ପିଏମଇଣ୍ଡିଆ

ଦୃଢ଼ ବିଶ୍ୱାସ ଭାରତ-ଆମେରିକା ସମ୍ପର୍କର ଆଧାର – ପ୍ରଧାନମନ୍ତ୍ରୀ
ବୃହତ ଲକ୍ଷ୍ୟ ହାସଲ ଆଜି ନୂତନ ଭାରତର ପରିଚୟ ପାଲଟିଛି – ନରେନ୍ଦ୍ର ମୋଦୀ
ଭାରତର ପରିବର୍ତ୍ତନରେ ଆମେରିକା ଭରସାଯୋଗ୍ୟ ସହଭାଗୀ
ଧନ୍ୟବାଦ ରାଷ୍ଟ୍ରପତି ମହୋଦୟ,
ଆପଣ ଏବେ ଯାହା ଭାରତ ବିଷୟରେ କହିଲେ, ମହାତ୍ମା ଗାନ୍ଧୀ, ସ୍ୱାମୀ ବିବେକାନନ୍ଦ ଓ ସର୍ଦ୍ଦାର ପଟେଲଙ୍କୁ ଶ୍ରଦ୍ଧାପୂର୍ବକ ସ୍ମରଣ କଲେ, ଭାରତର ଲୋକମାନଙ୍କ ସାମର୍ଥ୍ୟ ବିଷୟରେ କହିଲେ, ଉପଲବ୍ଧି ଏବଂ ସଂସ୍କୃତି ବିଷୟରେ କହିଲେ, ମୋ ବିଷୟରେ ମଧ୍ୟ ବହୁତ କିଛି କହିଲେ । ମୁଁ ସେଥିପାଇଁ ପ୍ରତ୍ୟେକ ଭାରତବାସୀଙ୍କ ତରଫରୁ ଆପଣଙ୍କୁ ଅନେକ ଅନେକ କୃତଜ୍ଞତା ବ୍ୟକ୍ତ କରୁଛି । ରାଷ୍ଟ୍ରପତି ଟ୍ରମ୍ପ କେବଳ ଭାରତର ଗୌରବ ବଢ଼ାଇନାହାନ୍ତି ବରଂ ଆମେରିକାରେ ରହୁଥିବା ଭାରତୀୟମାନଙ୍କୁ ମଧ୍ୟ ସମ୍ମାନ ଦେଇଛନ୍ତି ।
ରାଷ୍ଟ୍ରପତି ମହୋଦୟ, ଯେଉଁଠାରୁ ଆପଣ ଭାରତୀୟମାନଙ୍କୁ ସମ୍ବୋଧିତ କଲେ, ତାହା ବିଶ୍ୱର ସବୁଠୁ ବଡ଼ ଷ୍ଟାଡିୟମ । କ୍ରୀଡ଼ା ସମ୍ବନ୍ଧୀୟ କେତେକ ସୁବିଧା ଏଠାରେ ଏବେ ନିର୍ମାଣାଧୀନ ରହିଛି । ତଥାପି ଆପଣ ଏଠାକୁ ଆସିବା, କ୍ରୀଡ଼ା ଜଗତ ସହ ସମ୍ପୃକ୍ତ ପ୍ରତ୍ୟେକଙ୍କୁ ଉତ୍ସାହିତ କରିବ । ମୁଁ ଗୁଜରାଟ କ୍ରିକେଟ ଆସୋସିଏସନକୁ ମଧ୍ୟ ଧନ୍ୟବାଦ ଜଣାଉଛି । ସେମାନେ ଏହି ଚମତ୍କାର ସ୍ଥାନକୁ ଏ କାର୍ଯ୍ୟକ୍ରମ ପାଇଁ ଉପଲବ୍ଧ କରାଇଛନ୍ତି । ଏହାଦ୍ୱାରା କାମ ସାରିବା ଲାଗି ସେମାନଙ୍କ ଧାର୍ଯ୍ୟ ସମୟସୀମାରେ କିଛି ପରିବର୍ତ୍ତନ ହୋଇପାରେ, କିନ୍ତୁ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ସେମାନେ ଏହି ସମୟକୁ ମଧ୍ୟ ଭରଣା କରିପାରିବେ ।
ବନ୍ଧୁଗଣ,
ଦୁଇ ଜଣ ବ୍ୟକ୍ତି ହୁଅନ୍ତୁ କିମ୍ବା ଦୁଇ ଦେଶ ମଧ୍ୟରେ ସମ୍ପର୍କ, ଏହାର ସବୁଠୁ ବଡ଼ ଆଧାର ହେଉଛି ବିଶ୍ୱାସ, ପରସ୍ପର ଉପରେ ବିଶ୍ୱାସ । ଆମ ଶାସ୍ତ୍ରରେ କୁହାଯାଇଛି ଯେ –“ତନ୍ ମିତ୍ରମ ଯତ୍ର ବିଶ୍ୱାସଃ ।” ଅର୍ଥାତ ଯେଉଁଠି ଅଖଣ୍ଡ ବିଶ୍ୱାସ ଥାଏ ସେଠି ବନ୍ଧୁତା ରହିପାରେ ।
ଗତ କିଛି ବର୍ଷ ମଧ୍ୟରେ ଭାରତ ଓ ଆମେରିକା ମଧ୍ୟରେ ବିଶ୍ୱାସ ଯେଉଁ ନୂତନ ଉଚ୍ଚତାରେ ପହଁଚିଛି, ଯେତେ ଅଧିକ ସୁଦୃଢ଼ ହୋଇଛି, ତାହା ଐତିହାସିକ । ମୁଁ ଆମେରିକା ଗସ୍ତ କରିବା ସମୟରେ ଏହି ବିଶ୍ୱାସ ଦିନକୁ ଦିନ ଆହୁରି ସୁଦୃଢ଼ ହୋଇ ଚାଲିଥିବା ଦେଖିଛି ।
ମୋର ମନେ ଅଛି, ମୁଁ ଯେତେବେଳେ ୱାଶିଂଟନରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଥମ ଥର ଭେଟିଲି, ସେ ମୋତେ କହିଥିଲେ ଯେ- “ହ୍ୱାଇଟ ହାଉସରେ ଭାରତର ଜଣେ ସଚ୍ଚା ବନ୍ଧୁ ଅଛନ୍ତି ।”
ରାଷ୍ଟ୍ରପତି ଟ୍ରମ୍ପ ଭାରତ ପ୍ରତି ନିଜର ଏହି ସ୍ୱତନ୍ତ୍ର ସ୍ନେହକୁ ସବୁବେଳେ ପ୍ରଦର୍ଶିତ କରିଛନ୍ତି । ଯେତେବେଳେ ହ୍ୱାଇଟ ହାଉସରେ ଦୀପାବଳି ପାଳନ କରାଯାଏ, ଆମେରିକାରେ ରହୁଥିବା 40ଲକ୍ଷ ଭାରତୀୟ ଆମେରିକାର ସମୃଦ୍ଧି ଓ ପ୍ରଗତିରେ ସହଯାତ୍ରୀ ହେବାକୁ ନେଇ ଗର୍ବ ଅନୁଭବ କରିଥାନ୍ତି ।
ବନ୍ଧୁଗଣ,
ଆମେରିକା ଭଳି ଆଜି ଭାରତରେ ମଧ୍ୟ ପରିବର୍ତ୍ତନ ଲାଗି ଅଭୂତପୂର୍ବ ବ୍ୟଗ୍ରତା ରହିଛି । ଆଜି 130 କୋଟି ଭାରତବାସୀ ମିଳିମିଶି ନୂତନ ଭାରତ ନିର୍ମାଣ କରୁଛନ୍ତି ।
ଆମର ଯୁବଶକ୍ତି ଉଚ୍ଚାଭିଳାଷରେ ପରିପୂର୍ଣ୍ଣ ଅଛନ୍ତି । ବଡ଼ ଲକ୍ଷ୍ୟ ଧାର୍ଯ୍ୟ କରି ତା’କୁ ହାସଲ କରିବା ଆଜି ନୂତନ ଭାରତର ପରିଚୟ ପାଲଟିଛି ।
ଆଜି ଭାରତରେ କେବଳ ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଷ୍ଟାଡିୟମ ନାହିଁ, ବରଂ ଏଠାରେ ବିଶ୍ୱର ସବୁଠୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନା କାର୍ଯ୍ୟକାରୀ ହେଉଛି ।
ଆଜି ଭାରତରେ କେବଳ ବିଶ୍ୱର ସବୁଠୁ ବଡ଼ ସୌର ପାର୍କ ନିର୍ମାଣ କରାଯାଇନାହିଁ, ବରଂ ଏଠାରେ ସବୁଠୁ ବଡ଼ ସ୍ୱଚ୍ଛତା କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି ।
ଆଜି ଭାରତ କେବଳ ସବୁଠୁ ଅଧିକ ସଂଖ୍ୟକ କୃତ୍ରିମ ଉପଗ୍ରହ ପ୍ରେରଣ କରିବାର ରେକର୍ଡ କରିନାହିଁ, ବରଂ ସବୁଠୁ ଦ୍ରୁତ ଆର୍ଥିକ ଅନ୍ତର୍ଭୂକ୍ତୀକରଣରେ ମଧ୍ୟ ବିଶ୍ୱ ରେକର୍ଡ ହାସଲ କରିଛି ।
ଏକବିଂଶ ଶତାବ୍ଦୀରେ, ଆମର ଭିତ୍ତିଭୂମି ହେଉ କିମ୍ବା ପୁଣି ସାମାଜିକ କ୍ଷେତ୍ର, ଆମେ ବିଶ୍ୱ ମାନକକୁ ନେଇ ଆଗକୁ ବଢ଼ୁଛୁ ।
ଗତ କିଛିଦିନ ହେବ ଭାରତ କେବଳ 1500 ପୁରୁଣା ଆଇନ ଶେଷ କରିଦେଇନାହିଁ, ବରଂ ସମାଜକୁ ସଶକ୍ତ କରିବା ଲାଗି ଅନେକ ନୂଆ ଆଇନ ମଧ୍ୟ ପ୍ରସ୍ତୁତ କରିଛି ।
ଉଭୟଲିଙ୍ଗ ବ୍ୟକ୍ତିଙ୍କ ଅଧିକାର ହେଉ, ତିନି ତଲାକ ବିରୋଧରେ ଆଇନ ଆଣି ମୁସଲିମ ମହିଳାମାନଙ୍କୁ ସମ୍ମାନ ଦେବା ହେଉ, ଦିବ୍ୟାଙ୍ଗ-ଜନଙ୍କୁ ପ୍ରାଥମିକତା ଦେବା ହେଉ, ମହିଳାମାନଙ୍କୁ ଗର୍ଭାବସ୍ଥା ସମୟରେ ଦରମା ସହିତ 26 ମାସର ମାତୃତ୍ୱ ଅବକାଶ ବ୍ୟବସ୍ଥା ହେଉ, ଏପରି ଅନେକ ଅଧିକାର, ଆମେ ସମାଜର ଭିନ୍ନ ଭିନ୍ନ ବର୍ଗଙ୍କ ପାଇଁ ସୁନିଶ୍ଚିତ କରିଛୁ ।
ବନ୍ଧୁଗଣ,
ମୁଁ ଆନନ୍ଦିତ ଯେ ଭାରତରେ ହେଉଥିବା ଏହି ପରିବର୍ତ୍ତନ ମଧ୍ୟରେ ଆଜି ଆମେରିକା, ଭାରତର ଏକ ଭରସାଯୋଗ୍ୟ ସହଭାଗୀ ହୋଇପାରିଛି ।
ଆଜି ଯେଉଁ ଦେଶ, ଭାରତର ସର୍ବବୃହତ ବାଣିଜ୍ୟ ସହଭାଗୀ, ସେ ଦେଶ ହେଉଛି ଆମେରିକା ।
ଆଜି ଭାରତୀୟ ସେନା ଯେଉଁ ଦେଶ ସହିତ ସବୁଠୁ ଅଧିକ ସମରାଭ୍ୟାସ କରୁଛି ତାହା ହେଉଛି ଆମେରିକା ।
ଆଜି ଯେଉଁ ଦେଶ ସହିତ ଭାରତର ସବୁଠୁ ବ୍ୟାପକ ଗବେଷଣା ଓ ବିକାଶ ଭାଗିଦାରୀ ରହିଛି-ସେ ଦେଶ ହେଉଛି ଆମେରିକା ।
ଆଜି ପ୍ରତିରକ୍ଷା ହେଉ, ଶକ୍ତି କ୍ଷେତ୍ର ହେଉ, ସ୍ୱାସ୍ଥ୍ୟ, ଆଇଟି, ପ୍ରତ୍ୟେକ କ୍ଷେତ୍ରରେ ଆମ ସମ୍ପର୍କର ପରିଧି ନିରନ୍ତର ବଢ଼ି ଚାଲିଛି ।
ସାଥୀଗଣ,
ଏକବିଂଶ ଶତାବ୍ଦୀର ଏହି ଦଶକରେ, ନୂତନ ଭାରତ, ପୁନରୁତ୍ଥାନଶୀଳ ଆମେରିକା ଲାଗି ମଧ୍ୟ ନୂତନ ଅବସର ନେଇ ଆସିଛି ।
ବିକାଶର ପ୍ରତ୍ୟେକ କ୍ଷେତ୍ରରେ, ଉଭୟ ଦେଶ ନିକଟରେ ପାଇବା ଲାଗି ଅନେକ କିଛି ରହିଛି ।
ଭାରତରେ ଉତ୍ପାଦନ ବୃଦ୍ଧି ପାଇବା, ଭିତ୍ତିଭୂମି ସମ୍ପ୍ରସାରିତ ହେବା, ଆମେରିକା ଲାଗି ନୂତନ ସମ୍ଭାବନା ନେଇ ଆସିବ ।
ଇଣ୍ଡଷ୍ଟ୍ରି 4.0ର ଏହି ସମୟରେ ଭାରତରେ ଡିଜିଟାଲ ଅର୍ଥବ୍ୟବସ୍ଥାର ବିସ୍ତାର, ଆମେରିକା ଲାଗି ନିବେଶ ଅନେକ ସୁଯୋଗ ସୃଷ୍ଟି କରିବ ।
ରାଷ୍ଟ୍ରପତି ମହୋଦୟ,
ବିଗତ ଦଶନ୍ଧିରେ ଡିଜିଟାଲ ପ୍ରଯୁକ୍ତି ଭାରତ ଓ ଆମେରିକାର ସମ୍ପର୍କକୁ ନୂଆ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।
ଭାରତୀୟ ପ୍ରତିଭା ଏବଂ ଆମେରିକୀୟ ପ୍ରଯୁକ୍ତି ଏହି କ୍ଷେତ୍ରକୁ ନୂତନ ନେତୃତ୍ୱ ଦେଇଛି ।
ମୋର ବିଶ୍ୱାସ ଯେ, ଏକବିଂଶ ଶତାବ୍ଦୀରେ ଭାରତ ଓ ଆମେରିକା ମିଶି, ଏହି ଡିଜିଟାଲ ଯୁଗ, ଇଣ୍ଡଷ୍ଟ୍ରି 4.0ର ନେତୃତ୍ୱ ନେଇପାରିବେ ।
ବନ୍ଧୁଗଣ,
ଏକବିଂଶ ଶତାବ୍ଦୀରେ, ନୂତନ ବର୍ଗୀକରଣ, ନୂତନ ପ୍ରତିଦ୍ୱନ୍ଦ୍ୱିତା, ନୂତନ ଆହ୍ୱାନ ଏବଂ ନୂତନ ସମ୍ଭାବନା, ପରିବର୍ତ୍ତନର ମୂଳଦୁଆ ପ୍ରତିଷ୍ଠା କରୁଛନ୍ତି ।
ଏଭଳି ସ୍ଥିତିରେ ଭାରତ – ଆମେରିକା ସମ୍ପର୍କ ଓ ସହଯୋଗ, ଏକବିଂଶ ଶତାବ୍ଦୀରେ ବିଶ୍ୱର ମାର୍ଗ ନିର୍ଦ୍ଧାରଣ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।
ଭାରତ ଓ ଆମେରିକା ବାସ୍ତବ ସହଭାଗୀ ବୋଲି ମୋର ସ୍ପଷ୍ଟ ମତ ।
ଆମେ କେବଳ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ନୁହେଁ, ବରଂ ସମଗ୍ର ବିଶ୍ୱର ଶାନ୍ତି, ପ୍ରଗତି ଏବଂ ନିରାପତ୍ତାରେ ଏକ ପ୍ରଭାବୀ ଯୋଗଦାନ ଦେଇପାରିବା ।
ଆତଙ୍କବାଦକୁ ପରାସ୍ତ କରିବାରେ ଆମେରିକାର ପ୍ରତିବଦ୍ଧତା ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱ ମାନବତାର ସେବା ଅଟେ । ସେଥିପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭଳି ବିଲକ୍ଷଣ ନେତା ଏବଂ ଭାରତର ଅନନ୍ୟ ମିତ୍ର ଚଳିତ ଦଶକର ପ୍ରାରମ୍ଭରେ ହିଁ ଭାରତ ଆସିବା, ଏକ ବହୁତ ବଡ଼ ଅବସର ବୋଲି ମୁଁ ମାନୁଛି ।
ବିଗତ ଦିନରେ, ଭାରତ-ଆମେରିକା ସମ୍ପର୍କକୁ ସଶକ୍ତ କରିବା ଲାଗି ଯେଉଁ ଆରମ୍ଭ ଆମେ କରିଥିଲୁ, ଏବେ ତାଙ୍କ ଗସ୍ତ ଦ୍ୱାରା, ଏହାର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେଉଛି ।
ଆମେ କେବଳ ସ୍ୱଳ୍ପକାଳିନ ବିଚାର ଦ୍ୱାରା ନୁହେଁ, ବରଂ ଏକ ଦୀର୍ଘକାଳୀନ ସଂକଳ୍ପ ଦ୍ୱାରା ଅନୁପ୍ରାଣିତ । ଆମର ଦ୍ୱିପାକ୍ଷିକ ସମ୍ପର୍କ ଅଭିବୃଦ୍ଧି ହାସଲ କରିବ । ଆମର ଅର୍ଥନୈତିକ ଭାଗିଦାରୀ ସମ୍ପ୍ରସାରିତ ହେବ । ଆମର ଡିଜିଟାଲ ସହଯୋଗ ମଧ୍ୟ ବୃଦ୍ଧି ପାଇବ ।
ମୋର ବିଶ୍ୱାସ ଯେ ନୂତନ ଉଚ୍ଚତା ହାସଲ କରିବା ସହିତ ଭାରତ ଯେଉଁ ସ୍ୱପ୍ନକୁ ନେଇ ଆଗେଇ ଚାଲିଛି ଆମେରିକା ଯେଉଁ ସ୍ୱପ୍ନକୁ ନେଇ ଆଗେଇ ଚାଲିଛି ଆମେ ମିଳିମିଶି ସେହି ସ୍ୱପ୍ନକୁ ପୂରଣ କରିବୁ । ଆଜି ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କର ପୂରା ପରିବାରକୁ ସ୍ୱାଗତ ସମ୍ମାନ କରିବାର ଅବସର ମିଳିବା ମୋର ସୌଭାଗ୍ୟ । ମୁଁ ପୁଣିଥରେ ନମସ୍ତେ ଟ୍ରମ୍ପର ଏହି ଗୁଞ୍ଜରଣ ମଧ୍ୟରେ ଆପଣମାନଙ୍କୁ ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ କହିବା ଲାଗି ଅନୁରୋଧ କରୁଛି ।
ଭାରତ-ଆମେରିକା ବନ୍ଧୁତା, ଜିନ୍ଦାବାଦ, ଜିନ୍ଦାବାଦ!
ବହୁତ ବହୁତ ଧନ୍ୟବାଦ ।
**********
आज 130 करोड़ भारतवासी मिलकर न्यू इंडिया का निर्माण कर रहे हैं।
— PMO India (@PMOIndia) February 24, 2020
हमारी युवा शक्ति aspirations से भरी हुई है।
बड़े लक्ष्य रखना, उन्हें प्राप्त करना, आज न्यू इंडिया की पहचान बन रहा है: PM @narendramodi
आज भारत में दुनिया का सबसे बड़ा क्रिकेट स्टेडियम ही नहीं है,
— PMO India (@PMOIndia) February 24, 2020
आज भारत दुनिया की सबसे बड़ी हेल्थ एश्योरेंस स्कीम भी चला रहा है।
आज भारत में दुनिया का सबसे बड़ा सोलर पार्क ही नहीं बन रहा,
आज भारत में दुनिया का सबसे बड़ा सेनीटेशन प्रोग्राम भी चल रहा है: PM
आज भारत एक साथ सबसे ज्यादा सैटेलाइट भेजने का वर्ल्ड रिकॉर्ड ही नहीं बना रहा,
— PMO India (@PMOIndia) February 24, 2020
आज भारत सबसे तेज Financial Inclusion करके भी वर्ल्ड रिकॉर्ड बना रहा है: PM
आज जो देश भारत का Largest Trading Partner है, वो है अमेरिका।
— PMO India (@PMOIndia) February 24, 2020
आज भारत की सेनाएं जिस देश के साथ सबसे ज्यादा युद्ध अभ्यास कर रही हैं- वो है अमेरिका।
आज जिस देश के साथ भारत की सबसे व्यापक रीसर्च एंड डवलपमेंट पार्टनरशिप है- वो है अमेरिका: PM
21वीं सदी में,
— PMO India (@PMOIndia) February 24, 2020
नए Alignments,
नए Competition,
नए Challenges और
नई Opportunities, बदलाव की नींव रख रहे हैं।
भारत और अमेरिका के संबंध और सहयोग की, 21वीं सदी के विश्व की दिशा तय करने में महत्वपूर्ण भूमिका होगी।
मेरा स्पष्ट मत है कि भारत और अमेरिका Natural Partners हैं: PM
हम सिर्फ Indo-Pacific Region में ही नहीं, बल्कि पूरी दुनिया की Peace, Progress और Security में एक प्रभावी योगदान दे सकते हैं।
— PMO India (@PMOIndia) February 24, 2020
और
इसलिए, मैं मानता हूं कि प्रेसिडेंट ट्रंप का इस दशक की शुरुआत में ही भारत आना, एक बहुत बड़ा अवसर है: PM