Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ଅହମ୍ମଦାବାଦରେ ଟ୍ରାନ୍ସଷ୍ଟାଡିଆ ‘ଏରିନା ପ୍ରକଳ୍ପ’ ଉଦ୍ଘାଟନ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

s20170630110479


ସମସ୍ତ ବରିଷ୍ଠ ମହାନୁଭବ ଆଉ ତା’ଠାରୁ ମଧ୍ୟ ଅଧିକ ହିନ୍ଦୁସ୍ଥାନର ନାମକୁ ଉଜ୍ଜ୍ୱଳ କରିଥିବା ମୋର ଖେଳାଳି ବନ୍ଧୁ,

ଯେଉଁ ଲୋକ ଏହି ଅଂଚଳ ସହିତ ପରିଚିତ ଅଛନ୍ତି, 10 ବର୍ଷ ପୂର୍ବେ ଏହି କାଙ୍କରିଆ କିପରି ଥିଲା । ଏହା ଡାଏରୀ ଫାର୍ମର ଭଙ୍ଗା ଦଦରା ମଳିନ ପଡିଯାଇଥିବା, ଗୋଟିଏ କୋଠା ଆଉ ଅଧିକାଂଶ କୁକୁର ଆସି ପଶୁଥିଲେ, ଏମିତି ନିଛାଟିଆ ଅନୁର୍ବର ଅବସ୍ଥାରେ ପଡିଥିଲା । ଯଦି ସ୍ୱପ୍ନ ଦେଖିବାର ସାମର୍ଥ୍ୟ ଥିବ ତ ଦୁନିଆ କିପରି  ବଦଳିଥାଏ ତାହା ଆପଣ ଏଠାକୁ ଆସି ଦେଖି ପାରିବେ । କ୍ରୀଡା ଜଗତର ଯେତେ ବି ଲୋକ ଆଜି ଏଠାକୁ ଆସିଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରିବି କି ପରେ ଏହି ସଂପୂର୍ଣ୍ଣ ଷ୍ଟାଡିୟମର ସମସ୍ତ ସୁବିଧା ବିକଶିତ ହେଉଛି ଯାହା ଆମ ଖେଳାଳି ସାରା ଦୁନିଆରେ ଦେଖୁଛନ୍ତି ।

ମତେ ଯେତେବେଳେ ମଧ୍ୟ ଆମ ଦେଶର ଖେଳାଳି ମାନଙ୍କୁ ଭେଟିବାର ସୁଯୋଗ ମିଳେ, ମୁଁ  ସେମାନଙ୍କ ସହିତ ଯୋଡି ହୋଇଯାଏ, ସେମାନଙ୍କ ସହିତ ଭଲ ଭାବରେ କଥା ହୋଇଥାଏ, ସେମାନଙ୍କ ଠାରୁ ଶୁଣିଥାଏ । ମୁଁ କେତେବେଳେ ମଧ୍ୟ ମୋ ଦେଶର ଖେଳାଳିମାନଙ୍କର ଉତ୍ସାହ କମ ଥିବା ଦେଖିନାହିଁ । ସେମାନଙ୍କ ପରିଶ୍ରମ କମ ଥିବା ଦେଖି ନାହିଁ । ଅସୁବିଧା ଭିତରେ ମଧ୍ୟ ଦୁନିଆ ସାମ୍ନାରେ ଭାରତର ପତାକା ଉଡାଇବାରେ ମନପ୍ରାଣ ଦେଇ ଯୋଡି ହେବାରେ ସେମାନଙ୍କ ଲକ୍ଷ୍ୟ କେବେ କମି ଯାଇଥିବା ଦେଖିବାକୁ ମିଳି ନାହିଁ । କିନ୍ତୁ ଅସୁବିଧା ଏହା ଯେ ଆମ ପାଖରେ ସାମର୍ଥ୍ୟବାନ ଯୁବ ପିଢି ଅଛନ୍ତି, ଏହି ସଂପୂର୍ଣ୍ଣ ନ୍ୟୁ ଇଣ୍ଡିଆ ମୋ ସାମ୍ନାରେ ଅଛି, ସଂପୂର୍ଣ୍ଣ ନ୍ୟୁ ଇଣ୍ଡିଆ ମୋ ସାମ୍ନାରେ ।  କିନ୍ତୁ ଆମର ଚିନ୍ତାଧାରା ଆପଣ ଆଶ୍ଚର୍ଯ୍ୟ ହେବେ ଏହି ଖେଳାଳିମାନଙ୍କୁ ମୁଁ ତ ପଚାରି ନାହିଁ କିନ୍ତୁ ଏମାନଙ୍କୁ ତ ଅନୁଭବ ଆସିଥିବ, ଯଦି ବିମାନରେ ଯାଉଛନ୍ତି, ଟ୍ରେନରେ ଯାଉଛନ୍ତି, ତ ଲୋକେ ଏମାନଙ୍କୁ ପଚାରୁଥିବେ, ପରିଚୟ ହେଲା, କ’ଣ କରୁଛନ୍ତି? କିଏ କହିବ ଜାତୀୟ କ୍ରୀଡା ଖେଳୁଛି । କିଏ କହିବ ମୁଁ ଅନ୍ତରାଷ୍ଟ୍ରୀୟ କ୍ରୀଡା ଖେଳୁଛି । ତ ପରବର୍ତ୍ତୀ ପ୍ରଶ୍ନ କ’ଣ ଆସିବ ଜଣାଅଛି? ପରବର୍ତ୍ତୀ ପ୍ରଶ୍ନରେ ଏମାନଙ୍କୁ ପଚାରନ୍ତି, ଭାଇ ତୁମେ ଖେଳୁଛ, ଜାତୀୟ ଖେଳୁଛ, ଅନ୍ତରାଷ୍ଟ୍ରୀୟ ଖେଳୁଛ, ହେଲେ କ’ଣ କରୁଛ? ଅର୍ଥାତ ଖେଳିବା ଏହା ମଧ୍ୟ ହେଉଛି ଦେଶ ସେବା । ଜୀବନରେ ବୃତ୍ତିର ପଥ ରହିଛି, ଏହା ଆମ ଦେଶରେ କହା ତଣ୍ଟିରେ ଗଳେ ନାହିଁ । ଏହି ସମସ୍ତଙ୍କର ଅନୁଭବ ଥିବ । ସେ କହିବେ କି ଜାତୀୟ ଖେଳୁଛି, ତ ପଚାରନ୍ତି କି ଆଛା ଖେଳନ୍ତି କିନ୍ତୁ ଆଉ କ’ଣ କରନ୍ତି? ସୀମାରେ ଯେଉଁ ଯବାନ ଠିଆ ହୋଇଥାଏ ଏବଂ କିଏ ତାଙ୍କୁ ପଚାରେ କି ତମେ କ’ଣ କରୁଛ, ତ କହିବେ ମୁଁ ସୀମାରେ ଜବାନ ଭଳି ଠିଆ ହୋଇ ରହିଥାଏ ଆଉ ପୁଣି କେହି ତାଙ୍କୁ ପଚାରେ କି ତୁମେ କାମ କ’ଣ କରୁଛ?  ତ’ ତା ଠାରୁ ବଡ଼ ଦୁଃଖ କ’ଣ ହେବ! ମୋ ଖେଳାଳି ମାନଙ୍କ ସାଙ୍ଗରେ ମଧ୍ୟ ସମାଜ ଭିତରେ ଏହା ହୋଇ ରହିଥାଏ । ଆଉ ସମାଜରେ ନୁହେଁ ପରିବାରରେ ମଧ୍ୟ ଏହି ଲୋକ ଯେବେ ଆରମ୍ଭ କରିଥିବେ, ସେତେବେଳେ ଘରେ ସମସ୍ତେ କହୁଥିବେ, ବାସ୍ ଖେଳୁଥିବୁ କି କିଛି ପାଠ ପଢିବୁ? କିଛି ପଢା ଲେଖା କରିବାର ଅଛି ନା ନାହିଁ? ସକାଳ ହେଲା ବାହାରି ଯାଉଛୁ, ଆଉ କିଛି ଲୋକ ତ ପୁଲେଲା ଗୋପୀଚାନ୍ଦଙ୍କୁ ମଧ୍ୟ କହୁଥିବେ କି ଆରେ ଭାଇ ତୁ ମୋ ପିଲାର ଜୀବନକୁ ଖରାପ କର ନାହିଁ ।

ଆମ ଦେଶରେ ଏହି ପରିବେଶ ଅଛି, ଏହି ପରିବେଶକୁ ମତେ ବଦଳାଇବାର ଅଛି । କ୍ରୀଡା ବ୍ୟକ୍ତତ୍ୱଙ୍କ ଜୀବନରେ ତ କେତେ ଶିଖରକୁ ଉଠିବାର ସୁଯୋଗ ସୃଷ୍ଟି ହୋଇଛି କିନ୍ତୁ ସେହି ଖେଳାଳିଙ୍କ ମାଧ୍ୟମରେ 125 ଶହେ କୋଟି ହିନ୍ଦୁସ୍ଥାନୀ ନିଜ ମୁଣ୍ଡ ଉଚ୍ଚା କରି ଦୁନିଆ ଆଗରେ ଯାଇ ପାରିବେ । ଦୁନିଆର କୌଣସି ଦେଶରେ ସେଠାକାର କୌଣସି ଖେଳାଳିର ନାମ ଯଦି ମୁଁ ଭାଷଣରେ କହି ଦେଇଥାଏ ତ 5-5 ମିନିଟ୍ ପର୍ଯ୍ୟନ୍ତ ତାଳି ବାଜି ଚାଲିଥାଏ, ଯଦି ସେହି ଦେଶର କୌଣସି ଖେଳାଳିଙ୍କ ନାମ ସେହି ଦେଶରେ ମୁଁ କହିଥାଏ ।

ଏବେ ମୁଁ ପର୍ତ୍ତୁଗାଲରେ ଥିଲି ଦୁଇ ଦିନ ପୂର୍ବରୁ, ସେଠାକାର ଫୁଟବଲ ଖେଳାଳିଙ୍କୁ ମନେ ପକାଇଲି, ସମ୍ପୂର୍ଣ୍ଣ ପରିବେଶ ବଦଳିଗଲା, ତାଳିରେ ପରିବେଶ ପ୍ରତିଧ୍ୱନିତ ହେବାରେ ଲାଗିଲା । ଖେଳାଳିଙ୍କ ପ୍ରତି ଏହି ସମ୍ମାନ, ଏହି ଆଦର, ଏହା ଆମ ଦେଶର ପରମ୍ପରା ହେବା ଦରକାର, ଆମ ପରିବାରର ପରମ୍ପରା ହେବା ଦରକାର, ଏହା ଆମ ଦେଶର ସାମଜିକ ସଂସ୍କୃତି ରୂପରେ ବିକଶିତ ହେବା ଦରକାର । ବ୍ୟବସ୍ଥା ମଧ୍ୟ ବିକଶିତ ହେବା ଦରକାର । ଆଜି ମତେ ଖେଳ ମହାକୁମ୍ଭ, ସେହି କାର୍ଯ୍ୟକ୍ରମ ଶୁଭାରମ୍ଭର ଆପ୍ କୁ ଲୋକାର୍ପଣ କରିବାର ସୁଯୋଗ ମିଳିଲା । ଜରୁରୀ ନୁହେଁ ଯେ ସମସ୍ତେ ଜାତୀୟ, ଆନ୍ତର୍ଜାତୀୟ ଖେଳାଳି ହେବେ । କିନ୍ତୁ ଖେଳିବାରେ ଜୀବନର ମଜା ଆଉ କିଛି ହୋଇଥାଏ ବନ୍ଧୁଗଣ । ଖେଳ ଜୀଇଁବା ଶିଖାଇଥାଏ । ଖେଳାଳିର ଜୀବନରୁ ଗୋଟିଏ କଥା ଆମେ ବହୁତ ସହଜରେ ଶିଖି ପାରିବା । କେବେ କେବେ ଲୋକ କହିଥାନ୍ତି କି ଆମ ରାଜନେତା ମାନଙ୍କୁ ଅଧିକ କହନ୍ତି କି ବିଜୟକୁ ହଜମ କରିବା ଶିଖିବା ଦରକାର । କିନ୍ତୁ ମୁଁ ଦେଖିଛି କି ଖେଳାଳିମାନେ ପରାଜୟରୁ କେମିତି ଜୀଇଁ ଥାଆନ୍ତି, ଏହା ଖେଳାଳି ମଧ୍ୟରେ ଶକ୍ତି ହୋଇଥାଏ ଆଉ ତା’ପାଇଁ ବିଜୟର ରାସ୍ତା ସ୍ଥିର କରି ଦେଇଥାଏ । ଏହି ସାମର୍ଥ୍ୟ ଖେଳ ଜଗତରୁ ଆସିଥାଏ, ଖେଳ ପଡିଆରୁ ଆସିଥାଏ । ପ୍ରତି କ୍ଷଣରେ ଜୟ-ପରାଜୟର ଖେଳ ରହିଥାଏ ଆଉ ଜୀବନରେ ଜୟ-ପରାଜୟକୁ ହିଁ ଖେଳ ଭାବି ଜୀଇଁ ଯିବା, ଏହା ମଧ୍ୟ ଜୀବନର ବଡ଼ ସୌଭାଗ୍ୟ ହୋଇଥାଏ, ଯାହା ଏହି ଖେଳାଳି ମାନଙ୍କର ସୌଭାଗ୍ୟ ହୋଇଥାଏ । ଆମକୁ ବ୍ୟବସ୍ଥାଗୁଡିକୁ ମଧ୍ୟ ବିକଶିତ କରିବାର ଅଛି ।

ଖେଳ ମହାକୁମ୍ଭ ଗତ ଥର 30 ଲକ୍ଷ ଲୋକ ଗୁଜରାଟରେ ଖେଳ ପଡ଼ିଆକୁ ଓହ୍ଲାଇଥିଲେ । ଏହା ଜରୁରୀ ନୁହେଁ କି ସମସ୍ତେ ଚମ୍ପିୟାନ ହେବେ, ଯଦି ଖେଳ ଚାଲୁଛି ତ ପାଖରେ ଯାଇ ତାଳି ବଜାଇଲେ ମଧ୍ୟ ଖେଳାଳୀର ଶକ୍ତି ବଢ଼ି ଥାଏ ବନ୍ଧୁଗଣ, ତାଙ୍କୁ ସାହସ ମିଳିଥାଏ, ତାଙ୍କର ମନୋବଳ ଦୃଢ଼ ହୋଇଯାଇଥାଏ । ଖେଳ ଏକ ସ୍ୱାଭାବିକ ସଂସ୍କୃତି ହେବା ଦରକାର, ଆଉ ଏଥିପାଇଁ ଖେଳ ମହାକୁମ୍ଭ ଯେବେ ଆରମ୍ଭ କଲେ, ଆଜି ଏତେ କମ ସମୟ ମଧ୍ୟରେ ଗୁଜରାଟ, ନ ହେଲେ ଗୁଜରାଟର ଲୋକେ, ଖେଳ ଆଉ ଗୁଜରାଟ, ଏହା କାହାର ମସ୍ତିଷ୍କରେ ଫିଟ୍ ହିଁ ହୁଏ ନାହିଁ ।

ଗୁଜରାଟୀ ପିଲା ଅର୍ଥାତ ସ୍କୁଲ କଲେଜରେ ପଢ଼ିବାକୁ ଯିବେ ତ ପକେଟରେ ଦୁଇଟି କଲମ ନେଇ ଯାଆନ୍ତି ଆଉ ସଂଧ୍ୟାରେ ଆସୁ ଆସୁ ଗୋଟିଏ କଲମ ବିକ୍ରିକରି ଆସନ୍ତି । ତାଙ୍କ ଧମନୀରେ ବ୍ୟବସାୟ ରହିଥାଏ । ସେ କୌଣସି ମଧ୍ୟ ନୂଆ ଜିନିଷ ନେଇ ଯିବ, ନିଜ ସାଙ୍ଗମାନଙ୍କୁ ଦେଖାଇବ ଆଉ ବିକ୍ରି କରି ଆସିବ । ସେହି ଗୁଜରାଟ ମଧ୍ୟରେ ଏତେ ଖେଳ ପ୍ରତିଭା ରହିଛନ୍ତି । ରାଷ୍ଟ୍ରୀୟ-ଅନ୍ତଃରାଷ୍ଟ୍ରୀୟ ଖେଳରେ ସେମାନେ ନିଜର କଳାକୌଶଳ ଦେଖାଇ ପାରୁଛନ୍ତି, ଏହାଠାରୁ ବଡ଼ ଆନନ୍ଦ ଆଉ କ’ଣ ହୋଇପାରେ? 25 ବର୍ଷରେ ଗୁଜରାଟକୁ 10 ସ୍ୱର୍ଣ୍ଣ ପଦକ ମିଳିଛି, 25 ବର୍ଷରେ 10, ଆଉ ଏହା ହେଉଛି ଖେଳ ମହାକୁମ୍ଭର ପରିଣାମ ଯେ ଏକ ବର୍ଷରେ ଗୁଜରାଟ 10 ସ୍ୱର୍ଣ୍ଣ ପଦକ ନେଇ ଆସିଲା ।

ଏବେ ପ୍ରତ୍ୟେକ ସହରକୁ, ପ୍ରତ୍ୟେକ ଜିଲ୍ଲାକୁ ଖେଳକୁଦ ପାଇଁ ଆବଶ୍ୟକ ପଡ଼ିଆ ପ୍ରସ୍ତୁତ କରିବା, ପ୍ରଶିକ୍ଷଣ ପାଇଁ ଆଣିବା, ନିଜର ଭଲ ଛାତ୍ର ପ୍ରସ୍ତୁତ କରିବା, ବିଦ୍ୟାଳୟରେ ସଂସ୍କୃତି ତିଆରି କରିବା ଧୀରେ ଧୀରେ ସେଥିରୁ ଭଲ ଛାତ୍ର ଛାଣିହୋଇ ହୋଇ ଆସି ପାରିବେ । ଯେପରି ଗୁଜରାଟରେ ଆମେ ଖେଳ ମହାକୁମ୍ଭ କଲୁ, ଏବେ ଆମେ ସାରା ଦେଶରେ ଖେଲେ ଇଣ୍ଡିଆ (ଭାରତ ଖେଳୁ)ର ଅଭିଯାନ ଚଲାଇବାକୁ ଯାଉଛୁ । କୋଟି କୋଟି ଲୋକ ଖେଳନ୍ତୁ ଆଉ ଖେଳ ହିଁ ହେଉଛି ଯାହା ଜୀବନକୁ ପ୍ରସ୍ଫୁଟିତ ହେବାର ସୁଯୋଗ ଦେଇଥାଏ, ଆଉ  ଏଥିପାଇଁ ଆଜି ଯେବେ ମୁଁ ଏହି ଷ୍ଟାଡିୟମକୁ ଦେଖିଲି, କାରଣ ମୁଁ ପ୍ରାରମ୍ଭରୁ ଏହା ସହିତ ଯୋଡ଼ି ହୋଇ ରହିଥିଲି ସେଥିପାଇଁ ପ୍ରତିକ୍ଷଣ ସମ୍ପର୍କରେ ଜଣା ଥିଲା । କିନ୍ତୁ ଦେଖିବା ପରେ ମୋତେ ଲାଗିଲା କି ଆଉ ମୁଁ ଉଦିତଙ୍କୁ କହିବି କି ସାରା ଦିନରୁ ଅଧ ଘଣ୍ଟା ସ୍କୁଲ କଲେଜର ଯୁବକମାନଙ୍କୁ ଷ୍ଟାଡିୟମ ଭ୍ରମଣ କରିବା କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ଦରକାର । ଗୁଜରାଟ ସରକାର ମଧ୍ୟ ବିଦ୍ୟାର୍ଥୀ ମାନଙ୍କୁ ଏହି ଷ୍ଟାଡିୟମକୁ ଦେଖାଇବା ପାଇଁ ଆଣିବା ଦରକାର । ଯେବେ ସେମାନେ ଦେଖିବେ ତ ଜଣା ପଡ଼ିବ ଯେ ଏ ହେଉଛି କେତେ ବଡ଼ ବିଜ୍ଞାନ । ଖେଳ ପଛରେ କେତେ ବଡ଼ ଶକ୍ତି ଲାଗିଥାଏ । ଆଧୁନିକ ବୈଷୟିକ ଜ୍ଞାନ କେତେ ବଡ଼ ଭୂମିକା ତୁଲାଇ ଥାଏ । ଖେଳ ଜଗତର ଲୋକଙ୍କ ପାଇଁ ଖାଇବା ପିଇବା ଉପରେ କେତେ ବଡ଼ କଟକଣା ହୋଇଥାଏ । କେତେ ସବୁ ମର୍ଯ୍ୟାଦା ହୋଇଥାଏ । ମୋର ମନେ ଅଛି ଆମର ପାର୍ଥିବ, ହେଉଛି ଆମ ବନ୍ଧୁଙ୍କ ପୁଅ, ତ ପିଲା ବେଳଠାରୁ ଆମେ ତାକୁ ଭଲ ଭାବରେ ଜାଣିଛୁ । ତାଙ୍କ ଦାଦା, ପାର୍ଥିବ ଜଣେ ଭଲ କ୍ରିକେଟର୍ ହେଉ, ସକାଳ ଚାରିଟା ବେଳେ ସେହି ବାଳକଙ୍କୁ ନେଇ ତାଙ୍କ ଦାଦା ଲଗାତାର ଷ୍ଟାଡିୟମ ଯାଉଥିଲେ । କ୍ରମାଗତ, ଆଉ ସମ୍ପୂର୍ଣ୍ଣ ଜୀବନ ନିଜ ଭାଇଙ୍କ ପୁଅକୁ ଖେଳାଳୀ କରିବା ପାଇଁ ସକାଳ ଚାରିଟାରେ ଉଠିବା, କେତେ ହିଁ ଥଣ୍ଡା ହେଉ ନା କାହିଁକି ସ୍କୁଟରରେ ତାକୁ ଷ୍ଟାଡିୟମ ପର୍ଯ୍ୟନ୍ତ ନେଇଯିବା, ସେହି ଖେଳରେ ତାକୁ ପ୍ରୋତ୍ସାହିତ କରିବା ସେଥିରୁ ଜଣେ ପାର୍ଥିବ ପଟେଲ ଜନ୍ମ ହୋଇଥାଏ । ସାରା ପରିବାର ଲାଗି ଯାଆନ୍ତି; ସମଗ୍ର ପରିବାର ଲାଗି ଯାଆନ୍ତି ।

ଆପଣ ସମସ୍ତଙ୍କୁ ମୁଁ ଅନୁରୋଧ କରିବି ଦୀପାକୁ ଦେଖା କରନ୍ତୁ । ଜଣେ ଖେଳାଳୀ ଭାବେ ତ ସମଗ୍ର ହିନ୍ଦୁସ୍ଥାନ ଦୀପାକୁ ଜାଣିଛନ୍ତି । କିନ୍ତୁ ବହୁତ କମ୍ ଲୋକଙ୍କୁ ଜଣା ଥିବ କି ଏହାଙ୍କ ଠାରୁ କେହି ଭଲ ପ୍ରେରଣାଦାୟୀ ଦେଖି ନାହିଁ । କେବେ ତାଙ୍କୁ ଶୁଣନ୍ତୁ, ଶରୀରର ଅଧା ଭାଗ କାମ କରୁ ନାହିଁ, କିନ୍ତୁ ଯେତେବେଳେ କଥା କୁହନ୍ତି, ନୂଆ ସ୍ୱପ୍ନର କଥା କୁହନ୍ତି, ନୂଆ ଉଦ୍ଦୀପନାର କଥା କହନ୍ତି, ନୂଆ ଉତ୍ସାହକୁ ଚରିତାର୍ଥ କରିବାର କଥା କୁହନ୍ତି । ଇଏ ହେଉଛନ୍ତି ଲୋକ ଆଉ ଇଏ ହେଉଛନ୍ତି ଆମ ଯୁବ ପିଢିର ନାୟକ । ତାଙ୍କୁ ନେଇ ଦେଶରେ କ୍ରୀଡ଼ା ପରିବେଶ ସୃଷ୍ଟି କରିବା, ଦେଶର ଯୁବ ପିଢିକୁ ପ୍ରେରଣା ପ୍ରଦାନ କରିବାର ଅଛି । ଆବଶ୍ୟକ ଭିତ୍ତିଭୂମି ତିଆରି କରିବାର ଅଛି ଆଉ ପ୍ରଥମ ଥର ଦେଶରେ ସରକାରୀ ଘରୋଇ ଭାଗିଦାରୀ ମଡେଲରେ ଖେଳ ଜଗତର ଏକ ନୂଆ ନମୁନା ଗୁଜରାଟ ଦେଇଛି । ସରକାର ଆଉ ଉଦ୍ୟୋଗ ଜଗତ ମିଳିମିଶି, ବ୍ୟବସାୟ ଜଗତ ମିଶି ଆମର ନୂଆ ପିଢିଙ୍କ ପାଇଁ କିପରି ବ୍ୟବସ୍ଥା ଠିଆ କରି ପାରିବେ ଏହା ହେଉଛି ତାହାର ଏକ ନମୂନା ।

ଆଉ ମୋର ବିଶ୍ୱାସ ରହିଛି କି ଆଗାମୀ ଦିନରେ ଅଲିମ୍ପିକ୍ସ ମଇଦାନରେ ଭାରତର ପ୍ରତିଧ୍ୱନୀ ଣୁଣିବାକୁ ମିଳିବ, ଆଉ ଅଧିକ ଶକ୍ତି ସହିତ ଣୁଣିବାକୁ ମିଳିବ, ଆଉ ଅଧିକ ବ୍ୟାପକତାର ସହିତ ଣୁଣିବାକୁ ମିଳିବ । ଦୁନିଆର ଛୋଟ ଛୋଟ ଦେଶ ମଧ୍ୟ ଅଲମ୍ପିକରେ ସଫଳତା କାରଣରୁ ସମଗ୍ର ଦୁନିଆରେ ନିଜର ସୁନାମ ଅର୍ଜନ କରିଥାଆନ୍ତି; ଶହେ ପଚିଶ କୋଟିର ହିନ୍ଦୁସ୍ଥାନ ମଧ୍ୟ ଏହି ସ୍ୱପ୍ନକୁ ପୂରା କରି ପାରିବ, ଏହି ସାମର୍ଥ୍ୟ ଆମ ଦେଶରେ ଅଛି । ଯୁବକ ମାନଙ୍କୁ ସୁଯୋଗ ଦରକାର, ଯୁବକ ମାନଙ୍କ ପାଇଁ ବ୍ୟବସ୍ଥା ଦରକାର, ଆଉ ପରିବାରରୁ ଯୁବକ ମାନଙ୍କୁ ସଂପୂର୍ଣ୍ଣ ସମର୍ଥନ ଦରକାର । ଏହି ଯୁବକ ଆମ ଦେଶର ଭବିଷ୍ୟତକୁ ବଦଳାଇବାର ସାମର୍ଥ୍ୟ ରଖିଛନ୍ତି ଆଉ ଏଥିପାଇଁ ଏକ ଏଭଳି ବ୍ୟବସ୍ଥା ତିଆରି ହୋଇଛି ।

ମୁଁ ମଧ୍ୟ ଦେଶରେ ଯେଉଁଠି ଯେଉଁଠି ଖେଳାଳୀ ମାନଙ୍କୁ ଭେଟିବି ମୁଁ ନିଶ୍ଚୟ ସେମାନଙ୍କୁ ଅନୁରୋଧ କରିବି କି ଆପଣ ଟିକେ ଏହି ବ୍ୟବସ୍ଥାକୁ ଦେଖିକରି ଆସନ୍ତୁ । ସେଥିରେ ଆଉ କ’ଣ ଉନ୍ନତି ଅଣାଯାଇ ପାରିବ ଆଉ କ’ଣ ଯୋଡ଼ା ଯାଇ ପାରିବ, ଧୀରେ ଧୀରେ ଦେଶରେ ଏହି ବ୍ୟବସ୍ଥାଗୁଡ଼ିକୁ କିପରି ବିକଶିତ କରିବା, ଖେଳ ପଡ଼ିଆ ଆଡ଼କୁ ଲୋକଙ୍କୁ କିପରି ଆକର୍ଷିତ କରିବା ନଚେତ୍ ଆଜି ଭିଡ଼ିଓ ଗେମ୍ ପଛରେ ଆମର ପିଲାଦିନ ନଷ୍ଟ ହେଉଛି ବନ୍ଧୁଗଣ । ମୋତେ ଖେଳ ପଡ଼ିଆରେ ପିଲା ଦରକାର, ଖେଳ ପଡ଼ିଆରେ । ଆଉ ମୁଁ କେବେ ସ୍କୁଲକୁ ଯାଉଥିଲି ଯେତେବେଳେ ଗୁଜରାଟରେ ଥିଲି ତ ମୁଁ ସ୍କୁଲକୁ ଯାଉଥିଲି । ଦୁଇ-ଦୁଇ, ତିନି-ତିନି ଦିନ କ୍ରମାଗତ ଯାଉଥିଲି ଆଉ ପିଲାଙ୍କୁ ଗୋଟିଏ ପ୍ରଶ୍ନ ପଚାରୁଥିଲି କି ଦିନରେ କେତେ ଥର ତୁମ ଶରୀରରୁ ଝାଳ ବୋହୁଛି? କେତେ ଦୌଡ଼ୁଛ, ଗଛ ଚଢ଼ି ପାରୁଛ କି ଚଢ଼ି ପାରୁ ନାହଁ? କେତେ ଦ୍ରୁତ ଗତିରେ ଶିଢି ଚଢ଼ି ପାରିବ? ଆଉ କେବେ ମୋତେ ଦୁଃଖ ହୋଇଥାଏ, ବହୁତଗୁଡ଼ିଏ ପିଲା କହିଥା’ନ୍ତି, ନାହିଁ ଆଜ୍ଞା, ଝାଳ-ଫାଳ କ’ଣ ହୋଇଥାଏ?  ସ୍କୁଲ ଆସୁଛୁ ସିଧା ଘରକୁ ଚାଲିଯାଉଛୁ ଆଉ ବାହାରକୁ କେଉଁଠାକୁ ଯାଉ ନାହୁଁ ।

ଏହି ପିଲାଦିନ ଆମ ପାଇଁ ଉଜ୍ଜ୍ୱଳତାର ଚିହ୍ନ ନୁହେଁ । ଏହା ହେଉଛି ଆମ ସମସ୍ତଙ୍କ ଦାୟିତ୍ୱ କି ଆମ ପରିବାରର ପିଲାମାନଙ୍କୁ ଖେଳ ପଡ଼ିଆ ସହ ଯୋଡ଼ିବା । ସାଧନ ବିନା ମଧ୍ୟ ଖେଳ ଖେଳା ଯାଇ ପାରିବ । ଫୁଟବଲ, ମୋତେ ଏବେ ବି ବୁଝା ପଡ଼ୁ ନାହିଁ; କ୍ରିକେଟରେ ଆମେ ଭଲ କରିଛୁ, ଏହା ଗର୍ବର କଥା, କରିବାର ଅଛି । କିନ୍ତୁ ଫୁଟବଲ ଆଉ ହକି, ଏହାକୁ ଆମେ ଭୁଲି ପାରିବା ନାହିଁ । ମୋର ସାଥୀ ଭୁତିଆ ଏଠାରେ ବସିଛନ୍ତି, ସେ ଦେଶର ନାମକୁ ଉଜ୍ଜ୍ୱଳ କରିଛନ୍ତି ଫୁଟବଲ ଦୁନିଆରେ । ଏଥର ଊଣେଇଶ ବର୍ଷରୁ କମ ଫିଫା ବିଶ୍ୱ କପ୍ ଏଥର ଭାରତରେ ହେବାକୁ ଯାଉଛି । ମୁଁ ଦୁନିଆର ଖେଳାଳୀ ମାନଙ୍କୁ ଏଥିପାଇଁ ଆଣୁଛି, ମୋ ଦେଶର ଯୁବକଙ୍କ ଇଚ୍ଛା ଜାଗ୍ରତ ହେଉ । ସମଗ୍ର ଦୁନିଆର ଖେଳାଳୀ ଏଠାକୁ ଆସନ୍ତୁ ଆଉ ଏଥିପାଇଁ ଏହା ହେଉଛି ଆମର କାମ । ଆମେ ଆଗାମୀ ଦିନରେ କ୍ରିକେଟ ପରେ ମଧ୍ୟ ବହୁତ ଖେଳ ଅଛି ଯେଉଁଥିରେ ଭାରତ ପୁନଃ ନିଜର ଦକ୍ଷତା ହାସଲ କରି ପାରିବ । ବନ୍ଧୁକ ଚାଳନା କ୍ଷେତ୍ରରେ, ତୀରଚାଳନା କ୍ଷେତ୍ରରେ ବହୁତ ଭାବେ ଭାରତର ଯୁବକ ଭଲ କରୁଛନ୍ତି । ଆଉ ଆପଣ ଦେଖିଥିବେ ଖେଳ ଦୁନିଆରେ ମଧ୍ୟ ଝିଅ ମାନେ, ପୁଅ ମାନଙ୍କୁ ପରାସ୍ତ କରୁଛନ୍ତି ବନ୍ଧୁଗଣ । ଝିଅମାନେ ନାମ ଉଜ୍ଜ୍ୱଳ କରୁଛନ୍ତି । ଗୋଟିଏରୁ ବଡ଼ ଆଉ ଗୋଟିଏ କାମ, ହିନ୍ଦୁସ୍ଥାନକୁ ଗୌରବ ଦେବାର କାମ ଆମ ଦେଶର ଝିଅ ମାନେ କରୁଛନ୍ତି । ଯଦି ମୋ ଦେଶର ଝିଅ ମାନଙ୍କ ପାଖରେ ଏହି ସାମର୍ଥ୍ୟ ଅଛି ତ ଏହାଠାରୁ ବଡ଼ ପ୍ରେରଣା ଆମ ପାଇଁ କ’ଣ ଦରକାର? ଏହାଠାରୁ ବଡ଼ ପ୍ରେରଣା ଆମ ପାଇଁ କ’ଣ ଦରକାର?

ଆସନ୍ତୁ ବନ୍ଧୁଗଣ, ସମଗ୍ର ଦେଶ ଭିତରେ ଖେଳକୁ ଜୀବନର ଅଂଶ କରିବାର ଏକ ଅଭିଯାନ ଚଲାଇବା, ବ୍ୟବସ୍ଥା ବିକଶିତ କରିବା, ଉଦ୍ୟୋଗ ଜଗତ ଆଗକୁ ଆସନ୍ତୁ, ପରିବାର ଆଗକୁ ଆସନ୍ତୁ, ସରକାର ଆଗକୁ ଆସନ୍ତୁ, ସମାଜ ଆଗକୁ ଆସୁ ଆଉ ଭାରତ ଖେଳ ଦୁନିଆରେ ମଧ୍ୟ ନିଜର ନାମ ଉଜ୍ଜ୍ୱଳ କରୁ ।

ଏହି ଗୋଟିଏ କାମନା ସହିତ ମୋର ଆପଣ ସମସ୍ତଙ୍କୁ ବହୁତ ବହୁତ   ଶୁଭକାମନା  ।

ଇଏ ହେଉଛି ଏଭଳି ଏକ କାର୍ଯ୍ୟକ୍ରମ, ନୂଆ ହିନ୍ଦୁସ୍ଥାନ ମୋ ସାମ୍ନାରେ ବସିଛି । ଏଠାରୁ ଯିବାକୁ ମନ ହେଉନାହିଁ, ଏଭଳି ପରିବେଶ ହୋଇଛି । କିନ୍ତୁ ଏଠାରୁ ଯିବା ପରେ ହିଁ ରାତି 12ଟା ବେଳେ ସଂସଦରେ ଭାରତର ଭାଗ୍ୟର ଏକ ନୂଆ ମାର୍ଗର ଦ୍ୱାର ସେଠାରେ ଖୋଲିବାର ଅଛି ତ ମୋତେ ଏଠାରୁ ସିଧା ସଂସଦରେ ପହଂଚିବାର ଅଛି । କିନ୍ତୁ ପୁଣି ମଧ୍ୟ ଯେତେ ସମୟ ଥିଲା ଆପଣ ସମସ୍ତଙ୍କ ମଧ୍ୟରେ ବିତାଇବାର ଅବସର ମିଳିଲା । ମୁଁ ଏହି ଖେଳାଳୀ ମାନଙ୍କୁ ହୃଦୟର ସହ କୃତଜ୍ଞତା ଜ୍ଞାପନ କରୁଛି କି ଆପଣମାନେ ଆସିଲେ । କାରଣ ବାସ୍ତବିକ ଆମ ଶବ୍ଦରେ ଆପଣଙ୍କ ସ୍ୱେଦର ବହୁତ ଶକ୍ତି ଅଛି । ଆପଣଙ୍କ ପରିଶ୍ରମର ବହୁତ ଶକ୍ତି ଅଛି । ଆସନ୍ତୁ, ଆଗକୁ ଆସନ୍ତୁ ବନ୍ଧୁଗଣ, ଏହି ଲୋକ ଅଛନ୍ତି ଯେଉଁ ମାନେ ଦେଶର ନାମ ଉଜ୍ଜ୍ୱଳ କରିଛନ୍ତି । ଆଉ ଏଥିରେ ଖୁବ୍ ନିକଟରେ ଏକ ନାମ ଆପଣ ଶୁଣିଥିବେ, ଶ୍ରୀକାନ୍ତଙ୍କର । ଶ୍ରୀକାନ୍ତ ଟିକେ ହାତ ଉପରକୁ କର । ଶ୍ରୀକାନ୍ତ ଏବେ ଏବେ, ଏବେ ଏବେ ଦୁନିଆରେ ହିନ୍ଦୁସ୍ଥାନର ନାମ ଉଜ୍ଜ୍ୱଳ କରି ଆସିଛନ୍ତି ।

ଭାଇ ଓ ଭଉଣୀମାନେ! ଏ ହେଉଛନ୍ତି ଆମ ଦେଶର ସମ୍ପଦ । ଆମେ ସବୁ ଠିଆ ହୋଇ ତାଳିର ଧ୍ୱନୀରେ ଏମାନଙ୍କର ସମ୍ମାନ କରିବା । ବହୁତ ବହୁତ ଧନ୍ୟବାଦ ।

 

**********