, ଆଉ ଲୋଥାଲରେ ନୌସଂଗ୍ରହାଳୟ ନିର୍ମାଣ ଉପରେ ମଧ୍ୟ ବହୁତ ବିସ୍ତାରିତ ଭାବେ ଏହି ଦିନମାନଙ୍କରେ କାମ ଚାଲୁ ରହିଛି । ଏ ସମସ୍ତ କାର୍ଯ୍ୟ ସହିତ ହିଁ ଏଠାରେ ରହୁଥିବା ମୋର ମତ୍ସ୍ୟଜୀବୀ ଭାଇ ବନ୍ଧୁ ଆଉ ସ୍ଥାନୀୟ ଲୋକଙ୍କର ବିକାଶ ହେଉ, ଏଥିପାଇଁ ସାଗର-ଖେଡ଼ୁ ବିକାଶ କାର୍ଯ୍ୟକ୍ରମ ଭଳି ଯୋଜନା ଆମେ ଲଗାତାର କରୁଛୁ । ଏହି କଥା ଉପରେ ମଧ୍ୟ ଗୁରୁତ୍ୱ ଦେଲୁ କି ଜାହାଜ ଶିଳ୍ପରେ ସ୍ଥାନୀୟ ଯୁବକଙ୍କୁ ପ୍ରଶିକ୍ଷିତ କରି ତାଙ୍କୁ ହିଁ ରୋଜଗାର ଦିଆଯିବ ।
ସେମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ପିଇବା ପାଣି, ବିଜୁଳି ସହିତ ହିଁ ଆମେ ଉପକୂଳ ସାମାଜିକ ସୁରକ୍ଷାର ମଧ୍ୟ ପୂରା ଭିତ୍ତିଭୂମି ପ୍ରସ୍ତୁତ କଲୁ ।
ଭାଇ ଓ ଭଉଣୀମାନେ, ଏବେ ନିକଟରେ ହିଁ ଜାପାନର ପ୍ରଧାନମନ୍ତ୍ରୀ ଆସିଥିଲେ । ସେ ସମୟରେ ଆମେ ଜାପାନ ସହିତ ଜାହାଜ କ୍ଷେତ୍ରକୁ ନେଇ ଏକ ମହତ୍ୱପୂର୍ଣ୍ଣ ବୁଝାମଣା କରିଥିଲୁ । ସେହି ବୁଝାମଣା ମାଧ୍ୟମରେ ଜାପାନ ସରକାର ଆଉ ସେଠାକାର ଏକ ଆର୍ଥିକ ସଂସ୍ଥା ଜାଇକା, ଆମ ଆଲଙ୍ଗ ବନ୍ଦରର ଆଧୁନିକୀକରଣ ପାଇଁ ଆର୍ଥିକ ସହଯୋଗ ଦେବେ, ଆମକୁ ଅର୍ଥ ଦେବେ । ସେଥିଲାଗି ସେ ପ୍ରସ୍ତୁତ ଅଛନ୍ତି ।
ସାଥୀଗଣ, ସରକାର ଭାବନଗରରେ ଆଲଙ୍ଗ–ସୋସିଆ ଜାହାଜ ପୁନଃ ପ୍ରକ୍ରିୟାକରଣ ବନ୍ଦର ପର୍ଯ୍ୟନ୍ତ ଗୋଟିଏ ବିକଳ୍ପ ସଡ଼କ ପାଇଁ କାମ ଚାଲୁ ରହିଛି । ଏସିଆର ସବୁଠାରୁ ବଡ଼ ଜାହାଜ ପୁନଃପ୍ରକ୍ରିୟାକରଣ ରେ 15ରୁ 25 ହଜାର କର୍ମଚାରୀ କାମ କରନ୍ତି । ଆଲଙ୍ଗ–ସୋସିଆ ଜାହାଜ ପୁନଃ ପ୍ରକ୍ରିକରଣ ବନ୍ଦର ଭାବନଗରରୁ ହେଉଛି ପାଖାପାଖି 50 କିଲୋମିଟର ଦୂର । ଏବେ ଯେଉଁ ରାସ୍ତା ତା’ଉପରେ ପ୍ରବଳ ଭିଡ଼, କେତେ ଅସୁବିଧା ରହିଥାଏ । ମୋତେ ଲାଗୁଛି କି ମୋତେ କହିବାର ଆବଶ୍ୟକତା ନାହିଁ । ସରକାର ଏହା ସ୍ଥିର କରିଛନ୍ତ ଆଲଙ୍ଗ–ସୋସିଆ ଜାହାଜ ପୁନଃ ପ୍ରକ୍ରିୟାକରଣ ବନ୍ଦର ଏବଂ ମଉବା, ପିପାବାଓ ଏବଂ ଜାଫରାବାଦ, ବେରାବଲକୁ ଯୋଡ଼ିବାବାଲା ଯେଉଁ ଏକ ବିକଳ୍ପ ରାସ୍ତା ଅଛି ତାହାକୁ ମଧ୍ୟ ଯୋଡ଼ି ଦିଆଯିବ, ଆଧୁନିକୀକରଣ କରାଯିବ । ଭବିଷ୍ୟତରେ ଆଲଙ୍ଗ ବନ୍ଦରର କ୍ଷମତା ମଧ୍ୟ ବଢ଼ିବାକୁ ଯାଉଛି ଆଉ ତାକୁ ଦେଖି ମଝି ରାସ୍ତାର ଆଧୁନିକୀକରଣ ଆବଶ୍ୟକ ହୋଇ ପଡ଼ିଛି । ଏହି ପଥରେ ଘୋଘା-ଦହେଜ ନୌଚଳାଚଳ ସେବା ପାଇଁ ଯାଉଥିବା ଗାଡ଼ିଗୁଡ଼ିକୁ ମଧ୍ୟ ଲାଭ ମିଳିବାକୁ ଯାଉଛି ।
ସାଥୀଗଣ, ସରକାରଙ୍କର କ୍ରମାଗତ ପ୍ରୟାସର ପରିଣାମ ହେଉଛି କି ଗୁଜରାଟର ଉପକୂଳର ଆଜି ଏତେ ଦ୍ରୁତ ଗତିରେ ବିକାଶ ହେଉଛି । ଆଜି ଗୁଗରାଟ ସମଗ୍ର ଦେଶରେ ଛୋଟ ବନ୍ଦର ମାଧ୍ୟମରେ ହେଉଥିବା ମୋଟ ମାଲ ପରିବହନର 32 ପ୍ରତିଶତ କେବଳ ଗୁଜରାଟ ସମ୍ଭାଳୁଛି । ଅର୍ଥାତ ଏକ ତୃତୀୟାଂଶ ଗୁଜରାଟରେ ହେଉଛି । ଏତିକି ହିଁ ନୁହେଁ ଏହି କାମରେ ବିଗତ 15 ବର୍ଷରେ ବହୁ ଗୁଣ ବୃଦ୍ଧି ପାଇଛି । ମୋର ବିଶ୍ୱାସ କି ଯେପରି ବିଗତ 15 ବର୍ଷରେ ଗୁଜରାଟ ନିଜ ବନ୍ଦରର କ୍ଷମତାକୁ ମଧ୍ୟ ଚାରି ଗୁଣ ବଢ଼ାଇଛି ଆଉ ମାଲ ଧାରଣର ଗତି ମଧ୍ୟ ଅଧିକ ବୃଦ୍ଧି ହେବ ।
ଭାଇ ଓ ଭଉଣୀମାନେ, ଗୁଜରାଟ ସଡ଼କ ଦୃଷ୍ଟିକୋଣରୁ ବହୁତ ହିଁ କେନ୍ଦ୍ର ସ୍ଥଳରେ ଅବସ୍ଥିତ । ଏଠାରୁ ଦୁନିଆର ଯେ କୌଣସି ଭୂଭାଗ ପର୍ଯ୍ୟନ୍ତ ସମୁଦ୍ର ପଥରେ ପହଂଚିବା ହେଉଛି ବହୁତ ସହଜ, ଶସ୍ତା ଏବଂ ସରଳ ରାସ୍ତା । ଆମକୁ ଗୁଜରାଟର ଶକ୍ତିର ଭରପୂର ଲାଭ ଉଠାଇବା ଦରକାର । ଗୁଜରାଟର ସାମୁଦ୍ରିକ ବିକାଶ ମଧ୍ୟ ହେଉଛି ସଂପୂର୍ଣ୍ଣ ଦେଶ ପାଇଁ ଏକ ମଡେଲ । ମୋର ବିଶ୍ୱାସ ହେଉଛି କି ରୋ-ରୋ ଫେରି ସେବାର ସଂପୂର୍ଣ୍ଣ ପ୍ରକଳ୍ପ ମଧ୍ୟ ଅନ୍ୟ ରାଜ୍ୟ ପାଇଁ ମଧ୍ୟ ଏକ ମଡେଲ ପ୍ରକଳ୍ପ ଭାବେ କାମ କରିବ ।
ଆମେ ଯେଉଁଭଳି ବର୍ଷ-ବର୍ଷ ପରିଶ୍ରମ ପରେ ଏହି ପ୍ରକଳ୍ପରେ ଆସୁଥିବା ସମସ୍ୟା ଗୁଡ଼ିକୁ ବୁଝିଛୁ, ତାକୁ ଦୂର କରିଛୁ । ସେହି ଅସୁବିଧା ଅତି କମରେ ଏହି ସମୟରେ ରାଜ୍ୟଗୁଡ଼ିକୁ କେବେ ଆସିବ ନାହିଁ । ଏହି ଫେରି ସେବାରୁ ସମ୍ପୂର୍ଣ୍ଣ କ୍ଷେତ୍ରରେ ସାମାଜିକ, ଆର୍ଥିକ ବିକାଶର ଏକ ନୂଆ ଯୁଗ ଆରମ୍ଭ ହେବ । ରୋଜଗାରର ହଜାର ହଜାର ସୁଯୋଗ ସୃଷ୍ଟି ହେବ । ଉପକୂଳ ଜାହାଜ ଏବଂ ଉପକୂଳ ପର୍ଯ୍ୟଟନର ମଧ୍ୟ ନୂଆ ଅଧ୍ୟାୟ ଆରମ୍ଭ ହେବ । ଆଗାମୀ ଦିନରେ ଯେବେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଉତ୍ସର୍ଗୀକୃତ ମାଲ ପରିବହନ ସେବା (Dedicated Freight Corridor) ତିଆରି ହେବ ଆଉ ତା ସହିତ ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡରର କାମ ଶେଷ ହୋଇଯିବ ତ ଏହି ସେବା ସମେତ ଗୁଜରାଟ ସହିତ ଯୋଡି ହୋଇଥିବା ସମୁଦ୍ର ପଥର ମାହାତ୍ମ୍ୟ ମଧ୍ୟ କେତେ ଗୁଣ ବଢ଼ିଯିବ । ଏହି ପ୍ରକଳ୍ପ ଅହମ୍ମଦାବାଦ ଏବଂ ଭାବନଗର ମଧ୍ୟରେ ଥିବା ଅଂଚଳର ଔଦ୍ୟୋଗିକ ବିକାଶକୁ ଏକାଠି କରିବା ପାଇଁ ନିର୍ମାଣ କରାଯାଇଥିବା ଢ଼ୋଲେରା ସ୍ୱତନ୍ତ୍ର ନିବେଶ ଅଂଚଳ (ଏସଆଇଆର) କୁ ମଧ୍ୟ ଏକ ନୂତନ ଶକ୍ତି ଦେବାକୁ ଯାଉଛି । ଢ଼ୋଲେରା ଏସଆଇଆର ଭାରତ ହିଁ ନୁହେଁ ବିଶ୍ୱର ନକ୍ସାରେ ବିକଶିତ ହେବାକୁ ଥିବା ସବୁଠାରୁ ବଡ଼ ଔଦ୍ୟୋଗିକ କେନ୍ଦ୍ର ହେବାକୁ ଯାଉଛି । ଏହାଦ୍ୱାରା ଲକ୍ଷ-ଲକ୍ଷ ଲୋକଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ । ଗୁଜରାଟ ସରକାରଙ୍କର ପ୍ରୟାସରେ ଢ଼ୋଲେରାରେ ଭିତ୍ତିଭୂମି ସହିତ ଜଡ଼ିତ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଛି । କିଛି ବର୍ଷ ମଧ୍ୟରେ ଢ଼ୋଲେରା ସମଗ୍ର ଦୁନିଆରେ ନିଜର ଆସ୍ଥାନ ଜମାଇବ ଆଉ ସେଥିରେ ଗୋଟିଏ ହିଁ ଭୂମି, ଘୋଘା-ଦହେଜ ନୌଚଳାଚଳ ସେବାର ମଧ୍ୟ ଯୋଗଦାନ ରହିବ ।
ସାଥୀଗଣ, ଭବିଷ୍ୟତରେ ଆମେ ଏହି ନୌଚଳାଚଳ ସେବାକୁ ଏହା ନା କେବଳ ଘୋଘା-ଦହେଜ ପର୍ଯ୍ୟନ୍ତ ଅଟକିବାର ନାହିଁ । ଭବିଷ୍ୟତରେ ଆମେ ଏହି ନୌଚଳାଚଳ ସେବାକୁ ହାଜିରା, ପିପାବାଓ, ଜାଫରାବାଦ, ଦାମନ-ଦିଉ ଏ ସମସ୍ତ ସ୍ଥାନକୁ ଯୋଡ଼ିବା ଦିଗରେ ଆଗକୁ ବଢ଼ାଇବାକୁ ଯାଉଛି । ମୋତେ ଅବଗତ କରାଯାଇଛି କି ସରକାରଙ୍କର ପ୍ରସ୍ତୁତି ଆଗାମୀ ବର୍ଷମାନଙ୍କରେ ଏହି ନୌଚଳାଚଳ ସେବାକୁ ସୁରଟରୁ ଆଗକୁ ହାଜିରା ଆଉ ପୁଣି ମୁମ୍ବାଇ ପର୍ଯ୍ୟନ୍ତ ନେଇଯିବା ପାଇଁ ଚାଲୁ ରହିଛି । କଚ୍ଛ ଉପକୂଳରେ ମଧ୍ୟ ଏହିଭଳି ପ୍ରକଳ୍ପ ଆରମ୍ଭ କରିବା ପାଇଁ ଆଲୋଚନା ଏବେ ପ୍ରାଥମିକ ସ୍ତରରେ ଚାଲୁ ରହିଛି । ମୋତେ କୁହା ଯାଇଛି କି କଚ୍ଛର ବାୟୁ ଏବଂ ଜାମନଗରର ରୋଜି ବନ୍ଦର ମଧ୍ୟରେ ଏହି ସେବା ଆରମ୍ଭ କରିବା ପାଇଁ ପ୍ରାରମ୍ଭିକ ବିସ୍ତୃତ ରିପୋର୍ଟ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ସାରିଛି । କେବଳ ଏତିକି ହିଁ ନୁହେଁ ଯେତେବେଳେ ନୌଚଳାଚଳ ସେବାର ବ୍ୟବହାର ବଢ଼ିବ ତ ସମସ୍ତ ଶିଳ୍ପ ଗୁଡିକୁ ନର୍ମଦା ନଦୀ ମାଧ୍ୟମରେ ମଧ୍ୟ ସଂଯୋଗ କରାଯାଇ ପାରିବ ।
ସାଥୀଗଣ, ଭାରତର ବିଶାଳ ସାମୁଦ୍ରିକ ସୀମା ହେଉଛି 7500 କିଲୋମିଟର ଲମ୍ବ । ନିବେଶର ବଡ଼ ସମ୍ଭାବନା ଗୁଡିକ ଭରି ହୋଇ ରହିଛି । ମୁଁ ମାନୁଛି ଯେ ଆମର ସମୁଦ୍ର ଉପକୂଳ ଦେଶର ପ୍ରଗତିର ହେଉଛି ପ୍ରବେଶ ପଥ । ଭାରତର ସମୃଦ୍ଧିର ପ୍ରବେଶ ପଥ ହେଉଚି ଆମର ବନ୍ଦର । କିନ୍ତୁ ବିଗତ ଦଶକରେ କେନ୍ଦ୍ରୀୟ ସ୍ତରରେ ଏଗୁଡିକ ଉପରେ କମ୍ ହିଁ ଧ୍ୟାନ ଦିଆଯାଇଛି । ଦେଶର ଜାହାଜ ଚଳାଚଳ ଏବଂ ବନ୍ଦର କ୍ଷେତ୍ର ମଧ୍ୟ ଦୀର୍ଘ ସମୟ ଧରି ଅବହେଳିତ ହୋଇ ରହିଛି । ଏହି କ୍ଷେତ୍ରକୁ ସୁଧାରିବା ପାଇଁ ତାହାକୁ ଆଧୁନିକ କରିବା ପାଇଁ ସରକାର ସାଗରମାଳା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ କରିଛନ୍ତି ।
ସାଗରମାଳା ପରିଯୋଜନା ମାଧ୍ୟମରେ ବର୍ତ୍ତମାନର ବନ୍ଦର, ତାହାର ଆଧୁନିକୀକରଣ ଆଉ ନୂତନ ବନ୍ଦରର ବିକାଶ କାମ କରାଯାଉଛି । ସଡ଼କ, ରେଳପଥ, ଆନ୍ତଃ-ରାଜ୍ୟ ଜଳପଥ ଏବଂ ଉପକୂଳ ପରିବହନକୁ ସମନ୍ୱିତ କରାଯାଉଛି । ଏହି ପରିଯୋଜନା ଉପକୂଳ ପରିବହନ ଜରିଆରେ ମାଲ ବୋଝେଇ କାମକୁ ବଢ଼ାଇବାରେ ବହୁତ ମୁଖ୍ୟ ଭୂମିକା ତୁଲାଉଛନ୍ତି ।
ସାଥୀଗଣ, ସରକାରଙ୍କ ପ୍ରୟାସର ଏହା ହେଉଛି ପରିଣତି ଯେ ବିଗତ ତିନି ବର୍ଷରେ ବନ୍ଦର କ୍ଷେତ୍ରରେ ବହୁତ ବଡ଼ ପରିବର୍ତ୍ତନ ଆସିଛି । ଆଉ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ଦକ୍ଷତାଯୁକ୍ତ ବିଗତ ଦୁଇ କିମ୍ବା ତିନି ବର୍ଷରେ ହୋଇଛି । ଯେଉଁ ବନ୍ଦର ଆଉ ସରକାରୀ କଂପାନୀଗୁଡିକ କ୍ଷତିରେ ଚାଲୁଥିଲା, ସେଥିରେ ମଧ୍ୟ ପରିସ୍ଥିତିରେ ପରିବର୍ତ୍ତନ ଆସିଛି । ସରକାରଙ୍କର ଧ୍ୟାନ ଉପକୂଳ ସେବା ସହିତ ଜଡିତ ଦକ୍ଷତା ବିକାଶ ଉପରେ ମଧ୍ୟ ଅଛି । ଗୋଟିଏ ଅନୁମାନ ଅନୁସାରେ କେବଳ ସାଗରମାଳା ପ୍ରକଳ୍ପରୁ ଆଗାମୀ ସମୟରେ ଏକ କୋଟି ଭଳି ନୂତନ ନିଯୁକ୍ତି ହିନ୍ଦୁସ୍ଥାନରେ ସୁଯୋଗ ସୃଷ୍ଟି ହୋଇପାରିବ । ଆମେ ଏହି ଆଭିମୁଖ୍ୟ ସହିତ କାମ କରୁଅଛୁ କି ପରିବହନର ସମ୍ପୂର୍ଣ୍ଣ ଢ଼ାଂଚାଗତ କାର୍ଯ୍ୟ ଆଧୁନିକ ଏବଂ ସମନ୍ୱିତ ହେଉ ।
ଆମ ଦେଶରେ ପରିବହନ ନୀତିରେ ଯେଉଁ ଅସନ୍ତୁଳନ ଥିଲା, ତାକୁ ମଧ୍ୟ ଦୂର କରାଯାଛି । ଏହି ଅସନ୍ତୁଳନ ଏତେ ଅଧିକ ଥିଲା ତାହା ଆପଣ ଏଥିରୁ ବୁଝି ପାରୁଥିବେ କି ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଆମର ଏଠି କେବଳ ପାଂଚଟି ଜାତୀୟ ଜଳପଥ ଥିଲା । ଜଳ ପରିବହନରେ ଏତେ ଶସ୍ତା ହେବା ଆଉ ଦେଶର ନଦୀଗୁଡିକରେ ଜଳ ରହିଥିଲେ ମଧ୍ୟ ଏଥିପ୍ରତି ଅଣଦେଖା କରିଦିଆଗଲା । ଏବେ ଏହି ସରକାର 106ଜାତୀୟ ଜଳପଥ ଗଠନ କରାଯାଇଛି । ଆଉ ଏହା ଉପରେ ଦ୍ରୁତ ଗତିରେ କାମ ଚାଲୁ ରହିଛି । ଏହି ଜାତୀୟ ଜଳପଥର ମୋଟ ଦୀର୍ଘ ହେଉଛି 17,000 କିଲୋମିଟରରୁ ଅଧିକ । ଏହି ଜଳପଥ ଦେଶର ପରିବହନ କ୍ଷେତ୍ରରେ ଦେଶରେ ଅସନ୍ତୁଳନ ଦୂର କରିବାରେ ବହୁତ ସାହାଯ୍ୟକାରୀ ପ୍ରମାଣିତ ହେବ ।
ଆମର ସାମୁଦ୍ରିକ ସମ୍ପଦ ଆମର ଗ୍ରାମୀଣ ଆଉ ସାମୁଦ୍ରିକ ଉପକୂଳକୁ ଏକ ନୂତନ ଆୟାମ ଦେଇ ପାରେ । ମତ୍ସ୍ୟଜୀବୀ ଭାଇ ଏହାର ସଂପୂର୍ଣ୍ଣ ବ୍ୟବହାର କରି ପାରିବେ ଏଥିପାଇଁ ସରକାର ନୀଳ ବିପ୍ଳବ ଯୋଜନାର ଶୁଭାରମ୍ଭ କରିଛନ୍ତି । ସେମାନଙ୍କୁ ଆଧୁନିକ ଟେକ୍ନୋଲୋଜିର ବ୍ୟବହାର କରି ମାଛ ଧରିବା ଆଉ ମତ୍ସ୍ୟ ପାଳନରେ ମୂଲ୍ୟସମ୍ବର୍ଦ୍ଧନ କରିବା ବିଷୟରେ ଶିକ୍ଷା ଦିଆ ଯାଉଛି ।
ନୀଳ ବିପ୍ଳବ ଯୋଜନା ଅଧୀନରେ ଆଜି ମତ୍ସ୍ୟଜୀବୀଙ୍କୁ ଗଭୀର ସମୁଦ୍ରରେ ବହୁ ଦୂରତାକୁ ଯାଇପାରିବା ଭଳି ଟ୍ରଲର ପାଇଁ ଆର୍ଥିକ ସାହାଯ୍ୟ ଦେବାର ମଧ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି । ଗୋଟିଏ ଜାହାଜ ଉପରେ କେନ୍ଦ୍ର ସରକାରଙ୍କ ତରଫରୁ ଚାଳିଶ ଲକ୍ଷ ଟଙ୍କାର ରିହାତି ଦିଆଯିବ । ଦୂରଗାମୀ ଟ୍ରଲର ନା କେବଳ ମତ୍ସ୍ୟଜୀବୀଙ୍କ ଜୀବନକୁ ସରଳ କରିବ ବରଂ ତାହା ସେମାନଙ୍କ କାରବାରକୁ ମଧ୍ୟ ନୂତନ ଆର୍ଥିକ ଦୃଢ଼ତା ଦେବ । ଏବେ ଯେଉଁଭଳି ଏହି ଟ୍ରଲରର ବ୍ୟବହାର କରାଯାଉଛି ତାହା କମ୍ ପାଣିରେ ମାଛ ଧରିବା କାମରେ ଆସୁଛି । କୌଶଳ ମାଧ୍ୟମରେ ମଧ୍ୟ ଏହା ହେଉଛି ବହୁତ ପୁରୁଣା ଏବଂ ବିପଦ ରହିଛି । ଏଥିପାଇଁ ଯେତେବେଳେ ଏହି ପୁରୁଣା ଟ୍ରଲରକୁ ନେଇ ସେମାନେ ସମୁଦ୍ରକୁ ଯାଆନ୍ତି ତ ଅନେକ ସମୟରେ ରାସ୍ତା ଭୁଲି ଯାଆନ୍ତି । ସେମାନଙ୍କୁ ଜଣା ପଡ଼େ ନାହିଁ କି ଭାରତର ସମୁଦ୍ର ସୀମା ଛାଡ଼ି ଅନ୍ୟ ଦେଶର ସମୁଦ୍ର ସୀମାରେ ପହଂଚିଗଲେ । ଏହା ପରେ ମତ୍ସ୍ୟଜୀବୀଙ୍କୁ ଅନେକ ପ୍ରକାରର ଅସୁବିଧା ଉଠାଇବାକୁ ପଡ଼ିଥାଏ । କୌଶଳର ଅଧିକରୁ ଅଧିକ ବ୍ୟବହାର କରି ଆମେ ଏହି ସମସ୍ୟାକୁ କମ୍ କରି ପାରବା ଆଉ ଏଥିପାଇଁ ଆମେ ଏହି ଦୂରଗାମୀ ଟ୍ରଲରଗୁଡ଼ିକର ସାହାଯ୍ୟରେ ମତ୍ସ୍ୟଜୀବୀ ଭାଇ ସମୁଦ୍ରରେ ସଠିକ ଦିଗରେ ବହୁଦୂର ପର୍ଯ୍ୟନ୍ତ ଗଭୀର ପାଣିରେ ମାଛ ଧରିବା ପାଇଁ ଯାଇ ପାରିବେ । ଏଥିପାଇଁ ସରକାର ସାହାଯ୍ୟ କରିବାର ଯୋଜନା ତିଆରି କରିଛନ୍ତି । ଆଧୁନିକ ଲଙ୍ଗଲାଇନର୍ ଟ୍ରଲର ଇନ୍ଧନ ଉପଯୋଗରେ ମଧ୍ୟ ବହୁତ ଲାଭଜନକ ହେବ । ଅର୍ଥାତ ମତ୍ସ୍ୟଜୀବୀଙ୍କ ସୁରକ୍ଷା ବୃଦ୍ଧି ସହିତ ସେମାନଙ୍କର ବ୍ୟବସାୟ ଆଉ ଲାଭ ଦୁଇଟି ଯାକ ବଢ଼ାଇବ ।
ସାଥୀଗଣ, ଦେଶରେ ଭିତ୍ତିଭୂମିର ବିକାଶ ଆମର ସବୁଠାରୁ ବଡ଼ ପ୍ରାଥମିକତା ମଧ୍ୟରୁ ହେଉଛି ଗୋଟିଏ । ବିଗତ ତିନି ବର୍ଷରେ ରାଜପଥ, ରେଳପଥ, ଜଳପଥ, ଆଉ ଆକାଶପଥ ଉପରେ ଯେତିକି ନିବେଶ କରାଯାଇଛି । ସେତିକି ପ୍ରଥମେ ଏତେ କମ୍ ସମୟରେ କେବେ ହୋଇ ନ ଥିଲା । ଏହା ବ୍ୟତୀତ ନୂତନ ବିମାନ ଚଳାଚଳ ନୀତି ପ୍ରସ୍ତୁତ କରି ଆଂଚଳିକ ବିମାନ ସେବାରେ ଉନ୍ନତି ଅଣାଯାଉଛି । ଛୋଟ-ଛୋଟ ବିମାନ ବନ୍ଦରର ଆଧୁନିକୀକରଣ କରାଯାଉଛି । କିଛି ସପ୍ତାହ ପୂର୍ବେ ହିଁ ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ଦେଶର ପ୍ରଥମ ବୁଲେଟ୍ ଟ୍ରେନ ପ୍ରକଳ୍ପ କାମ ମଧ୍ୟ ଆରମ୍ଭ କରାଯାଇଛି । ଏ ସମସ୍ତ ପ୍ରୟାସ ଦେଶକୁ ଏକବିଂଶ ଶତାବ୍ଦୀର ପରିବହନ ବ୍ୟବସ୍ଥା ଦେବାର ଆଧାର ହେବ । ଏକ ଏଭଳି ପରିବହନ ବ୍ୟବସ୍ଥା ଯାହା ନିଉ ଇଣ୍ଡିଆର ଆବଶ୍ୟକତା ହେଉ ନିଉ ଇଣ୍ଡିଆର ଆଶାନୁରୂପ ହେଉ । ସାଥୀଗଣ, ଆଜି ଏଠାରେ ଘୋଘାରୁ ମୁଁ ନୌଚଳାଚଳ ମାଧ୍ୟମରେ ହିଁ ଦହେଜ ପର୍ଯ୍ୟନ୍ତ ଯିବି । ମୋ ସାଙ୍ଗରେ ମୋର କିଛି ଛୋଟ ସାଥୀ, ଦିବ୍ୟାଙ୍ଗ ପିଲା ମଧ୍ୟ ରହିବେ । ସେମାନଙ୍କ ଚେହେରାରେ ଖୁସି ହିଁ ମୋର ପାରିଶ୍ରମିକ ହେବ ।
ଭାଇ ଓ ଭଉଣୀମାନେ, ମୁଁ ପିଲାଦିନରୁ ଯେଉଁ କାର୍ଯ୍ୟର ସ୍ୱପ୍ନ ଦେଖିଥିଲି ତାହା ପୂରା ହେବା ପରେ ମୁଁ ଏଭଳି ଅନୁଭବ କଲି ଏହାର କଳ୍ପନା ବୋଧ ହୁଏ କେହି କରି ପାରିବେ ନାହିଁ । ପିଲା ଦିନେ ମୁଁ ଯେଉଁ କଥା ଶୁଣିଥିଲି ଆଉ ହୋଇପାରୁ ନଥିଲା, ଆଜି ଯେତେବେଳେ ନିଜ ଆଖି ଆଗରେ ଦେଖୁଛି ଆଉ ନିଜକୁ ସେହି କାମ କରିବାର ସୁଯୋଗ ମିଳିଲା, ମୁଁ ବୁଝି ପାରୁଛି କି ମୋ ଜୀବନର ବହୁତ ଧନ୍ୟର ମୁହୂର୍ତ୍ତ । ମୁଁ ଏହାକୁ ନିଜର ସୌଭାଗ୍ୟ ବୋଲି ମାନୁଛି । ଦହେଜକୁ ଯିବି, ନିଜ ଅନୁଭବ ସେଠାରେ ବାଣ୍ଟିବି । କିନ୍ତୁ ମୁଁ ଆଜି ଆପଣମାନଙ୍କୁ ଅନୁରୋଧ କରିବି କି ଏହି ମହତ୍ତ୍ଵପୂର୍ଣ୍ଣ କାମରେ ଆପଣ ଆମ ସହିତ ଯୋଡ଼ି ହୁଅନ୍ତୁ ଆଉ ଏହା ମାନନ୍ତୁ ଏହି ନୌଚଳାଚଳ ସେବା ତ ଆରମ୍ଭ ମାତ୍ର, ଏହା ହେଉଛି ପ୍ରଥମ ପର୍ଯ୍ୟାୟ । ପରେ ଘରୋଇ କମ୍ପାନୀ ମାନେ ଆସିବେ ଅନେକଗୁଡ଼ିଏ ନୌଚଳାଚଳ ଚାଲିବ । ରୁଟ୍ ଚାଲିବ, ପର୍ଯ୍ୟଟନର ବିକାଶ ହେବ । ଆଉ ସୁରଟର ଆମର ଧନୀ ଲୋକ ଏହାକୁ ଆମର ଭଡ଼ାରେ ନେଇ ଜନ୍ମଦିନ ପାଳିବା ପାଇଁ ମଧ୍ୟ ସମୁଦ୍ରକୁ ଯିବେ । ବହୁତ ବଡ଼ ବିକାଶର ସମ୍ଭାବନା ଅଛି ଆଉ ଏଥିପାଇଁ ମୁଁ କହିଲି କି ଘୋଘାର ଭାଗ୍ୟ ପୁଣିଥରେ ବଦଳୁଛି । ଆଉ ଥରେ ପୁଣି ଆପଣ ସମସ୍ତଙ୍କୁ ଘୋଘା-ଦହେଜ ରୋ-ରୋ ନୌଚଳାଚଳ ସେବା ଆଉ ସର୍ବୋତ୍ତମ ଡାଏରୀର ଗୋଖାଦ୍ୟ ପ୍ଳାଣ୍ଟ ପାଇଁ ବହୁତ-ବହୁତ ଶୁଭେଚ୍ଛା ଜଣାଉଛି । ଆପଣ ସମସ୍ତଙ୍କୁ ବହୁତ-ବହୁତ ଧନ୍ୟବାଦ ଦେଉଛି ।
ଭାରତ ମାତା କୀ ଜୟ,
ଭାରତ ମାତା କୀ ଜୟ,
ଜୟ ବୀର ମୋଖରା ଜୀ ଦାଦା
ଜୟ ବୀର ମୋଖରା ଜୀ ଦାଦା
ଜୟ ବୀର ମୋଖରା ଜୀ ଦାଦା
Our vision is ports for prosperity. India needs better ports and more ports: PM @narendramodi pic.twitter.com/VefsguqWTx
— PMO India (@PMOIndia) October 22, 2017
Without proper connectivity, the economic development of a nation slows down. Keeping this in mind we are focussing on ports infrastructure: PM @narendramodi pic.twitter.com/eT2Ddf9Of3
— PMO India (@PMOIndia) October 22, 2017
Our focus is on the blue economy. We see the blue economy as integral to our vision of a new India: PM @narendramodi
— PMO India (@PMOIndia) October 22, 2017