ପିଏମଇଣ୍ଡିଆ


ବିଶାଳ ସଂଖ୍ୟାରେ ଉପସ୍ଥିତ ଥିବା ମୋର ପ୍ରିୟ ଭାଇ ଓ ଭଉଣୀମାନେ,
କେମତି ଅଛନ୍ତି, ବଢ଼ିଆ?
ମୋତେ ଲାଗୁଛି କି ଆଜି ମୈଦାନ ଛୋଟ ହୋଇଯାଇଛି । ବାହାରେ ମଧ୍ୟ କେଉଁଠି ଜାଗା ନାହିଁ । ଆପଣମାନଙ୍କର ମନେ ଅଛି କି ଶେଷ ଥର କେଉଁ ପ୍ରଧାନମନ୍ତ୍ରୀଙ୍କ ସହିତ ସାକ୍ଷାତ ହୋଇଥିଲା ? ନାହିଁ…,ନାହିଁ…,କେଉଁ ପ୍ରଧାନମନ୍ତ୍ରୀ ତ ଆସିଥିବେ? ଚାଲନ୍ତୁ କିଛି କଥା ନାହିଁ । ଏହା ସବୁ ମୋ ଭାଗ୍ୟରେ ହିଁ ଲେଖା ହୋଇଛି!
ସର୍ବ ପ୍ରଥମେ ମୁଁ ଆମ୍ରେଲୀ ଜିଲ୍ଲାର ସମବାୟ ଜଗତକୁ ପ୍ରଶଂସା କରୁଛି । ଆଉ ଏବେ ଏଥିରେ ନୂଆ ପିଢି ମୈଦାନକୁ ଡେଇଁ ପଡିଛନ୍ତି । ଗୋଟିଏ ସମୟ ଥିଲା । ସମବାୟ ଜଗତରେ ରତୁଭାଇ ଏବଂ ଆଉ ସବୁ ମହାନୁଭବ ସକ୍ରିୟ ଥିଲେ । ସହକାରୀ ଏବଂ ରାଜକୀୟ – ଦୁଇଟି ଯାକ କ୍ଷେତ୍ର ଏହି ମହାନୁଭବଙ୍କ ନିୟନ୍ତ୍ରଣରେ ଥିଲା । କିନ୍ତୁ ବିଗତ କିଛି ସମୟ ହେବ ନୂଆ ଦଳ ଆମ୍ରେଲୀକୁ ବିକାଶର ନୂତନ ଶିଖର ଆଡକୁ ଅଗ୍ରସର କରାଉଛି । ମୁଁ ଆମ୍ରେଲୀର ଏପିଏମସି ମାର୍କେଟ ସହିତ ସାକ୍ଷାତକାର ଏହା ପୂର୍ବରୁ ମଧ୍ୟ ନେଇଥିଲି । କିନ୍ତୁ ଆଜି ଆମର ପିପି ଯେଉଁ ଚମତ୍କାର କରିଛନ୍ତି ଆଉ ଯେଉଁ ମଡେଲ ଠିଆ କରାଇଛନ୍ତି, ତାହା ହେଉଛି ବାସ୍ତବିକ ପ୍ରଶଂସାର ପାତ୍ର । ପିପି ଏବଂ ତାଙ୍କ ଟିମ୍ କୁ ବହୁତ ବହୁତ ଶୁଭେଚ୍ଛା ।
ଦିଲ୍ଲୀପଭାଇ ହେଉଛନ୍ତି କର୍ମଶୀଳ । କାର୍ଯ୍ୟ ହିଁ ହେଉଛି ତାଙ୍କ ଜୀବନ । ସେ କାମ ବିନା ରହି ପାରନ୍ତି ନାହିଁ । କିଛି ନା କିଛି ନୂଆ କରିବା, କେମିତି କରିବା ଏହା ସମସ୍ତେ ଚିନ୍ତା କରିଥାନ୍ତି । ମୋର ମନେ ଅଛି କି ଗୁଜରାଟରେ ଆମ ପୂର୍ବ ସରକାର ଗୁଡିକ ଏପରି ନିଷ୍ପତ୍ତି ନେଇଥିଲେ କି ସୌରାଷ୍ଟ୍ରରେ ଦୁଗ୍ଧ ଉଦ୍ୟୋଗର କେବେ ବିକାଶ ହିଁ ନହେଉ । କେବେ ଆସିଲେ ହିଁ ନାହିଁ । କିଭଳି ଦୁର୍ଦ୍ଦଶା! ଆମେ ନୀତିଗତ ପରିବର୍ତ୍ତନ କଲୁ । ସର୍ବ ପ୍ରଥମେ ଦିଲ୍ଲୀପ ଭାଇ ସ୍ଥିର କଲେ କି ଏହି ସ୍ଥିତିକୁ ବଦଳାଇବେ । ଆଉ ଆଜି ମୁଁ ସନ୍ତୁଷ୍ଟ ଅଛି ଯେ ସେ ଏହି କାମ କରି ଦେଖାଇଲେ । ଆଜି ସମଗ୍ର ଆମ୍ରେଲୀ ପନ୍ଥକକୁ ଲାଭ ହେଲା । ଆଜି ସମଗ୍ର ଆମ୍ରେଲୀ ପନ୍ଥକର ପଶୁପାଳକଙ୍କୁ, କୃଷକଙ୍କୁ, ଦୁଗ୍ଧ ଉତ୍ପାଦନ ସହିତ ପ୍ରତ୍ୟକ୍ଷ-ପରୋକ୍ଷ ଭାବେ ଜଡ଼ିତ ଥିବା ଲୋକଙ୍କୁ କ୍ଷୀର ପାଇଁ ଉଚିତ ବଜାର ମିଳିଲା । ଏତିକି ହିଁ ନୁହେଁ, ସେମାନଙ୍କୁ ଦୁଗ୍ଧ ବଦଳରେ ପର୍ଯ୍ୟାପ୍ତ ଆଉ ଉଚିତ ମୂଲ୍ୟ ପ୍ରାପ୍ତ ହେଲା । ଆଜି ମୁଁ ଏହି କଥାରେ ସନ୍ତୋଷ ଲାଭ କରିଛି କି ଏତେ ସଫଳତା ପରେ କାମ ସ୍ଥଗିତ ହେଲା ନାହିଁ, ମାତ୍ର ଏପିଏମସି ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କଲେ, ମୃତ୍ତିକା ପରୀକ୍ଷାଗାର ନିର୍ମାଣ କଲେ, ବଜାରକୁ ଆସୁଥିବା ଜିନିଷର ବର୍ଗୀକରଣ ପାଇଁ ପରୀକ୍ଷାଗାର ନିର୍ମାଣ କଲେ, ଆଉ ଭାରତ ସରକାର ଯେଉଁ ଇ-ନାମ ଯୋଜନା ପ୍ରସ୍ତୁତ କରିଛନ୍ତି, ଯେଉଁଥିରେ କୃଷକ ହିନ୍ଦୁସ୍ଥାନର ଯେ କୌଣସି ବଜାରରେ ଯେଉଁଠାରେ ତାକୁ ସବୁଠାରୁ ଅଧିକ ମୂଲ୍ୟ ମିଳିବ ସେ ନିଜର ମାଲ ବିକ୍ରି କରି ପାରିବ, ସେଥିପାଇଁ ଭାରତ ସରକାର ଏକ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରିଛନ୍ତି, ସେହି ଡିଜିଟାଲ ପ୍ଲାଟଫର୍ମ ପାଇଁ ବର୍ଗୀକରଣ ପାଇଁ ପରୀକ୍ଷାଗାର ହେଉଛି ଅତ୍ୟାବଶ୍ୟକ, ଆଉ ସେହି କାମ ଭାଇ ପିପି କରି ଦେଖାଇଛନ୍ତି । ମୁଁ 100 ପ୍ରତିଶତ ସ୍ୱୀକାର ଯେ ଗୁଜରାଟର ଅନ୍ୟ ଏମପିଏମସି ପାଇଁ ମଧ୍ୟ ଆମ୍ରେଲୀ ନୂତନ ପଥ ପ୍ରଦର୍ଶନ କରିଛି, ନୂଆ ମାର୍ଗ ଦେଖାଇଛି । ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି ଆଉ ଗୁଜରାଟରେ ଏପିଏମସିର ଦୁନିଆରେ ଆମ୍ରେଲୀ ସବୁଠାରୁ ଆଗରେ ଥିଲା । ଆଉ ଆଜି ଛଅ ଦଶକ ପରେ ପୁଣି ଥରେ… ଆମ୍ରେଲୀ ଆଧୁନିକ ଟେକ୍ନୋଲଜିର ଦୁନିଆରେ ନୂତନ ପଥ ପ୍ରଦର୍ଶନ କରିବାରେ ପ୍ରଥମ ହୋଇଛି, ସେଥିପାଇଁ ଏହା ହେଉଛି ଅଭିନନ୍ଦନର ପାତ୍ର ।
ଆଜି ମୁଁ ଦୁଇଗୋଟି ଜିନିଷ ଆଡ଼କୁ ଆପଣଙ୍କର ଧ୍ୟାନ ଆକର୍ଷଣ କରିବି ।
ଗୋଟିଏ ହେଲା ଆଜି ଏଠାରେ ମଧୁ ବିପ୍ଳବ ମଧୁକ୍ରାନ୍ତି, ଏହି ମଧୁକ୍ରାନ୍ତିର ଶୁଭାରମ୍ଭ ହେଉଛି, ଆଉ ଦ୍ୱିତୀୟଟି ହେଲା ଗୁଜରାଟର 1600 କିଲୋମିଟରର ଯେଉଁ ସମୁଦ୍ର କୂଳ ରହିଛି ଯାହା ନୀଳ ବିପ୍ଳବକୁ ଆଗେଇ ନେଇ ପାରବ । ଆମର ମତ୍ସ୍ୟଜୀବୀ ଭାଇ ଭଉଣୀ, ଆମର ସାମୁଦ୍ରିକ ସମ୍ପଦ ତାହା ଏକ ନୂତନ ବିପ୍ଳବର ଉଦାହରଣ ନେଇ ଆଗକୁ ବଢ଼ି ପାରିବେ ଆଉ ଏହି ଦୁଇଟି ଜିନିଷ ଗୁଜରାଟର ଗ୍ରାମୀଣ ଆଉ ସମୁଦ୍ର କୂଳକୁ ଏକ ନୂତନ ବ୍ୟାପକ ରୂପ ଦେବାର ଆରମ୍ଭ ଏହି ଯୋଜନା ଦ୍ୱାରା ହେଉଛି । ଭାରତ ସରକାରଙ୍କ କଳ୍ପନା ହେଉଛି ଯେ ଯେଭଳି ଶ୍ୱେତ ବିପ୍ଳବ ହେଲା, ସବୁଜ ବିପ୍ଳବ ହେଲା ସେହିଭଳି ମଧୁ ବିପ୍ଳବ ଅର୍ଥାତ ମଧୁକ୍ରାନ୍ତିକୁ ମଧ୍ୟ ଆମେ ତୀବ୍ର ଗତିରେ ପ୍ରଗତି କରିବା ଦରକାର ଆଉ ଆମ୍ରେଲୀ ଜିଲ୍ଲା… ମୁଁ ଆପଣଙ୍କଠାରୁ ପାଖାପାଖି ଆପଣଙ୍କଠାରୁ ଏକ-ଅଧ ବର୍ଷ ପୂର୍ବେ ଦିଲ୍ଲୀପ ଭାଇ ଆଉ ସମସ୍ତଙ୍କ ସହିତ କଥା ହୋଇଥିଲି ଯେ ଯେବେ ଆମେ କ୍ଷୀର ନେବା ପାଇଁ ଯାଉ ତ କୃଷକଙ୍କ ଠାରୁ କ୍ଷୀର ଆଣୁ ସେହିଭଳି ଭାବେ ମହୁ ମଧ୍ୟ ଏକତ୍ରିତ କରି ପାରିବା । ଆଉ ଯଦି କେହି ନିଜ ପାଖରେ 50 ମହୁମାଛି ରଖି ଦେବ ତ ବର୍ଷରେ ଅତି କମ୍ ରେ ଦୁଇ ଲକ୍ଷ ଟଙ୍କାର ମହୁ ସେ ବିକ୍ରି କରି ପାରିବ । ଏହା ହେଉଛି ଏକ ଅତିରିକ୍ତ ରୋଜଗାର ଆଉ ମହୁମାଛି ଥିବା କାରଣରୁ କ୍ଷେତର ଉତ୍ପାଦନ ଶକ୍ତିରେ ମଧ୍ୟ ବୃଦ୍ଧି ହୁଏ, କାରଣ ମହୁ, ଗୋଟିଏ ପ୍ରକାରରେ ପୂରକ ବ୍ୟବସ୍ଥା ମହୁମାଛି କରିଥାଏ ।
ଆଜି ମୋତେ ଏହାର ଶିଳାନ୍ୟାସ କରିବାର ସୁଯୋଗ ମିଳିଲା ଆଉ ହିନ୍ଦୁସ୍ଥାନର ଅନ୍ୟ କୌଣସି କୋଣକୁ ଯାଆନ୍ତୁ ତ ଶୁଭ କାମ ମଧ୍ୟରେ ମିଠେଇ ଖୁଆନ୍ତି, ଏକୁଟିଆ ହେଉଛି ଗୁଜରାଟ ଯିଏ ଶୁଭ କାମରେ ଆଇସ୍କ୍ରିମ ଖୁଆଇଥାଆନ୍ତି ଆଉ ଆଜି ଆମ୍ରେଲୀ ଡାଏରୀ ଆଇସ୍କ୍ରିମର କାରଖାନା ପ୍ରତିଷ୍ଠା ହେଉଛି । ଦୁଇଟି ଯାକ ନୂଆ ଯୋଜନା ପାଇଁ ମୋ ତରଫରୁ ବହୁତ ବହୁତ ଶୁଭକାମନା ଆଉ ପାଖାପାଖି ଚାରି ଶହ ଲକ୍ଷ ଟଙ୍କା ଭାରତ ସରକାରଙ୍କ ତରଫରୁ ମିଳିବ, ଫଳରେ ଏହି କାମ ଆଗକୁ ବଢ଼ିବ ।
ମୁଁ କୃଷକ ଭାଇ ମାନଙ୍କୁ ଅନୁରୋଧ କରିବି ଯେ ମଧୁ ବିପ୍ଳବ, ମହୁ, ମହୁମାଛି ପାଳନ ଆମ ବିଲ-ବାଡ କ୍ଷେତରେ କୌଣସି ଅତିରିକ୍ତ ପରିଶ୍ରମ ବିନା ସ୍ୱାଭାବିକ ଭାବେ କରା ଯାଇ ପାରେ ଆଉ ସ୍ୱାଭାବିକ ଭାବେ ଆମେ ଯଦି ତାହାର ବ୍ୟବସ୍ଥା କରିବା, ମାର୍କେଟିଂ କରିବା ତ ବହୁତ ବଡ଼ ରୋଜଗାର ହୋଇ ପାରିବ । ଆଉ କେବଳ ଏତିକି ହିଁ ନୁହେଁ ମାନି ନିଅନ୍ତୁ ମାର୍କେଟିଂ ମଧ୍ୟ ନ ହେଲା ଆମ ଘରେ ପିଲାମାନେ ଖାଇବେ ତା’ହେଲେ ମଧ୍ୟ ମହୁ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ଆଉ ଏଥିପାଇଁ ଏକ ମଧୁ ବିପ୍ଳବ ପାଇଁ ସମଗ୍ର ଗୁଜରାଟରେ ଯେଉଁଠାରେ ଡାଏରୀର ନେଟୱାର୍କ ଅଛି ତା’ ସହିତ ଏହି ମଧୁ ବିପ୍ଳବକୁ ଯୋଡ଼ି ନୂଆ ବିପ୍ଳବ ଆଡ଼କୁ ଯିବାର ଅଛି ।
ଭାରତର ସାମୁଦ୍ରିକ ତଟ ହେଉଛି ବିଶାଳ, କିନ୍ତୁ ଗୁଜରାଟର ସାମୁଦ୍ରିକ ତଟ ନୀଳ ବିପ୍ଳବରେ ବହୁତ ବଡ଼ ଯୋଗଦାନ କରେ । ଆମେ ଜଳପଥ ଆଡ଼କୁ ବଢ଼ୁଅଛୁ । ଘୋଘା ଦହେଜ୍ ଫେରି ସେବା ଆଡ଼କୁ ବଢ଼ୁଅଛୁ । ଆମେ ବନ୍ଦର ବିକାଶ ପାଇଁ କାମ କରୁଅଛୁ, ଆମେ ବନ୍ଦର ଜନିତ ବିକାଶ ପାଇଁ କାମ କରୁଅଛୁ, ଆମେ ସାମୁଦ୍ରିକ ଉପକୂଳ ରାସ୍ତାରେ ଯଦି ସେଠାକୁ ଆନ୍ଧ୍ର ଭିତରେ ବିଶାଖପାଟନାମ ସାମଗ୍ରୀ ପଠାଇବାର ଅଛି, ତ ଆମର ମୋର୍ବିର ଟାଇଲ ସମୁଦ୍ର ପଥରେ ଆମେ ପୂର୍ବରେ କଲିକତା ଯାଏଁ କମରୁ କମ ଖର୍ଚ୍ଚରେ ପହଂଚାଇପାରିବା । ଅର୍ଥାତ ଗୋଟିଏ ପ୍ରକାରରେ ନୀଳ ବିପ୍ଳବ ସାମୁଦ୍ରିକ ଶକ୍ତିକୁ ଆଉ ଅଧିକ ଶକ୍ତି ଦେବା ଦିଗରେ ସରକାର କାମ କରୁଛନ୍ତି, ଯେଉଁ କାରଣରୁ ଗୁଜରାଟର ସାମୁଦ୍ର କୂଳରେ ରହୁଥିବା ଲୋକଙ୍କର ଜୀବିକାରେ ଏକ ବହୁତ ବଡ଼ ପରିବର୍ତ୍ତନ ଆସିବ । ଗୁଜରାଟର ସାମୁଦ୍ର କୂଳରେ ଯେଉଁ ଯୁବକ ଅଛନ୍ତି ସେମାନଙ୍କୁ ନୌବାହିନୀରେ ଯିବା ପାଇଁ ପ୍ରୋତ୍ସାହିତ କରିବା, ସେମାନଙ୍କୁ ପ୍ରଶିକ୍ଷିତ କରିବା, ସେମାନଙ୍କୁ ମର୍ଗଦର୍ଶନ କରିବା ଆଉ ସେହି କାରଣରୁ ଆମର ସାମୁଦ୍ର କୂଳରେ ଯେଉଁ ଯୁବକ ଅଛନ୍ତି ସେ ଭାରତ ମାତାର ସେବା ପାଇଁ ନୌବାହିନୀରେ ମଧ୍ୟ ଆସି ଯାଆନ୍ତୁ, ତାହାର ପ୍ରୋତ୍ସାହନ ପାଇଁ ଯୋଜନାଗୁଡ଼ିକୁ ମଧ୍ୟ ଆଜି ଭାରତ ସରକାର ଗୁରୁତ୍ୱ ଦେଉଛନ୍ତି ।
ଆମର ରୂପାଲଜୀ ମୋତେ କହୁଥିଲେ ଯେ ଯୁବରାଜ ମେହେଟ୍ଟାଙ୍କ ଯିବା ପରେ ଏଠାରେ ଗୋଟିଏ ମଧ୍ୟ କଲେଜ ନୂଆ କରି ଖୋଲି ନଥିଲା । ଏହା କେବଳ ଆମେ ମାନେ ଆସିଲେ ତ ଏହା ଯୁବରାଜ ଭାଇ ମେହେଟ୍ଟାଙ୍କ ପରେ ଏଠାକାର ଶିକ୍ଷା କ୍ଷେତ୍ରରେ ବିପ୍ଳବର କାମ ହୋଇଛି । ବ୍ରଡ଼୍ ଗଜ୍ ରେଳପଥ, ଜାତୀୟ ରାଜପଥ ଆମ୍ରେଲୀର ଲୋକମାନେ ଆଶା ଛାଡ଼ି ଦେଇଥିଲେ କି କେବେ ସୁଯୋଗ ଆସିବ କି ଆସିବ ନାହିଁ । ଦିଲ୍ଲୀରେ ଆପଣମାନେ ମୋତେ ସେବା କରିବାର ସୁଯୋଗ ଦେଲେ ଆପଣଙ୍କ ଦୁଇଟି ଯାକ ଆବଶ୍ୟକତା ଆଜି ଦ୍ରୁତ ଗତିରେ ଆଗକୁ ବଢ଼ୁଅଛି ।
ଭାଇ ଓ ଭଉଣୀମାନେ, 2022 ଆମର ସ୍ୱାଧୀନତାର ହେଉଛି 75 ବର୍ଷ । ଆମ୍ରେଲୀ ଜିଲ୍ଲା ସ୍ୱାଧୀନତାର ଆନ୍ଦୋଳନରେ ଆଗୁଆ ଥିବା ଜିଲ୍ଲାମାନଙ୍କରେ, ହେଉଛି ଆମ୍ରେଲୀ ଜିଲ୍ଲା ଆଉ 2022, ସ୍ୱାଧୀନତାର 75 ବର୍ଷ କିପରି ପାଳନ କରିବା, ସ୍ୱାଧୀନତା ପାଇଁ ଲଢ଼େଇ ଲଢ଼ିଥିବାବାଲାଙ୍କୁ କି ପ୍ରକାରର ଭାରତ ପ୍ରଦାନ କରିବା, ସେମାନଙ୍କର ସ୍ୱପ୍ନର ଭାରତ କିପରି ଦେବା, ମୋତେ ଲାଗୁଛି କି ଏହି ଯେଉଁ ସମୟ ଅଛି, ଆମର ଆମ୍ରେଲୀ ଜିଲ୍ଲା, ଆମ୍ରେଲୀର ନଗରପାଳିକା ଗୁଡ଼ିକ, ଆମ୍ରେଲୀ ଜିଲ୍ଲାର ତହସିଲ ପଂଚାୟତ, ଆମ୍ରେଲୀର ଜିଲ୍ଲା ପଂଚାୟତ, ଗ୍ରାମ- ପଂଚାୟତଗୁଡ଼ିକ, ସମବାୟ ସଂସ୍ଥାଗୁଡ଼ିକ, ପ୍ରଶିକ୍ଷଣ ସଂସ୍ଥାଗୁଡ଼ିକ, ସାମାଜିକ ସଂସ୍ଥାଗୁଡ଼ିକ ସଂକଳ୍ପ କରନ୍ତୁ କି 2022, ପାଞ୍ଚ ବର୍ଷ ମଧ୍ୟରେ ଆମ ଦ୍ୱାରା ଆମେ ଏତେ କରି, ଦେଶକୁ ଆମେ ଏତେ କିଛି ଦେଇଦେବା, ଏହା ସଂକଳ୍ପ କରିବା ଆଉ ପାଞ୍ଚ ବର୍ଷରେ ପ୍ରତିଦିନର କାର୍ଯ୍ୟକ୍ରମ କ’ଣ ହେବ, ତାହା କରି ପରିପୂର୍ଣ୍ଣ କରିବା, ସଂକଳ୍ପରୁ ସିଦ୍ଧିର ଯାତ୍ରା ଆମେ ପରିପୂର୍ଣ୍ଣ କରିବା । ଆମର ସ୍ୱପ୍ନ ହେଉଛି କି 2022 ରେ ଆମ ଦେଶର କୃଷକଙ୍କ ଆୟ ଦୁଇ ଗୁଣା ହୋଇଯାଉ ।
ଭାଇ ଓ ଭଉଣୀମାନେ, ଯଦି ଯୋଜନାବଦ୍ଧ ଭାବରେ ଆମେ ଆଗକୁ ବଢ଼ିବା, ସୁନିଶ୍ଚିତତା ଭାବେ ଆଗକୁ ବଢ଼ିବା, ତ ହିନ୍ଦୁସ୍ଥାନ କୃଷକଙ୍କ ଠାରେ ଶକ୍ତି ରହିଛି କି ସରକାର, ସମାଜ, କୃଷକଙ୍କ ସହ ମିଳିମିଶି ଏହି ଏହି ସିଦ୍ଧିକୁ ପ୍ରାପ୍ତ କରି ପାରିବା । କିନ୍ତୁ ସେଥିପାଇଁ ଯେଉଁ ପରମ୍ପରାଗତ ପଦ୍ଧତି ଗୁଡ଼ିକ ରହିଛି ତା’ଠାରୁ ଦୂରେଇ ଆଧୁନିକତା ଆଡ଼କୁ ଯିବାକୁ ପଡ଼ିବ । ନୂତନ ଜିନିଷଗୁଡ଼ିକୁ ସ୍ୱୀକାର କରିବାକୁ ପଡ଼ିବ । ଆଜି ନର୍ମଦା ଯୋଜନା ପରିପୂର୍ଣ୍ଣ ହେଲା, ତାହା ହେଉଛି ଗୁଜରାଟର ଜୀବନର ଏକ ଗୌରବ ପୂର୍ଣ୍ଣ ଦିନ । ଏହା ହେଉଛି ଏକ ଅତ୍ୟନ୍ତ ଗୌରବ ପୂର୍ଣ୍ଣ ଦିନ, ମାତ୍ର ନର୍ମଦାର ପାଣିକୁ ଯଦି ବୁନ୍ଦା ଜଳସେଚନ ଦ୍ୱାରା ଉପଯୋଗ କରିବାର ଅଭ୍ୟାସ କରିବା, ଆମର କ୍ଷେତକୁ ଯଦି ଗେଟିଏ ବୁନ୍ଦା ଜଳସେଚନ ଦ୍ୱାରା ଯୋଡ଼ି ରଖିବା, ତ କେବଳ ଆମର ହିଁ ନୁହେଁ, ଆଗାମୀ 100 ବର୍ଷ ପର୍ଯ୍ୟନ୍ତ ଆମର ପିଢିଙ୍କର ଆମେ ଭଲ କରି ପାରିବା ଆଉ ଏଥିପାଇଁ ଆମେ ନର୍ମଦାର ପାଣିର ସେହି ଭଳି ଭାବେ ଉପଯୋଗ କରିବାର ଆମେ ସୁନିଶ୍ଚିତ କରିଛୁ । ଗୁଜରାଟ ଏକ ବଡ଼ ପଦକ୍ଷେପ ଉଠାଇଛି । ଦେଶରେ ଯେଉଁ ବୁନ୍ଦା ଜଳସେଚନର ଯେଉଁ କାମ ଚାଲୁ ରହିଛି, ସେଥିରେ 25 ପ୍ରତିଶତ କେବଳ ଗୁଜରାଟ କରି ଦେଖାଇଛନ୍ତି । ସେହି ଗୁଜରାଟର କୃଷକ ହେଉଛନ୍ତି ଏଥିପାଇଁ ଅଭିନନ୍ଦନର ପାତ୍ର । କିନ୍ତୁ କଥା ସେତିକିରେ ଅଟକେ ନାହିଁ । ଏବେ ମଧ୍ୟ ବହୁତ କିଛି କରିବାର ସୁଯୋଗ ରହିଛି ଆଉ ସେହି ଦିଗରେ ଆମେ ପ୍ରୟାସ କରିବା । କୃଷି ସହିତ ଅନ୍ୟ ଦୁଇଟି ଜିନିଷ । ଅନେକ କୃଷକ ସୌର ପମ୍ପ ଦିଗରେ ଯାଇଛନ୍ତି । ଗୋଟିଏ ଟଙ୍କା ବିଜୁଳିର ବିଲ୍ ଆସିବ ନାହିଁ । ନିଜର କ୍ଷେତରେ ସୌର ପାନେଲ ଲଗାଇବା, ସେଥିରୁ ପମ୍ପ ଚଲାଇବା, ପାଣି ତା’ଠାରୁ ବାହାର କରିବା, କୃଷକଙ୍କ ବିଜୁଳିର ବିଲ ବଂଚିଯିବ ଆଉ କୃଷକଙ୍କ ହଜାର ହଜାର ଟଙ୍କାର ଖର୍ଚ୍ଚ ବଂଚିଯିବ । ଅନେକ କୃଷକ ବଡ଼ ସଂଖ୍ୟାରେ ଏବେ ସୌରଶକ୍ତି ଦ୍ୱାରା ଚାଲୁଥିବା ପମ୍ପ ଆଡ଼କୁ ବଢ଼ୁଛନ୍ତି । ବୁନ୍ଦା ଜଳସେଚନ ହେଉ, ସୋଲାର ପମ୍ପ ହେଉ, ସୌରଶକ୍ତି ଦ୍ୱାରା ଚାଲିପାରୁଥିବା ଏଭଳି ବିଜୁଳିର ବ୍ୟବସ୍ଥା ହେଉ, ଆପଣମାନେ ହିଁ ମୋତେ କୁହନ୍ତୁ ଖର୍ଚ୍ଚ କମ ହେବ କି ନ ହେବ? ଆୟ ବଢ଼ିବ କି ନ ବଢ଼ିବ? ଆଉ ଆମ ମାଟିର ସଦୂପଯୋଗ ହେଉ ଆଉ ଏଥିପାଇଁ ମୋର କୃଷକଙ୍କୁ ଏହି ଅନୁରୋଧ କି ଏହି ଦିଗରେ ମଧ୍ୟ ସେ ଆଗକୁ ବଢ଼ନ୍ତୁ । ଆଉ ସହକାରୀ ଆନ୍ଦୋଳନ କରିବାବାଲା ମିତ୍ର ଏଥିରେ ମଧ୍ୟ ଆଗକୁ ବଢ଼ି ପାରିବେ । ସମସ୍ତ କୃଷକ ଏକାଠି ହୋଇ କ୍ଷେତ ପାଖରେ ସୌର ପାନେଲ ଲଗାଇ, ସାଙ୍ଗ ହୋଇ ବିଜୁଳିର ଉତ୍ପାଦନ କରିବେ ଆଉ ଏହି କାରଣରୁ କୃଷକଙ୍କର ଯେଉଁ ପ୍ରମୁଖ ଖର୍ଚ୍ଚ ଅଛି ପାଣି ଆଉ ବିଜୁଳି, ତା’ମଧ୍ୟରୁ କୃଷକ ବାହାରକୁ ଚାଲି ଆସିବ । ଆପଣ ଚିନ୍ତା କରନ୍ତୁ ଯେ କୃଷକଙ୍କ ଜୀବନରେ କେତେ ବଡ଼ ପରିବର୍ତ୍ତନ ଆସିବ ଆଉ ଗୋଟିଏ କଥା ମୁଁ ଅନୁରୋଧ ପୂର୍ବକ କହିବି ଯେ ଆମେ ବାହାର ପଟେ ତାର ଲଗାଇ ଆମ କ୍ଷେତର ଦୁଇ-ତିନି ମିଟର ବରବାଦ କରୁଛେ । ସେଠାରେ ଆମେ ଯଦି କାଠ ବା ବନୀକରଣ କ୍ଷେତ କରିବା, କାଠର କ୍ଷେତ କରିବା ଆଉ ଘର ତିଆରି ପାଇଁ ଆବଶ୍ୟକ କାଠ ଉତ୍ପାଦନ କରିବା ତ ଭାରତ ସରକାର ନୂଆ ଆଇନ ଆଣିବା ଦିଗରେ ବିଚାର କରୁଅଛନ୍ତି ଯେ ଯେଉଁ କୃଷକ ନିଜ କ୍ଷେତ ଚାରିପଟେ ଏଭଳି ଘର ଜିନିଷ ତିଆରି ପାଇଁ କାଠର ଉତ୍ପାଦନ କରିବେ, ସେହି କ୍ଷେତରେ ତାହା ବଡ଼ ହେଲା ପରେ ତାହାକୁ ବିକ୍ରି କରିବାର ଅଧିକାର ତାକୁ ହିଁ ମିଳୁ, ସରକାରଙ୍କର ଜଙ୍ଗଲ ଖାତା କୌଣସି ପ୍ରକାରରେ ତାହାକୁ ଅସୁବିଧା ନ କରୁ ଆଉ କୃଷକଙ୍କ ଶକ୍ତି ବଢ଼ୁ ଏଭଳି ଆଇନ ଆଣିବା ଦିଗରେ ଏହି ସରକାର କାମ କରୁଛନ୍ତି । ଜମି ଯାହା ନଷ୍ଟ ହେଉଅଛି ଆଉ ଆଜି ଦେଶ ବିଦେଶରୁ ଘର ଜିନିଷ ତିଆରି ପାଇଁ କାଠ ଆମଦାନୀ କରୁଛି । ଆମ ଦେଶର କୃଷକ ଚାହିଁବେ ତ ଘର ଜିନିଷ ତିଆରି ପାଇଁ କାଠର କ୍ଷେତ କରି ଦୁନିଆରୁ ଆସୁଥିବା କାଠ ବନ୍ଦ ହୋଇଯିବ ତ କୃଷକଙ୍କ ଆୟ ବଢ଼ିବ କି ବଢ଼ିବ ନାହିଁ? ତା’ସହିତ ପଶୁପାଳନ ।
ଅମେ ଦେଶରେ ପ୍ରତି ପଶୁଙ୍କ ଠାରୁ ଯେତେ ଦୁଗ୍ଧ ଉତ୍ପାଦନ ହେଉଛି, ଆମର ଏଠି ହେଉଛି ବହୁତ କମ । ତାଙ୍କର ପାଳନ ଯେଉଁଭଳି ଭାବେ ହେବା ଦରକାର, ତାଙ୍କୁ ରୋଗରୁ ବଂଚାଇବାର ଯେଭଳି ବ୍ୟବସ୍ଥା ହେବା ଦରକାର, ଯେଉଁଭଳି ଭାବେ ତାକୁ ଘାସ ଖୁଆଇବା ଦରକାର, ସେ ଆମର ପୁରୁଣା ରୀତି ମୁତାବକ ଯାହା ଖାଇବା କଥା ତାହା ଖାଇଲା । ସେହି କାରଣରୁ ଆମର ପଶୁ ତାହାର ଶକ୍ତି ଅନୁସାରେ କମ୍ କ୍ଷୀର ଦେଉଛି । ଆଜି କୃଷକ କ’ଣ କରୁଛି ଅଧିକ କ୍ଷୀର ଉତ୍ପାଦନ କରିବାର ଅଛି ତ ଦୁଇଟି ବଦଳରେ ଚାରୋଟି ପଶୁ ପାଳନ କରୁଅଛି, ଚାରୋଟି ବଦଳରେ ଆଠୋଟି ପାଳୁଛି ଆଉ ସେହି କାରଣରୁ ଖର୍ଚ୍ଚ ବଢ଼ିଯାଉଛି । ତା’ପରିବର୍ତ୍ତେ ଦୁଇଟି ପଶୁ କିଭଳି ଅଧିକ କ୍ଷୀର ଦେବେ ତା’ଆଡ଼େ ଧ୍ୟାନ କେନ୍ଦ୍ରୀତ କରିବେ ତ କୃଷକଙ୍କ ଆୟ ବଢ଼ିଯିବ ଆଉ କୃଷକଙ୍କ ଉପରେ ଥିବା ବୋଝ କମ୍ ହୋଇଯିବ ଆଉ ସେହି କାରଣରୁ ବିଶେଷ କରି ପଶୁପାଳନର କାମ ଆମର ଭଉଣୀମାନେ କରୁଛନ୍ତି ତାଙ୍କର ଭଲ ଭାବେ ପ୍ରଶିକ୍ଷଣ ହେଉ ସେହି ଦିଗରେ କାମ କରିବା ଦିଗରେ ଆମେ ଆଗକୁ ବଢ଼ୁଅଛୁ ।
ଗୋଟିଏ ପ୍ରକାରରେ କୃଷକ ସୁରକ୍ଷିତ ହୁଅନ୍ତୁ, ପ୍ରଥମ ଥର ଦେଶରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, କୃଷି ବୀମା ଯୋଜନା ପ୍ରଥମ ଥର ଏଭଳି ଯୋଜନା ଆସିଛି କି ପ୍ରକୃତି ରାଗି ଯାଇଥିବ ଆଉ ଫସଲ ମିଳି ନ ଥିବ, ତା’ହେଲେ ମଧ୍ୟ ବୀମାର ପଇସା ମିଳିବ । ଅମଳକ୍ଷମ ହେଲା ପରେ ଯଦି କ୍ଷେତରେ ମାଲ ପଡ଼ିଥିବ ଆଉ ଯଦି ପନ୍ଦର ଦିନ ମଧ୍ୟରେ ବର୍ଷା ଆସିଯାଏ ତା’ହେଲେ ମଧ୍ୟ ଫସଲର ପଇସା ମିଳିବ ଏହି ପ୍ରକାରର ଫସଲ ବୀମା ପ୍ରଥମ ଥର ହିନ୍ଦୁସ୍ଥାନରେ ଭାରତ ସରକାର ଆଣିଛନ୍ତି । ଆଉ ଏକ ଟଙ୍କାରେ କୃଷକଙ୍କୁ କେବଳ ଦୁଇ ପଇସା ହିଁ ଦେବାର ଅଛି ତାହା କରୁଅଛୁ । 98 ପଇସାର ଦାୟିତ୍ୱ କେନ୍ଦ୍ର ଆଉ ରାଜ୍ୟ ସରକାର ମିଶି ଉଠାଇ ଥାଆନ୍ତି, କୃଷକଙ୍କୁ କେବଳ ଦୁଇ ପଇସାର ଦାୟିତ୍ୱ ନେବାର ଅଛି । ଏକ ଟଙ୍କା ଆଗରେ ଦୁଇ ପଇସା,ଏତେ ବଡ଼ କାମ ଦିଲ୍ଲୀରେ ଆପଣ କୃଷକମାନଙ୍କୁ ଭଲ ପାଉଥିବା ସରକାର କରିଛନ୍ତି, ସେହି କାରଣରୁ ସମ୍ଭବ ହୋଇଛି । ଆଉ ଆଜି କୃଷକ ତାହାର ଲାଭ ମଧ୍ୟ ଉଠାଉଛନ୍ତି ।
କୃଷକ ଫସଲ ବୀମା ଆଡ଼କୁ ବଢ଼ୁଛନ୍ତି । ଯାହାଙ୍କୁ ଭୁଲ କରିବାର ଅଭ୍ୟାସ ହୋଇଥାଏ ତାହାଙ୍କୁ ସମୟ ଲାଗିବ କିନ୍ତୁ ମୋତେ ଜଣା ଅଛି ଯେ ତାଙ୍କୁ ଲାଗିବ କି ଭୁଲ କରିବା ପରେ ମଧ୍ୟ ଆମକୁ ଲାଭ ମିଳୁଛି, ଭଲ ଭାବରେ ବଂଚି ପାରିବେ, ତ ଭୁଲ କରିବାବାଲା ଲୋକ ଅନ୍ୟ ଆଡ଼କୁ ହୋଇଯିବ ଆଉ ଠିକ କରିବାବାଲାଙ୍କୁ ସମ୍ପୂର୍ଣ୍ଣ ଲାଭ ହେବ ଏଭଳି ହେଉଛି ଏହି ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ।
ଆମ ଦେଶରେ କୃଷି ତ ରହିଥାଏ କିନ୍ତୁ ତା’ପରେ ମଧ୍ୟ ଲକ୍ଷ-ଲକ୍ଷ କୋଟି-କୋଟି ଟଙ୍କାର ଫଳମୂଳ ନଷ୍ଟ ହୋଇଯାଏ । ଆମେ ଗୋଟିଏ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ପ୍ରସ୍ତୁତ କରିଅଛୁ । ଏହି ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା ଦ୍ୱାରା ଉତ୍ପାଦିତ ହୋଇଥିବା ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ, ତାହାର ମୂଲ୍ୟବୃଦ୍ଧି, କଞ୍ଚା ଆମ୍ବ ବିକିବେ ତ କମ୍ ପଇସା ମିଳିବ, ପାଚିଲା ଆମ୍ବ ବିକିବେ ତ ଅଧିକ ପଇସା ମିଳିବ ଏହା ହେଉଛି ମୂଲ୍ୟବୃଦ୍ଧି । କଞ୍ଚା ଆମ୍ବର ଆଚାର କରି ବିକ୍ରି କରିବେ ତ ଆହୁରି ଅଧିକ ପଇସା ମିଳିବ ଆଉ ଆଚାର ମଧ୍ୟ ଭଲ ଭାବରେ ପ୍ୟାକ କରି ଆଉ ବିଜ୍ଞାପନ ପ୍ରଚାର କରି ବିକିବେ ତ ଅଧିକ ପଇସା ମିଳିବ ଏହା ହେଉଛି ତାହାର ମୂଲ୍ୟବୃଦ୍ଧି । କଞ୍ଚା ଲଙ୍କା ବିକିବେ ତ ଶସ୍ତାରେ ମିଳିବ, ଲାଲ ହେବ ତ ମହଙ୍ଗା ହେବ ଆଉ ପାଉଡର ପ୍ରସ୍ତୁତ କରିବେ ତ ଆହୁରି ମୂଲ୍ୟ ବଢ଼ିବ । ଯେତେବେଳେ ମୂଲ୍ୟବୃଦ୍ଧି ହୁଏ କୃଷକଙ୍କୁ ଲାଭ ହୋଇଥାଏ । କ୍ଷୀର ବିକିବେ ତ କମ୍ ପଇସା ମିଳିବ, ଖୁଆ ପ୍ରସ୍ତୁତ କରି ବିକ୍ରି କରିବେ ତ ଅଧିକ ପଇସା ମିଳିବ ସେଥିରେ ମଧ୍ୟ ପେଡ଼ା ତିଆରି କରି ବିକ୍ରି କରିବେ ତ ଆହୁରି ଅଧିକ ପଇସା ମିଳିବ । ସରକାର କୃଷକଙ୍କୁ ମୂଲ୍ୟବୃଦ୍ଧିର ରାସ୍ତାରେ ନେଇ ଯିବା ପାଇଁ ପ୍ରଧାନମନ୍ତ୍ରୀ କୃଷି ସମ୍ପଦା ଯୋଜନା ପ୍ରସ୍ତୁତ କରିଛନ୍ତି । ବହୁତ ସଂଖ୍ୟାରେ ଫୁଡ଼୍ ପାର୍କ ନିର୍ମାଣ କରିବାର ଯୋଜନା କରିଛନ୍ତି । ଏହି ନଭେମ୍ବର ମାସରେ ସାରା ଦୁନିଆର କମ୍ପାନୀଙ୍କୁ ଡାକି ଖାଦ୍ୟ ପ୍ରକ୍ରିୟାକରଣ ପାଇଁ କୃଷକ ଯାହା ଉତ୍ପାଦନ କରୁଛନ୍ତି ତାହାର ମୂଲ୍ୟବୃଦ୍ଧି ପାଇଁ ସାରା ଦୁନିଆର କମ୍ପାନୀ ତାଙ୍କ ହାତ ଧରୁ, ତାଙ୍କର ଆଙ୍ଗୁଳି ଧରି ଆଗକୁ ନେଇ ଯାଆନ୍ତୁ ଆଉ ସେଥିପାଇଁ ଭାରତ ସରକାର ଚାହାଁନ୍ତି ହିନ୍ଦୁସ୍ଥାନର କୃଷକ ଆଗକୁ ଆସନ୍ତୁ, ତାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ପଦା ଯୋଜନା , ଯେଉଁଥିରେ ହଜାର ହଜାର କୋଟି ଟଙ୍କାର ବଜେଟ୍ ଦେବା ପାଇଁ ଏହି ସରକାର ନଷ୍ପତ୍ତି ନେଇଛନ୍ତି ।
ଭାଇ ଓ ଭଉଣୀମାନେ, ଗୁଜରାଟର ଗାଁ ସମୃଦ୍ଧ ହେଉ, ଗୁଜରାଟର କୃଷକ ସମୃଦ୍ଧ ହୁଅନ୍ତୁ, ଦେଶର କୃଷକଙ୍କୁ ଏହି ଯୋଜନାରୁ ଲାଭ ମିଳୁ, ଦେଶର କୃଷକ ସମୃଦ୍ଧ ହୁଅନ୍ତୁ ଆଉ ଦେଶର ଗ୍ରାମୀଣ ଜୀବନରେ ଏକ ଆର୍ଥିକ ବିପ୍ଳବର ବାତାବରଣ ସୃଷ୍ଟି କରିବା ଦିଗରେ ଅନେକ କାମକୁ ନେଇ ଆଜି ଯେବେ ଭାରତ ସରକାର ଆଗକୁ ବଢ଼ୁଛନ୍ତି, ସେତେବେଳେ ଆମ୍ରେଲୀ ଜିଲ୍ଲା ସହକାରୀ କ୍ଷେତ୍ର ହିସାବରେ ଶ୍ୱେତ ବିପ୍ଳବ, ମଧୁ ବିପ୍ଳବ, ନୀଳ ବିପ୍ଳବ, ଏପିଏମସି, ଡାଏରି ଇଂଜିନିୟରିଂ ଅନେକଗୁଡ଼ିଏ ପ୍ରକଳ୍ପକୁ ଯେତେବେଳେ ହାତକୁ ନେଇଛନ୍ତି ତେବେ ଭାରତ ସରକାର ସର୍ବଦା ଆପଣଙ୍କ ସାଥୀରେ ରହିବେ, ଆପଣ ଆଗକୁ ବଢ଼ିବେ ତ ଭାରତ ସରକାରଙ୍କୁ ସର୍ବଦା ଆପଣଙ୍କ ସାଥୀରେ ଦେଖିବେ ଏଭଳି ହେଉଛି ଭାରତ ସରକାରଙ୍କ ନୀତି ଆଉ ତାହାର ଲାଭ ହିନ୍ଦୁସ୍ଥାନର ଯେ କୌଣସି ଜିଲ୍ଲା ଉଠାଇ ପାରିବେ । ଯେ କୌଣସି ସହକାରୀ ଜିଲ୍ଲା ଉଠାଇ ପାରିବେ । ଆମ୍ରେଲୀ ତାହାର ସମ୍ପୂର୍ଣ୍ଣ ଲାଭ ଉଠାଉ, ଗୁଜରାଟର ଜିଲ୍ଲାଗୁଡ଼ିକ ତାହାର ସମ୍ପୂର୍ଣ୍ଣ ଲାଭ ଉଠାନ୍ତୁ, ମୋର ଆପଣମାନଙ୍କୁ ବହୁତ ବହୁତ ଶୁଭକାମନା ।
ବହୁତ ବହୁତ ଧନ୍ୟବାଦ, ବନ୍ଧୁଗଣ ।
**********
The cooperative sector here is seeing changes. I am happy to see younger people coming to the fore and taking leadership: PM in Amreli
— PMO India (@PMOIndia) September 17, 2017
When I was serving as CM, I had the opportunity to facilitate the coming of dairies to Saurashtra: PM @narendramodi
— PMO India (@PMOIndia) September 17, 2017
The e-NAM Yojana is helping farmers and giving them access to better markets: PM @narendramodi
— PMO India (@PMOIndia) September 17, 2017
The Blue Revolution and Sweet Revolution have the potential to transform lives of people in Saurashtra: PM @narendramodi
— PMO India (@PMOIndia) September 17, 2017
I urge the farming community here to explore opportunities relating to timber: PM @narendramodi
— PMO India (@PMOIndia) September 17, 2017
Ours is a Government at the Centre that is sensitive to the needs and concerns of the farmers: PM @narendramodi
— PMO India (@PMOIndia) September 17, 2017