ପିଏମଇଣ୍ଡିଆ
ସମଗ୍ର ବିଶ୍ୱରୁ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,
ଇତିହାସ ଭୁଲି ଯିବାର ଯେଉଁ ମୂଲ୍ୟ ଦେବାକୁ ପଡ଼ିଥାଏ, କ’ଣ ସବୁ ହରାଇବାକୁ ପଡ଼ିଥାଏ? କ’ଣ ସବୁ ଛାଡିବାକୁ ପଡ଼ିଥାଏ? ଯଦି ଏହି କଥାକୁ ବୁଝିବାର ଅଛି, ମୁଁ ବୁଝୁଛି ଯେ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ବ୍ୟକ୍ତିତ୍ୱରେ, ଆମେ ବହୁତ ଭଲ ଭାବରେ ବୁଝି ପାରୁଛନ୍ତି ଯେ ତାଙ୍କୁ ଭୁଲି ଆମେ କେତେ ହରାଇଛୁ କ’ଣ କିଛି ହରାଇଛୁ ଆଉ ଆଜି ଏହା ହେଉଛି ବହୁତ ବଡ଼ ସୁଲଭ ଯୋଗ ଯେ ଶ୍ରୀମଦ୍ ରାଜଚନ୍ଦ୍ରଜୀ ପୂଜ୍ୟ ବାପୁ ତାଙ୍କୁ କବିଶ୍ରୀ ରୂପେ ମଧ୍ୟ ସମ୍ବୋଧିତ କରୁଥିଲେ । ତାଙ୍କୁ 150 ବର୍ଷ ଆଉ ଯେଉଁ ତପୋଭୂମୀରୁ ଶତାବ୍ଦୀର ପରାଧୀନତା ପରେ ଭାରତର ଅର୍ନ୍ତଚେତନାକୁ ଜାଗ୍ରତ କରିବାର ଏକ ପବିତ୍ର କାର୍ଯ୍ୟ ହେଲା, ତାହା ହେଉଛି ସାବରମତି ଆଶ୍ରମର ଶତାବ୍ଦୀ ପର୍ବ ।
2017ର ବର୍ଷ ଅନେକ ଭାବରେ ହେଉଛି ମହତ୍ୱପୂର୍ଣ୍ଣ, ଏହି ବର୍ଷ ଥିଲା ଯେବେ ଦେଶରେ ସତ୍ୟାଗ୍ରହର ପ୍ରଥମ ବିଗୁଲ ବାଜିଥିଲା । ଚମ୍ପାରଣର ମାଟିରେ ଆଉ ତାହାର ମଧ୍ୟ ଏହା ହେଉଛି ଶତାବ୍ଦୀର ବର୍ଷ । ପୂଜ୍ୟ ବାପୁ ୧୯୧୫ରେ ଭାରତକୁ ଫେରି ଆସିଥିଲେ ଆଫ୍ରିକାରୁ ଏବଂ 2015ରେ ଯେବେ ତାର ଶତାବ୍ଦୀର ବର୍ଷ ଥିଲା ତ ଭାରତ ସରକାର ପୂଜ୍ୟ ବାପୁଙ୍କ ଭାରତ ଆଗମନର ସେହି ଶତାବ୍ଦୀକୁ ମଧ୍ୟ ଏହି ଗୁଜରାଟରେ, ଗାନ୍ଧୀନଗରରେ, ମହାତ୍ମା ମନ୍ଦିରରେ, ଦୁନିଆ ସାରାର ପ୍ରବାସୀ ଭାରତୀୟଙ୍କୁ ଡକାଇ ସେହି ଅବସରକୁ ପାଳନ କରିବାର ଚେଷ୍ଟା କରିଛନ୍ତି ।
ଆଜିର ଏହି କାର୍ଯ୍ୟକ୍ରମରେ ଦେଶର ବହୁତ ଲୋକଙ୍କୁ ଯେଉଁମାନେ ଗାନ୍ଧୀଙ୍କ ସହିତ ଯୋଡ଼ି ହୋଇଛନ୍ତି, ଯେଉଁମାନେ ଗାନ୍ଧୀଙ୍କ ଅଭ୍ୟାସକୁ ଅନୁସରଣ କରନ୍ତି, ତାଙ୍କ ପାଇଁ ହେଉଛି ଶ୍ରୀମଦ୍ ରାଜଚନ୍ଦ୍ରଙ୍କ ନାମ ପରିଚିତ । କିନ୍ତୁ ଏପରି ଏକ ପିଢି ଅଛନ୍ତି ଯାହାଙ୍କ ପାଇଁ ଶ୍ରୀମଦ୍ ରାଜଚନ୍ଦ୍ରଙ୍କ ନାମ ହେଉଛି ନୂଆ । ଦୋଷ ଆମମାନଙ୍କର ଯେ ଆମେ ଏହି ମହାପୁରୁଷମାନଙ୍କୁ ପିଢି ପରେ ପିଢି ମନେ ରଖିବା ଦରକାର କିନ୍ତୁ ଆମେ କିଛି ନା କିଛି ଏଭଳି ତ ଭୁଲ ରାସ୍ତାରେ ଚାଲିଛେ କି ଆମେ ତାଙ୍କୁ ଭୁଲି ଗଲେ । ଏହି ସରକାରଙ୍କ ଚେଷ୍ଟା ଏହି କି ଏହି ମହାନ ରାଷ୍ଟ୍ରର ମହାନ ସୁପୁତ୍ରଙ୍କ, ମହାନ ପରମ୍ପରାଗୁଡ଼ିକୁ, ମହାନ ଇତିହାସକୁ ନିରନ୍ତର ସ୍ମରଣ କରାଯିବା ଦରକାର, ଇତିହାସର ମୂଳଦୁଆ ସହିତ ଆମେ ଯୋଡ଼ି ହୋଇ ରହିବା ଏବଂ ନୂଆ ଇତିହାସ ରଚନା କରିବା ପାଇଁ ପରାକ୍ରମ ପାଇଁ ପ୍ରସ୍ତୁତ ରହିବା, ଏହି ଉଦ୍ଦେଶ୍ୟ ନେଇ ଆମକୁ ଆଗକୁ ଚାଲିବାର ଅଛି ।
ସାବରମତୀ ଅଶ୍ରମର ଶତାବ୍ଦୀ କେବେ କେବେ ମୋତେ ଲାଗେ ଯେ ବିଶ୍ୱକୁ ଯେଉଁ ରୂପରେ ଗାନ୍ଧୀଙ୍କ ସହିତ ପରିଚିତ କରିବାର ଆବଶ୍ୟକତା ରହିଛି, ନିଆଁର ସମୁଦ୍ର ଅତିକ୍ରମ କରୁଥିବା ମାନବତାକୁ ଗାନ୍ଧୀଙ୍କ ଠାରୁ ସମ୍ବଳ ମିଳି ପାରିବ, ପଥ ମିଳି ପାରିବ । କିନ୍ତୁ ଆମେ ଏହାକୁ କରି ପାରିଲେ ନାହିଁ । ଏବେ ମଧ୍ୟ ସମୟ ଅଛି, ନହେଲେ ତ ମୋର ମନ ହେଉଛି, ମୁଁ ଜାଣେ ନାହିଁ, ସମସ୍ତ ଇଚ୍ଛା ପୂରଣ ହୋଇଥାଏ କେଉଁଠି ହୋଇଥାଏ? କିନ୍ତୁ ଇଚ୍ଛା କରିବା ମଧ୍ୟ କ’ଣ ଖରାପ କଥା । କେବେ କେବେ ମନ କରିଥାଏ ଯେ ମିଳିତ ଜାତିସଂଘ ଯାହାର ନିର୍ମାଣ ଶାନ୍ତି ପାଇଁ ହୋଇଛି । ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ଗର୍ଭରୁ ଏହି ଚିନ୍ତାଧାରାର ଲାଭ ହେଲା ଯାହାଦ୍ୱାରା ଏହି ସଂସ୍ଥା ରୂପ ନେଲା । ଯଦି ଆମେ ଗାନ୍ଧୀଙ୍କୁ ବିଶ୍ୱ ଶାନ୍ତି ପାଇଁ ଏକ ମସିହା ରୂପେ ଜନ ଜନ ପାଖରେ ସ୍ଥିର କରାଇବାରେ ସଫଳତା ପାଇ ଥାଆନ୍ତେ ତ ମିଳିତ ଜାତିସଂଘର ମହାସଚିବ ଯିଏ ମଧ୍ୟ ହୋଇଥାଆନ୍ତୁ ସେ ହେବା ପରେ ସର୍ବ ପ୍ରଥମେ ସାବରମତୀ ଆଶ୍ରମ ଆସି କିଛି କ୍ଷଣ ହୃଦୟ କୁଞ୍ଜରେ ଅତିବାହିତ କରନ୍ତେ ଆଉ ବିଶ୍ୱ ଶାନ୍ତି ପାଇଁ ମିଳିତ ଜାତିସଂଘର ସେହି ମାଟିରେ କ’ଣ କାମ କରୁଅଛି ତାହାର ପ୍ରେରଣା ସାବରମତୀ କୂଳରୁ ବାପୁଙ୍କ ତପୋଭୂମୀରୁ ନେଇ ଯାଆନ୍ତେ । କିନ୍ତୁ ମୋର ଆତ୍ମା କହୁଛି ଯେ ଆଜି ନହେଲେ କାଲି, କେବେ ନା କେବେ ଏହା ହେବ । ଆମ ଦେଶକୁ ଆମକୁ ସେହି ରୂପରେ ଦେଖାଇବା ଦରକାର । ସେହି ସାମର୍ଥ୍ୟର ଅନୁଭବ କରିବା ଆବଶ୍ୟକ ଆଉ ବିଶ୍ୱକୁ ଏହି ବିଶାଳତାର ସହିତ ଯୋଡ଼ିବାର ଅନବରତ ପ୍ରୟାସ ଜାରି ରହିବା ଦରକାର ।
ଶ୍ରୀମଦ୍ ରାଜଚନ୍ଦ୍ରଜୀ, ଯେପରି ଗୁରୁଦେବ ରାକେଶଜୀ କହୁଥିଲେ ଯେ ମହାତ୍ମା ଗାନ୍ଧୀଙ୍କୁ ଦୁନିଆର ବଡ଼ ବଡ଼ ଲୋକ ଦେଖା କରିବାକୁ ଆସୁଥିଲେ । ସ୍ୱାଧୀନତା ପାଇଁ ସେ ଦୁନିଆର ବଡ଼ ବଡ଼ ଲୋକଙ୍କ ସହିତ କଥାବାର୍ତ୍ତା କରୁଥିଲେ । ଲମ୍ବା-ଚଉଡ଼ା, ଛଅ-ସାଢ଼େ ଛଅ ଫୁଟ ଉଚ୍ଚତା ବିଶିଷ୍ଟ ଚିକ୍କଣିଆ ଗୋରା ଚମଡ଼ାବାଲା, କିନ୍ତୁ ଦୁନିଆର କୌଣସି ବ୍ୟକ୍ତିତ୍ୱ ଗାନ୍ଧୀଙ୍କୁ ପ୍ରଭାବିତ କରି ପାରି ନଥିଲା । ଆଉ କେବଳ ଶ୍ରୀମଦ ରାଜଚନ୍ଦ୍ରଜୀ, ଦୁର୍ବଳିଆ-ପତଳା, ପୁଣି ଜଣେ ବ୍ୟବସାୟୀ, ଦୋକାନରେ ବସି କିଣା ବିକା କରିବାବାଲା, ସାଧାରଣ ଜୀବନ ଆଉ ସାଧାରଣ ବ୍ୟକ୍ତିତ୍ୱ, ଆଉ ଗାନ୍ଧୀଙ୍କ ଏବଂ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ବୟସର ଅଧିକ ତଫାତ୍ ନଥିଲା, କେବଳ ଅଢ଼େଇ ବର୍ଷର ଫରକ୍ ଥିଲା, ତା’ପରେ ମଧ୍ୟ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ବ୍ୟକ୍ତିତ୍ୱର କ’ଣ ସେହି ବିଶାଳତା ଥିବ, କ’ଣ ସେହି ଗଭୀରତା ଥିବ, କ’ଣ ସେହି ଶକ୍ତି ଥିବ ଯେ ଯିଏ ପୂରା ସଂପୂର୍ଣ୍ଣ ଗାନ୍ଧୀଙ୍କୁ ନିଜ ଭିତରେ ବସାଇ ଦେଇଥିଲେ ।
ମୋର ଏହି ସୌଭାଗ୍ୟ ଥିଲା, ମୁଁ ବବାନିଆ ଯାଇଥିଲି ଯେଉଁଠାରେ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ଜନ୍ମ ହୋଇଥିଲା, ତାଙ୍କ ପୂର୍ବ ପୁରୁଷଙ୍କର ହେଉଛି ଜାଗା ଆଉ ମୁଁ ତାଙ୍କ ପରିଜନଙ୍କ ପ୍ରତି କୃତଜ୍ଞ ଯେଉଁ ଭଳି ଭାବେ ସେ ସ୍ଥାନକୁ ସମ୍ଭାଳି ଅଛନ୍ତି । ସେଠାରୁ ଯିବା ପରେ ମୁଁ ଶିକ୍ଷକଙ୍କୁ କହିଥିଲି ଯେବେ ମଧ୍ୟ ଆପଣ ସୌରାଷ୍ଟ୍ରରେ କେଉଁଠିକୁ ଯାତ୍ରା ପାଇଁ ଯାଉଛନ୍ତି ତ କିଛି କ୍ଷଣ ପାଇଁ ବବାନିଆ ନିଶ୍ଚୟ ଯାଆନ୍ତୁ । ଆମେ ମନ୍ଦିର ଯାଉଛୁ, ଏକ ଅଲଗା ପ୍ରକାରର କମ୍ପନ ଆସିଥାଏ, ଏକ ଭିନ୍ନ ପ୍ରକାରର ଅନୁଭୂତି ଆସେ । ଯାହା ମୁଁ ଅନୁଭବ କରିଥିଲି, ମୁଁ ମାନୁଛି ଆପଣଙ୍କୁ ମଧ୍ୟ ସେହି ଅନୁଭବ ହେବ । ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ପାଇଁ ଯେଉଁ ସ୍ଥାନ ବବାନିଆରେ ତିଆରି ହୋଇଛି, ମନ୍ଦିର ନୁହେଁ, ଗୋଟିଏ ସ୍ଥାନ କିନ୍ତୁ ଭିତରକୁ ଯାଉ ଯାଉ ହିଁ ଆପଣଙ୍କୁ ଏକ ଆଧ୍ୟାତ୍ମିକ ଚେତନାର କମ୍ପନର ଅନୁଭୂତି ହେବ ।
ଆମ ଦେଶରେ ଅନେକ ବିଷୟରେ ପିଏଚଡି (PhD) ଅନେକ ବିଷୟରେ ହେଉଥିଲା, ଅନେକ ମହାପୁରୁଷଙ୍କ କବିତା ଗଦ୍ୟ-ପଦ୍ୟ ରଚନାରେ ପିଏଚଡି ହେଉଥିଲା । କିନ୍ତୁ ମୁଁ ଚାହିଁବି ଯେ ଯେବେ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ 150 ବର୍ଷ ପାଳନ କରାଯାଉଛି ତେବେ ବିଶେଷ କରି ଗୁଜରାଟର ବିଶ୍ୱବିଦ୍ୟାଳୟ ଏବଂ ଦେଶର ବିଶ୍ୱବିଦ୍ୟାଳୟ ମଧ୍ୟ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କର ଯେଉଁ ଲେଖା ଅଛି ତାଙ୍କ କଥା ଅଛି, କାହିଁକି ନା ତା’ ଉପରେ ପିଏଚଡି କରନ୍ତୁ? ଗାନ୍ଧୀଜୀଙ୍କ ଜୀବନ ଉପରେ ତାଙ୍କର ସମସ୍ତ କାର୍ଯ୍ୟକଳାପର ପ୍ରତିକ୍ଷଣ ଉପରେ ଶ୍ରୀମଦ ରାଜଚନ୍ଦ୍ରଜୀଙ୍କ ଯେଉଁ ଚିଠି ଅଛି ସେହି ଚିଠିଗୁଡ଼ିକର କିଭଳି ପ୍ରଭାବ ରହିଛି । ଆଉ ଦେଖନ୍ତୁ ଗାନ୍ଧୀଜୀ ବିଶେଷ କରି ବୟସରେ ତାଙ୍କର ଫରକ୍ ନଥିଲା, ଜୈନ ପରମ୍ପରାରେ ବଢ଼ିଥିଲେ ଶ୍ରୀମଦ ରାଜଚନ୍ଦ୍ରଜୀ, ତା’ ପରେ ମଧ୍ୟ ଗାନ୍ଧୀଜୀଙ୍କ ସରଳତା ଦେଖନ୍ତୁ, ନହେଲେ କେବେ-କେବେ ସେ ମଣିଷଙ୍କର ବାରିଷ୍ଟର ଥିଲେ । ଆଫ୍ରିକାରେ ସଫଳ ଆନ୍ଦୋଳନ କରି ଆସିଥିଲେ । ଭାରତରେ ବଡ଼ ବଡ଼ ନେତା ତାଙ୍କୁ ଦେଖା କରିବାକୁ ଆସୁଥିଲେ । ସେ ନିଜର ସ୍ଥାନ ତିଆରି କରି ଦେଇଥିଲେ ତା’ ପରେ ମଧ୍ୟ ବୟସରେ କୌଣସି ଫରକ୍ ନ ଥିବା ପରେ ମଧ୍ୟ ସେ ନିଜ ନିଜର ସମାସ୍କନ୍ଧ ବ୍ୟକ୍ତିଙ୍କୁ ଯେହି ସାଧାରଣ ଜୀବନ ଜୀଉଁଥିବା ବ୍ୟକ୍ତି ନିଜ ଅର୍ନ୍ତମନର ସମସ୍ତ ପ୍ରଶ୍ନ ଲେଖିକରି ତାଙ୍କୁ ପଚାରୁଥିଲେ ଆଉ ଶ୍ରୀମଦ୍ ରାଜଚନ୍ଦ୍ରଜୀ କୌଣସି ସଙ୍କୋଚ ବିନା ଆଧ୍ୟତ୍ମିକ ଜୀବନ ଚେତନା ଏବଂ ଅଧିଷ୍ଠାନ ସମେତ ସମସ୍ତ ଜ୍ଞାନର ସାରାଂଶ ପୂଜ୍ୟ ବାପୁଙ୍କୁ ଚିଠି ମାଧ୍ୟମରେ ପହଁଚାଇ ଦେଉଥିଲେ । ଆମେ ପୂଜ୍ୟ ବାପୁ ଏବଂ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ସେହି ଚିଠିଗୁଡ଼ିକୁ ଦେଖିବା ତ ସେହି ସମୟ କଥା ଜଣା ପଡ଼ିଯିବ । ଗାନ୍ଧୀଜୀଙ୍କର ମନର ସ୍ଥିତି ଜଣା ପଡ଼ୁଥିଲା ଆଉ ଏତେ ବଡ଼ ସ୍ୱାଧୀନତା ଆନ୍ଦୋଳନର ନେତୃତ୍ୱ କରିଥିବା ବ୍ୟକ୍ତି ମଧ୍ୟ ନିଜର ଅର୍ନ୍ତମନର ଚିନ୍ତା କେତେ କରୁଥିଲେ, ତାକୁ ସମ୍ଭାଳିବା ପାଇଁ କ’ଣ କରିବା ଦରକାର ଏହା ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କୁ ପଚାରୁଥିଲେ ।
ଆମର ନୂତନ ପିଢିକୁ କିଛି ଜଣା ନାହିଁ, ଆଉ ଏଥିପାଇଁ ଏଇ ବର୍ଷ ଯେବେ ସାବରମତୀ ଆଶ୍ରମରେ ଶତାବ୍ଦୀ ବର୍ଷ ପାଳନ କରୁଅଛୁ ସେତେବେଳେ, ସାରାଦେଶରୁ ଯେଉଁ ପିଲାମାନେ ଛାତ୍ର ପର୍ଯ୍ୟଟକ ରୂପେ ଗୁଜରାଟ ଆସନ୍ତି, ମୁଁ ସେହି ଶିକ୍ଷକଙ୍କୁ ମଧ୍ୟ କହିବି ଯେ ଆପଣ ସବୁକିଛି ଦେଖନ୍ତୁ କିଛି କ୍ଷଣ ପାଇଁ ସେହି ପିଲାମାନଙ୍କୁ ସାବରମତୀ ଆଶ୍ରମରେ ବିତାଇବା ପାଇଁ ପ୍ରେରଣା ଦିଅନ୍ତୁ । ବବାନିଆ ଯାଇ ଦେଖାନ୍ତୁ ଯେ କିଭଳି ମହାପୁରୁଷ ଆମ ଦେଶରେ, ଏହି ଦିନମାନଙ୍କରେ ଜନ୍ମ ନେଇଛନ୍ତି । ଏ କୌଣସି ଋଷି ମୁନିଙ୍କ ସମୟର କଥା ନୁହେଁ । ମୁଁ ଗୁରୁଦେବ ରାକେଶଜୀଙ୍କର ଯେତେ ଅଭିନନ୍ଦନ କଲେ ମଧ୍ୟ କମ୍ ହେବ, ଯିଏ ହେଉଛନ୍ତି ଜଣେ ଜ୍ଞାନମାର୍ଗୀ, ଜଣେ କର୍ମମାର୍ଗୀ ମଧ୍ୟ । ତାଙ୍କର ବିଚାରର ପିଣ୍ଡ ଶ୍ରୀମାନ ଲାଲଚନ୍ଦ୍ରଜୀଙ୍କ ପ୍ରେରଣାରେ ଭରି ରହିଥିଲା ଏବଂ ତାଙ୍କ ଜୀବନ ସେହି ଆଦର୍ଶଗୁଡ଼ିକର ପୂର୍ଣ୍ଣ କରିବା ଲାଗି କର୍ମଯୋଗ ମାଧ୍ୟମରେ ଦୂର ସୁଦୂର ଜଙ୍ଗଲରେ ରହୁଥିବା ଲୋକଙ୍କ ସେବାରେ ସମର୍ପିତ ହୋଇଛି । ଆଉ ମୁଁ ଦେଖିଛି ଯେ ସାରା ବିଶ୍ୱରେ ଏକ ବହୁତ ବଡ଼ ସମୁଦାୟ ଅଛନ୍ତି ଯିଏ ଟିଭିରେ ତାଙ୍କର ଯେଉଁ ବ୍ୟାଖ୍ୟାନ ଶୁଣିବାକୁ ମିଳୁଛି କ୍ରମାଗତ ଶୁଣିଲାବାଲା ଏକ ବହୁତ ବଡ଼ ବର୍ଗ ରହିଛି ।
ଏବେ ନେଦରଲେଣ୍ଡରୁ ଆସିଲି, ପଅରଦିନ ମୁଁ ନେଦରଲେଣ୍ଡରେ ଥିଲି । ଦୁଇଟି ଜିନିଷ ମୋ ପାଇଁ ବଡ଼ ହିଁ ନୂଆ ଥିଲା ମୋ ଜାଣିବା ପାଇଁ । ଭାରତରେ ଯେତିକି ମାର୍ଗ ମହାତ୍ମା ଗାନ୍ଧୀଙ୍କ ନାମରେ ଅଛି, ତା’ ପରେ ଦୁନିଆରେ ସବୁଠାରୁ ଅଧିକ ମାର୍ଗର ନାମ ଗାନ୍ଧୀଙ୍କ ଉପରେ କେଉଁଠି ଅଛି, ତ ତାହା ନେଦରଲେଣ୍ଡରେ ଅଛି । ମୋ ପାଇଁ ଏହା ହେଉଛି ନୂଆ ଅନୁଭବ, ନୂଆ ସୂଚନା । ଦ୍ୱିତୀୟତଃ ସେଠାରେ ସୁରୀନାମର ଲୋକ ଆସି ବସତି ସ୍ଥାପନ କରି ଅଛନ୍ତି, ବହୁତ ବଡ଼ ମାତ୍ରାରେ ସେମାନେ ହେଉଛନ୍ତି ଡଚ୍ ନାଗରିକ । ଭାରତର ମଧ୍ୟ ଆଇଟି ବୃତ୍ତିଧାରୀଙ୍କ ସହ ଯୋଡ଼ି ହୋଇଥିବା ଏକ ବହୁତ ବଡ଼ ଯୁବ ଗୋଷ୍ଠୀ ସେଠାକୁ ଯାଇଛନ୍ତି । କିନ୍ତୁ ଅତି କମ୍ ଏକ ଡଜନ ଲୋକ ମୋତେ ଦେଖାକରି ଟାଣି ଧରି କହୁଥିଲେ ଯେ ପଅରଦିନ ଆପଣ ରାକେଶଜୀଙ୍କ ସହିତ ଦେଖା କରିବେ ନା! ଆଉ ଗୋଟିଏ କଥା କହୁଥିଲେ, ସେ କହୁଥିଲେ ଯେ ରାକେଶଜୀଙ୍କର ଆପଣଙ୍କ ସହିତ ଥିବା ଫଟୋ ଟିକେ ପଠେଇ ଦେବେ । ଏ କଥାଗୁଡ଼ିକ ସହଜ ନୁହେଁ ଆଜ୍ଞା, ଏ କଥାଗୁଡ଼ିକ ନିଜକୁ ନିଜେ ବଡ଼ ସାମର୍ଥ୍ୟ ରଖେ । ଆମେ ଯେବେ ବାପୁଙ୍କୁ ସ୍ମରଣ କରୁ, ସାବରମତୀ ଆଶ୍ରମକୁ ସ୍ମରଣ କରୁ । 12 ବର୍ଷ ଏଠି ତପସ୍ୟା କରିଛନ୍ତି ଏବଂ ପୂଜ୍ୟ ବାପୁଙ୍କ ସଂକଳ୍ପ ଶକ୍ତି ଦେଖନ୍ତୁ ଯେ ମୁଁ ଅକାରଣରେ ମରିବି କିନ୍ତୁ ସ୍ୱାଧୀନତା ବିନା ଫେରିବି ନାହିଁ । କେତେ ବଡ଼ ସଂକଳ୍ପ ଶକ୍ତି ଥିବ ଯେବେ ସେ ସାବରମତୀ ଆଶ୍ରମକୁ ଛାଡ଼ି ବାହାରିଲେ । 12 ବର୍ଷର ସେହି ତପସ୍ୟା ଯାହା ସାବରମତୀ ଆଶ୍ରମରେ ହୋଇଛି ସେହି ତପସ୍ୟାର ସାମର୍ଥ୍ୟ କେତେ ଥିଲା ଯେ ମହାତ୍ମା ଗାନ୍ଧୀ ସଂକଳ୍ପର ସହିତ ବାହାରିଲେ, ଆତ୍ମବିଶ୍ୱାସ କେତେ ଥିଲା ଯେ ଏହି ଶରୀରରେ ରହିଥିବା ଯାଏ ମୁଁ ଇଂରେଜଙ୍କୁ ଏଠାରୁ ବାହାର କରି ରହିବି, ହିନ୍ଦୁସ୍ଥାନକୁ ସ୍ୱାଧୀନ କରି ରହିବି ।
2019 ରେ ଆମେ ପୂଜ୍ୟ ବାପୁଙ୍କର 150 ବର୍ଷ ପାଳନ କରିବା । ଏମିତି ହିଁ ପାଳନ କରିବା କି? ନାଇଁ ଆଜ୍ଞା, ପୂଜ୍ୟ ବାପୁଙ୍କର 150 ବର୍ଷ ଏମିତି ହିଁ ପାଳନ କରିବାର ଅଧିକାର କୌଣସି ହିନ୍ଦୁସ୍ଥାନୀର ନାହିଁ । ପୂଜ୍ୟ ବାପୁଙ୍କର 150 ବର୍ଷ ପାଳନ କରିବାର ଅର୍ଥ ଗାନ୍ଧୀଙ୍କ ଭଳି କୌଣସି ସଂକଳ୍ପ ନେଇ 150 ତମ ଜୟନ୍ତୀ ଯାଏଁ ତାକୁ ପୂରଣ କରି ରହିବା ଆଉ ଏହା ପ୍ରତି ହିନ୍ଦୁସ୍ଥାନୀ… । ସେ ଥିଲେ ଅପ୍ରତିମ ସଂକଳ୍ପ ଶକ୍ତିର ଧନୀ । ଆମ ଭିତରେ ମଧ୍ୟ ସେହି ସଂକଳ୍ପ ଶକ୍ତି ହେଉ ଯେଉଁ ସଂକଳ୍ପ ଶକ୍ତିକୁ ନେଇ ଆମେ ମଧ୍ୟ ଆଜି ଠାରୁ ବାହାରି ପଡ଼ିବା ଆଉ ଯେବେ ଗାନ୍ଧୀଙ୍କର 150 ବର୍ଷ ପାଳନ କରିବା ତେବେ ଆମେ ଏହାକୁ ପରିପୂର୍ଣ୍ଣ କରି ରହିବା ଏହା ପ୍ରତି ହିନ୍ଦୁସ୍ଥାନୀର ହୃଦୟରେ.. । ସାବରମତୀ ଆଶ୍ରମ ସ୍ୱାଧୀନତାର ଆନ୍ଦୋଳନର କଳେବର ଯେଉଁଠାରେ ତିଆରି ହୋଇଥିଲା, ଭିତିଭୂମି ପ୍ରସ୍ତୁତ ହେଲା ସେଠାରୁ ଏହା କରି ସ୍ୱାଧୀନ ହିନ୍ଦୁସ୍ଥାନ ପୂଜ୍ୟ ବାପୁଙ୍କ ସ୍ୱପ୍ନର ହିନ୍ଦୁସ୍ଥାନ ତିଆରି କରିବା ପାଇଁ ଆମେ ମଧ୍ୟ କିଛି ଦାୟିତ୍ୱ ତୁଲାଇ ପାରିବା ।
ସାବରମତୀ ଆଶ୍ରମରେ ତାଙ୍କ ସହ ଯେତେ ସବୁ ଘଟଣା ଘଟିଛି ସେହି ଘଟଣା ଗୁଡ଼ିକରେ କେଉଁଠି ନା କେଉଁଠି ସ୍ୱଚ୍ଛତାର ଚର୍ଚ୍ଚା ସାରା ବର୍ଷ, ପ୍ରତି ଦିନ ହୋଇଛି । ସେ ସ୍ୱଚ୍ଛତା ସହିତ ସାଲିସ୍ କରୁ ନଥିଲେ । ଏହି ସ୍ୱଚ୍ଛତାର ଅଭିଯାନ 2019 ପର୍ଯ୍ୟନ୍ତ ପ୍ରତି ହିନ୍ଦୁସ୍ଥାନୀର ସ୍ୱଭାବ ହୋଇଯାଇଥିବା ଦରକାର । ସ୍ୱଚ୍ଛତା ଆମ ରକ୍ତରେ, ଆମ ଆତ୍ମାରେ, ଆମ ବିଚାରରେ, ଆମ ଆଚରଣରେ ସ୍ୱଚ୍ଛତାର ପରମ ସ୍ଥାନ ରହିବା ଦରକାର ଆଉ ଏହାଠାରୁ ବଡ଼ ପୂଜ୍ୟ ବାପୁଙ୍କୁ କୌଣସି ଶ୍ରଦ୍ଧାଞ୍ଜଳି ହୋଇ ନ ପାରେ । ସ୍ୱୟଂ ବାପୁ କୁହୁଥିଲେ କି ସ୍ୱାଧୀନତା ଏବଂ ସ୍ୱଚ୍ଛତା ମଧ୍ୟରୁ ମୋର ପ୍ରଥମ ପସନ୍ଦ ରହିବ ସ୍ୱଚ୍ଛତା । ସ୍ୱାଧୀନତାଠାରୁ ମଧ୍ୟ ଅଧିକ ମହତ୍ୱ ଅଳିଆ ଆବର୍ଜନାଠାରୁ ମୁକ୍ତ ହିନ୍ଦୁସ୍ଥାନ, ଏହା ବାପୁଙ୍କ ସ୍ୱପ୍ନ ଥିଲା । ସ୍ୱାଧୀନତାର 70 ବର୍ଷ ହୋଇଯାଇଛି, 2019 ରେ 150ତମ ଜୟନ୍ତୀ ପାଳନ କରିବାକୁ ଯାଉଛେ ଆମେ କହିଁକି ତାଙ୍କ ପାଇଁ ନ କରିବା ।
ପୂଜ୍ୟ ବାପୁଙ୍କୁ ବୈଷ୍ଣବ ଜନତୋ ତେନେ ରେ କହିଏ ବହୁତ ପ୍ରିୟ ଥିଲା, ଏବେ ମଧ୍ୟ ଆମେମାନେ ଶୁଣୁ । ଏହି ଦେଶର ପ୍ରତ୍ୟେକ କୋଣରେ ବୈଷ୍ଣବ ଜନତୋ ତେନେ ରେ କହିଏ ପ୍ରତ୍ୟେକ ବିଦ୍ୟାର୍ଥୀଙ୍କୁ ଜଣା ଅଛି, ପ୍ରତ୍ୟେକ ନାଗରିକଙ୍କୁ ଜଣା ଅଛି, ସମସ୍ତଙ୍କୁ ଜଣା ଅଛି ଯେ ଗାନ୍ଧୀଜୀଙ୍କୁ ବହୁତ ପ୍ରିୟ । ଆଉ ଏହାର ଶକ୍ତି ଦେଖନ୍ତୁ, ଏହାର ସହଜତା ଦେଖନ୍ତୁ, ଆପଣ 100 ଜଣଙ୍କୁ ପଚାରନ୍ତୁ, 100ରୁ 90 ଜଣ କହିବେ ବୈଷ୍ଣବ ଜନତୋ ତେନେ ରେ କହିଏ । 100ରୁ 90 ଜଣ କହିବେ, ହିନ୍ଦୁସ୍ଥାନର ଯେ କୌଣସି କୋଣକୁ ଯାଇ ଦେଖି ନିଅନ୍ତୁ । ପୁଣି ତାଙ୍କୁ ଦ୍ୱିତୀୟ ପ୍ରଶ୍ନ ପଚାରନ୍ତୁ ଯେ କେଉଁ କେଉଁ ଭାଷାରେ ଅଛି । ମୁଁ ଦାବି କରି କହୁଛି ଯେ 10 ଜଣ କହି ପାରିବେ ନାହିଁ ଯେ ଏହା କେଉଁ ଭାଷା? କାରଣ ଏହା ଏହି ଉଚ୍ଚତାରୁ ଆମ ଭିତରେ ବସାବାନ୍ଧି ଯାଇଛି କି ଭାଷାର ଭେଦଭାବ ସମାପ୍ତ ହୋଇ ଯାଇଛି । ବୈଷ୍ଣବ ଜନ ଆମକୁ ନିଜର ଲାଗିବାକୁ ଲାଗିଛି । ଏହା ସିଦ୍ଧ ହେଉଛି ଯେ ଅନ୍ୟ କୌଣସି ଭେଦଭାବର ରେଖା ସାମ୍ନାକୁ ଆସୁ ନାହିଁ, ଲିପ୍ତ ହୋଇ ଯାଉଛି ।
ମୁଁ ରାଜନୀତିକୁ ବହୁତ ଡେରିରେ ଆସିଛି । ଏହି ଦିନମାନଙ୍କରେ ରାକେଶ ଭାଇ ଯେଉଁଠାରେ କାମ କରୁଛନ୍ତି ,ସହି ଧରମପୁର ଅଂଚଳରେ କେବେ ମୋତେ କାମ କରିବାର ସୁଯୋଗ ମିଳିଥିଲା । ଯୁବାବସ୍ଥାର ଲମ୍ବା ସମୟ ଆଦିବାସୀଙ୍କ ମଧ୍ୟରେ ବିତାଇବାର ମୋତେ ସୌଭାଗ୍ୟ ମିଳିଥିଲା, ସାମାଜିକ ସେବା କରୁ କରୁ । ରାଜନୀତିକୁ ବହୁତ ଡେରିରେ ଆସିଥିଲି ଆଉ ଆସିଥିଲି ତେବେ ମଧ୍ୟ ଏହି ରାସ୍ତାରେ କେବେ ଯିବି ଏହା କେବେ ଭାବି ନ ଥିଲି । ମୁଁ ସଂଗଠନ ପାଇଁ ସମର୍ପିତ ଥିଲି, ସଂଗଠନ ପାଇଁ କାମ କରୁଥିଲି ଆଉ ତେବେ ମୁଁ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶିକ୍ଷଣ ଦେବା ସମୟରେ ଗୋଟିଏ କଥା କହୁଥିଲି । ମୁଁ କହୁଥିଲି ବୈଷ୍ଣବ ଜନତୋ ତେନେ ରେ କହିଏ 400 ବର୍ଷ ପୂର୍ବେ ନରସିଂହ ମେହେଟ୍ଟା ଲେଖିଛନ୍ତି । ଆଜି ଯେତେ ମଧ୍ୟ ରାଜନୈତିକ ନେତା ଅଛନ୍ତି, ଯେତେ ମଧ୍ୟ ଜନପ୍ରତିନିଧି ଅଛନ୍ତି ଗୋଟିଏ କାମ କରନ୍ତୁ, ବୈଷ୍ଣବ ଜନତୋ ତେନେ ରେ କହିଏ ଯେ ପୀଣ ପରାଇ ଜାଣେରେ, ଏଠାରେ ବୈଷ୍ଣବ ଜନ ଶବ୍ଦ ବାହାର କରି ଲୋକପ୍ରତିନିଧି ତୋ ତେନେ ରେ କହିଏ ଯେ ପୀଣ ପରାଇ ଜାଣେରେ । ଆପଣ ଦେଖନ୍ତୁ, ହିନ୍ଦୁସ୍ଥାନରେ ଲୋକପ୍ରତିନିଧି କିଭଳି ହେବା ଦରକାର, ଜନ ସେବକ, ଜନନାୟକ କିଭଳି ହେବା ଦରକାର ବୈଷ୍ଣବ ଜନର ପ୍ରତିଟି ପଂକ୍ତିରେ ଆପଣ କ୍ଷଣିକ ପାଇଁ ନିଜକୁ ନିଜେ ବସାଇ ଦେଖନ୍ତୁ, ଆପଣ ଦେଖିବେ ଆପଣଙ୍କୁ କାହାର ମାର୍ଗଦର୍ଶନର ଆବଶ୍ୟକତା ପଡ଼ିବ ନାହିଁ । କେଉଁଠିକୁ ଯିବାର ଅଛି ତାହାର ପରିସ୍କାର ରାସ୍ତା ମିଳି ଯିବ, କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ । ଗୋଟିଏ ଗୋଟିଏ ଶବ୍ଦ ସହିତ ଯୋଡ଼ି କରି ଦେଖି ନେବେ, ସମୟ ଅଭାବରୁ ମୁଁ ତାର ବିସ୍ତାର କରୁନାହିଁ, କିନ୍ତୁ ଏହି ସାମର୍ଥ୍ୟ ରହିଛି ।
ଭାଇ ଓ ଭଉଣୀମାନେ, ଆବଶ୍ୟକ ପଡ଼ିଲେ ପୂଜ୍ୟ ବାପୁଙ୍କର ନାମକୁ ନେବା ଏହା ତ ଆମେ ବହୁ ବର୍ଷ ହେଲା ଦେଖିଛୁ ଏବଂ କେତେବେଳେ ବାପୁଙ୍କୁ ଭୁଲିଯିବା ଏହି ଚତୁରତା ମଧ୍ୟ ଆମେ ଭଲ ଭାବରେ ଦେଖିଛୁ । ଆଜି ଯେବେ ମୁଁ ସାବରମତୀ ଆଶ୍ରମକୁ ଆସିଛି, ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ ତପସ୍ୟା, ତାଙ୍କର ଧ୍ୟାନ, ତାଙ୍କର ସମାନୁଭବରୁ ବାହାରିଥିବା ଗୋଟିଏ-ଗୋଟିଏ କଥା ତାହାର ଯେବେ ଆମେ ସ୍ମରଣ କରୁଅଛୁ ତେବେ ସାବରମତୀ ଆଶ୍ରମର ଶତାବ୍ଦୀ ପାଳନ କରୁଅଛୁ ତେବେ, ମୁଁ ଦେଶବାସୀଙ୍କୁ ଗୋଟିଏ ବିଷୟରେ ଗମ୍ଭୀରତା ସହ କିଛି କଥା ଆଜି କହିବାକୁ ଚାହୁଁଛି । ଏହାଠାରୁ କୌଣସି ପବିତ୍ର ସ୍ଥାନ ହୋଇ ନ ପାରେ ଏହା କହିବା ପାଇଁ, ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ 150 ବର୍ଷ ପାଳନ ହେଉ ସାବରମତୀ ଆଶ୍ରମର ଶତାବ୍ଦୀ ପାଳନ ହେଉ, 2019 ରେ ଗାନ୍ଧୀଜୀଙ୍କ 150 ବର୍ଷ ପାଳନର ପ୍ରସ୍ତୁତି ହେଉ, ଏହାଠାରୁ ଉତ୍ତମ ସୁଯୋଗ ମୋ ମନର କଥା କହିବା ପାଇଁ ବୋଧହୁଏ ଆଉ ହୋଇ ନ ପାରେ । ମୁଁ ଦେଶର ବର୍ତମାନ ସ୍ଥିତି ଉପରେ ନିଜର କଷ୍ଟ ଏବଂ ମନଊଣା ଭାବ ବ୍ୟକ୍ତ କରିବାକୁ ଚାହୁଁଛି । ଯେଉଁ ଦେଶ ପିମ୍ପୁଡ଼ିକୁ ମଧ୍ୟ ଖୁଆଇବାରେ ବିଶ୍ୱାସ ରଖିଥାଏ, ଯେଉଁ ଦେଶ ଗଳି ସାହିରେ ଦଉଡ଼େ, ବୁଲା କୁକୁରଙ୍କୁ ମଧ୍ୟ କିଛି ନା କିଛି ଖୁଆଇବାକୁ ଚିନ୍ତା କରିଥାଏ, ଯେଉଁ ଦେଶ ସକାଳୁ ଉଠି ନଦୀ ପୋଖରୀରେ ମାଛଙ୍କୁ ଖୁଆଇବାର ପରମ୍ପରା ରଖିଥାଏ, ଯେଉଁ ଦେଶର ଏଭଳି ସଂସ୍କାର ରହିଛି, ଚରିତ୍ର ରହିଛି, ଯେଉଁ ଦେଶରେ ମହାତ୍ମାଗାନ୍ଧୀଙ୍କ ଭଳି ମହାପୁରୁଷ ଅହିଂସାର ପାଠ ପଢ଼ାଇଛନ୍ତି, କ’ଣ ହୋଇ ଯାଇଛି ଆମ ମାନଙ୍କୁ ଯେ ଡାକ୍ତରଖାନାରେ କୌଣସି ରୋଗୀକୁ ଆମେ ବଂଚାଇ ପାରୁ ନାହେଁ? ଅସ୍ତ୍ରୋପଚାର ବିଫଳ ହୋଇଯିବ, ଔଷଧ କାମ ଦେବ ନାହିଁ ଆଉ ରୋଗୀର ମୃତ୍ୟୁ ହୋଇଯିବ ଆଉ ହଠାତ୍ ସମ୍ପର୍କୀୟମାନେ ଡାକ୍ତରଖାନାରେ ନିଆଁ ଲଗାଇ ଦେବେ, ଡାକ୍ତରଙ୍କୁ ମାରି ଦେବେ । କ’ଣ ଏହା ହେଉଛି ମୋର ଦେଶ? କ’ଣ ଏହା ହେଉଛି ପୂଜ୍ୟ ବାପୁଙ୍କର ଦେଶ? ଆମେ କ’ଣ କରୁଅଛୁ ଆଉ ଏହି ଜିନିଷଗୁଡ଼ିକୁ ପ୍ରେତ୍ସାହନ ମିଳୁଅଛି । ଦୁର୍ଘଟଣା ଦୁର୍ଘଟଣା ହୋଇଥାଏ । କେଉଁଠି ଦୁଇଟି ଗାଡ଼ି ଧକ୍କା ହୋଇ ଯାଏ, ଦୁର୍ଭାଗ୍ୟରୁ କେଉଁଠି ଜଣଙ୍କର ମୃତ୍ୟୁ ହୋଇଗଲା, କେଉଁଠି ଜଣଙ୍କୁ ଆଘାତ ହୋଇଗଲା, ଜଣା ନାହିଁ କି ଶୁଣା ନାହିଁ ଲୋକ ଏକାଠି ହୋଇ ଯାଆନ୍ତି । ଗାଡ଼ିସବୁ ଜଳେଇ ଦିଅନ୍ତି । କ’ଣ ଏହା ହେଉଛି ମୋର ଦେଶ?
ଗାଈଙ୍କ ରକ୍ଷା, ଗାଈ ପ୍ରତି ଭକ୍ତି ମହାତ୍ମା ଗାନ୍ଧୀ ଓ ବିନୋବା ଭାବେଙ୍କ ଠାରୁ ଠାରୁ କାହାର ହୋଇ ନ ପାରେ । ଯଦି ଗାଈଙ୍କୁ ଭକ୍ତି କରିବାର ଅଛି, ଗାଈଙ୍କୁ ରକ୍ଷା କରିବାର ଅଛି ତ ଗାନ୍ଧୀଜୀ ଓ ବିନୋବା ଭାବେଜୀ ଆମକୁ ଉତ୍ତମ ପଥ ଦେଖାଇଛନ୍ତି । ସେହି ରାସ୍ତାରେ ଦେଶକୁ ଚାଲିବାକୁ ହିଁ ପଡ଼ିବ । ସେଥିରେ ଦେଶର ମଙ୍ଗଳ । ବିନୋବାଜୀ ସମଗ୍ର ଜୀବନ ଗାଈଙ୍କ ରକ୍ଷା ପାଇଁ ନିଜକୁ ସମର୍ପଣ କରି ଥିଲେ । ମୋର ସୌଭାଗ୍ୟ ଥିଲା ମୁଁ ଥରେ ୱାର୍ଦ୍ଧା ଯାଇଥିଲି ବିନୋବାଜୀଙ୍କ ଦର୍ଶନ ପାଇଁ । ମୁଁ ତାଙ୍କ ସହ ଦେଖା କଲି, ପ୍ରଣାମ କଲି, ବସିଲି । ବିନୋବାଜୀ ଶବ୍ଦରେ ବଡ଼ ଧୁରନ୍ଧର ଥିଲେ । ମୁଁ ବସିଲି, ପରିଚୟ ହେଲା, ମୁଁ ବସି ସାମ୍ନାକୁ ଦେଖୁଥିଲି । ସେ ମୋତେ କହୁଥିଲେ କି ମରିଯାଅ, ମରିଯାଅ । ମୁଁ ଆଶ୍ଚର୍ଯ୍ୟ ଥିଲି ଯେ ବିନୋବାଜୀ କହୁଥିଲେ ମରିଯାଅ-ମରିଯାଅ । ମୁଁ ଚୁପଚାପ ବସି ରହିଲି । ପୁଣି ଧୀରେ କହିଲେ ଗାଈଙ୍କ ପାଇଁ, ଗୋ ମାତା ପାଇଁ । ଆପଣ କଳ୍ପନା କରି ପାରୁଥିବେ ଯେ ବିନୋବାଜୀ ସେହି ସମୟର ସରକାରଙ୍କ ବିରୁଦ୍ଧରେ ଜୀବନର ଶେଷ ପର୍ଯ୍ୟନ୍ତ ଲଢ଼ି ଚାଲିଥିଲେ, ଅନେକ ଥର ଅନଶନ କଲେ ଗୋ-ରକ୍ଷା ପାଇଁ, ଗୋ-ଭକ୍ତି ପାଇଁ କଲେ । ଭାରତର ସମ୍ବିଧାନ ମଧ୍ୟ ଆମକୁ ତାହାର ମାହାତ୍ମ୍ୟ ବୁଝାଇ ଥାଏ କିନ୍ତୁ, କ’ଣ କୌଣସି ମଣିଷକୁ ମାରିବାର ଅଧିକାର ଆମକୁ ମିଳି ଯାଉଛି? କ’ଣ ଏଇ ହେଉଛି ଗୋ ଭକ୍ତି, କ’ଣ ଏଇ ହେଉଛି ଗୋ ରକ୍ଷା? ପୂଜ୍ୟ ବାପୁଙ୍କର ଏହା ମାର୍ଗ ହୋଇ ନ ପାରେ । ବିନୋବା ଭାବେଙ୍କ ଜୀବନ ଆମକୁ ଏହି ଶିକ୍ଷା ଦିଏ ନାହିଁ । ଆଉ ଏଥିପାଇଁ ସାବରମତୀ ଆଶ୍ରମର ଶତାବ୍ଦୀ ପର୍ବରେ ଆଉ ଶ୍ରୀମଦ ରାଜଚନ୍ଦ୍ରଜୀଙ୍କ 150ତମ ଜନ୍ମ ପାଳନ କରୁଛେ ତେବେ ପ୍ରତ୍ୟେକ ହିନ୍ଦୁସ୍ଥାନୀର ମନ-ମସ୍ତିଷ୍କରେ, ଏହା ହେଉଛି ଆମର ମୂଳଭୂତ ସଂସ୍କାର, ଆମର ମୂଳଭୂତ ପରମ୍ପରା – ଅହିଂସା । ଏହା ଆମ ମାନଙ୍କର ଜୀବନର ଧର୍ମ ହୋଇ ରହିଛି । ଆମେ କିପରି ସଂଯମ ହରାଉଛୁ । ଡାକ୍ତରଙ୍କୁ ମାରୁଛୁ । ଦୁର୍ଘଟଣା ପସଙ୍ଗରେ ଡ୍ରାଇଭରକୁ ମାରୁଛୁ । ଗାଈ ନାମରେ ମଣିଷଙ୍କୁ ମାରୁଛୁ ।
ମୋର ପିଲା ଦିନର ଏକ ଘଟଣା ମନେ ପଡ଼ୁଛି । ମୋ ଜୀବନର ସତ୍ୟ ଘଟଣା ଅଟେ । ଆଉ ପ୍ରଥମ ଥର ମୁଁ ବୋଧହୁଏ ଆଜି ଏହି କଥାକୁ କହୁଅଛି । ଏକ ସମୟ ଥିଲା ଯେବେ ମୋର ଲେଖିବାର ଅଭ୍ୟାସ ଥିଲା, ମୁଁ ଲେଖୁଥିଲି, ସେତେବେଳେ ମୋ ମନରେ ଥିଲା ଯେ ମୁଁ ସେହି ବିଷୟରେ ଲେଖିବି, କିନ୍ତୁ ମୁଁ ଲେଖି ପାରିଲି ନାହିଁ । କିନ୍ତୁ ଆଜି ମୋ ମନ କରୁଛି, ଏଭଳି ପବିତ୍ର ଜାଗା, ଯେଉଁ ପବିତ୍ର ଜାଗାରୁ ମନ ଭିତରର ସଚ୍ଚୋଟତାର ପ୍ରକାଶ ହେବା ବହୁତ ସ୍ୱାଭାବିକ ଅଟେ ।
ମୁଁ ବାଳକ ଥିଲି । ମୋ ଗାଁରେ ମୋ ଘର ଏକ ଏଭଳି ଛୋଟ ସଂକୀର୍ଣ୍ଣ ଗଳିରେ ଅଛି । ତ ସେଠାରେ ବହୁ ପୂରୁଣା କାଳର ଯେଭଳି ଗାଁ ଥାଏ, ପାଖାପାଖି ଘର । ଆମ ଘର ପାଖରେ ହିଁ ସାମ୍ନାରେ ଏକ ପରିବାର ଥିଲା, ଯିଏ କୋଠା ନିର୍ମାଣରେ କାମ କରୁଥିଲା । ରାଜମିସ୍ତ୍ରୀ କାମ କରୁଥିଲା । ଗୋଟିଏ ପ୍ରକାର ଶ୍ରମିକର କାମ ଥିଲା । ସେହି ପରିବାରର କୌଣସି ସନ୍ତାନ ନ ଥିଲା । ତାଙ୍କ ବାହାଘରର କେତେ ବର୍ଷ ହୋଇ ଯାଇଥିଲା କିନ୍ତୁ ତାଙ୍କର କୌଣସି ସନ୍ତାନ ନ ଥିଲା । ପରିବାରରେ ମଧ୍ୟ ବ୍ୟସ୍ତତା ରହୁଥିଲା ଯେ ତାଙ୍କ ଘରେ କୌଣସି ସନ୍ତାନ ନାହିଁ । ସେ ବଡ଼ ଧାର୍ମିକ ପ୍ରବୃତିର ବ୍ୟକ୍ତି ଥିଲେ । ବହୁତ ବୟସ ପରେ ତାଙ୍କର ସେଠି ଗୋଟିଏ ସନ୍ତାନ ଜନ୍ମ ହେଲା । ସେହି ସନ୍ତାନ ବଡ଼ ହେଉଥିଲା । ଏବେ ଛୋଟ ସଂକୀର୍ଣ୍ଣ ଗଳି ଥିଲା । ସକାଳୁ ସକାଳୁ ଗାଈକୁ ମଧ୍ୟ ଏକ ଶୃଙ୍ଖଳାର ଅଭ୍ୟାସ ହୋଇ ଥାଏ । ଗାଈ ଘର ପାଖ ଦେଇ ଯାଇଥାଏ ତ ଘରବାଲା ରୁଟି ଖୁଆଇଥାନ୍ତି । ତ ଗୋଟିଏ ଗାଈ ଥିଲା ଯିଏ ଆମ ଘର ଗଳି ଦେଇ ଆସେ ଆଉ ପ୍ରତ୍ୟେକ ପରିବାରର ଲୋକ ବାହାରକୁ ଆସି ତାକୁ ଗୋଟିଏ ରୁଟି ଖୁଆଉ ଥିଲେ । ଯାହା ଘରେ ସନ୍ତାନ ଜନ୍ମ ହୋଇଥିଲା, ସିଏ ମଧ୍ୟ ରୁଟି ଖୁଆଉଥିଲେ । ଥରେ ହଠାତ ଧାଁ ଧପଡ ଲାଗିଗଲା, ବୋଧହୁଏ କିଛି ପିଲା ବାଣ ଫୁଟାଇ ଦେଇଥିଲେ, କ’ଣ ହେଲା ସେହି ଘଟଣା ମୋର ସଂପୂର୍ଣ୍ଣ ମନେ ନାହିଁ । କିନ୍ତୁ ସେହି ଗାଈ ହଡ଼ବଡ଼େଇ ଗଲା ଆଉ ଦୌଡା ଦୌଡ଼ି ସ୍ଥିତି ଏଭଳି ହେଲା, ସେ ଯେଉଁ ପିଲା ତାଙ୍କର ବହୁ କଷ୍ଟରେ 3, 4 କିମ୍ବା 5ବର୍ଷର ହୋଇଥିବ, ସେ ମଧ୍ୟ ଦୌଡ଼ିବାକୁ ଲାଗିଲା । ସେ ବୁଝି ପାରିଲା ନାହିଁ କି ଇଆଡ଼େ ଦୌଡ଼ିବି କି ସିଆଡ଼େ ଦୌଡ଼ିବି । ଆଉ ଜଣା ଅଜାଣତରେ ସେ ଗାଈର ଗୋଡ଼ ତଳକୁ ଆସିଗଲା । ଏତେ ବର୍ଷରେ ପରିବାରରେ ଗୋଟିଏ ପିଲା ଜନ୍ମ ହୋଇଥିଲା ଆଉ ଗାଈର ଗୋଡ଼ ତଳକୁ ଆସିଯିବାରୁ ତାହାର ମୃତ୍ୟୁ ହୋଇଗଲା । ଆପଣ କଳ୍ପନା କରି ପାରୁ ଥିବେ ସେହି ପରିବାରର ଅବସ୍ଥା କିପରି ହୋଇଥିବ? ବଡ଼ ଦୁଃଖର ଦିନ ଥିଲା । କିନ୍ତୁ ଦ୍ୱିତୀୟ ଦିନ ସକାଳୁ ..ଏ ଦୃଶ୍ୟ ମୁଁ ଭୁଲି ପାରି ନାହିଁ, ଦ୍ୱିତୀୟ ଦିନ ସକାଳୁ ହିଁ ସେ ଗାଈ ତାଙ୍କ ସାମ୍ନାରେ ଆସି ଠିଆ ହୋଇ ଗଲା । କୌଣସି ଘର ସାମ୍ନାକୁ ଯାଇ ରୁଟି ଖାଇଲା ନାହିଁ । ସେହି ପରିବାର ମଧ୍ୟ ତାକୁ ରୁଟି ଖୁଆଉଥିଲେ, ଖାଇଲା ନାହିଁ । ଗାଈର ଲୁହ କେବେ ବନ୍ଦ ହେଲା ନାହିଁ । 1 ଦିନ, 2 ଦିନ, 5 ଦିନ ଗାଈ ନା ଖାଦ୍ୟ ଖାଉଥିଲା, ନା ଗାଈ ପାଣି ପିଉଥିଲା । ଗୋଟିଏ ପଟେ ପରିବାରର ଏକମାତ୍ର ସନ୍ତାନର ମୃତ୍ୟୁର ଶୋକ ଥିଲା । ସାରା ସାହିରେ ଦୁଃଖର ବାତାବରଣ ଥିଲା । ଗାଁରେ ଗୋଟିଏ ପରିବାରରେ ଶୋକ ହୋଇଥାଏ କିନ୍ତୁ ଗାଈ ପଶ୍ଚାତାପରେ ବୁଡି ରହିଲା । କେତେ ଦିନ ପର୍ଯ୍ୟନ୍ତ ସେ ନା କିଛି ଖାଇଲା ନା କିଛି ପିଇଲା । ତା ଆଖିର ଲୁହ ଶୁଖିଗଲା । ସାହିର ସବୁ ଲୋକ, ସେହି ପରିବାରର ଲୋକ ମଧ୍ୟ ଲକ୍ଷେ ଚେଷ୍ଟା କଲେ କିନ୍ତୁ ଗାଈ ନିଜର ସଂକଳ୍ପ ଛାଡିଲା ନାହିଁ ଏବଂ ସେହି ସନ୍ତାନ ବାଳକର ମୃତ୍ୟୁ ତା’ର ଗୋଡ ତଳେ ହୋଇଛି, ମାତ୍ର ଏହି କଷ୍ଟରୁ, ସେହି ଗାଈ ନିଜ ଶରୀର ତ୍ୟାଗ କଲା । ଗୋଟିଏ ବାଳକର ମୃତ୍ୟୁର ପଶ୍ଚାତାପରେ ଗାଈ କୁ ବଳିଦାନ ଦେବାର ମୁଁ ପିଲାଦିନେ ଦେଖିଛି । ସେହି ଦୃଶ୍ୟ ଆଜି ମଧ୍ୟ ମୋ ସାମ୍ନରେ ଜୀବନ୍ତ ହୋଇ ରହିଛି । ଆଜି ଯେବେ ମୁଁ ଶୁଣୁଛି କି ଗାଈ ନାମରେ କାହାକୁ ହତ୍ୟା କରାଯାଉଛି, ସେ ହେଉଛି ନିର୍ଦ୍ଦୋଷ ନା ଦୋଷୀ ତାହା ଆଇନ, ଆଇନର କାମ କରିବ, ମଣିଷକୁ ଆଇନ ହାତକୁ ନେବାର ଅଧିକାର ନାହିଁ ।
ସାବରମତୀ ଆଶ୍ରମର ଶତାବ୍ଦୀ ପାଳନ କରୁଛନ୍ତି, ଗାନ୍ଧୀଜୀ ଏବଂ ବିନୋବା ଜୀ ଯେପରି ଗାଈ ପାଇଁ ସମର୍ପିତ ଜୀବନ ଆମ ସମ୍ମୁଖରେ ହେଉଛି ଏକ ଦୃଷ୍ଟାନ୍ତ, ମୁଁ ଦେଶବାସୀଙ୍କୁ ଅନୁରୋଧ କରିବି ଯେ ହିଂସା ସମସ୍ୟାର ସମାଧାନ ନୁହେଁ । ସେହି ଡାକ୍ତରର କୌଣସି ଦୋଷ ନାହିଁ, ଯିଏ ଆପଣଙ୍କ ପରିବାରର ଲୋକଙ୍କର ସେବା କରୁଥିଲେ, କିନ୍ତୁ ଆପଣଙ୍କ ପରିବାର ଲୋକଙ୍କୁ ବଂଚାଇ ପାରିଲେ ନାହିଁ । ଆଉ ପୁଣି ମଧ୍ୟ ଆପଣଙ୍କୁ ଅଭିଯୋଗ ଅଛି ତ ଆଇନ ବ୍ୟବସ୍ଥା ରହିଛି । ଦୁର୍ଘଟଣା ହୋଇଯାଏ କିଛି ନିର୍ଦ୍ଦୋଷର ଜୀବନ ଯାଏ ତ ତାହା ହେଉଛି ଦୁର୍ଘଟଣା । ଆଉ ଏଥିପାଇଁ ଗାନ୍ଧୀଙ୍କ ଏହି ମାଟିରେ ପ୍ରତ୍ୟେକଙ୍କ ଦାୟିତ୍ୱ ହେଉଛି ଏକ ସନ୍ତୁଳିତ ଜୀବନ ଜୀଇଁବାର । ପ୍ରତ୍ୟେକଙ୍କ ଦାୟିତ୍ୱକୁ ନିଜ ଦାୟିତ୍ୱ ସହିତ ଯୋଡି ଦିଅନ୍ତୁ ଆଉ ତେବେ ଯାଇ ଆମେ ପୂଜ୍ୟ ବାପୁଙ୍କର ସ୍ୱପ୍ନର ଦେଶ କରିପାରିବା । 2022ରେ ଭାରତର ସ୍ୱାଧୀନତାର 75 ବର୍ଷ ହେଉଅଛି । ଯେଉଁ ମହାପୁରୁଷମାନେ ସ୍ୱାଧୀନତା ପାଇଁ ବଳିଦାନ ଦେଲେ, ଯୁବାବସ୍ଥା ଜେଲରେ କାଟିଦେଲେ, କିଛି କଳାପାଣିରେ ଜୀବନ ବିତାଇଲେ, କିଛି ଫାଶୀ ଖୁଂଟରେ ଚଢିଗଲେ, କିଛି ଜୀବନସାରା ଲଢି ଚାଲିଲେ । ସମସ୍ତଙ୍କ ସ୍ୱପ୍ନ ଥିଲା ଦେଶକୁ ସ୍ୱାଧୀନତା, ଦେଶକୁ ସମୃଦ୍ଧ, ଦେଶକୁ ଗରିବରୁ ଗରିବର କଲ୍ୟାଣ ଆଡକୁ ଦେଖିବାର । 2022ରେ ସ୍ୱାଧୀନତାର 75 ବର୍ଷ ହେଉଅଛି, 5 ବର୍ଷ ଆମ ପାଖରେ ଅଛି, ଶହେ ପଚିଶ କୋଟି ଦେଶବାସୀ ଯଦି ସଂକଳ୍ପ କରିନେବେ କି 2022ରେ ଆମେ ହିନ୍ଦୁସ୍ଥାନକୁ ଏଠାକୁ ନେଇଯିବାର ଅଛି ଯାହା ଆମ ସ୍ୱାଧୀନତା ପ୍ରେମୀ ପାଗଳମାନଙ୍କର ସ୍ୱପ୍ନ ଥିଲା, ତାକୁ ପୂରଣ କରିବା ପାଇଁ ନେଇ ଯିବାର ଅଛି । ଯେଉଁ ସାବରମତୀ ଆଶ୍ରମର ମାଟିରୁ ସ୍ୱାଧୀନ ହିନ୍ଦୁସ୍ଥାନର ସ୍ୱପ୍ନକୁ ବଜାୟ ରଖା ଯାଇଥିଲା, ରାଷ୍ଟ୍ରକୁ ଗୁନ୍ଥି ଦିଆଯାଇଥିଲା, ସ୍ୱପ୍ନକୁ ପୂରଣ କରିବା ପାଇଁ ଆହୁତିକୁ ସ୍ୱୀକାର କରାଯାଇଥିଲା, ନ୍ୟାୟ ଳଢିବା ପାଇଁ ସବୁ ପ୍ରକାରର ଅହିଂସକ ଅସ୍ତ୍ରର ବ୍ୟବହାର କରାଯାଇଥିଲା, ସତ୍ୟାଗ୍ରହର ରାସ୍ତା ଆପଣାଇଥିଲେ । 2022ସ୍ୱାଧୀନତାର 75ବର୍ଷ ହେଉଅଛି । ସଂକଳ୍ପର, କର୍ମର, ନୂଆ କିଛି କରିବାର ଜୀବନକୁ ଲଗାଇ ଦେବାର, 5 ବର୍ଷ ଜୀବନର ବହୁମୂଲ୍ୟ ସମୟ, 2022 ଆମେ ପ୍ରତ୍ୟେକ ହିନ୍ଦୁସ୍ଥାନୀ 125 କୋଟି ଦେଶବାସୀ ଗୋଟିଏ ପାଦ ଆଗକୁ ଚାଲିବା ତ ହିନ୍ଦୁସ୍ଥାନ 125 କୋଟି ପାଦ ଆଗକୁ ଚାଲିବ । ଏହି ସ୍ୱପ୍ନ କୁଡିକୁ ନେଇ ଚାଲିବା
ଶ୍ରୀମଦ୍ ରାଜଚନ୍ଦ୍ର ଜୀ ଯିଏ ଏତେବଡ଼ ଆଧ୍ୟାତ୍ମିକ ଚେତନା, କର୍ମ ମାର୍ଗ, ଜ୍ଞାନ ମାର୍ଗ, ଅନ୍ତଃଚେତନାକୁ ଜାଗ୍ରତ କରିବାର ରାସ୍ତା ଦେଖାଇଲେ । ପୂଜ୍ୟ ବାପୁ ଯିଏ ଶ୍ରୀମଦ୍ ରାଜଚନ୍ଦ୍ରଜୀଙ୍କ କଥା ସହିତ ବଞ୍ଚି ସଫଳ ପ୍ରୟୋଗ କରି ଦେଖାଇଲେ, ଏଭଳି ଦୁଇ ମହାପୁରୁଷଙ୍କୁ ଏକ ସଙ୍ଗେ ସ୍ମରଣ କରିବାର ଏହି ଅବସରରେ, ମୁଁ ପୁଣି ଥରେ… ମତେ ଆପଣ ସମସ୍ତଙ୍କ ପାଖକୁ ଆସିବାର ସୁଯୋଗ ମିଳିଲା, ଏତେ ବଡ଼ ସଂଖ୍ୟାରେ ଦେଶ ଆଉ ଦୁନିଆରୁ ଆସିଥିବା ଲୋକଙ୍କ ଦର୍ଶନ କରିବାର ସୌଭାଗ୍ୟ ମିଳିଲା । ରାକେଶ ଜୀଙ୍କ ସହିତ ଦେଖା କରିବାର ସୁଯୋଗ ମିଳିଲା । ମୁଁ ଏହାକୁ ନିଜର ସୌଭାଗ୍ୟ ମାନୁଛି, ବହୁତ ବହୁତ ଧନ୍ୟବାଦ ।
**********
This year we mark the 100th year of the establishment of Sabarmati Ashram as well as the Champaran Satyagraha: PM @narendramodi
— PMO India (@PMOIndia) June 29, 2017
As a society, it is always essential to remain connected with our history: PM @narendramodi
— PMO India (@PMOIndia) June 29, 2017
The thoughts of Mahatma Gandhi have the power to mitigate the challenges the world is facing today: PM @narendramodi
— PMO India (@PMOIndia) June 29, 2017
There should be further academic research on the life and thoughts of Shrimad Rajchandraji: PM @narendramodi
— PMO India (@PMOIndia) June 29, 2017
I urge people from all over to come and visit the Sabarmati Ashram: PM @narendramodi
— PMO India (@PMOIndia) June 29, 2017
Swachhata has to become a Swabhav. What can be a greater tribute to Mahatma Gandhi than this: PM @narendramodi
— PMO India (@PMOIndia) June 29, 2017
Today I want to say a few words and express sadness on some of the things going on: PM @narendramodi
— PMO India (@PMOIndia) June 29, 2017
We are a land of non violence. We are the land of Mahatma Gandhi. Why do we forget that: PM @narendramodi
— PMO India (@PMOIndia) June 29, 2017
No one spoke about protecting cows more than Mahatma Gandhi and Acharya Vinoba Bhave. Yes. It should be done: PM @narendramodi
— PMO India (@PMOIndia) June 29, 2017
Killing people in the name of Gau Bhakti is not acceptable. This is not something Mahatma Gandhi would approve: PM @narendramodi
— PMO India (@PMOIndia) June 29, 2017
As a society, there is no place for violence: PM @narendramodi
— PMO India (@PMOIndia) June 29, 2017
No person in this nation has the right to take the law in his or her own hands in this country: PM @narendramodi
— PMO India (@PMOIndia) June 29, 2017
Violence never has and never will solve any problem: PM @narendramodi
— PMO India (@PMOIndia) June 29, 2017
Let's all work together. Let's create the India of Mahatma Gandhi's dreams. Let's create an India our freedom fighters would be proud of: PM
— PMO India (@PMOIndia) June 29, 2017