ପିଏମଇଣ୍ଡିଆ

ମଂଚ ଉପରେ ବିରାଜମାନ ସମସ୍ତ ମହାନୁଭବ ଏବଂ ବିଶାଳ ସଂଖ୍ୟାରେ ଆସିଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ ।
କେମିତି ଅଛନ୍ତି? ମୁଁ ଦେଖିପାରୁଛି କି ଏତେ ବଡ଼ ପେଣ୍ଡାଲ ଛୋଟ ହୋଇଯାଇଛି । ସେଠାରେ ବହୁତ ଲୋକ ଖରାରେ ଠିଆ ହୋଇଛନ୍ତି । ଆପଣମାନେ ସମସ୍ତେ ଏତେ ବଡ଼ ମାତ୍ରାରେ ଆଶୀର୍ବାଦ ଦେବାକୁ ଆସିଛନ୍ତି, ଏଥିପାଇଁ ଆମେ ସମସ୍ତେ ଆପଣମାନଙ୍କୁ ବହୁତ ବହୁତ କୃତଜ୍ଞତା ଜଣାଉଛୁ । ଆଜି ପ୍ରାୟ 1100 କୋଟି ଟଙ୍କା ବ୍ୟୟ ଅଟକଳର ପ୍ରକଳ୍ପ ଉଦଘାଟନ, ଲୋକାର୍ପଣ ଅବା ଶିଳାନ୍ୟାସ କରିବା ପାଇଁ ଆପଣ ସମସ୍ତେ ମୋତେ ସୁଯୋଗ ପ୍ରଦାନ କରିଛନ୍ତି । ଆପଣମାନେ ମୋତେ ଏ ଯେଉଁ ସମ୍ମାନ ଦେଇଛନ୍ତି, ଏଥିପାଇଁ ମଧ୍ୟ ସମବାୟ ଆନ୍ଦୋଳନ ସହିତ ଜଡିତ ମୋର ସମସ୍ତ କୃଷକ ପରିବାରଙ୍କୁ ମୁଁ ଆଦର ପୂର୍ବକ ପ୍ରଣାମ କରି ଧନ୍ୟବାଦ ଜଣାଉଛି ।
ଆଜି ଦୁନିଆର 40 ଟିରୁ ଅଧିକ ଦେଶରେ ଅମୂଲ ବ୍ରାଣ୍ଡ, ଏହାର ଏକ ପରିଚୟ ପାଲଟି ଯାଇଛି । ଆଉ ମୁଁ ଆଶ୍ଚର୍ଯ୍ୟ ଥିଲି କିଛି ଦେଶକୁ ଯେତେବେଳେ ମୋତେ ଯିବାର ସୁଯୋଗ ସୁଯୋଗ ଆସିଲା ତ ଯେଉଁ କିଛି ପ୍ରତିନିଧି ସାକ୍ଷାତ କରିବାକୁ ଚାଂହୁଥିଲେ; ସେଠାରେ ରହୁଥିବା କିଛି ଭାରତୀୟ ସମୁଦାୟର ଲୋକ ଥିଲେ, କିଛି ସେଠାକାର ଲୋକ ଥିଲେ ଆଉ ଗୋଟିଏ କଥା କହିବାକୁ ଏକାଠି ହୋଇ ଯାଉଥିଲେ କି ଆମର ଏଠାରେ ମଧ୍ୟ ଅମୂଲ ଉତ୍ପାଦର ଯୋଗାଣ ପାଇଁ କିଛି ବ୍ୟବସ୍ଥା କରନ୍ତୁ । ଆଉ ଏହି କଥା ଯେତେବେଳେ ଶୁଣୁଥିଲି ଏତେ ଗର୍ବ ହେଉଥିଲା କି କୃଷକମାନଙ୍କର ସମବାୟ ଆନ୍ଦୋଳନର ପ୍ରାୟ ସାତ ଦଶକର କ୍ରମାଗତ ପୁରୁଷାର୍ଥର ପରିଣାମ ହେଉଛି କି ଆଜି ଦେଶ ଆଉ ଦେଶ ବାହାରେ ଅମୂଲ ଏକ ପରିଚୟ ପାଲଟି ଯାଇଛି, ଅମୂଲ ଏକ ପ୍ରେରଣା ପାଲଟି ଯାଇଛି, ଅମୂଲ ଏକ ଆବଶ୍ୟକତା ପାଲଟି ଯାଇଛି । ଏହି ସିଦ୍ଧି ଛୋଟ ନୁହେଁ । ଏହା ହେଉଛି ବହୁତ ବଡ଼ ଉପଲବ୍ଧି । ଏହା କେବଳ ଗୋଟିଏ ଉତ୍ପାଦନ କରୁଥିବା ଉଦ୍ୟୋଗ ନୁହେଁ, ଏହା କେବଳ ଦୁଗ୍ଧ ପ୍ରକ୍ରିୟାକରଣର ପ୍ରକ୍ରିୟା ନୁହେଁ; ଏହା ହେଉଛି ବିକଳ୍ପ ଅର୍ଥ ବ୍ୟବସ୍ଥାର ମୋଡେଲ ମଧ୍ୟ ।
ଗୋଟିଏ ପଟେ ସମାଜବାଦୀ ଅର୍ଥ ବ୍ୟବସ୍ଥା, ଅନ୍ୟପଟେ ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା; ଗୋଟିଏ ପଟେ ଶାସକଙ୍କ କବ୍ଜାରେ ଥିବା ଅର୍ଥ ବ୍ୟବସ୍ଥା, ଅନ୍ୟପଟେ ଧନକୁବେରଙ୍କ କବ୍ଜାରେ ଥିବା ଅର୍ଥ ବ୍ୟବସ୍ଥା । ଦୁନିଆ ଏହି ଦୁଇ ବ୍ୟବସ୍ଥା ସହିତ ପରିଚିତ ରହିଥିଲା । ସର୍ଦ୍ଦାର ସାହେବଙ୍କ ଭଳି ମହାପୁରୁଷ ସେହି ବୀଜ ବପନ କରିଥିଲେ ଯାହା ଆଜି ତୃତୀୟ ଅର୍ଥ ବ୍ୟବସ୍ଥାର ଉଦାହରଣ ପାଲଟି ବିକଶିତ ହୋଇଛି, ଯେଉଁଠାରେ ନା ସରକାରଙ୍କର କବ୍ଜା ଅଛି, ନା ଧନକୁବେରଙ୍କ କବ୍ଜା ଅଛି, ତାହା କୃଷକମାନଙ୍କର ସମବାୟ ଆନ୍ଦୋଳନ ହୋଇଥିବ ଆଉ କୃଷକ ମାନଙ୍କର, ନାଗରିକ ମାନଙ୍କର, ଜନତା – ଜନାର୍ଦ୍ଦନଙ୍କର ସମବାୟ ମାଧ୍ୟମରେ ଅର୍ଥ ବ୍ୟବସ୍ଥା ହୋଇଥିବ, ଜନ୍ମ ନେଇଥିବ, ବଢ଼ିଥିବ ଆଉ ପ୍ରତ୍ୟେକ ଏହାର ଅଂଶିଦାର ହୋଇଥିବେ ।
ଏହା ହେଉଛି ଅର୍ଥବ୍ୟବସ୍ଥାର ଏମିତି ଏକ ମୋଡେଲ ଯାହା ପୁଞ୍ଜିବାଦକୁ ଏକ ସାର୍ଥକ ବିକଳ୍ପ ପ୍ରଦାନ କରିଥାଏ । ଆମେ ସମସ୍ତେ ଭଲଭାବେ ପରିଚିତ ଅଛୁ କି ସ୍ୱାଧୀନତାର ପ୍ରାୟ ଏକ ବର୍ଷ ପୂର୍ବେ ଏହି ଅମୂଲର ଏକ ବିଧିବଦ୍ଧ ରୂପ ପ୍ରସ୍ତୁତ ହୋଇଥିଲା, କିନ୍ତୁ ସମବାୟ ଆନ୍ଦୋଳନ ଏହା ପୂର୍ବରୁ ମଧ୍ୟ ଥିଲା । ବହୁତ କମ୍ ଲୋକଙ୍କୁ ଏହା ଜଣାଥିବ ଯେତେବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅହମ୍ମଦାବାଦ ନଗରପାଳିକାର, ସେ ସମୟରେ ନଗର ନିଗମ ନ ଥିଲା, ନଗରପାଳିକା ଥିଲା, ସେହି ନଗରପାଳିକାର ଚେୟାରମ୍ୟାନ ଭାବେ ନିର୍ବାଚିତ ହୋଇଥିଲେ, ସେ ନଗରପାଳିକାର ଅଧ୍ୟକ୍ଷ ହୋଇଥିଲେ । ଆଉ ଦରିୟାପୁରରୁ ନିର୍ବାଚନ ଜିତି କରି ଆସିଥିଲେ ଯେଉଁଠାରୁ କେବେ ଆମର କୌଶିକ ଭାଇ ଜିତୁଥିଲେ । ଆଉ ସର୍ଦ୍ଦାର ସାହେବ ନଗରପାଳିକାକୁ କେବଳ ଗୋଟିଏ ମାତ୍ର ଭୋଟ ଜିତି କରି ଆସିଥିଲେ, ଗୋଟିଏ ଭୋଟରେ । ଆଉ ପରେ ଚେୟାରମ୍ୟାନ ହେଲେ ।
ଗୁଜରାଟରେ ପ୍ରଥମ ଥର ନଗର ଉନ୍ନୟନ ଯୋଜନା ହେବା ଦରକାର, ନଗର ଉନ୍ନୟନ ଯୋଜନା ହେବା ଦରକାର, ଏହି ପରିକଳ୍ପନା ଯେତେବେଳେ ସର୍ଦ୍ଦାର ସାହେବ ଅହମ୍ମଦାବାଦ ନଗରପାଳିକାର ମୁଖ୍ୟ ଥିଲେ, ସେତେବେଳେ ପ୍ରଥମ ଥର ଗୁଜରାଟରେ ପ୍ରଚଳନ ହୋଇଥିଲା ଆଉ ସେହି ସମୟରେ ସେ ସବୁଠାରୁ ପ୍ରଥମେ ପ୍ରୟୋଗ କରିଥିଲେ ସମବାୟ ଗୃହ ସମିତି ମାଧ୍ୟମରେ । ସମବାୟ ଆଧାରରେ ଗୃହ ନିର୍ମାଣର କାର୍ଯ୍ୟ, ମଧ୍ୟମ ବର୍ଗର ପରିବାରଙ୍କୁ ଗୃହ ମିଳୁ । ଆଉ ସେହି ସମୟରେ ଜଣେ ପ୍ରୀତମ ରାୟ ଦେଶାଇ ଥିଲେ, ଯାହାଙ୍କୁ ସର୍ଦ୍ଦାର ସାହେବ କାର୍ଯ୍ୟ ଦେଇଥିଲେ ଆଉ ଗୁଜରାଟରେ ବରୋଦାରେ ପ୍ରଥମ ଗୃହ ଯୋଗାଣ ସମିତି ପ୍ରତିଷ୍ଠା ହୋଇଥିଲା, ଯାହାର ନେତୃତ୍ୱ, ମାର୍ଗଦର୍ଶନ, ସଂରଚନା, ସର୍ଦ୍ଦାର ସାହେବଙ୍କର ମାର୍ଗଦର୍ଶନରେ ପ୍ରୀତମ ଦେଶାଇ କରିଥିଲେ । ଆଉ 28 ଜାନୁୟାରୀ ଊଣେଇଶି ଶହ ସତେଇଶି, 28 ଜାନୁୟାରୀ 1927ରେ ସର୍ଦ୍ଦାର ସାହେବ ତାହାର ଉଦ୍ଘାଟନ କରିଥିଲେ । ଆଉ ଉଦ୍ଘାଟନ କରିବା ସହିତ ସେ ଆଉ ଏକ ନୂଆ ମୋଡେଲ ବିକଶିତ କଲେ । ଏହି କଥାକୁ ଲୋକ ମନେ ରଖିବେ, ଏଥିପାଇଁ ପ୍ରୀତମ ରାୟ ଦେଶାଇଙ୍କ ସମ୍ମାନରେ ସେ ସେହି ସମିତିର ନାମ ପ୍ରୀତମ ରାୟ ନଗର ରଖିଥିଲେ । ଆଜି ମଧ୍ୟ ଅହମ୍ମଦାବାଦରେ ପ୍ରୀତମ ନଗର ଏହି ସରକାରୀ ଆନ୍ଦୋଳନର ପ୍ରଥମ ସଫଳତା ଅର୍ଥାତ ଗୋଟିଏ ପ୍ରକାରରେ ସଫଳତାର ପ୍ରଥମ ସ୍ମୃତି ଭାବେ ଉପଲବ୍ଧ ଅଛି । ଆଉ ସେହିଠାରୁ ହିଁ ଆଗକୁ ଗତି କରି ପ୍ରତ୍ୟେକ କ୍ଷେତ୍ରରେ ସମବାୟର ପ୍ରବୃତ୍ତିକୁ ଆହୁରି ସ୍ୱତନ୍ତ୍ର କରି ଗୁଜରାଟ ଏବଂ ମହାରାଷ୍ଟ୍ର; କାରଣ ସେ ସମୟରେ ବୃହତ ମହାରାଷ୍ଟ୍ର ଥିଲା । ଏହି ସମଗ୍ର କ୍ଷେତ୍ର ସମବାୟର ଏହି ବ୍ୟବସ୍ଥା ନୁହେଁ, ସମବାୟର ଏହି ନିୟମର ବନ୍ଧନରେ ବାନ୍ଧି ହୋଇ କୌଣସି ସଂରଚନା କରାଯାଉ ନ ଥିଲା, ସମବାୟ ଏକ ସଂସ୍କାର ଭାବେ ଆମର ଏଠାରେ ଜନ ମାନସରେ ସ୍ଥିର ହେଲା ଆଉ ତାହାର ପରିଣାମ ହେଉଛି କି ଆଜି ଗୁଜରାଟରେ ସମବାୟ ଆନ୍ଦୋଳନ ସହିତ ଜଡ଼ିତ ସମସ୍ତ ଲୋକ ସମଗ୍ର ଦେଶ ପାଇଁ ଏକ ମୋଡେଲ ଭାବେ କାମ କରୁଛନ୍ତି ।
ଆଉ ଅମୂଲରୁ ଏଥିରୁ ଆଗକୁ ବାହାରି ଯାଇ ଉତ୍ତର ଗୁଜରାଟରେ ନିଜର ପାଦ ରଖିଲା । ଦୁଗ୍ଧ ସାଗର, ଡାଏରୀ ପ୍ରତିଷ୍ଠା ହେଲା, ବନାସ ଡାଏରୀ ପ୍ରତିଷ୍ଠା ହେଲା । କେବେ କେବେ ମୁଁ ଭାବୁଛି କି ଏହି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଯଦି ଆମର ଏଠାରେ ସମବାୟ ଆନ୍ଦୋଳନର ନେତୃତ୍ୱ ନେଲାବାଲା ଲୋକ ନ ଥାଆନ୍ତେ ତ ଗୁଜରାଟ ଯାହା 10 ବର୍ଷ ମଧ୍ୟରେ 7 ବର୍ଷ ମରୁଡ଼ି ପରିସ୍ଥିତିରେ ଜୀଇଁବାକୁ ବାଧ୍ୟ ହୋଇଥିଲା, ସେ ସମୟରେ ତାହା କଷ୍ଟକର ଥିଲା, ଆଜି ତାହା କମ୍ ହୋଇଛି । ସେହି କୃଷକ, ସେହି ପଶୁପାଳକ, ଏହି ଅସୁବିଧା ସମୟରେ କିପରି ଗୁଜରାଣ ମେଂଟାଇ ଥାଆନ୍ତା । ଏହି ଦୁଗ୍ଧ ଉତ୍ପାଦକ ମଣ୍ଡଳୀ କୃଷକମାନଙ୍କର ସେହି ସମସ୍ୟାର ସମାଧାନ ଖୋଜିଲା ଆଉ ମରୁଡ଼ି ହେଉ, ତେବେ ମଧ୍ୟ ପଶୁପାଳନ ଆଉ କ୍ଷୀର ବିକ୍ରି କରି କୃଷକ ନିଜର ଗୁଜରାଣ ମେଂଟାଇ ନେଉଥିଲା, ପଶୁପାଳକ ଗୁଜରାଣ ମେଂଟାଇ ନେଉଥିଲା, ଆଉ ଜୀବନ ଆଗକୁ ଗତିଶୀଳ ହେଉଥିଲା ।
କିନ୍ତୁ ପରେ ତାହା ମଧ୍ୟ ଏକ ସମୟ ଆସିଲା କୌଣସି ନା କୌଣସି କାରଣବଶତଃ ଗାନ୍ଧିନଗରରେ ଏପରି ଲୋକ ବସିଲେ କି ଯେଉଁମାନେ ଏହି ସମବାୟ ଆନ୍ଦୋଳନରେ ଡାଏରି ଉଦ୍ୟୋଗ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବା ଭଳି ନିୟମ ପ୍ରସ୍ତୁତ କଲେ । କଚ୍ଛ – ସୌରାଷ୍ଟ୍ରରେ ଏକ ପ୍ରକାରରେ ଡାଏରି ପ୍ରତିଷ୍ଠା କରିବା ଚଳାଇବା ଏକ ବୋଝ ପାଲଟି ଗଲା, ଯେତେବେଳେ ବି ପଶୁପାଳନ କ୍ଷେତ୍ରରେ କଚ୍ଛ ସୌରାଷ୍ଟ୍ର ଠାରୁ ଆଗରେ ଥିଲା ।
ଯେତେବେଳେ ଆମକୁ ସେବା କରିବାର ସୁଯୋଗ ମିଳିଲା, ଆମେ ରୂପ ବଦଳାଇ ଦେଲୁ । ଆମେ କହିଲୁ କି ପ୍ରତ୍ୟେକ କ୍ଷେତ୍ରରେ ଉତ୍ସାହିତ କରାଯାଉ । ଆଉ ମୁଁ ଅନୁଭବ କରୁଛି କି ଆଜି ପ୍ରାୟ ଗୁଜରାଟର ସମସ୍ତ ଜିଲ୍ଲାରେ ପଶୁପାଳନ କୃଷକଙ୍କ ପାଖରେ ଦୁଗ୍ଧ ଉତ୍ପାଦନ ପାଇଁ ଏକ ବହୁତ ବଡ଼ ସୁଯୋଗ ପାଲଟି ଯାଇଛି ।
କିଛି ଲୋକ ଥାଆନ୍ତି ଯେଉଁମାନେ ନିଜକୁ ନିଜେ ବଡ଼ ଜ୍ଞାନୀ ଭାବିଥାଆନ୍ତି, ବହୁତ ବିଦ୍ୱାନ ଭାବି ଥାଆନ୍ତି ଆଉ ଯେତେବେଳେ ତାଙ୍କ ପରିସର ବାହାରର ଜିନିଷ ଆସିଥାଏ, ତ ତାଙ୍କ ମନ, ତାଙ୍କ ଅହଂକାର ତାହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ହୋଇ ନ ଥାଏ । ବିରୋଧ କରିବାର ସାହସ ନ ଥାଏ । ଆଉ ଏଥିପାଇଁ ତାହାର ଅନୁକରଣ କରିବା, ଥଟ୍ଟା ପରିହାସ କରିବା ଏଭଳି ହାଲ୍କା ଫୁଲ୍କା କଥା କହିବା, ଯାହା ଆପଣ କଳ୍ପନା କରି ପାରିବେ ନାହିଁ ।
ଏଭଳି ଲୋକ ଥାଆନ୍ତି, ଆଉ ମୋର ସଠିକ ଭାବେ ମନେ ଅଛି କି ଯେତେବେଳେ କଚ୍ଛରେ ‘ହ୍ୱାଇଟ୍ ଡେଜେର୍ଟ’ ରନୋତ୍ସବ ଆରମ୍ଭ କରୁଥିଲେ, ରନୋତ୍ସବକୁ ପ୍ରୋତ୍ସାହନ ଦେଇଥିଲେ, ଭୂକମ୍ପ ପରେ କଚ୍ଛର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଅନେକ ଯୋଜନା କରୁଥିଲେ ତ ଥରେ ସେଠାରେ ମୁଁ ମୋ ଭାଷଣରେ କହିଥିଲି । ମୁଁ କହିଥିଲି ଯେ ମୋତେ ଯାହା ଜଣାଅଛି କି, ଯେଉଁ ଓଟ କ୍ଷୀର ଅଛି ତାହା ଅଧିକ ପୁଷ୍ଟିସାର ଯୁକ୍ତ । ଆମ ପିଲାମାନଙ୍କ ବିକାଶ ପାଇଁ ବହୁତ କାମରେ ଆସିବ । ମୋତେ ଜଣା ନାହିଁ ସେହି ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ କି ପାପ କରିଦେଲେ କି ଓଟ କ୍ଷୀରକୁ ନେଇ ମୁଁ ଯେଉଁଠାକୁ ଯାଉଥିଲି, ମୋତେ ଥଟ୍ଟା ପରିହାସ କରାଯାଉଥିଲା, କାର୍ଟୁନ ତିଆରି ହେଉଥିଲା, ହାଲ୍କା ଫୁଲ୍କା କଥା ଓ ପରିହାସ କରାଯାଉଥିଲା, ଜଣା ନାହିଁ ଏଭଳି ଅଭଦ୍ର ପ୍ରତିକ୍ରିୟା ଦିଆଯାଉଥିଲା । ଆଜି ମୁଁ ଖୁସି ହେଲି କି ଓଟ କ୍ଷୀରରୁ ପ୍ରସ୍ତୁତ ଅମୂଲର ଚକୋଲେଟ, ତାହାର ବହୁତ ଅଧିକ ଚାହିଦା ଅଛି । ଆଉ ମୋତେ ଏବେ ରାମ ସିଂହ ଭାଇ କହୁଥିଲେ କି ଆଜି ଓଟ କ୍ଷୀରର ମୂଲ୍ୟ ଗାଈ କ୍ଷୀରଠାରୁ ଦୁଇଗୁଣ ହୋଇଯାଇଛି ।
କେବେ କେବେ ଅଜ୍ଞାନତା ବଶତଃ ଲୋକେ ଅବସ୍ଥା କ’ଣ କରି ଦେଇଥାନ୍ତି, ଏହା ହେଉଛି ତାହାର ଉଦାହରଣ । ଏବେ ମରୁଭୂମୀ ଭିତରେ ଓଟ ପାଳନ କରୁଥିବା ବ୍ୟକ୍ତିଙ୍କୁ ଯେବେ ଏତେ ବଡ଼ ବଜାର ମିଳିବ ତ ସେମାନଙ୍କର ନିତିଦିନିଆ ଗୁଜରାଣ ପାଇଁ ଏକ ନୂତନ ସମ୍ବଳ ପ୍ରସ୍ତୁତ ହୋଇଯିବ, ଆଉ ମୁଁ ଖୁସି ଯେ ଆଜି ଏତେ ବର୍ଷ ପରେ ଅମୂଲ ମୋର ଏହି ସ୍ୱପ୍ନକୁ ସାକାର କରି ଦେଇଛି । ପୋଷଣ ପାଇଁ, ପୁଷ୍ଟି ସାଧନ ପାଇଁ ଆମ ଦେଶରେ ବହୁତ କିଛି କରିବାର ଆବଶ୍ୟକତା ଆମେ ଅନୁଭବ କରି ଆସୁଛୁ ।
ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୁଁ ପୋଷଣ ମିଶନକୁ ନେଇ କରି ବହୁତ କିଛି ପଦକ୍ଷେପ ନେଇଥିଲି । କାରଣ ମୋର ଏହା ଉଦ୍ଦେଶ୍ୟ ରହିଥିଲା କି ଆମର ଏଠାରେ ମାଆ ଆଉ ପିଲା, ଯଦି ସେମାନେ ସୁସ୍ଥ ରହିବେ ତ ହିନ୍ଦୁସ୍ଥାନ କେବେ ରୋଗଗ୍ରସ୍ତ ହୋଇପାରିବ ନାହିଁ, ଆମ ଦେଶ ସୁସ୍ଥ ରହିବ ।
ଆଜି ମତେ ଆହୁରି ଖୁସି ଲାଗିଲା କି ଏଠାରେ ସୌର ଶକ୍ତି ଏବଂ ସମବାୟ ଆନ୍ଦୋଳନ, ଏହି ଦୁଇଟିର ମିଳନ ହୋଇଛି । ଯଦି କ୍ଷେତରେ ଫସଲ ଉତ୍ପାଦନ ହେଉଛି ତେବେ କ୍ଷେତରେ ବଜୁଳି ମଧ୍ୟ ଉତ୍ପାଦନ ହେବ । ଆଉ ମୁଁ ସେହି କୃଷକମାନଙ୍କୁ ଅଭିନନ୍ଦନ ଜଣାଉଛି, ସେହି 11 ଜଣ କୃଷକ ମିଳିମିଶି ସମବାୟ ସମିତି ମାଧ୍ୟମରେ ବିଜୁଳି ଉତ୍ପାଦନ କଲେ, କ୍ଷେତରେ ଉପଯୋଗ କଲେ, ଯାହା ଅଧିକ ହେଲା ତାହା ରାଜ୍ୟ ସରକାରଙ୍କ ନୀତି ଯୋଗୁ ଆଜି କିଣାଯାଉଛି । ଆଉ ମେତେ ଅବଗତ କରାଯାଇଛି କି ଏହି ସମବାୟ ସମିତିକୁ ବର୍ଷରେ 50 ହଜାର ଟଙ୍କାର ଅତିରିକ୍ତ ଆୟ ହେବ । ସମବାୟ କ୍ଷେତ୍ରରେ ଏହି ଧରଣୀ ପ୍ରତ୍ୟେକ ସମୟରେ, ସର୍ବଦା ନୂତନ ପ୍ରୟୋଗ କରିବାର ସାହସ ରଖିଥାଏ ।
ଭାରତ ସରକାର ତିନୋଟି ମହତ୍ୱପୂର୍ଣ୍ଣ ପ୍ରକଳ୍ପକୁ ଆଗକୁ ବଢ଼ାଉଛନ୍ତି – ଗୋଟିଏ ଜନଧନ, ଦ୍ୱିତୀୟରେ ବନଧନ, ଏବଂ ତୃତୀୟରେ ଗୋବରଧନ । ଜନଧନ, ବନଧନ, ଗୋବରଧନ । ଆବର୍ଜନାରୁ ସଂପଦ, ପଶୁ ମାନଙ୍କର ଯେଉଁ ଆବର୍ଜନା ସେଥିରୁ ମଧ୍ୟ ସଂପଦ ଆଉ ଗୋବରରୁ ଗ୍ୟାସ ଉତ୍ପାଦନ, ବିଜୁଳି ଉତ୍ପାଦନ, ସାର ଉତ୍ପାଦନ, ଆଉ ମୋର ସଠିକ ମନେ ଅଛି ଯେ, ଡାକୋର ଉମରେଥଙ୍କ ପାଖରେ ଆମର ଜଣେ ଉତ୍ସାହୀ କାର୍ଯ୍ୟକର୍ତ୍ତା ସାଥୀ ଥିଲେ, ସେ 10 -12ଟି ଗାଁର ସମସ୍ତ ଗୋବର ଏକାଠି କରିବାର ପ୍ରକଳ୍ପ ଆରମ୍ଭ କଲେ । ଆଉ ଏକ ବଡ଼ ଗୋବର ଗ୍ୟାସ ପ୍ଲାଂଟ ତିଆରି କରି ଭିନ୍ନ ଭିନ୍ନ ଗାଁ କୁ ସେହି ଗ୍ୟାସ ପହଂଚାଇବାର ଯୋଜନା ସେହି ସମୟରେ କରିଥିଲେ । ଆଜି ମଧ୍ୟ ଯେଭଳି 11ଜଣ କୃଷକ ଏକାଠି ହୋଇ ଏକ ସୌର ପମ୍ପ ପାଇଁ ବିଜୁଳି ଉତ୍ପାଦନ କରିବାର କାର୍ଯ୍ୟ ଆଉ ପରେ ବିଜୁଳି ବିକ୍ରି କରିବାର କାର୍ଯ୍ୟ, କ୍ଷେତ କାର୍ଯ୍ୟ ମଧ୍ୟ ଚାଲିଲା ଆଉ ସୌର ଶକ୍ତିର ମଧ୍ୟ(ଅମଳ) ଉତ୍ପାଦନ ହେଲା; ସେହିପରି 11-11 ଗାଁ ଏକାଠି ହୋଇ କରି ବହୁତ ବଡ଼ ଉତ୍ତମ ଗୋବର ଧନ ପାଇଁ ମିଶନ ମୋଡରେ କାର୍ଯ୍ୟ, କାର୍ଯ୍ୟ କରିପାରିବେ ।
ମୁଁ ଆଜି ଚରୋତରର ମାଟିକୁ ଆସିଛି, ସର୍ଦ୍ଦାର ସାହେବଙ୍କ ତପସ୍ୟାରୁ, ତାଙ୍କ ସମବାୟ କ୍ଷେତ୍ରର ମହାପୁରୁଷମାନଙ୍କର ତପସ୍ୟାରୁ ଏଠାରେ ଯେଉଁ କାର୍ଯ୍ୟ, ଏଠାକାର ଯେଉଁ ସଂସ୍କାର ଅଛି, ମୁଁ ଆଶା କରୁଛି କି ଆଗାମୀ ଦିନରେ ଅମୂଲ ମାର୍ଗ ଦର୍ଶନ କରିବ, ଆଉ ଲୋକ ମାର୍ଗ ଦର୍ଶନ କରିବେ ଏବଂ ଆମର ଏହି ଗୋବରଧନ ଯୋଜନା ବାସ୍ତବ ଅର୍ଥରେ ସ୍ୱଚ୍ଛ ଭାରତ ଅଭିଯାନ ମଧ୍ୟ ହେବ, ଆବର୍ଜନାରୁ ମଧ୍ୟ ସଂପଦ ହେବ, ସ୍ୱଚ୍ଛ ଶକ୍ତି ମିଳିବ ଏବଂ ଦେଶକୁ ବିଦେଶରୁ ଯେଉଁ ଜିନିଷ ଆଣିବାକୁ ପଡୁଛି ତାହା ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଆମ ପାଇଁ ସେଥିରୁ ଦେଶ ସେବାର ଏକ ଭଲ ରାସ୍ତା ଖୋଲିବ । ଆଗାମୀ ଦିନରେ ସେହି କାର୍ଯ୍ୟକୁ ମଧ୍ୟ ଏଠାକାର ଲୋକ ଯଦି କରିବେ ତ ଦେଶ ପାଇଁ ଏକ ବହୁତ ବଡ଼ ମୋଡେଲ ଭାବେ, କାର୍ଯ୍ୟ ହୋଇ ପାରିବ, ଏହା ହେଉଛି ମୋର ବିଶ୍ୱାସ ।
ଏବେ ଦୁଇ ବର୍ଷ ପରେ ଅମୂଲକୁ 75 ବର୍ଷ ହୋଇଯିବ । ଆଉ 2022ରେ ଭାରତକୁ ସ୍ୱାଧୀନତାର 75 ବର୍ଷ ହୋଇଯିବ । ମୁଁ ଦେଖିଛି କି ଅମୂଲ, କେବେ ଅଟକି ଯିବାର ନାମ ନେବ, ଏହା ଅମୂଲ ନୁହେଁ । ସେ ନୂଆ କିଛି ଚିନ୍ତା କରିବା, ନୂଆ କିଛି କରିବା, ଏହା ହେଉଛି ଅମୂଲର ପ୍ରକୃତି । ଏଠାରେ ଯେଉଁ ସମସ୍ତ ଲୋକ ଏକାଠି ହୋଇଛନ୍ତି, ଏଠାକାର ଯେଉଁ କାର୍ଯ୍ୟ ସଂସ୍କୃତି ଅଛି, ଏହାକୁ ପରିଚାଳନା କରିବା ପାଇଁ ଯେଉଁ ବୃତ୍ତିଗତ ଲୋକ ଅଛନ୍ତି, ଏଠାକାର ସମବାୟ ଆନ୍ଦୋଳର ଯେଉଁ ନେତା ଅଛନ୍ତି, ସମସ୍ତଙ୍କୁ ମୁଁ କାରଣ, ମୁଁ ଏହା ସହିତ ବର୍ଷ ବର୍ଷ ଧରି ଜଡିତ ଅଛି, ଏହାକୁ ବୁଝିବା ପାଇଁ ସବୁବେଳେ ପ୍ରୟାସ କରିଛି । ସେମାନେ ହେଉଛନ୍ତି ସାହସୀ, ନୂଆ କିଛି ଜିନିଷ କରିବା ସ୍ଵଭାବର ଅଟନ୍ତି ।
ମୁଁ ଅମୂଲରେ ବସିଥିବା ସମସ୍ତ ବୃତ୍ତିଧାରୀଙ୍କୁ, ଅମୂଲର ନେତୃତ୍ୱ ନେଉଥିବା ସମବାୟ ଆନ୍ଦୋଳନର ସମସ୍ତ ନେତାମାନଙ୍କୁ ଆଜି ଏକ ଅନୁରୋଧ କରିବାକୁ ଆସିଛି । ଯେତେବେଳେ ଅମୂଲର 75 ବର୍ଷ ହେବ ଆଉ ଯେତେବେଳେ ସ୍ୱାଧୀନତାର 75 ବର୍ଷ ହେବ; ଦୁଇ ବର୍ଷକୁ ଧ୍ୟାନରେ ରଖି କ’ଣ ଅମୂଲ କୌଣସି ନୂତନ ଲକ୍ଷ୍ୟ ସ୍ଥିର କରିପାରିବ? ନୂତନ ଲକ୍ଷ୍ୟ ନିର୍ଦ୍ଧାରିତ କରି ପାରିବ କି? ଆଉ ଏହି 75 ବର୍ଷ ଉଦ୍ଦେଶ୍ୟରେ ଆମେ ଏଭଳି 75 ବର୍ଷ ପାଳନ କରିବା କି ଆମେ ଏବେଠାରୁ, ଆମ ପାଖରେ ଦୁଇ-ତିନି ବର୍ଷର ସମୟ ଅଛି । ଦେଶ ସ୍ୱାଧୀନତା ହାସଲ କରିବା ପରେ ଆମ ପାଖରେ ସମୟ ଅଛି 75 ବର୍ଷର । ତ ଆମେ କିଛି ଏଭଳି ଲକ୍ଷ୍ୟ ସ୍ଥିର କରି ଆମ ସହିତ ଯେତେ ସବୁ ଲୋକ ଜଡିତ ଅଛନ୍ତି, ସେମାନଙ୍କୁ ନେଇ ଦେଶ ଆଉ ଦୁନିଆକୁ ନୂଆ ଜିନିଷ ଦେଇ ପାରିବା କି?
ଆଜି ସମଗ୍ର ଦୁନିଆରେ ଦୁଗ୍ଧ ପ୍ରକ୍ରିୟାକରଣ କ୍ଷେତ୍ରରେ ଆମେ ଦଶ ନମ୍ବରରେ ଅଛୁ । ଯଦି ଅମୂଲ ଚାହିଁବ, ସଂକଳ୍ପ କରିବ କି ସ୍ୱାଧୀନତାର 75 ବର୍ଷ ହେଉ ହେଉ ଆମେ ଦଶ ନମ୍ବରରୁ ବଢ଼ି ତିନି ନମ୍ବରରେ ପହଂଚିବାର ଲକ୍ଷ୍ୟ ନିର୍ଦ୍ଧାରଣ କରି ଚାଲି ପାରିବା କି? ମୋତେ ଏହା କଷ୍ଟକର ଲାଗୁ ନାହିଁ ।
ଆମ ଦେଶରେ ଗୋଟିଏ ସମୟ ଥିଲା ଯେତେବେଳେ ଅଭାବର ପ୍ରଭାବରେ ବଂଚୁଥିଲେ । ଅଭାବର ସମସ୍ୟା ସହିତ ଲଢ଼େଇ କରୁଥିଲେ । ଆଉ ସେତେବେଳେ ଶାସନର ନିର୍ଣ୍ଣୟ ପ୍ରକ୍ରିୟା, ଚିନ୍ତା କରିବାର ପ୍ରକ୍ରିୟା, କାର୍ଯ୍ୟ କରିବାର କୌଶଳ ଭିନ୍ନ ପ୍ରକାରର ଥିଲା । ଆମେ ବହୁତ ଦ୍ରୁତ ଗତିରେ ସେଥିରୁ ବାହାରି ଆସିବା ଦେଶ ପାଇଁ ଅନିବାର୍ଯ୍ୟ ହୋଇ ପଡ଼ିଥିଲା । ଆଜି ଆମ ସାମ୍ନାରେ ଅଭାବର ସଂକଟ ନାହିଁ । ଆଜି ଦେଶ ଆଗରେ ଅନେକ ବିଶାଳ ଆହ୍ୱାନ ଅଛି । ଏତେ ଅଧିକ ମାତ୍ରାରେ କୃଷକ ଉତ୍ପାଦନ କରୁଛି କି ବେଳେ ବେଳେ ବଜାର ଦର ହ୍ରାସ ପାଇ ଥାଏ, କୃଷକର ମଧ୍ୟ କ୍ଷତି ହୋଇଥାଏ, କାରଣ ବିପୁଳ ପରିମାଣର ଉତ୍ପାଦନ ହୋଇଥାଏ ।
ପୂର୍ବରୁ ସମୟ ଥିଲା କି ବହୁତ କମ୍ ଉତ୍ପାଦନ ହେଉଥିଲା, ବାହାରୁ ଆମେ – ଗହମ ପର୍ଯ୍ୟନ୍ତ ଆଣି ପେଟ ପୁରାଉଥିଲୁ । ଯେଭଳି ଶ୍ୱେତ ବିପ୍ଳବ ହେଲା, ସେହିଭଳି କୃଷି ବିପ୍ଳବ ହେଲା, ଦେଶର ଅନ୍ନ ଭଣ୍ଡାର ପୂରଣ ହେଲା । କିନ୍ତୁ ଏବେ ଆମର ଆବଶ୍ୟକତା ଠାରୁ ମଧ୍ୟ ଅଧିକ କିଛି ଜିନିଷ ଆମେ ଅଧିକ ଉତ୍ପାଦନ କରୁଛେ । ଏହି ସ୍ଥିତିର ଉପାୟ, ତାହାର ପ୍ରକ୍ରିୟା କରଣ ହୋଇଥାଏ, ମୂଲ୍ୟ ସମ୍ବର୍ଦ୍ଧନ ହୋଇଥାଏ । ଯଦି ଆମେ ଏହି ଡାଏରୀ ଉଦ୍ୟୋଗକୁ ବଢ଼ାଇ ନ ଥାନ୍ତେ, ଦୁଗ୍ଧର ନୂଆ ନୂଆ ପ୍ରକ୍ରିୟା କରଣ, ନୂଆ ନୂଆ ଉତ୍ପାଦ ତିଆରି କରି ନଥାନ୍ତେ ତ ବୋଧହୁଏ ଏହି ଦୁଗ୍ଦ ଉତ୍ପାଦନ ମଧ୍ୟ କୃଷକ ଛାଡି ଦେଇ ଥାଆନ୍ତା, ପଶୁପାଳନ ଛାଡିଦେଇଥାନ୍ତା କାରଣ ତାକୁ ତିଷ୍ଠିବାର ସମ୍ଭାବନା ମଧ୍ୟ ନ ଥିଲା । କିନ୍ତୁ ଏହି ବ୍ୟବସ୍ଥା ହେବା ଯୋଗୁ କୃଷକ ଦୁଗ୍ଧ ଉତ୍ପାଦନରେ ଆଜି ମଧ୍ୟ ଉତ୍ସାହର ସହିତ ଯୋଡି ହୋଇ ରହିଛି ।
ସେହିପରି ଆମ ପାଇଁ କୃଷି ଉତ୍ପାଦ, ସେଥିରେ ମଧ୍ୟ ମୂଲ୍ୟ ସମ୍ବର୍ଦ୍ଧନ, ଆମ ପାଇଁ ବହୁତ ବଡ଼ ଆବଶ୍ୟକତା ରହିଛି । ଯେତେବେଳେ ମୁଁ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲି, ତ ଏହି ଆନନ୍ଦରେ ଦିନେ କୃଷି ମହୋତ୍ସବ ହୋଇଥିଲା, ତ ମୁଁ ସେଠାକୁ ଆସିଥିଲି । ତ ମୋର ଜଣେ ପୁରୁଣା ସାଥୀ ମୋତେ ସେଠାରେ ମିଳିଗଲେ । ଏବେ ମୁଁ ମଧ୍ୟ ବଡ଼ ଆଶ୍ଚର୍ଯ୍ୟ ହୋଇଯାଇଥିଲି, କୋର୍ଟ, ପ୍ୟାଂଟ, ଟାଇ ପିନ୍ଧି ଠିଆ ହୋଇଥିଲେ, ମୁଁ କହିଲି କଥା କ’ଣ ଭାଇ, ତୁମେ ତ ବହୁତ ବଦଳି ଯାଇଛ, ଆଜିକାଲି କ’ଣ କରୁଛ? ତ ସେ ମୋତେ କ’ଣ କହିଲେ ମୁଁ ଏଠାରେ ସେଟ୍ ହୋଇ ଯାଇଛି ଅର୍ଥାତ ଏଠାରେ ନୂଆ ଜନ୍ମ ପାଇଛି, ମାନେ ପାଉଡର ତିଆରି କରି ବିକ୍ରି କରୁଛି, ବହୁତ ଭଲ ମୋଟା ଅଙ୍କର ଆୟ କରୁଛି । ଏହାକୁ କହନ୍ତି ମୂଲ୍ୟ ସମ୍ବର୍ଦ୍ଧନ, ଅର୍ଥାତ ପ୍ରଥମରୁ ମୁଁ ତଳେ ପଡି ରହିଥିଲି, ପୋଷଣର ମୂଲ୍ୟ ବିଷୟରେ ଖବର ନ ଥିଲା । କିଏ ଜଣେ ମୋତେ ଆଣି ଏହି କାର୍ଯ୍ୟରେ ଲଗାଇଦେଲେ । ଆମର ପ୍ରତ୍ୟେକ କୃଷିଜାତ ଦ୍ରବ୍ୟରେ ସେହି ଶକ୍ତି ଅଛି । ଅଧିକ ଟମାଟ ଉତ୍ପାଦନ ହୋଇଥାଏ, ଟମାଟର ବଜାର ଦର କମି ଯାଇଛି, ତିନି ଦିନରେ ଖରାପ ହୋଇଯାଇଥାଏ, କିନ୍ତୁ ଯଦି ଆମେ ଟମାଟର ମୂଲ୍ୟ ସମ୍ବର୍ଦ୍ଧନ କରିବା, ପ୍ରକ୍ରିୟାକରଣ କରିବା, କେଚପ୍ ପ୍ରସ୍ତୁତ ହୋଇଥାଏ, ବଢ଼ିଆ ବୋତଲରେ ପ୍ୟାକ ହୋଇଥାଏ, ମାସ ମାସ ଧରି ଖରାପ ହୋଇ ନ ଥାଏ ଆଉ ଦୁନିଆର ବଜାରରେ ବିକ୍ରି ହୋଇ ଯାଇଥାଏ । ଆମ କୃଷକମାନଙ୍କର ମଧ୍ୟ କ୍ଷତି ହୋଇ ନ ଥାଏ । ଆଉ ଏଥିପାଇଁ ଯେଭଳି ଭାବେ ଦୁଧର ପ୍ରକ୍ରିୟାକରଣ, ତାହା ଆମ କୃଷକମାନଙ୍କୁ ଏକ ବଡ଼ ଶକ୍ତି ଦେଇଛି । ଆଗାମୀ ଦିନରେ ଆମେ କୃଷି ଉତ୍ପାଦର ମଧ୍ୟ ପ୍ରକ୍ରିୟା କରଣ, ମୂଲ୍ୟ ସମ୍ବର୍ଦ୍ଧନ, ମୂଲ୍ୟମିଶ୍ରଣ ଏହା ଉପରେ ଆମକୁ ଗୁରୁତ୍ୱ ଦେବାର ଅଛି । ଆଉ ଏଥିପାଇଁ ଭାରତ ସରକାର ପ୍ରଧାନମନ୍ତ୍ରୀ କୃଷି ସଂପଦା ଯୋଜନା ଅଧିନରେ ହିନ୍ଦୁସ୍ଥାନରେ ଆମର କୃଷି ଉତ୍ପାଦନକୁ ଆହୁରି ଅଧିକ ଶକ୍ତି ମିଳୁ, ସେହି ଦିଗରେ ଆମେ କାର୍ଯ୍ୟ କରୁଛୁ ।
ମୁଁ କେବେ ଆମର ଏହି ଡାଏରୀ ବାଲାଙ୍କୁ କହିଥିଲି, ଅମରେଲି ଏବଂ ବନାସ ଡାଏରୀ ସେହି କାର୍ଯ୍ୟକୁ ଆଗକୁ ବଢ଼ାଇଛନ୍ତି । ବୋଧହୁଏ ଆଉ କେତେକ ମଧ୍ୟ କରିଥିବେ କିନ୍ତୁ ମୋତେ ବୋଧେ ଜଣା ନାହିଁ । ସେମାନଙ୍କୁ ମୁଁ କହିଥିଲି ଯେପରି ଆମେ ଶ୍ୱେତ ବିପ୍ଳବ କରିଛେ, ସେହିପରି ଆମେ ମଧୁ ବିପ୍ଳବ ମଧ୍ୟ କରିବା ଆବଶ୍ୟକ । ଆଉ ଆମର ଯେଉଁ କୃଷକ ଭାଇ ଏହି ଦୁଗ୍ଧ ମଣ୍ଡଳୀ ସହିତ ଜଡିତ ଅଛନ୍ତି, ସେମାନଙ୍କୁ ମହୁମାଛି ପାଳନର ମଧ୍ୟ ତାଲିମ ଦେବା ଦରକାର । ଆଉ ସେମାନେ ଯେଉଁ ମହୁ ଉତ୍ପାଦନ କରିବେ, ଯେତେବେଳେ ଆମେ କ୍ଷୀର ଆଣିବାକୁ ଯିବା, ତା ସହିତ ମହୁ ମଧ୍ୟ ନେଇକରି ଆସିବା । ଆଉ ଯେପରି ଏହି ପ୍ଲାଂଟରେ ତାର ପ୍ୟାକେଜିଂ କରୁଛେ, ସେହିପରି ଆଉ ଏକ ପ୍ୟାକେଜିଂ କରିବା । ଅମରେଲି ଜିଲ୍ଳା ଏବଂ ବନାସ, ଉଭୟେ ଡାଏରୀ ଆଜି ମହୁ ଉତ୍ପାଦନ ଦିଗରେ ବହୁତ ବଡ଼ ଯୋଗଦାନ କରିଛନ୍ତି । ହିନ୍ଦୁସ୍ଥାନରେ ପୂର୍ବରୁ ଯେତେ ମହୁ ଉତ୍ପାଦନ ହେଉଥିଲା, ସେଥିରେ ଆଜି ଅନେକ ଗୁଣା ମହୁ ଉତ୍ପାଦନ ଆରମ୍ଭ ହୋଇଛି ଆଉ ତାହା ବିଦେଶକୁ ଯିବା ଆରମ୍ଭ ହୋଇଯାଇଛି । ଯଦି ତାହା ବିକ୍ରି ହେବ ନାହିଁ, ଘରେ ଖିଆ ଯାଇ ପାରିବ, ତାହା ମଧ୍ୟ ପିଲାମାନଙ୍କର ପୋଷଣ କାର୍ଯ୍ୟରେ ଆସିବ । ଏ ଦିଗରେ କୌଣସି ଅତିରିକ୍ତ ପରିଶ୍ରମ ନୁହେଁ । ଯେପରି ସେହି ଛୋଟ ଜମିରେ କୋଣରେ, ଆମେ ଯଦି ସୌର ପ୍ୟାନେଲ ଲଗାଇବା, ଅଧିକ ମୂଲ୍ୟ ମିଳିଯିବ । ତା ମଧ୍ୟରେ ମହୁମାଛି ପାଳନର କିଛି ଜିନିଷ ଲଗାଇ ଦେବା, ଆହୁରି ଅଧିକ ଆୟ ହୋଇଯିବ । ସେଥିପାଇଁ ଆମେ 2022, ସ୍ୱାଧୀନତାର 75 ବର୍ଷରେ ହିନ୍ଦୁସ୍ଥାନର କୃଷକଙ୍କ ଆୟ ଦୁଇଗୁଣା କରିବାକୁ ଏପରି ଅନେକ ନୂଆ ପ୍ରକଳ୍ପକୁ ଯୋଡୁଛୁ ।
ମୁଁ ଆଶା କରୁଛି କି ଆମେ ଏହା ସହିତ ଯୋଡି ହେବା । ଆଉ ଏକ ବିଚାର ମୁଁ ପ୍ରଥମରୁ ରଖିଥିଲି, ମୁଁ ଏହାକୁ କରି ପାରି ନ ଥିଲି ଯେତେବେଳେ ଏଠି ଥିଲି, କିନ୍ତୁ ଆମେ କରି ପାରିବା । ଯେପରି ‘ଟେକ୍ ହୋମ୍ ରାସନ’ ଏ ବିଷୟରେ ଭଲ କାର୍ଯ୍ୟ ହୋଇଛି । ଏଠାରେ ପିଲାମାନଙ୍କର ପୋଷଣ ପାଇଁ ପିଲାଙ୍କ ପାଇଁ ଅମୂଲ ତାହା ପ୍ରତିଷ୍ଠା ଦିଗରେ ଭଲ କାର୍ଯ୍ୟ ହୋଇଛି । ଆମେ ମଧ୍ୟାହ୍ନ ଭୋଜନ ଦିଗରେ ମଧ୍ୟ ବହୁତ ବଡ଼ କାମ କରି ପାରିବା । ଯେଉଁ ଗାଁରୁ ଆମେ କ୍ଷୀର ଆଣିବାକୁ ଯାଉଛୁ, ମଧ୍ୟସ୍ଥଳରେ ଯଦି ଆମେ ବଡ଼ ରୋଷେଇ ପ୍ଲାଂଟ ଲଗାଇବା, ଆଉ ଯେତେବେଳେ ଆମ ଗାଡି କ୍ଷୀର ଆଣିବାକୁ ଯାଇଥାଏ, ସକାଳେ ସେଠାରେ ତ ସ୍କୁଲ ଥିବ, ସେହି ପିଲାମାନଙ୍କ ପାଇଁ ବହୁତ ବଢ଼ିଆ ଟିଫିନ ଭିତରେ ମଧ୍ୟାହ୍ନ ଭୋଜନ ନେଇକରି ଯିବ, ସ୍କୁଲ ପିଲାମାନଙ୍କ ପାଇଁ ସେଠାରେ ଟିଫିନ ଦେଇ ଆସିବ । ଟିଫିନ ମଧ୍ୟ ଏପରି ବଢ଼ିଆ ହୋଇଥିବ କି ଗରମ ଗରମ ଖାଦ୍ୟ ମିଳିବ ଆଉ ଦ୍ୱିତୀୟ ଦିନ ଯେତେବେଳେ କ୍ଷୀର ଆଣିବ ଖାଲି ଟିଫିନ୍ ମଧ୍ୟ ଚାଲି ଆସିବ । କୌଣସି ଅତିରିକ୍ତ ପରିବହନ ଖର୍ଚ୍ଚ ବିନା ଆମେ ଆରାମରେ ଆମର ଯେଉଁଠି ଯେଉଁଠି ଦୁଗ୍ଧ ମଣ୍ଡଳୀ ଅଛି ସେଠାକାର ସ୍କୁଲରେ ସରକାର ଟଙ୍କା ଦେଉଛନ୍ତି, ଆମେ କେବଳ ପରିଚାଳନା କରିବା ।
ମୁଁ ବିଶ୍ୱାସ ଦେଉଛି ଯେଭଳି ଇସ୍କନ ଦ୍ୱାରା ମଧ୍ୟାହ୍ନ ଭୋଜନ ଯୋଜନାକୁ ଏକ ଶକ୍ତି ମିଳିଛି, ଆମର ସମସ୍ତ ଡାଏରୀ ବହୁତ ଉତ୍ତମ ପଦ୍ଧତିରେ ଆମର ଏହି ପିଲାମାନଙ୍କୁ ଏହି ବ୍ୟବସ୍ଥା ଅଧୀନରେ ଖାଦ୍ୟ ପହଂଚାଇ ପାରିବେ । ଗୋଟିଏ ବ୍ୟବସ୍ଥାର ବହୁମୁଖୀ ଉପଯୋଗ, ଏହାକୁ ଧ୍ୟାନରେ ରଖି ଯଦି ଆମେ ଯୋଜନାଗୁଡିକ ପ୍ରସ୍ତୁତ କରିବା, ମୁଁ ବିଶ୍ୱାସ କରୁଛି କି ଆମେ କେବଳ କିଛି ସୀମିତ କ୍ଷେତ୍ରରେ ନୁହେଁ, ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରଭାବ ପକାଇବାର କାର୍ଯ୍ୟ କରି ପାରିବା ।
ମୋର ମନେ ଅଛି ଧର୍ମଚରେ ଆମ ଲୋକ, ସମଗ୍ର ଦେଶରେ ମୁଁ ଦେଖିଛି କି ଯେଉଁ ଗୋଚର ଜମି ଅଛି, ତା ଉପରେ ସବୁବେଳେ ଝଗଡା ହୋଇଥାଏ । କିଏ ଜବର ଦଖଲ କରିଦେଲା, ଅମୁକ କରିଦେଲା, ସମୁକ କରିଦେଲା । କିନ୍ତୁ ଆମ ଧର୍ମଚର ଭାଇ ଓ ଭଉଣୀମାନେ ଅନେକ ବର୍ଷ ପୂର୍ବରୁ ସମବାୟ ସମିତି ଗଠନ କରି ଗୋଚରର ବିକାଶ ସମବାୟ ଉପରେ ଦେଲେ ଆଉ ଦୈନିକ ସବୁଜ ଘାସ ଘରକୁ ଘର ପହଂଚାଇ ଦେଉଥିଲେ, ସେହି ସମୟରେ । ଆଜି ତ ମୋତେ ଜଣା ନାହିଁ । ମୁଁ ପୂର୍ବରୁ କେବେ ଆସୁଥିଲି । ଘରେ ପହଂଚାଇ ଦେଉଥିଲେ ସବୁଜ ଘାସ, ଯଦି ଦୁଇଟି ପଶୁ ଅଛନ୍ତି ତ ଆପଣଙ୍କୁ ଏତେ କିଲୋ ଦରକାର, ପହଂଚାଇ ଦେଉଥିଲେ । ଆଉ ସେଥିରୁ ଯେଉଁ ଆୟ ହେଉଥିଲା ସେଥିରେ ଗୋଚର ଭୂମିର ବିକାଶର ଆଧୁନିକ କାର୍ଯ୍ୟ ସେମାନେ ପ୍ରସ୍ତୁତ କରିଥିଲେ ।
ମୋର କହିବାର ତାତ୍ପର୍ଯ୍ୟ ଏହା ହେଉଛି କି ଚିନ୍ତାଧାରାରେ ସମବାୟର ସଂସ୍କାର ପଡି ରହିଛି । ଆମେ ଏହି ସମବାୟର ବ୍ୟାପକ ରୂପ କପରି କରିପାରିବା, ଆମେ କିପରି ଅନ୍ୟ କଥା ସହିତ ଯୋଡିବା, ଆଉ ତାହାକୁ ଆଗକୁ ବଢ଼ାଇବା ଦିଗରେ ଆମେ କିପରି କାର୍ଯ୍ୟ କରିବା ।
ମୁଁ ପୁଣି ଥରେ ଆଜି ଅମୂଲ ପରିବାରକୁ ଏହି ଚରୋତରର ମାଟିରେ ମୋର ପ୍ରଗତିଶୀଳ କୃଷକ ପୁତ୍ରମାନଙ୍କୁ, ଏହି ଧରଣୀର ମହାମନୀଷୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ସ୍ମରଣ କରି, ଆଉ ସେ ଯେଉଁ ଉତ୍ତମ ପରମ୍ପରା ପ୍ରସ୍ତୁତ କରିଛନ୍ତି, ସେହି ପରମ୍ପରା ସହିତ ଜଡିତ ସମବାୟ କ୍ଷେତ୍ରକୁ ସମର୍ପିତ ସମସ୍ତ ଲୋକଙ୍କୁ ଆଦର ପୂର୍ବକ ସ୍ମରଣ କରି, ମୁଁ ଆଜି ଏହି ବହୁତ ବଡ଼ ଯୋଜନାକୁ, ବହୁବିଧ ଯୋଜନାଗୁଡିକୁ ଗୁଜରାଟର ଏହି ଧରଣୀକୁ, ଦେଶର ମାଟିକୁ ସମର୍ପିତ କରି ଅତ୍ୟନ୍ତ ଗର୍ବର ଅନୁଭୂତି ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଶୁଭକାମନା ଦେଉଛି ଆଉ ଭାରତ ସରକାରଙ୍କ ତରଫରୁ ବିଶ୍ୱାସ ଦେଉଛି କି, ଏହି ସମସ୍ତ ପ୍ରକଳ୍ପ ଆଗକୁ ବଢ଼ାଇବାରେ ଦିଲ୍ଲୀ ସରକାର କେବେ ପଛେଇ ଯିବେ ନାହିଁ । ଭାରତ ସରକାର କାନ୍ଧରେ କାନ୍ଧ ମିଶାଇ ଏହାର ପ୍ରଗତି ପାଇଁ ଆପଣଙ୍କ ଅଂଶୀଦାର ପାଲଟିବେ । ଏହି ଗୋଟିଏ ଅଭ୍ୟର୍ଥନା ସହିତ ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ । ମୋ ସହିତ ସମ୍ପୂର୍ଣ୍ଣ ଶକ୍ତି ସହିତ କହନ୍ତୁ-
ଭାରତ ମାତା କୀ –ଜୟ
କହିଁକି ଭାଇ, କ’ଣ ହୋଇଗଲା, ଏହା ହେଉଛି ମୋର ଚରୋତର । ସ୍ୱର ଏପରି ହୁଏ ନାହିଁ ।
ଭାରତ ମାତା କୀ – ଜୟ ।
ଭାରତ ମାତା କୀ – ଜୟ ।
ଏବେ କଥା ହେଲା, ସାବାସ ।
ଧନ୍ୟବାଦ ।
**********
The people of Anand have come to bless us in such large numbers. I thank them for the warmth and affection.
— PMO India (@PMOIndia) September 30, 2018
Today, development projects worth Rs. 1100 crore are either being inaugurated or their foundation stones are being laid. This will have an extremely positive impact: PM
The development projects augur well for the cooperative sector.
— PMO India (@PMOIndia) September 30, 2018
The brand of Amul is known world over: PM @narendramodi in Anand @Amul_Coop
The development projects augur well for the cooperative sector.
— PMO India (@PMOIndia) September 30, 2018
The brand of Amul is known world over: PM @narendramodi in Anand @Amul_Coop
Today, Amul has become an inspiration world over. People from overseas also ask me about Amul.
— PMO India (@PMOIndia) September 30, 2018
Amul is not only about milk processing. This is an excellent model of empowerment: PM @narendramodi in Anand @Amul_Coop
In various parts of the world, at various times we saw what socialism is, we also saw capitalism. But, through Amul Sardar Patel showed another way. Here is a way where neither Government or industrialists call the shots. It is the people who matter. This is a unique model: PM
— PMO India (@PMOIndia) September 30, 2018
A century ago, Sardar Patel entered civic politics of Ahmedabad. He won from Dariapur. His margin of victory then was 1 vote. When he assumed office as the head of the municipality, he laid emphasis on urban development, planning and in that he worked on cooperative housing: PM
— PMO India (@PMOIndia) September 30, 2018
Guided by Sardar Patel, Pritamrai Desai Ji worked on cooperative housing in a big way in Ahmedabad. These efforts gave wings to the aspirations of several people: PM @narendramodi
— PMO India (@PMOIndia) September 30, 2018
Not only Amul, people in North Gujarat also worked in the cooperative sector. We have the Banas Dairy, the Dudhsagar Dairy. All these endeavours helped the people of Gujarat, particularly the farmers: PM @narendramodi in Anand
— PMO India (@PMOIndia) September 30, 2018
For a long time, we had people sitting in Gandhinagar who disliked the cooperatives. They prevented the sector from acquiring a foothold in Saurashtra. Things changed after the late 1990s and today almost all districts in Gujarat are doing well in the sector: PM @narendramodi
— PMO India (@PMOIndia) September 30, 2018
A long time back, I had gone to Kutch and spoken about the need to popularise camel milk. That time a group of people mocked me.
— PMO India (@PMOIndia) September 30, 2018
But, today the camel milk chocolate of Amul is doing well: PM @narendramodi
We are focussing on Jan Dhan, Van Dhan and Gobar Dhan. This will help our farmers: PM @narendramodi
— PMO India (@PMOIndia) September 30, 2018
In a few years, Amul will complete 75 years. This is a team that is unstoppable. I admire their spirit. Let us think about what targets Amul can set for their own 75th anniversary and for 2022, when India marks 75 years of freedom: PM @narendramodi
— PMO India (@PMOIndia) September 30, 2018
We are doing well in milk processing but we can do even better. And, I am sure if Amul thinks in this direction, it will surely happen even faster: PM @narendramodi
— PMO India (@PMOIndia) September 30, 2018
There was a time when there would be scarcity. We had to import food grains.
— PMO India (@PMOIndia) September 30, 2018
Now, things have changed. Today, the time has come to give importance to innovation and value addition: PM @narendramodi in Anand
I told several dairies in Gujarat to also work on the sweet revolution, which is related to honeybees. I am aware that Banas Dairy and the dairy in Amreli have done commendable work in this direction. I urge more dairies to also devote attention to this: PM @narendramodi
— PMO India (@PMOIndia) September 30, 2018
Pictures from Amul's Chocolate Plant at Anand, Gujarat. @Amul_Coop pic.twitter.com/Ldr15EAylY
— Narendra Modi (@narendramodi) September 30, 2018