Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ଆଇଆଇଏସଡବ୍ଲୁସି ସଂସ୍ଥାର 4.64 ହେକ୍ଟର ଜମି ଜାତୀୟ ରାଜପଥ ସଂସ୍ଥାକୁ ପ୍ରଦାନ କରାଯିବା ପ୍ରସ୍ତାବ କ୍ୟାବିନେଟରେ ଅନୁମୋଦିତ


ଗୁଜରାଟର ବସାଦସ୍ଥିତ ଭାରତୀୟ ମୃତିକା ଓ ଜଳ ସଂରକ୍ଷଣ ଗବେଷଣା ପ୍ରତିଷ୍ଠାନର 4.64 ହେକ୍ଟର ଜମି ଭାରତୀୟ ଜାତୀୟ ରାଜପଥ ସଂସ୍ଥା (ଏନଏଚଏଆଇ)କୁ ହସ୍ତାନ୍ତର କରାଯିବ । ଅହମ୍ମଦାବାଦ-ବଦୋଦରା 8 ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ ଦିଗରେ ଏହି ଜମି ବ୍ୟବହାର କରାଯିବ । ଭାରତୀୟ କୃଷି ଗବେଷଣା ପରିଷଦ ଅଧିନରେ ଥିବା ଗୁଜରାଟର ଆନନ୍ଦ ଜିଲ୍ଲାର ବସାଦସ୍ଥିତ ଜଳ ସଂରକ୍ଷଣ ଗବେଷଣା ପ୍ରତିଷ୍ଠାନର ବଳକା ଜମିକୁ ହସ୍ତାନ୍ତର କରିବା ଲାଗି କ୍ଷତି ପୂରଣ ବାବଦରେ ଜାତୀୟ ରାଜପଥ ପ୍ରାଧିକରଣ ମୋଟ 12.67 କୋଟି ଟଙ୍କା ପ୍ରଦାନ କରିବେ ।

ଅହମ୍ମଦାବାଦ-ବଦୋଦରା 8 ନମ୍ବର ଜାତୀୟ ରାଜପଥ ଏକ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ସଡକ । ଏହି ସେକ୍ସନରେ ଟ୍ରାଫିକ ବ୍ୟସ୍ତତାକୁ ଦୃଷ୍ଟିରେ ରଖି ଏହାକୁ 6 ଲେନ୍ ବିଶିଷ୍ଟ କରାଯିବ ଯାହାଦ୍ୱାରା ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଘଟିବ ।