ପିଏମଇଣ୍ଡିଆ
ଗୁଜରାଟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀମାନ ଭୂପେନ୍ଦ୍ର ଭାଇ ପଟେଲ, କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଶ୍ରୀ ଭୂପେନ୍ଦ୍ର ଯାଦବ ମହାଶୟ, ଶ୍ରୀ ଅଶ୍ୱିନୀ ଚୌବେ ମହାଶୟ, ବିଭିନ୍ନ ରାଜ୍ୟରୁ ଆସିଥିବା ସମସ୍ତ ମନ୍ତ୍ରୀଗଣ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଧିକାରୀଗଣ, ଅନ୍ୟ ସମସ୍ତ ମହାନୁଭବ, ଭଦ୍ରମହିଳା ଓ ଭଦ୍ର ବ୍ୟକ୍ତିଗଣ।
ଆପଣ ସମସ୍ତଙ୍କୁ ଏହି ରାଷ୍ଟ୍ରୀୟ ସମ୍ମିଳନୀକୁ ଏବଂ ବିଶେଷ କରି ଏକତା ନଗରକୁ ସ୍ୱାଗତ କରୁଛି, ଅଭିନନ୍ଦନ ଜଣାଉଛି । ଏକତା ନଗରରେ ଏହି ରାଷ୍ଟ୍ରୀୟ ସମ୍ମିଳନୀ ନିଜକୁ ନିଜ ମଧ୍ୟରେ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଁ ଅନୁଭବ କରୁଛି । ଯଦି ଆମେ ଜଙ୍ଗଲ କଥା କହିବା, ଆମର ଆଦିବାସୀ ଭାଇ-ଭଉଣୀ ମାନଙ୍କର କଥା କହିବା, ଆମେ ବନ ଜୀବନ କଥା କହିବା, ଆମେ ଜଳ ସଂରକ୍ଷଣ କଥା ଚର୍ଚ୍ଚା କରିବା, ଆମେ ପର୍ଯ୍ୟଟନ କଥା କହିବା, ଆମେ ପ୍ରକୃତି ଏବଂ ପର୍ଯ୍ୟାବରଣ ଓ ବିକାଶ, ଏକ ପ୍ରକାରରେ ଏକତା ନଗରରେ ତାହାର ଯେଉଁ ସାମଗ୍ରିକ ବିକାଶ ହୋଇଛି, ତାହା ନିଜକୁ ନିଜ ମଧ୍ୟରେ ଏହି ବାର୍ତ୍ତା ହେଉଛି । ବିଶ୍ୱାସ ସୃଷ୍ଟି କରୁଛି ଯେ, ବନ ଏବଂ ପର୍ଯ୍ୟାବରଣ କ୍ଷେତ୍ର ପାଇଁ ଆଜି ଏକତା ନଗର ଏକ ତୀର୍ଥ ସ୍ଥଳ ପାଲଟି ଯାଇଛି । ଆପଣ ସମସ୍ତେ ଏହି କ୍ଷେତ୍ର ସହିତ ଜଡିତ ଥିବା ମନ୍ତ୍ରୀ ଏବଂ ଅଧିକାରୀମାନେ ଆସିଛନ୍ତି । ମୁଁ ଚାହିଁବି ଯେ ଏକତା ନଗରରେ ଆପଣମାନେ ଯେତେ ସମୟ ଅତିବାହିତ କରିବେ, ତାହାକୁ ଅତି ସୁକ୍ଷ୍ମତାର ସହିତ ଅନୁଧ୍ୟାନ କରିବେ । ଯାହା ଦ୍ୱାରା ପର୍ଯ୍ୟାବରଣ ପ୍ରତି, ଆମର ଆଦିବାସୀ ସମାଜ ପ୍ରତି, ଆମର ବନ ଜୀବନ ପ୍ରତି କେତେ ସମ୍ବେଦନଶୀଳତା ସହିତ ସଂରଚନା କରାଯାଇଛି, ନିର୍ମାଣ କାର୍ଯ୍ୟ ହୋଇଛି ଏବଂ ଭବିଷ୍ୟତରେ ଦେଶର ଅନେକ କୋଣ ଅନୁକୋଣରେ ବନ ପର୍ଯ୍ୟାବରଣର ସୁରକ୍ଷା କରି ବିକାଶ ପଥରେ ଦ୍ରୁତ ଗତିରେ ଆଗକୁ ଅଗ୍ରସର ହୋଇ ପାରିବା, ଏଠାରେ ଏହାର ବହୁତ କିଛି ଦେଖିବା- ବୁଝିବାକୁ ମିଳିବ।
ସାଥୀଗଣ,
ଆମେ ଏକ ଏଭଳି ସମୟରେ ଏଠାରେ ଏକାଠି ହୋଇଛେ ଯେତେବେଳେ ଭାରତ ଆଗାମୀ 25 ବର୍ଷର ଅମୃତକାଳ ପାଇଁ ନୂତନ ଲକ୍ଷ୍ୟ ପ୍ରସ୍ତୁତ କରୁଛି । ମୋର ବିଶ୍ୱାସ ଯେ, ଆପଣମାନଙ୍କର ପ୍ରୟାସ ଦ୍ୱାରା ପର୍ଯ୍ୟାବରଣର ସୁରକ୍ଷାରେ ମଧ୍ୟ ସହାୟତା ମିଳିବ ଏବଂ ଭାରତର ବିକାଶ ମଧ୍ୟ ସେତିକି ହିଁ ଦ୍ରୁତ ଗତିରେ ହେବ।
ସାଥୀଗଣ,
ଆଜିର ନୂତନ ଭାରତ, ନୂତନ ଚିନ୍ତାଧାରା, ନୂତନ ଅଭିବ୍ୟକ୍ତି ସହିତ ଆଗକୁ ଅଗ୍ରସର ହେଉଛି। ଆଜି ଭାରତ ଦ୍ରୁତ ଗତିରେ ବିକଶିତ ହେଉଥିବା ଅର୍ଥନୀତି ମଧ୍ୟ, ଆଉ ନିରନ୍ତର ନିଜର ପରିବେଶକୁ ମଧ୍ୟ ସୁଦୃଢ଼ କରୁଛି । ଆମର ଜଙ୍ଗଲର ବ୍ୟାପକତାରେ ମଧ୍ୟ ବୃଦ୍ଧି ହେଉଛି, ଆଉ ଆର୍ଦ୍ରଭୂମିର ପରିସର ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆମେ ବିଶ୍ୱକୁ ଦେଖାଇଛୁ ଯେ ନବୀକରଣୀୟ ଶକ୍ତି କ୍ଷେତ୍ରରେ ଆମର ଗତି ଏବଂ ମାତ୍ରା ବୋଧହୁଏ କେହି ଏହା ସହିତ ତୁଳନୀୟ ହୋଇ ପାରିବେ ନାହିଁ । ଅନ୍ତରାଷ୍ଟ୍ରୀୟ ସୌର ମେଣ୍ଟ ହେଉ, ବିପର୍ଯ୍ୟୟ ସହଣୀ ଭିତିଭୂମି ସହଭାଗିତା ହେଉ, ଅବା ପୁଣି ଜୀବନ ଶୈଳୀ, ଏହି ବଡ଼ ବଡ଼ ଆହ୍ୱାନର ମୁକାବିଲା କରିବା ପାଇଁ ଭାରତ ଆଜି ବିଶ୍ୱର ନେତୃତ୍ୱ ନେଉଛି । ଆମର ପ୍ରତିବଦ୍ଧତାକୁ ପୂରଣ କରିବା ପାଇଁ ଆମର ଟ୍ରାକ ରେକର୍ଡ ଯୋଗୁଁ ହିଁ ଆଜି ବିଶ୍ୱ ଭାରତ ସହିତ ଯୋଡ଼ି ହୋଇ ରହିଛି । ବିଗତ ବର୍ଷମାନଙ୍କରେ ସିଂହ, ବାଘ, ହାତୀ ଏବଂ ଏକ ସିଙ୍ଘିଆ ଗଣ୍ଡା ଏବଂ ଚିତାବାଘଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଏବେ ଯେପରି ଭୂପେନ୍ଦ୍ର ଭାଇ କହୁଥିଲେ କିଛି ଦିନ ପୂର୍ବରୁ ମଧ୍ୟପ୍ରଦେଶରେ ଚିତାବାଘର ଘର ଫେରନ୍ତା ଏକ ନୂତନ ଉତ୍ସାହ ଫେରାଇ ଆଣିଛି । ପ୍ରତ୍ୟେକ ଭାରତବାସୀଙ୍କ ଶିରାପ୍ରଶିରାରେ, ସଂସ୍କାରରେ, ଜୀବମାତ୍ର ପ୍ରତି ଦୟା ଏବଂ ପ୍ରକୃତି ପ୍ରେମର ସଂସ୍କାର କିପରି ରହିଛି ତାହା ଚିତାଙ୍କ ସ୍ୱାଗତରେ ଦେଶ ଯେଭଳି ଭାବେ ଝୁମି ଉଠିଥିଲା, ହିନ୍ଦୁସ୍ତାନର ପ୍ରତ୍ୟେକ କୋଣ ଅନୁକୋଣରେ ଏପରି ଲାଗୁଥିଲା, ଯେପରି ତାଙ୍କର ନିଜ ଘରକୁ କୌଣସି ପ୍ରିୟ ଅତିଥି ଆସିଛି । ଏହା ହେଉଛି ଆମ ଦେଶର ଏକ ଶକ୍ତି । ପ୍ରକୃତି ସହିତ ସନ୍ତୁଳନ ରଖିବାର ଏହା ଯେଉଁ ପ୍ରୟାସ ତାହାକୁ ଆମେ ନିରନ୍ତର ଜାରି ରଖିବା । ଆଗାମୀ ପିଢ଼ୀକୁ ମଧ୍ୟ ସଂସ୍କାରିତ କରି ଚାଲିବା । ଏହି ସଂକଳ୍ପ ସହିତ ଭାରତ 2070 ଅର୍ଥାତ ଏବେ ଆମ ପାଖରେ ପ୍ରାୟ ପାଂଚ ଦଶକ ରହିଛି, ନେଟ୍ ଜିରୋର ଲକ୍ଷ୍ୟ ରଖିଛି । ଏବେ ଦେଶ ସବୁଜ ବିକାଶ ଉପରେ ଗୁରୁତ୍ୱ ଦେଉଛି ଆଉ ଯେତେବେଳେ ସବୁଜ ବିକାଶ କଥା କହୁଛେ, ସେତେବେଳେ ସବୁଜ ନିଯୁକ୍ତି କ୍ଷେତ୍ର ପାଇଁ ମଧ୍ୟ ବହୁତ ସୁଯୋଗ ସୃଷ୍ଟି ହେଉଛି । ଆଉ ଏହି ସମସ୍ତ ଲକ୍ଷ୍ୟର ପ୍ରାପ୍ତି ପାଇଁ, ପ୍ରତ୍ୟେକ ରାଜ୍ୟର ପର୍ଯ୍ୟାବରଣ ମନ୍ତ୍ରଣାଳୟର ଭୂମିକା ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ।
ସାଥୀଗଣ,
ପର୍ଯ୍ୟାବରଣ ମନ୍ତ୍ରଣାଳୟ, ସେ ଯେକୌଣସି ରାଜ୍ୟରେ ହେଉ ଅବା କେନ୍ଦ୍ରରେ, ସେମାନଙ୍କର ଦାୟିତ୍ୱର ବହୁତ ବଡ଼ ବିସ୍ତାର ହୋଇଛି । ଏହାକୁ ସଂକୁଚିତ ପରିସରରେ ରଖିବା ଉଚିତ ନୁହେଁ। ଦୁର୍ଭାଗ୍ୟବଶତଃ ସମୟ ସହିତ ଆମର ବ୍ୟବସ୍ଥାରେ ଏଭଳି ଏକ ଚିନ୍ତାଧାରା ରହିଥିଲା ଯେ ପର୍ଯ୍ୟାବରଣ ମନ୍ତ୍ରଣାଳୟର ଭୂମିକା, ଅଧିକ ନିୟନ୍ତ୍ରଣ ଭିତରେ ରହିଥିଲା । କିନ୍ତୁ ମୁଁ ବୁଝିପାରୁଛି ଯେ ପର୍ଯ୍ୟାବରଣ ମନ୍ତ୍ରଣାଳୟର କାର୍ଯ୍ୟ ନିୟନ୍ତ୍ରଣ ଠାରୁ ଅଧିକ ପର୍ଯ୍ୟାବରଣକୁ ପ୍ରୋତ୍ସାହିତ କରିବା ଦିଗରେ ରହିଛି । ପ୍ରତ୍ୟେକ ସେହି କାର୍ଯ୍ୟ, ଯେଉଁଥିରେ ପର୍ଯ୍ୟାବରଣର ସୁରକ୍ଷା ହେଉଛି, ସେଥିରେ ଆପଣଙ୍କ ମନ୍ତ୍ରଣାଳୟର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏବେ ଯେପରି ବୃତ୍ତାକାର ଅର୍ଥନୀତି (ସର୍କୁଲାର ଇକୋନୋମି)ର ବିଷୟ ହେଉଛି । ବୃତ୍ତାକାର ଅର୍ଥନୀତି ହେଉଛି ଆମ ପରମ୍ପରାର ଏକ ଅଂଶ । ଭାରତର ଲୋକମାନଙ୍କୁ ଯେ, ବୃତ୍ତାକାର ଅର୍ଥନୀତି ଶିଖାଇବାକୁ ପଡ଼ିବ, ଏଭଳି ନୁହେଁ । ଆମେ କେବେ ପ୍ରକୃତିର ଶୋଷକ ହୋଇ ନାହୁଁ, ସର୍ବଦା ପ୍ରକୃତିର ପୋଷକ ରହି ଆସିଛୁ। ଆମେ ଯେତେବେଳେ ଛୋଟ ଥିଲୁ, ସେତେବେଳେ ଆମକୁ କୁହାଯାଉଥିଲା ଯେ ମହାତ୍ମା ଗାନ୍ଧୀ ଯେତେବେଳେ ବିଗତ ଶତାବ୍ଦୀର ପ୍ରାରମ୍ଭରେ ସାବରମତୀ ଆଶ୍ରମରେ ରହୁଥିଲେ ଆଉ ସେହି ସମୟରେ ସାବରମତୀ ସମ୍ପୂର୍ଣ୍ଣ ପୂର୍ଣ୍ଣଗର୍ଭା ରହୁଥିଲା, ପାଣିରେ ଭରପୂର ହୋଇ ରହୁଥିଲା। ଏହା ସତ୍ୱେ ମଧ୍ୟ, ଯଦି ଗାନ୍ଧିଜୀ କାହାକୁ ଦେଖୁଥିଲେ ସେ ପାଣି ନଷ୍ଟ କରୁଛି, ସେତେବେଳେ ଗାନ୍ଧିଜୀ ତାଙ୍କୁ ନ ଅଟକାଇ ରହି ପାରୁ ନ ଥିଲେ । ଏତେ ପାଣି ସାମ୍ନାରେ ଥିଲା ପୁଣି ମଧ୍ୟ ପାଣି ନଷ୍ଟ ହେବାକୁ ଦେଉ ନ ଥିଲେ । ଆଜି କେତେ ମଧ୍ୟ ଘରେ ଆପଣମାନେ ବୋଧହୁଏ ପ୍ରତ୍ୟେକଙ୍କୁ ଜଣାଥିବ, ପ୍ରତ୍ୟେକ ଘରେ ହେଉଥିବ, ଅନେକଙ୍କ ଘରେ ଏଭଳି କପଡ଼ା ହେଉ, ଖବର କାଗଜ ହେଉ ଆଉ ମଧ୍ୟ ଛୋଟ- ମୋଟ ଜିନିଷ ହେଉ, ପ୍ରତ୍ୟେକ ଜିନିଷକୁ ଆମର ଏଠାରେ ପୁନଃ ବ୍ୟବହାର କରାଯାଉଛି, ପୁନଃଚକ୍ରଣ କରାଯାଉଛି ଏବଂ ଯେପର୍ଯ୍ୟନ୍ତ ତାହାର ସମ୍ପୂର୍ଣ୍ଣ ସମାପ୍ତି ହୋଇ ନ ଯାଉଛି, ସେ ପର୍ଯ୍ୟନ୍ତ ଆମେ ଉପଯୋଗ କରି ଚାଲୁଛୁ, ନିଜ ପରିବାରର ଏହି ସଂସ୍କାର ରହିଛି । ଆଉ ଏହା କୌଣସି କୃପଣତା ନୁହେଁ, ଏହା ହେଉଛି ପ୍ରକୃତି ପ୍ରତି ସଚେତନତା, ସମ୍ବେଦନା । ଏହି କୃପଣତା କାରଣରୁ ଲୋକ ଗୋଟିଏ ଜିନିଷକୁ ଦଶ ଥର ଉପଯୋଗ କରୁଛନ୍ତି, ଏପରି ନୁହେଁ । ଏହି ସମସ୍ତ ବିଷୟ, ଆମର ଯେଉଁ ପର୍ଯ୍ୟାବରଣ ମନ୍ତ୍ରୀ ଆଜି ଆସିଛନ୍ତି, ମୁଁ ସେମାନଙ୍କୁ ଅନୁରୋଧ କରିବି ଯେ ଆପଣ ମଧ୍ୟ ନିଜ ରାଜ୍ୟରେ ବୃତ୍ତାକାର ଅର୍ଥନୀତିକୁ ଅଧିକରୁ ଅଧିକ ପ୍ରୋତ୍ସାହିତ କରନ୍ତୁ । ଯଦି ସ୍କୁଲରେ ମଧ୍ୟ ପିଲାମାନଙ୍କୁ କୁହାଯିବ ଯେ ଭାଇ ଆପଣ ନିଜ ଘରରେ ବୃତ୍ତାକାର ଅର୍ଥନୀତିର ବୃଦ୍ଧି ଦ୍ୱାରା କ’ଣ ହେଉଛି, ଟିକେ ଖୋଜିକରି ଆଣନ୍ତୁ, ପ୍ରତ୍ୟେକ ପିଲା ଖୋଜିକରି ନେଇ ଆସିବେ । ସଚେତନତା ଆସିବ, କାହାକୁ ବୃତ୍ତାକାର ଅର୍ଥନୀତି କୁହାଯାଉଛି ଆଉ ଏଥିରେ କଠିନ ବର୍ଜ୍ୟ ପରିଚାଳନା ଏବଂ ଥରେ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକରୁ ମୁକ୍ତି ପାଇଁ ଆମର ଅଭିଯାନକୁ ମଧ୍ୟ ଶକ୍ତି ମିଳିବ । ଏଥିପାଇଁ ଆମେ ପଞ୍ଚାୟତ, ସ୍ଥାନୀୟ ସ୍ବାୟତ୍ତ ଶାସନ ସଂସ୍ଥା, ସ୍ୱୟଂ ସହାୟକ ଗୋଷ୍ଠୀ, ସେଠାରୁ ନେଇ ଏମଏସଏମଇ ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରୋତ୍ସାହିତ କରିବା ଉଚିତ । ସେମାନଙ୍କୁ ମାର୍ଗଦର୍ଶନ ଦେବା ଉଚିତ ।
ସାଥୀଗଣ,
ବୃତ୍ତାକାର ଅର୍ଥନୀତି(ସର୍କୁଲାର ଇକୋନୋମି)କୁ ଗତି ଦେବା ପାଇଁ ହିଁ ଏବେ ବିଗତ ବର୍ଷ ଆମ ସରକାର, ଆମ ଭାରତ ସରକାର ଯାନବାହାନ ସ୍କାର୍ପିଂ ନୀତି ମଧ୍ୟ ଲାଗୁ କରିଛନ୍ତି । ଏବେ କ’ଣ ରାଜ୍ୟଗୁଡ଼ିକରେ ମଧ୍ୟ ଏହି ଯାନବାହାନ ସ୍କାର୍ପିଂ ନୀତିରୁ ଲାଭ ଉଠାଇବା ପାଇଁ କୌଣସି ରୋଡ଼ମ୍ୟାପ ପ୍ରସ୍ତୁତ ହୋଇଛି କି ? ତା’ ପାଇଁ ଯେଉଁ ଘରୋଇ କ୍ଷେତ୍ରର ନିବେଶ ଆବଶ୍ୟକ, ସେମାନଙ୍କୁ ଜମି ଆବଶ୍ୟକ, ଫଳରେ ସ୍କାର୍ପିଂକୁ କାର୍ଯ୍ୟକାରୀ କରିବା କାମରେ ଆସିବ, ସେହି ପ୍ରକାରରେ ଯେପରି ମୁଁ ଭାରତ ସରକାରଙ୍କୁ ସୂଚନା ଦେଲି ଯେ ସ୍କାର୍ପିଂ ନୀତିକୁ ଆମକୁ ବହୁତ ଗତି ଦେବାର ଅଛି ତେଣୁ ଆମକୁ ପ୍ରଥମେ ଭାରତ ସରକାରଙ୍କର ଯେଉଁ ଯାନବାହାନ ଅଛି, ଯାହା ନିଜର ସମୟ ଅତିକ୍ରାନ୍ତ କରି ସାରିଛି, ଯାହା ନିର୍ଦ୍ଧାରିତ କିଲୋମିଟର ଅତିକ୍ରମ କରି ସାରିଛି ତାହାକୁ ପ୍ରଥମେ ସ୍କାର୍ପିଂ କ୍ଷେତ୍ରକୁ ଅଣାଯାଉ ଫଳରେ ଉଦ୍ୟୋଗ ଆରମ୍ଭ ହୋଇଯାଉ । କ’ଣ ରାଜ୍ୟମାନଙ୍କରେ ମଧ୍ୟ ପର୍ଯ୍ୟାବରଣ ମନ୍ତ୍ରଣାଳୟ ନିଜ ରାଜ୍ୟକୁ କ୍ରୀୟାଶୀଳ କରିବ ଯେ ନିଜ ରାଜ୍ୟରେ ଯେତେ ଯାନବାହାନ ଥିବ, ତାହାକୁ ସ୍କାର୍ପିଂ ନୀତିରେ ସର୍ବ ପ୍ରଥମେ ଆମେ ଆରମ୍ଭ କରିନେବା । ସ୍କାର୍ପିଂ କରିବାବାଲାଙ୍କୁ ଡାକି ଆଣିବା ଏବଂ ପୁଣି ସେହି କାରଣରୁ ନୂତନ ଗାଡି ମଧ୍ୟ ଆସିବ । ଇନ୍ଧନ ମଧ୍ୟ ସଂଚୟ ହେବ, ଏକ ପ୍ରକାରରେ, ଆମେ ବହୁତ ବଡ଼ ସହାୟତା କରି ପାରିବା ଯଦିଓ ନୀତି ଭାରତ ସରକାର ପ୍ରସ୍ତୁତ କରିଛନ୍ତି, ଯଦି ପଡି ରହିବ ତେବେ ପରିଣାମ ମିଳିବ ନାହିଁ । ଦେଖନ୍ତୁ ସମସ୍ତ ପର୍ଯ୍ୟାବରଣ ମନ୍ତ୍ରଣାଳୟକୁ ଦେଶର ଜୈବ ଇନ୍ଧନ ନୀତି ଉପରେ ମଧ୍ୟ ଦୃତ ଗତିରେ କାର୍ଯ୍ୟକରିବାର ଆବଶ୍ୟକତା ରହିଛି । ଏବେ ଦେଖନ୍ତୁ ଜୈବ ଇନ୍ଧନରେ ଆମେ କେତେ ଆଗକୁ ବଢୁଛେ । କିନ୍ତୁ ଯଦି ରାଜ୍ୟଗୁଡିକ ମଧ୍ୟ ଏହାକୁ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରନ୍ତି, ରାଜ୍ୟ ସ୍ଥିର କରିବ ଆମ ରାଜ୍ୟରେ ଯେତେ ଯାନବାହାନ ଅଛି, ସେଥିରେ ସର୍ବାଧିକ ଜୈବ ଇନ୍ଧନ ମିଶ୍ରଣ କରି ଗାଡି ଚଳାଇବା । ଦେଶରେ ପ୍ରତିଯୋଗିତାର ପରିବେଶ ସୃଷ୍ଟି ହେବ । ଦେଖନ୍ତୁ, ପର୍ଯ୍ୟାବରଣ ମନ୍ତ୍ରଣାଳୟକୁ ଏହି ନୀତିକୁ ଆପଣାଇବାକୁ ପଡ଼ିବ, ତାହାକୁ ଦୃଢ଼ ଭାବେ ତୃଣମୂଳ ସ୍ତରକୁ ନେଇ ଆସିବାକୁ ପଡ଼ିବ । ଆଜିକାଲି ଦେଶ ଇଥେନଲ ମିଶ୍ରଣରେ ନୂତନ ରେକର୍ଡ ଆଜି ଭାରତ ସୃଷ୍ଟି କରୁଛି । ଯଦି ରାଜ୍ୟ ମଧ୍ୟ ଏହା ସହିତ ଯୋଡ଼ି ହୋଇଯିବ ତେବେ ଆମେ କେତେ ଦ୍ରୁତ ଗତିରେ ବଢ଼ି ପାରିବା । ମୋର ପରାମର୍ଶ ଏହା ମଧ୍ୟ ହେବ ଯେ ଆମେ ଇଥେନଲ ଉତ୍ପାଦନ ଏବଂ ଇଥେନଲ ମିଶ୍ରଣ ପାଇଁ ରାଜ୍ୟଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ହେଉ । ବର୍ଷକୁ ଥରେ ସେମାନଙ୍କୁ ପ୍ରମାଣିତ କରାଯାଉ ଯେ କେଉଁ ରାଜ୍ୟ…. ଆଉ ସେହି ସମୟ ମଧ୍ୟରେ ଆମ କୃଷକମାନଙ୍କୁ ବହୁତ ସାହାଯ୍ୟ ମିଳିବ । କ୍ଷେତର ଯେଉଁ ଅବଶେଷ ରହିଛି ତାହା ମଧ୍ୟ ରୋଜଗାର ପ୍ରଦାନ କରିବାକୁ ଆରମ୍ଭ କରିଦେବ । ଆମକୁ ଏହି ସ୍ୱାସ୍ଥ୍ୟପ୍ରଦ ପ୍ରତିଯୋଗିତାକୁ ପ୍ରୋତ୍ସାହନ ଦେବାକୁ ହେବ । ଏହି ସୁସ୍ଥ ପ୍ରତିଯୋଗିତା ରାଜ୍ୟଗୁଡ଼ିକ ମଧ୍ୟରେ, ସହରଗୁଡ଼ିକ ମଧ୍ୟରେ ହୋଇ ଚାଲିବା ଦରକାର । ଦେଖିବେ, ଏହାଦ୍ୱାରା ପର୍ଯ୍ୟାବରଣର ରକ୍ଷା କରିବାର ଆମର ଯେଉଁ ସଂକଳ୍ପ ରହିଛି ତାକୁ ଜନ ଭାଗିଦାରୀର ଶକ୍ତି ମିଳିଯିବ ଆଉ ଯେଉଁ ଜିନିଷ ଆଜି ଆମକୁ ଅବରୋଧ ଭଳି ଲାଗୁଛି ତାହା ଆମ ପାଇଁ ନୂତନ ମାନଗୁଡ଼ିକୁ ଅତିକ୍ରମ କରିବାର ଏକ ବହୁତ ବଡ଼ ମାଧ୍ୟମ ହୋଇଯିବ । ଏବେ ଦେଖନ୍ତୁ, ଆମେ ସମସ୍ତେ ଅନୁଭବ କରିଛେ ଯେ ଏଲଇଡି ବଲବ୍ ବିଜୁଳି ସଂଚୟ କରିଥାଏ। ଅଙ୍ଗାରକ ବିକିରଣରୁ ରକ୍ଷା କରିଥାଏ, ଅର୍ଥ ସଂଚୟ କରିଥାଏ। କ’ଣ ଆମର ପର୍ଯ୍ୟାବରଣ ମନ୍ତ୍ରଣାଳୟ, ଆମ ରାଜ୍ୟର ବିଜୁଳି ମନ୍ତ୍ରଣାଳୟ, ଆମ ରାଜ୍ୟର ସହରାଞ୍ଚଳ ମନ୍ତ୍ରଣାଳୟ କ୍ରମାଗତ ଭାବେ ବୈଠକ କରି ନୀରିକ୍ଷଣ କରିବେ ଯେ ଭାଇ ଏଲଇଡି ବଲବ୍ ପ୍ରତ୍ୟେକ ରାସ୍ତାକଡ଼ ଲାଇଟରେ ଲାଗିଛି କି ଲାଗିନାହିଁ, ପ୍ରତ୍ୟେକ ସରକାରୀ ଅଫିସରେ ଏଲଇଡି ବଲବ୍ ଲାଗିଛି କି ଲାଗିନାହିଁ । ଏଲଇଡିର ଯେଉଁ ଏକ ଆନ୍ଦୋଳନ ଚାଲୁ ରହିଛି ଯେ ଏତେ ସଂଚୟ କରୁଛି, ଅର୍ଥ ସଂଚୟ କରିଥାଏ, ପର୍ଯ୍ୟାବରଣର ମଧ୍ୟ ସେବା କରିଥାଏ। ଆପଣ ଏହାକୁ ଆଗକୁ ଆଣି ପାରନ୍ତି । ଆପଣଙ୍କ ବିଭାଗ ଆଗକୁ ଆସିପାରେ । ସେହିଭଳି ଭାବେ ଆମକୁ ଆମର ସଂସାଧନଗୁଡ଼ିକୁ ମଧ୍ୟ ସଂଚୟ କରିବାକୁ ହେବ । ଏବେ ପାଣି ହେଉ, ପ୍ରତ୍ୟେକ କହୁଛନ୍ତି ଯେ ଜଳକୁ ସଂଚୟ କରିବା ହେଉଛି ଏକ ବହୁତ ବଡ଼ କାର୍ଯ୍ୟ । ଏବେ ଆମେ ଯେଉଁ ଆଜାଦୀର ଅମୃତ ମହୋତ୍ସବରେ 75 ଅମୃତ ସରୋବର ନିର୍ମାଣ କରିବା ପାଇଁ କହିଛୁ, କ’ଣ ପର୍ଯ୍ୟାବରଣ ମନ୍ତ୍ରଣାଳୟ ବନ ବିଭାଗ ଏହାର ନେତୃତ୍ୱ ନେଉଛନ୍ତି କି । ଜଳ ସଂରକ୍ଷଣକୁ ଗୁରୁତ୍ୱ ପ୍ରଦାନ କରାଯାଉଛି କି । ସେହିଭଳି ଭାବେ ପର୍ଯ୍ୟାବରଣ ମନ୍ତ୍ରଣାଳୟ ଏବଂ କୃଷି ମନ୍ତ୍ରଣାଳୟ ମିଳିମିଶି ସେହି ବୁନ୍ଦା ଜଳସେଚନ ଏବଂ ଅଣୁ ଜଳସେଚନ ତାହା ଉପରେ ଗୁରୁତ୍ୱ ପ୍ରଦାନ କରୁଛନ୍ତି କି ? ଅର୍ଥାତ ପର୍ଯ୍ୟାବରଣ ମନ୍ତ୍ରଣାଳୟ ହେଉଛି ଏଭଳି ଯେ ପ୍ରତ୍ୟେକ ମନ୍ତ୍ରଣାଳୟକୁ ଦିଗଦର୍ଶନ ଦେଇପାରେ, ଗତି ପ୍ରଦାନ କରିପାରେ, ପ୍ରେରଣା ପ୍ରଦାନ କରିପାରେ ଆଉ ପରିଣାମ ଆଣି ପାରେ। ଆଜିକାଲି ଆମେ ଦେଖୁଛୁ ଯେ କେବେ ଯେଉଁ ସବୁ ରାଜ୍ୟଗୁଡ଼ିକରେ ପାଣିର ବହୁଳତା ଥିଲା, ଭୂତଳ ଜଳ ଉପରେ ରହୁଥିଲା ସେଠାରେ ଆଜି ପାଣି ପାଇଁ ଖୁବ ଯୁଦ୍ଧ କରିବାକୁ ପଡ଼ୁଛି। ପାଣିର ଅଭାବ ରହିଛି, 1000- 2000 ଫୁଟ ତଳକୁ ଯିବାକୁ ପଡ଼ୁଛି।
ସାଥୀଗଣ,
ଏହି ଆହ୍ୱାନ କେବଳ ପାଣି ସହିତ ଜଡ଼ିତ ବିଭାଗଗୁଡ଼ିକର ନୁହେଁ ବରଂ ପର୍ଯ୍ୟାବରଣକୁ ମଧ୍ୟ ତାହାକୁ ଏକ ବଡ଼ ଆହ୍ୱାନ ଭାବେ ଭାବିବାକୁ ପଡ଼ିବ । ଆଜିକାଲି ଆପଣମାନେ ଦେଖୁଛନ୍ତି ଯେ ଦେଶର ପ୍ରତ୍ୟେକ ଜିଲ୍ଲାରେ ଯେଭଳି ମୁଁ ଆପଣଙ୍କୁ କହିଲି ଅମୃତ ସରୋବରର ଅଭିଯାନ ଚାଲୁ ରହିଛି, ଏବେ ଅମୃତ ସରୋବର ଜଳ ସୁରକ୍ଷା ସହିତ ହିଁ ପର୍ଯ୍ୟାବରଣ ସୁରକ୍ଷା ସହିତ ମଧ୍ୟ ଜଡ଼ିତ ରହିଛି । ସେହିଭଳି ଭାବେ ଏହି ଦିନମାନଙ୍କରେ ଆପଣମାନେ ଦେଖିଥିବେ, ଆମର କୃଷକମାନେ ରସାୟନମୁକ୍ତ କୃଷି, ପ୍ରାକୃତିକ କୃଷି ଏବେ ଏପରି ଲାଗୁଛି ଯେପରି ଏହା ହେଉଛି କୃଷି ବିଭାଗର କିନ୍ତୁ ଯଦି ଆମର ପର୍ଯ୍ୟାବରଣ ମନ୍ତ୍ରଣାଳୟ ଯୋଡ଼ି ହୋଇଯିବ ତେବେ ଏହାକୁ ଏକ ନୂତନ ଶକ୍ତି ମିଳିଯିବ । ପ୍ରାକୃତିକ କୃଷି, ଏହା ମଧ୍ୟ ପର୍ଯ୍ୟାବରଣ ସୁରକ୍ଷାର କାର୍ଯ୍ୟ କରିଥାଏ। ଏହା ଆମର ଧରଣୀ ମାଆର ରକ୍ଷା କରିବା, ଏହା ମଧ୍ୟ ହେଉଛି ଏକ ବହୁତ ବଡ଼ କାର୍ଯ୍ୟ। ଏଇଥିପାଇଁ ହିଁ ମୁଁ କହୁଛି ଯେ ପରିବର୍ତିତ ସମୟରେ ପର୍ଯ୍ୟାବରଣ ମନ୍ତ୍ରଣାଳୟ ଦ୍ୱାରା ଯୋଗଦାନ କରିବା ଏବଂ ସମନ୍ୱିତ ଅଭିବ୍ୟକ୍ତି ନେଇ କାର୍ଯ୍ୟ କରିବା ହେଉଛି ବହୁତ ଆବଶ୍ୟକ । ଯେତେବେଳେ ପର୍ଯ୍ୟାବରଣ ମନ୍ତ୍ରଣାଳୟର ଦୃଷ୍ଟି ପରିବର୍ତିତ ହେବ, ଲକ୍ଷ୍ୟ ସ୍ଥିର ହେବ, ପଥ ନିର୍ଦ୍ଧାରିତ ହୋଇଯିବ, ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ସାଥୀଗଣ, ପ୍ରକୃତିର ମଧ୍ୟ ସେତିକି ହିଁ ଭଲ ହେବ।
ସାଥୀଗଣ,
ପର୍ଯ୍ୟାବରଣର ସୁରକ୍ଷାର ଆଉ ଏକ ପକ୍ଷ, ଜନ- ଜାଗରଣ, ଜନ- ଭାଗିଦାରୀ, ଜନ- ସମର୍ଥନ, ଏହା ହେଉଛି ବହୁତ ଆବଶ୍ୟକ । କିନ୍ତୁ ଏହା ମଧ୍ୟ କେବଳ ସୂଚନା ବିଭାଗ କିମ୍ବା ଶିକ୍ଷା ବିଭାଗର କାର୍ଯ୍ୟ ନୁହେଁ । ଯେପରି ଆପଣ ମାନଙ୍କୁ ସମସ୍ତଙ୍କୁ ଭଲଭାବେ ଜଣାଅଛି ଯେ ଦେଶରେ ଆମର ଯେଉଁ ନୂତନ ରାଷ୍ଟ୍ରୀୟ ଶିକ୍ଷା ନୀତି ଏବେ ପ୍ରକୃତରେ ଆପଣମାନଙ୍କ ପାଇଁ ମଧ୍ୟ ହେଉଛି ଉପଯୋଗୀ ଆଉ ଆପଣମାନଙ୍କ ବିଭାଗ ପାଇଁ ମଧ୍ୟ, ସେଥିରେ ଏକ ବିଷୟ ରହିଛି ଅନୁଭୂତି ଆଧାରିତ ଶିକ୍ଷଣ ସଂପର୍କରେ, ତାହା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଏବେ ଏହି ଅନୁଭୂତି ଆଧାରିତ ଶିକ୍ଷଣ, କ’ଣ ପର୍ଯ୍ୟାବରଣ ମନ୍ତ୍ରଣାଳୟ ଶିକ୍ଷା ବିଭାଗ ସହିତ କଥା ହୋଇ କି ଭାଇ ଆପଣ ସ୍କୁଲରେ ପିଲାମାନଙ୍କୁ ଗଛ- ଲତା ବିଷୟରେ ପାଠ ପଢାଇବାର ଅଛି ତେଣୁ ସେମାନଙ୍କୁ ଟିକେ ବଗିଚା ଆଡକୁ ନେଇଯିବା । ଗାଁ ବାହାରେ ଯେଉଁ ଗଛ- ଲତା ଅଛି, ସେଠାକୁ ନେଇ ଯିବା, ଗଛ- ଲତା ସହିତ ପରିଚିତ କରାଇବା । ଏବେ ଏହି ଶିକ୍ଷା ମନ୍ତ୍ରଣାଳୟ ଏବଂ ପର୍ଯ୍ୟାବରଣ ମନ୍ତ୍ରଣାଳୟ ମିଳିମିଶି କାର୍ଯ୍ୟ କରିବେ। ତେବେ ସେହି ପିଲାମାନଙ୍କ ମଧ୍ୟରେ ପର୍ଯ୍ୟାବରଣ ପ୍ରତି ସ୍ୱଭାବିକ ସଚେତନତା ଆସିବ ଏବଂ ଏହା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଜୈବ ବିବିଧତା ପ୍ରତି ଅଧିକ ସଚେତନତା ଆସିବ ଓ ପରିବେଶ ସୁରକ୍ଷା ପାଇଁ ସେମାନଙ୍କ ମନ- ମସ୍ତିଷ୍କରେ ସେମାନେ ଏଭଳି ବୀଜ ବପନ କରି ପାରିବେ ଯାହା ଫଳରେ ଆଗାମୀ ଦିନରେ ପର୍ଯ୍ୟାବରଣର ସୁରକ୍ଷା ପାଇଁ ସେମାନେ ବହୁତ ବଡ଼ ସିପାହୀ ହୋଇ ପାରିବେ । ସେହିଭଳି ଏବେ ଯେଉଁ ପିଲାମାନେ ଆମର ସମୁଦ୍ର କୂଳରେ ଅଛନ୍ତି, ଅବା ନଦୀ କୂଳରେ ଅଛନ୍ତି, ସେଠାରେ ପିଲାମାନଙ୍କୁ ଏହି ପାଣିର ମହତ୍ୱ, ସମୁଦ୍ରର ଇକେ ସିଷ୍ଟମ କ’ଣ ହୋଇଥାଏ, ନଦୀର ଇକେ ସିଷ୍ଟମ କ’ଣ ହୋଇଥାଏ, ସେଠାକୁ ନେଇ ଯାଇ ସୋମାନଙ୍କୁ ଶିଖା ଯାଉ। ମାଛର କ’ଣ ମହତ୍ୱ ଥାଏ। ମାଛ କିଭଳି ପର୍ଯ୍ୟାବରଣ ସୁରକ୍ଷା ଦିଗରେ ସହାୟତା କରିଥାଏ । ସମସ୍ତ କଥା ସେହି ପିଲାମାନଙ୍କୁ ନେଇ ସେମାନଙ୍କୁ ବୁଝାଇବା, କାର୍ଯ୍ୟ ତ ଶିକ୍ଷା ବିଭାଗର ହେବ, କିନ୍ତୁ ପର୍ଯ୍ୟାବରଣ ବିଭାଗର ଲୋକ ଆପଣ ଦେଖିବେ ସମ୍ପୂର୍ଣ୍ଣ ନୂଆ ପିଢୀ ପ୍ରସ୍ତୁତ ହୋଇ ଯିବେ। ଆମେ ଆମର ପିଲାମାନଙ୍କୁ ଆମର ଆଗାମୀ ପିଢୀକୁ ପର୍ଯ୍ୟାବରଣ ପ୍ରତି ସଚେତନ କରିବାର ଅଛି, ସେମାନଙ୍କୁ ମଧ୍ୟ ସମ୍ବେଦନଶୀଳ କରିବା ଉଚିତ । ରାଜ୍ୟର ପର୍ଯ୍ୟାବରଣ ମନ୍ତ୍ରଣାଳୟକୁ ଏହା ସହିତ ଜଡିତ ଅଭିଯାନର ଶୁଭାରମ୍ଭ କରିବା ଆବଶ୍ୟକ । ଯୋଜନା ପ୍ରସ୍ତୁତ କରିବାର ଅଛି, ଏବେ ଯେପରି କୌଣସି ସ୍କୁଲରେ ଗୋଟିଏ ପଳ ଗଛ ଅଛି, ତେଣୁ ପିଲାମାନେ ତାହାର ଜୀବନୀ ଲେଖି ପାରିବେ, ଗଛର ଜୀବନୀ ଲେଖିବେ। କୌଣସି ଔଷଧିୟ ବୃକ୍ଷର ଗୁଣ ବିଷୟରେ ମଧ୍ୟ ପିଲାମାନଙ୍କ ଦ୍ୱାରା ନିବନ୍ଧ ଲେଖାଯାଇ ପାରିବ, ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗିତାର ଆୟୋଜନ କରାଯାଇ ପାରିବ। ଆମ ରାଜ୍ୟମାନଙ୍କରେ ଥିବା ବିଶ୍ୱ ବିଦ୍ୟାଳୟ ଏବଂ ଗବେଷଣାଗାରକୁ ମଧ୍ୟ ଜୟ ଅନୁସନ୍ଧାନ ମନ୍ତ୍ରରେ ଚାଲି ପର୍ଯ୍ୟାବରଣ ସୁରକ୍ଷା ସହିତ ଜଡିତ ନବସୃଜନକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ହେବ । ପର୍ଯ୍ୟାବରଣ ସୁରକ୍ଷା ଦିଗରେ ଆମକୁ ଅଧିକରୁ ଅଧିକ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର କରିବା ଉଚିତ । ଯେଭଳି ଯେଉଁଠାରେ ବନ ଭୂମି ରହିଛି, ଜଙ୍ଗଲ ରହିଛି ସେଠରେ ଜଙ୍ଗଲର ସ୍ଥିତି ସଂପର୍କରେ ନିରନ୍ତର ଅଧ୍ୟୟନର ବହୁତ ଆବଶ୍ୟକତା ରହିଛି । ଆମେ ମହାକାଶ ଟେକ୍ନୋଲୋଜିରେ ନିଜର ଜଙ୍ଗଲର ସର୍ବେକ୍ଷଣ ବା ଅନୁଧ୍ୟାନ କରି ପାରିବା । ପରିବର୍ତ୍ତନ ଆସିଲା ତ ତୁରନ୍ତ ଚିହ୍ନଟ କରି ପାରିବା, ସୁଧାର ଆଣି ପାରିବା।
ସାଥୀଗଣ,
ପର୍ଯ୍ୟାବରଣ ସହିତ ଜଡିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଜଙ୍ଗଲ ନିଆଁ ମଧ୍ୟ । ଜଙ୍ଗଲରେ ନିଆଁ ଲାଗିବା ବୃଦ୍ଧି ପାଉଛି, ଭାରତ ଭଳି ଦେଶ ପାଇଁ ଯଦି ଥରେ ନିଆଁ ବ୍ୟାପିଗଲା ସେତେବେଳେ ଆମ ପାଖରେ ମଧ୍ୟ ସେତେ ସଂସାଧନ କେଉଁଠି ଅଛି ଯେ ଆମେ ଆଧୁନିକ ଟେକ୍ନୋଲୋଜି ଦ୍ୱାରା ନିଆଁ ଲିଭାଇ ପାରିବା । ବିଶ୍ୱର ସମୃଦ୍ଧ ଦେଶଗୁଡ଼ିକୁ ଆପଣମାନେ ଟିଭିରେ ଦେଖିଥିବେ, ହୁଏତ ପଶ୍ଚିମ ଆମେରିକା, କାନ୍ନାଡା, ଅଷ୍ଟ୍ରେଲିଆ ହେଉ, ବିଗତ ଦିନମାନଙ୍କରେ ଯେଉଁଠାରେ ଜଙ୍ଗଲରେ ନିଆଁ ଲାଗିଥିଲା, ଜଙ୍ଗଲରେ ନିଆଁ ଲାଗିବା ଭଳି ଘଟଣାମାନ ଘଟିଥିଲା। କେତେ ପରିମାଣରେ ବିଧ୍ୱଂସ ହୋଇଥିଲା, ବନ୍ୟ ପଶୁମାନଙ୍କର ଅସହାୟତା ଏପରିକି ଜନ ଜୀବନକୁ ମଧ୍ୟ ପ୍ରଭାବିତ କରି ଦେଲା । ତାହାର ପାଉଁଶ ଯୋଗୁଁ ମାଇଲ ମାଇଲ ଧରି ଲୋକମାନଙ୍କର ବଞ୍ଚିବା କଷ୍ଟକର ହୋଇଗଲା । ଜଙ୍ଗଲ- ନିଆଁ କାରଣରୁ ବୈଶିକ ଉତ୍ସର୍ଜନରେ ଭାରତର ଭାଗିଦାରୀ ବହୁତ କମ୍ ରହିଛି ଆଜ୍ଞା, ଅତି ନଗନ୍ୟ ରହିଛି, କିନ୍ତୁ ପୁଣି ମଧ୍ୟ ଆମକୁ ଏବେଠାରୁ ସଚେତନ ହେବାକୁ ପଡିବ । ଏବେଠାରୁ ଆମକୁ ଯୋଜନା କରିବା ଆବଶ୍ୟକ। ପ୍ରତ୍ୟେକ ରାଜ୍ୟରେ ଜଙ୍ଗଲ ନିଆଁ ସହିତ ଲଢ଼ିବାର ଶାସନକଳ ସୁଦୃଢ଼ ହେଉ, ତାହା ବୈଷୟିକଜ୍ଞାନ ଆଧାରିତ ହେଉ, ଏହା ହେଉଛି ବହୁତ ଜରୁରୀ । ସେହିଭଳି ଭାବେ ଆମ ସମସ୍ତଙ୍କୁ ଜଣାଅଛି ଯେ ନିଆଁ ଲାଗିବାର କାରଣ କ’ଣ ହୋଇଥାଏ, ଯେଉଁ ଶୁଖିଲା ପତ୍ର ଜଙ୍ଗଲରେ ପଡ଼ିଥାଏ, ସେଗୁଡ଼ିକ ଗଦା ହୋଇଥାଏ ଆଉ ଗୋଟିଏ ଅଧେ ଛୋଟିଆ ଭୁଲ ଦେଖୁ ଦେଖୁ ଦେଖୁ ସମଗ୍ର ଜଙ୍ଗଲକୁ ନିଆଁ ଧରି ନେଇଥାଏ। କିନ୍ତୁ ଏବେ ଏହିସବୁ ଜଙ୍ଗଲରେ ଯେଉଁ ଅବଶେଷ ପଡ଼ୁଛି ନା, ପତ୍ରସବୁ ପଡ଼ୁଛି, ଘର ଭିତରେ ଯେତେବେଳେ ସାରା ଜଙ୍ଗଲର ମାଟିରେ ସବୁ ପତ୍ର ଦୃଷ୍ଟିକୁ ଆସୁଛି, ଆଜିକାଲି ତାହାର ମଧ୍ୟ ବୃତ୍ତାକାର ଅର୍ଥନୀତି(ସର୍କୁଲାର ଇକୋନୋମି)ରେ ଉପଯୋଗ ହୋଇଥାଏ । ଆଜିକାଲି ସେଥିରୁ ଖତ ମଧ୍ୟ ପ୍ରସ୍ତୁତ ହେଉଛି। ଆଜିକାଲି ସେଥିରୁ କୋଇଲା ପ୍ରସ୍ତୁତ କରା ଯାଉଛି । ମେସିନ ରହିଥାଏ ଛୋଟ- ଛୋଟ ମେସିନ ଲଗାଇ ସେଥିରୁ କୋଇଲା ପ୍ରସ୍ତୁତ କରା ଯାଇପାରେ, ସେହି କୋଇଲା କାରଖାନାମାନଙ୍କରେ କାର୍ଯ୍ୟରେ ଆସିପାରେ । ଅର୍ଥାତ ଆମର ଜଙ୍ଗଲ ମଧ୍ୟ ସୁରକ୍ଷିତ ରହି ପାରିବ ଆଉ ଆମର ଉର୍ଜ୍ଜା ମଧ୍ୟ ସଂଚୟ ହୋଇ ପାରିବ । ମୋର କହିବାର ତାତ୍ପର୍ଯ୍ୟ ହେଉଛି ଏହା ଯେ ଆମକୁ ଏଥିରେ ମଧ୍ୟ ଜଙ୍ଗଲ ନିଆଁ ପାଇଁ ଆମର ସଚେତନତା, ସେଠାକାର ଲୋକମାନଙ୍କ ପାଇଁ ମଧ୍ୟ ରୋଜଗାରର ସାଧନ, ଯେଉଁ ଲୋକମାନେ ଜଙ୍ଗଲରେ ରହୁଛନ୍ତି ଯେପରି ଆମର ବନଧନ ଉପରେ ଖୁବ ଗୁରୁତ୍ୱ ରହିଛି, ସେହିଭଳି ଭାବେ ଏହାକୁ ମଧ୍ୟ ଏକ ଧନ ଭାବି ବ୍ୟବସ୍ଥା କରାଯାଉ। ତେବେ ଆମେ ଜଙ୍ଗଲର ନିଆଁକୁ ରୋକି ପାରିବା । ଆମର ବନ ରକ୍ଷୀକୁ ମଧ୍ୟ ଏବେ ନୂତନ ଢ଼ାଂଚାରେ ପ୍ରଶିକ୍ଷଣ ଦେବାର ବହୁତ ଆବଶ୍ୟକତା ରହିଛି ଆଜ୍ଞା । ମାନବ ସମ୍ବଳ ବିକାଶର ନୂତନ ଦିଗଗୁଡ଼ିକୁ ଯୋଡ଼ିବାର ଆବଶ୍ୟକତା ରହିଛି । ପୁରୁଣା ଯୁଗର ଯେଉଁସବୁ ବିଟ୍ ଗାର୍ଡ ରହିଛନ୍ତି, ସେତିକିରେ କଥା ସଫଳ ହେବାଭଳି ନୁହେଁ।
ସାଥୀଗଣ,
ମୁଁ ଆପଣମାନଙ୍କ ସହିତ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିନ୍ଦୁ ଉପରେ ମଧ୍ୟ ଚର୍ଚ୍ଚା କରିବାକୁ ଚାହୁଁଛି। ଆପଣମାନେ ଭଲ ଭାବେ ଜାଣନ୍ତି ଯେ ଆଧୁନିକ ଭିତିଭୂମି ବିନା, ଦେଶର ବିକାଶ, ଦେଶବାସୀଙ୍କ ଜୀବନସ୍ତରକୁ ସୁଧାରିବାର ପ୍ରୟାସ ସଫଳ ହୋଇ ପାରିବ ନାହିଁ । କିନ୍ତୁ ଆମେ ଦେଖିଛୁ ଯେ ପର୍ଯ୍ୟାବରଣ ମଞ୍ଜୁରି ନାମରେ ଦେଶରେ ଆଧୁନିକ ଭିତିଭୂମିର ନିର୍ମାଣକୁ କିଭଳି ଭାବେ ଦ୍ୱନ୍ଦାତ୍ମକ କରି ରଖା ଯାଉଥିଲା । ଆପଣମାନେ ଯେଉଁ ସ୍ଥାନରେ ବସିଛନ୍ତି ନା ଏହି ଏକ ଏକତା ନଗରରେ, ଏହା ହେଉଛି ଆମର ଆଖି ଖୋଲିଦେବା ଭଳି ଉଦାହରଣ । କିଭଳି ସହରୀ ନକସଲପନ୍ଥୀମାନେ, ବିକାଶର ବିରୋଧୀମାନେ, ଏହି ଏତେ ବଡ଼ ପ୍ରକଳ୍ପକୁ, ସର୍ଦ୍ଦାର ସରୋବର ଡ୍ୟାମକୁ ରୋକି ରଖିଥିଲେ । ଆପଣମାନଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ ସାଥୀଗଣ, ଏ ଯେଉଁ ସର୍ଦ୍ଦାର ସରୋବର ଡ୍ୟାମ ଏକତାନଗରରେ ଆପଣମାନେ ବସିଛନ୍ତି ନା, ଏତେ ବଡ଼ ଜଳାଶୟ ଦେଖିଥିବେ ଆପଣମାନେ, ଏହାର ଶିଳାନ୍ୟାସ ଦେଶ ସ୍ୱାଧୀନ ହେବାର ତୁରନ୍ତ ପରେ କରିଥିଲେ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବହୁତ ବଡ଼ ଭୂମିକା ତୁଲାଇଥିଲେ । ପଣ୍ଡିତ ନେହେରୁ ଶିଳାନ୍ୟାସ କରିଥିଲେ କିନ୍ତୁ ସବୁ ସହରୀ ନକସଲପନ୍ଥୀମାନେ ମୈଦାନକୁ ଆସିଗଲେ, ଦୁନିଆର ଲୋକମାନେ ଆସିଗଲେ । ଖୁବ ପ୍ରଚାର କଲେ ଏଭଳି ଏହା ହେଉଛି ପର୍ଯ୍ୟାବରଣ ବିରୋଧୀ, ଏହି ଅଭିଯାନ ଚାଲୁ କଲେ ଆଉ ବାରମ୍ବାର ତାହାକୁ ବନ୍ଦ କରାଗଲା। ଯେଉଁ କାର୍ଯ୍ୟର ଶୁଭାରମ୍ଭ ନେହେରୁ ମହାଶୟ କରିଥିଲେ, ସେହି କାର୍ଯ୍ୟ ପୂରଣ ହେଲା ମୋ ଆସିବା ପରେ । କୁହନ୍ତୁ, ଦେଶର କେତେ ଅର୍ଥ ନଷ୍ଟ ହୋଇଗଲା । ଆଉ ଆଜି ସେହି ଏକତା ନଗର ପର୍ଯ୍ୟାବରଣର ତୀର୍ଥ କ୍ଷେତ୍ର ହୋଇ ଯାଇଛି। ଅର୍ଥାତ କେତେ ମିଛ କହି ଚଳାଉଥିଲେ, ଆଉ ଏହି ସହରୀ ନକସଲପନ୍ଥୀମାନେ, ଆଜି ମଧ୍ୟ ଚୁପ ହୋଇ ବସି ନାହାଁନ୍ତି, ଆଜି ମଧ୍ୟ ସେମାନେ ସେମାନଙ୍କର ଖେଳ ଖେଳୁଛନ୍ତି । ସେମାନଙ୍କର ମିଛ ଧରା ପଡ଼ିଲା, ସେମାନେ ମଧ୍ୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ ଆଉ ଏବେ ସେମାନଙ୍କୁ ରାଜନୈତିକ ସମର୍ଥନ ମିଳି ଯାଉଛି କିଛି ଲୋକମାନଙ୍କ ତରଫରୁ।
ସାଥୀଗଣ,
ଭାରତରେ ବିକାଶକୁ ରୋକିବା ପାଇଁ କେତେକ ବିଶ୍ୱସ୍ତରୀୟ ଅନୁଷ୍ଠାନ ମଧ୍ୟ, କେତେକ ଫାଉଣ୍ଡେସନ ମଧ୍ୟ ଏଭଳି ବଡ଼ ପସନ୍ଦ ଆସୁଥିବା ବିଷୟଗୁଡ଼ିକୁ ଧରି ନେଇ ଝଡ଼ତୋଫାନ ସୃଷ୍ଟି କରି ଦେଉଛନ୍ତି ଆଉ ଏହି ଆମର ସହରୀ ନକସଲପନ୍ଥୀମାନେ ସେମାନଙ୍କୁ ମୁଣ୍ଡ ଉପରେ ଚଢ଼ାଇ ନାଚି ଚାଲୁଛନ୍ତି, ଆଉ ଆମର ଏଠାରେ ଅବରୋଧ ସୃଷ୍ଟି ହେଉଛି । ପର୍ଯ୍ୟାବରଣ ସୁରକ୍ଷା ସମ୍ବନ୍ଧରେ କୌଣସି ବୁଝାମଣା ନ କରି ମଧ୍ୟ ସନ୍ତୁଳିତ ରୂପେ ବିଚାର କରି ଆମକୁ ଏଭଳି ଲୋକମାନଙ୍କର ଷଡଯନ୍ତ୍ର ଗୁଡ଼ିକୁ ଯେଉଁମାନେ କି ବିଶ୍ୱବ୍ୟାଙ୍କକୁ ମଧ୍ୟ ପ୍ରଭାବିତ କରି ଦେଉଛନ୍ତି ବଡ଼- ବଡ଼ ବିଚାର ପ୍ରକ୍ରିୟାକୁ ମଧ୍ୟ ପ୍ରଭାବିତ କରି ଦେଉଛନ୍ତି । ଆପଣମାନେ ଏତେ ପ୍ରଚାର କରି ଦେଉଛନ୍ତି ଯେ, ଜିନିଷ ସବୁ ଅଟକି ଯାଉଛି । ମୁଁ ଚାହୁଁଛି ଯେ ଆମକୁ ଏ ସମସ୍ତ ବିଷୟଗୁଡ଼ିକରେ ଏକ ସାମଗ୍ରିକ ଅଭିବ୍ୟକ୍ତି ଆପଣାଇ ଆଗକୁ ବଢ଼ିବା ଦରକାର।
ସାଥୀଗଣ,
ଆମର ପ୍ରୟାସ ହେବା ଦରକାର ଯେ ବିନା କାରଣରେ ପର୍ଯ୍ୟାବରଣର ନାମକୁ ନେଇ ସହଜରେ ସହବସ୍ଥାନ ଆଉ ବ୍ୟବସାୟ ସୁଗମତାର ରାସ୍ତାରେ କୌଣସି ପ୍ରକାରର ବାଧା ବା ପ୍ରତିବନ୍ଧକ ସୃଷ୍ଟି କରି ପାରନ୍ତୁ ନାହିଁ । କିଭଳି ବାଧା ସୃଷ୍ଟି ହୁଏ, ମୁଁ ଉଦାହରଣ ଦେଉଛି ଗୁଜରାଟରେ ସବୁବେଳେ ପାଣିର ସଙ୍କଟ ରହିଥାଏ, ଦଶ ବର୍ଷ ମଧ୍ୟରେ ସାତ ବର୍ଷ ମରୁଡ଼ିର ସମୟ ରହୁଥିଲା । ତେବେ ଆମେ ଚେକ୍ ଡ୍ୟାମର ବଡ଼ ଅଭିଯାନ ଚଳାଇଲୁ । ଆମେ ଚାହୁଁଥିଲୁ ଜଙ୍ଗଲରେ ମଧ୍ୟ ପାଣିର ବ୍ୟବସ୍ଥା ହେଉ, ତେଣୁ ଆମେ ଜଙ୍ଗଲରେ ପାଣିର ଯେଉଁ ଗଡାଣି ରହିଥାଏ, ତା’ଉପରେ ଯେଉଁ ଛୋଟ- ଛୋଟ ଅର୍ଥାତ ଖାଇବା ଟେବୁଲ ଭଳି ଛୋଟ- ଛୋଟ ପୋଖରୀ ତିଆରି କରିବା, ବହୁତ ଛୋଟ ପୋଖରୀ, 10 ଫୁଟ ଲମ୍ବର ହେବ, 3 ଫୁଟ ଚଉଡ଼ା ହେବ, 2 ଫୁଟ ଗଭୀର ହେବ । ଆଉ ତାହାର ସମ୍ପୂର୍ଣ୍ଣ ସ୍ତର କରି ଚାଲିବା, ଏଭଳି ଆମେ ଚିନ୍ତା କଲୁ। ଆପଣମାନେ ଆଶ୍ଚର୍ଯ୍ୟ ହେବେ, ଜଙ୍ଗଲ ମନ୍ତ୍ରଣାଳୟ ମନା କରିଦେଲା । ଆଉ ମୁଁ କହିଲି ଭାଇ ଏହି ପାଣି ରହିବ, ତେବେ ଯାଇ ତ ତୁମର ଜଙ୍ଗଲ ବଞ୍ଚି ପାରିବ । ଶେଷରେ ମୁଁ ସେମାନଙ୍କୁ କହିଲି ଆଚ୍ଛା ଜଙ୍ଗଲ ବିଭାଗକୁ ହିଁ ଅର୍ଥ ଦେଉଛି, ଆପଣ ଚେକ୍ ଡ୍ୟାମ ତିଆରି କରନ୍ତୁ, ପାଣି ସଂଚୟ କରନ୍ତୁ ଆଉ ଜଙ୍ଗଲକୁ ଶକ୍ତି ଦିଅନ୍ତୁ । ତେବେ ଯାଇ ଖୁବ କଷ୍ଟର ସହ ମୁଁ ସେହି କାର୍ଯ୍ୟଟିକୁ କରି ପାରିଥିଲି । ଅର୍ଥାତ ଆମେ ପରିବେଶ ନାମରେ ଜଙ୍ଗଲରେ ମଧ୍ୟ ଯଦି ପାଣିର ବ୍ୟବସ୍ଥା କରିବା ନାହିଁ ତେବେ କିଭଳି କାର୍ଯ୍ୟ ହୋଇ ପାରିବ।
ସାଥୀଗଣ,
ଆମକୁ ମନେ ରଖିବାକୁ ହେବ ଯେ ଯେତିକି ଦ୍ରୁତ ଗତିରେ ପରିବେଶ ମଞ୍ଜୁରି ମିଳିବ, ସେତିକି ହିଁ ଦ୍ରୁତ ଗତିରେ ବିକାଶ ମଧ୍ୟ ହୋଇ ପାରିବ। ଆଉ ବୁଝାମଣା ବିନା ଏହା ହୋଇ ପାରିବ। ମୋତେ ଅବଗତ କରାଯାଇଛି, ଆପଣ ସମସ୍ତ ରାଜ୍ୟର ଲୋକମାନେ ବସିଛନ୍ତି, ଆଜିକାର ତାରିଖରେ ପରିବେଶ ମଞ୍ଜୁରିର 6 ହଜାରରୁ ମଧ୍ୟ ଅଧିକ କାର୍ଯ୍ୟ ଆପଣଙ୍କ ମନ୍ତ୍ରଣାଳୟରେ ଦୀର୍ଘ ସମୟ ଧରି ପଡ଼ି ରହିଛି । ଏହିଭଳି ଭାବେ ଜଙ୍ଗଲ ମଞ୍ଜୁରିର ମଧ୍ୟ ପ୍ରାୟତଃ 6500 ପ୍ରକଳ୍ପ ସେମାନଙ୍କର ଦରଖାସ୍ତ ଆପଣଙ୍କ ଟେବୁଲ ଉପରେ ଅଟକି ପଡ଼ି ରହିଛି । କ’ଣ ସାଥୀମାନେ ଆଜିକାର ଆଧୁନିକ ଯୁଗରେ, ଆଚ୍ଛା ଆଉ ତାହା ତିନି ମାସ ପରେ ମଞ୍ଜୁରି ମିଳିଯିବ, ନା କାରଣ ହେଉଛି ଆଉ କିଛି । ଆମକୁ ସମ୍ପୂର୍ଣ୍ଣ ଭାବେ କୌଣସି ମାନଦଣ୍ଡ ସ୍ଥିର କରିବା ଆବଶ୍ୟକ, ନିରାପେକ୍ଷ ଭାବ ରଖି କରିବା ଦରକାର ଆଉ ପର୍ଯ୍ୟାବରଣର ସୁରକ୍ଷା କରି ମଞ୍ଜୁରି ଦେବାରେ ଗତି ଆଣିବା ଆବଶ୍ୟକ । ଆମେ ଅବରୋଧୀ ହେବା ନାହିଁ । ଆପଣ ଅନୁମାନ ଲଗାଇ ପାରୁଥିବେ ସ୍ଥଗିତ ରହିବା କାରଣରୁ ଆମର ପ୍ରକଳ୍ପଗୁଡ଼ିକରୁ ଲୋକମାନଙ୍କୁ ଲାଭ ହେଉ ନାହିଁ । ଖର୍ଚ୍ଚ ମଧ୍ୟ ବଢ଼ି ଯାଇଥାଏ, ସମସ୍ୟାମାନ ବଢ଼ି ଯାଇଥାଏ । ଆମେ ଚେଷ୍ଟା କରିବା ଦରକାର କମରୁ ଅତି କମ ସ୍ଥଗିତ ହେଉ ଆଉ ନିର୍ଦ୍ଧିଷ୍ଟ ମାମଲାରେ ସ୍ଥଗିତ ହେଉ, ଦ୍ରୁତ ଗତିରେ ମଞ୍ଜୁରୀ ମିଳୁ, ଏହାକୁ ନେଇ ଆମକୁ ଏକ କାର୍ଯ୍ୟ ପରିବେଶକୁ ମଧ୍ୟ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଆମେ ଯେଉଁ ପରିବେଶ ସୁରକ୍ଷାର କଥା କହୁଛୁ ନା କାର୍ଯ୍ୟ ପରିବେଶକୁ ମଧ୍ୟ ବଦଳାଇବାକୁ ପଡ଼ିବ । ମୁଁ ଅଧିକାଂଶ ସମୟରେ ଦେଖିଛି ଯେ ଯେଉଁ ପ୍ରକଳ୍ପକୁ ଦୀର୍ଘ ସମୟ ଧରି ପରିବେଶ ମଞ୍ଜୁରି ମିଳୁ ନାହିଁ, ଜଙ୍ଗଲ ମଞ୍ଜୁରି ମିଳୁ ନାହିଁ, ତେବେ ମୁଁ ଦେଖିଛି ଯେ ରାଜ୍ୟ ସରକାରମାନେ ମୋତେ ଚିଠି ଲେଖନ୍ତି, କେବେ ଭାରତ ସରକାରଙ୍କ ବିଭାଗ ମୋତେ ଚିଠି ଲେଖନ୍ତି ଯେ ଅମୁକ ରାଜ୍ୟରେ ଅଟକି ରହିଛି । କେଉଁ ରାଜ୍ୟବାଲା କହୁଛନ୍ତି ଭାରତ ସରକାରଙ୍କ ଠାରେ ଅଟକି ରହିଛି । ମୁଁ ଏଭଳି ପ୍ରକଳ୍ପକୁ ପ୍ରଗତି ଭିତରକୁ ଆଣେ ଆଉ ମୁଁ ଆଶ୍ଚର୍ଯ୍ୟ ହେଉଛି ଯେମିତି ତାହା ପ୍ରଗତି ମଧ୍ୟକୁ ଆସି ଯାଇଥାଏ ଯଥାଶୀଘ୍ର ରାଜ୍ୟମାନଙ୍କରେ ମଧ୍ୟ, କେନ୍ଦ୍ରରେ ମଧ୍ୟ ମଞ୍ଜୁରି ଆରମ୍ଭ ହୋଇ ଯାଇଥାଏ । ଏହାର ଅର୍ଥ ପରିବେଶର ପ୍ରସଙ୍ଗ ହୋଇ ରହିଥାଏ, ତେବେ ମଞ୍ଜୁରି ହୋଇ ନ ଥାଏ। ତେବେ କୌଣସି ନା କୌଣସି ଏପରି କଥା ରହିଛି, ଢ଼ିଲାପଣ ରହିଛି, କାର୍ଯ୍ୟ ପରମ୍ପରା ଏପରି ରହିଛି ଯେଉଁ କାରଣରୁ ଆମର ଏହି ଗଡ଼ବଡ଼ ହେଉଛି । ଆଉ ଏଥିପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିବି ଯେ ଆମ ସମସ୍ତଙ୍କୁ ମିଳିମିଶି ସେ ହୁଏତ କେନ୍ଦ୍ର ହେଉ ଅବା ରାଜ୍ୟ ହେଉ କିମ୍ବା ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା ହେଉ, ଏଇ ବିଭାଗ ହେଉ, ସେଇ ବିଭାଗ ହେଉ, ମିଳିମିଶି କାର୍ଯ୍ୟ କରିବେ ତେବେ ଏଭଳି କୌଣସି ପ୍ରତିବନ୍ଧକ ଆସିବ ନାହିଁ । ଏବେ ଆପଣମାନେ ଦେଖୁଛନ୍ତି, ଟେକ୍ନୋଲୋଜିର ଉପଯୋଗ ହେଉଛି । ଆପଣମାନେ ସମସ୍ତେ ପରିବେଶ ପୋର୍ଟାଲ ଦେଖିଥିବେ, ପରିବେଶ ପୋର୍ଟାଲ ପର୍ଯ୍ୟାବରଣ ସହିତ ଜଡ଼ିତ ସମସ୍ତ ପ୍ରକାରର ମଞ୍ଜୁରି ପାଇଁ ଏକକ ବାତାୟନ ମାଧ୍ୟମ ହେଉଛି । ଏହା ହେଉଛି ସ୍ୱଚ୍ଛ ମଧ୍ୟ ଆଉ ଏହାଦ୍ୱାରା ଅନୁମୋଦନ ପାଇଁ ହେବାକୁ ଥିବା ଦୌଡ଼ା ଦୌଡ଼ି ମଧ୍ୟ କମ୍ ହେଉଛି । 8 ବର୍ଷ ପୂର୍ବ ପର୍ଯ୍ୟନ୍ତ ପରିବେଶ ମଞ୍ଜୁରିରେ ଯେଉଁଠାରେ 600 ରୁ ଅଧିକ ଦିନ ଲାଗି ଯାଉଥିଲା, ମନେ ରଖନ୍ତୁ ବନ୍ଧୁଗଣ, ପୂର୍ବରୁ 600ରୁ ଅଧିକ ଦିନ ଲାଗି ଯାଉଥିଲା ମଞ୍ଜୁରି ପାଇଁ । ଆଜି ଟେକ୍ନୋଲୋଜିର ସାହାଯ୍ୟ ଯୋଗୁଁ ତାହାଠାରୁ ଭଲ ଢ଼ଂଗରେ ବୈଜ୍ଞାନିକ ଉପାୟରେ କାର୍ଯ୍ୟ ହେଉଛି ଆଉ ଏହା କେବଳ 75 ଦିନ ମଧ୍ୟରେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଯାଉଛି । ପର୍ଯ୍ୟାବରଣ ମଞ୍ଜୁରି ଦେବାରେ ଆମେ ନିୟମ ଗୁଡ଼ିକର ଧ୍ୟାନ ମଧ୍ୟ ରଖୁଛୁ ଆଉ ସେହି ଅଂଚଳର ଲୋକମାନଙ୍କର ବିକାଶକୁ ମଧ୍ୟ ପ୍ରାଥମିକତା ଦେଉଛୁ। ଅର୍ଥାତ ଏହି ଅର୍ଥନୀତି ଏବଂ ଇକୋଲୋଜି ଦୁଇଟି ଯାକ ପାଇଁ ଜିତିବା- ଜିତିବା ଭଳି ପରିସ୍ଥିତି ହୋଇଥାଏ। ଆପଣମାନଙ୍କୁ ମୁଁ ଆଉ ଏକ ଉଦାହରଣ ଦେଉଛି । ଏବେ କିଛି ସପ୍ତାହ ପୂର୍ବରୁ ହିଁ କେନ୍ଦ୍ର ସରକାର ଦିଲ୍ଲୀର ପ୍ରଗତି ମୈଦାନ ଟନେଲକୁ ଦେଶକୁ ସମର୍ପିତ କରିଛନ୍ତି। ଏହି ଟନେଲ କାରଣରୁ ଦିଲ୍ଲୀର ଲୋକମାନଙ୍କୁ ଜାମରେ ଫସିବାର ଅସୁବିଧା କମ୍ ହୋଇଛି । ପ୍ରଗତି ମୈଦାନ ଟନେଲ ପ୍ରତିବର୍ଷ 55 ଲିଟରରୁ ଅଧିକ ଇନ୍ଧନ ବଞ୍ଚାଇବାରେ ମଧ୍ୟ ସାହାଯ୍ୟ କରିବ । ଏବେ ଏହା ହେଉଛି ପର୍ଯ୍ୟାବରଣର ମଧ୍ୟ ରକ୍ଷା, ଏହା ଫଳରେ ପ୍ରତି ବର୍ଷ ପ୍ରାୟତଃ 13 ହଜାର ଟନ କାର୍ବନ ଉତ୍ସର୍ଜନ କମ୍ ହେବ । ବିଶେଷଜ୍ଞ କୁହନ୍ତି ଯେ ଏତେ ମାତ୍ରାରେ କାର୍ବନ ଉତ୍ସର୍ଜନକୁ କମ୍ କରିବା ପାଇଁ ଆମକୁ 6 ଲକ୍ଷରୁ ଅଧିକ ଗଛର ଆବଶ୍ୟକତା ପଡ଼ିଥାଏ। ଅର୍ଥାତ ବିକାଶର ସେହି କାର୍ଯ୍ୟ ପର୍ଯ୍ୟାବରଣକୁ ମଧ୍ୟ ସାହାଯ୍ୟ କଲା । ଅର୍ଥାତ ଫ୍ଲାଏ ଓଭର ହେଉ, ସଡ଼କ ହେଉ, ଏକ୍ସପ୍ରେସ ୱେ ହେଉ, ରେଳବାଇର ଯେଉଁସବୁ ପ୍ରକଳ୍ପ ହେଉ, ଏଗୁଡ଼ିକର ନିର୍ମାଣ କାର୍ବନ ଉତ୍ସର୍ଜନକୁ କମ୍ କରିବା ପାଇଁ ସେତିକି ହିଁ ସାହାଯ୍ୟ କରିଥାଏ । ମଞ୍ଜୁରି ସମୟରେ, ଆମକୁ ଏହି ଦିଗକୁ ଅଣଦେଖା କରିବା କଥା ନୁହେଁ।
ସାଥୀଗଣ,
ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ, ଏହା ଲାଗୁ ହେବା ପରଠାରୁ, ଭିତିଭୂମିର ପ୍ରକଳ୍ପରେ ସମନ୍ବୟ ବହୁତ ବଢ଼ିଛି ଆଉ ରାଜ୍ୟଗୁଡ଼ିକ ମଧ୍ୟ ଏହାଦ୍ୱାରା ବହୁତ ଖୁସି ଅଛନ୍ତି, ରାଜ୍ୟଗୁଡ଼ିକ ବହୁତ ଭଲଭାବରେ ଏଥିରୁ ଲାଭ ଉଠାଉଛନ୍ତି । ଏହି କାରଣରୁ ପ୍ରକଳ୍ପଗୁଡ଼ିକରେ ମଧ୍ୟ ଗତି ଆସିଛି। ପିଏମ ଗତି ଶକ୍ତି ଜାତୀୟ ମାଷ୍ଟର ପ୍ଲାନ, ପର୍ଯ୍ୟାବରଣର ସୁରକ୍ଷାରେ ମଧ୍ୟ ଅଦ୍ଭୁତପୂର୍ବ ସାହାଯ୍ୟ କରୁଛି । ଆମକୁ ଏହା ମଧ୍ୟ ଦେଖିବାକୁ ପଡ଼ିବ ଯେତେବେଳେ ମଧ୍ୟ ରାଜ୍ୟରେ କୌଣସି ଭିତିଭୂମିର ନିର୍ମାଣ ହେବ, ଏବେ ଏହା ଆମକୁ ଜଳବାୟୁ କାରଣରୁ ଯେଉଁସବୁ ସମସ୍ୟା ଆସୁଛି, ଆମେ ଦେଖୁଛୁ । ଏହାର ଅର୍ଥ ଏଭଳି ସମସ୍ୟାଗୁଡ଼ିକରେ ଦୃଢ଼ ରହିବା, ସେହିଭଳି ଭିତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ, ବିପର୍ଯ୍ୟୟ ପ୍ରତିରୋଧି ହେଉ । ଆମେ ଜଳବାୟୁ ସମ୍ପର୍କିତ ଆହ୍ୱାନଗୁଡ଼ିକୁ ସାମ୍ନା କରି, ଅର୍ଥ ବ୍ୟବସ୍ଥାର ପ୍ରତ୍ୟେକ ନୂତନ ପ୍ରସ୍ଫୁଟିତ କ୍ଷେତ୍ରର ଉପଯୁକ୍ତ ବ୍ୟବହାର କରିବାକୁ ପଡ଼ିବ । କେନ୍ଦ୍ର ଆଉ ରାଜ୍ୟ ସରକାର, ଦୁହିଁଙ୍କୁ ମିଳିମିଶି ଗ୍ରୀନ ଉଦ୍ୟୋଗ ଅର୍ଥନୀତି ଆଡ଼କୁ ବଢ଼ିବାକୁ ପଡ଼ିବ।
ସାଥୀଗଣ,
ମୋର ବିଶ୍ୱାସ ରହିଛି, ଏହି 2 ଦିନରେ ଆପଣ ପର୍ଯ୍ୟାବରଣ ସୁରକ୍ଷାର ଭାରତର ପ୍ରୟାସଗୁଡ଼ିକୁ ଆହୁରି ଅଧିକ ସଶକ୍ତ କରିବେ । ପର୍ଯ୍ୟାବରଣ ମନ୍ତ୍ରଣାଳୟ, କେବଳ ନିୟନ୍ତ୍ରଣ କରିବା ନୁହେଁ ବରଂ ଲୋକମାନଙ୍କର ଆର୍ଥିକ ସଶକ୍ତିକରଣ ଆଉ ରୋଜଗାରର ନୂତନ ସାଧନ ନିର୍ମାଣ କରିବାର ମଧ୍ୟ ହେଉଛି ଏକ ବହୁତ ବଡ଼ ମାଧ୍ୟମ । ଏକତା ନଗରରେ ଆପଣମାନଙ୍କୁ ଶିଖିବା ପାଇଁ, ଦେଖିବା ପାଇଁ ବହୁତ କିଛି ମିଳିବ । ଗୁଜରାଟର କୋଟି- କୋଟି ଲୋକମାନଙ୍କୁ, ରାଜସ୍ଥାନର କୋଟି- କୋଟି ଲୋକମାନଙ୍କୁ, ମହାରାଷ୍ଟ୍ରର କୋଟି- କୋଟି ଲୋକମାନଙ୍କୁ, ମଧ୍ୟପ୍ରଦେଶର ଲୋକମାନଙ୍କୁ, ବିଜୁଳି ଯୋଗୁଁ ଏକ ସର୍ଦ୍ଦାର ସରୋବର ଡ୍ୟାମ ଚାରି ରାଜ୍ୟର ଜୀବନକୁ ପ୍ରଭାବିତ କରିଛି, ସକରାତ୍ମକ ପ୍ରଭାବ ସୃଷ୍ଟି କରିଛି । ରାଜସ୍ଥାନର ମରୁଭୂମି ପର୍ଯ୍ୟନ୍ତ ପାଣି ପହଞ୍ଚିଛି, କଚ୍ଛର ମରୁଭୂମି ପର୍ଯ୍ୟନ୍ତ ପାଣି ପହଞ୍ଚିଛି, ଆଉ ବିଜୁଳି ଉତ୍ପାଦନ ମଧ୍ୟ ହୋଇଥାଏ। ମଧ୍ୟପ୍ରଦେଶକୁ ବିଜୁଳି ମିଳୁଛି। ସର୍ଦ୍ଦାର ସାହେବଙ୍କ ଏତେ ବିଶାଳ ପ୍ରତିମା ଆମକୁ ଏକତାର ପ୍ରଣରେ ଦୃଢ଼ ରହିବା ପାଇଁ, ପ୍ରେରଣା ଦେଇଥାଏ । ଇକୋଲୋଜି ଏବଂ ଇକୋନୋମି କିଭଳି ଏକା ସହିତ ବିକାଶ କରି ପାରିବେ, କିଭଳି ପର୍ଯ୍ୟାବରଣକୁ ମଧ୍ୟ ସୁଦୃଢ଼ କରାଯାଇ ପାରିବ ଆଉ ନିଯୁକ୍ତିର ନୂତନ ସୁଯୋଗ ମଧ୍ୟ ସୃଷ୍ଟି କରାଯାଇ ପାରିବ, କିଭଳି ଜୈବ ବିବିଧତା, ଇକୋ- ଟୁରିଜିମ ବୃଦ୍ଧି କରିବାର ଏତେ ବଡ଼ ମାଧ୍ୟମ ହୋଇ ପାରିବ, କିଭଳି ଆମର ବନ ସମ୍ପଦ, ଆମର ଆଦିବାସୀ ଭାଇ- ଭଉଣୀଙ୍କ ସମ୍ପଦ ବୃଦ୍ଧି କରିଥାଏ, ଏହିସବୁ ପ୍ରଶ୍ନଗୁଡ଼ିକର ଉତ୍ତର, ସମସ୍ତ ପ୍ରଶ୍ନଗୁଡ଼ିକର ସମାଧାନ, କେୱଡ଼ିଆରେ, ଏକତା ନଗରରେ ଆପଣ ସମସ୍ତଙ୍କୁ ଏକ ସଙ୍ଗେ ଦୃଷ୍ଟିକୁ ଆସିଥାଏ। ଏକତା ନଗର ଘୋଷଣାନାମା, ଆଜାଦୀର ଅମୃତକାଳ ପାଇଁ ଉନ୍ନତ ସମାଧାନ ନେଇ ଆସିବ, ଏହି ବିଶ୍ୱାସର ସହିତ ଆପଣ ସମସ୍ତଙ୍କୁ ଶୁଭକାମନା । ଆଉ ସାଥୀଗଣ, ମୁଁ ଭାରତ ସରକାରଙ୍କ ମନ୍ତ୍ରଣାଳୟର ସମସ୍ତ ଅଧିକାରୀଙ୍କୁ ମନ୍ତ୍ରୀ ମହୋଦୟଙ୍କୁ ଶୁଭେଚ୍ଛା ଦେଉଛି ଯେ ସେମାନେ ଏହି କାର୍ଯ୍ୟକ୍ରମର ଆୟୋଜନ କଲେ। ମୋର ଆପଣମାନଙ୍କୁ ଅନୁରୋଧ ଯେଉଁ ବକ୍ତୃତାମାଳା ହେବ, ଯେଉଁ ଚର୍ଚ୍ଚା ହେବ ତାହାର ନିଜସ୍ୱ ଗୁରୁତ୍ୱ ହିଁ ରହିଥାଏ । କିନ୍ତୁ ସବୁଠାରୁ ଅଧିକ ଗୁରୁତ୍ୱ ଆପଣ ଦୁଇ ଦିନ ଯେତେବେଳେ ସାଙ୍ଗରେ ରହିବେ ନା, ଜଣେ ଅନ୍ୟ ଜଣଙ୍କର ଅନୁଭବ ଜାଣିବେ, ପ୍ରତ୍ୟେକ ରାଜ୍ୟ କିଛି ନା କିଛି ଭଲ ପ୍ରୟୋଗ କରିଥିବେ, ଭଲ ନବସୃଜନ ପଦକ୍ଷେପ ନେଇଥିବେ । ଯେତେବେଳେ ନିଜ ସାଥୀମାନଙ୍କ ସହିତ ଅନ୍ୟ ରାଜ୍ୟଗୁଡ଼ିକର ଆପଣଙ୍କର ପରିଚୟ ବଢ଼ିବ, ସେମାନଙ୍କ ସହିତ କଥା ହେବେ ସେତେବେଳେ ଆପଣଙ୍କୁ ମଧ୍ୟ ନୂଆ- ନୂଆ ଧାରଣା ମିଳିବ, ଆପଣଙ୍କୁ ମଧ୍ୟ ଅନ୍ୟମାନଙ୍କୁ ନୂଆ- ନୂଆ କଥା ଜଣାଇବାର ସୁଯୋଗ ମିଳିବ । ଅର୍ଥାତ ଏହି ଗୋଟିଏ- ଦୁଇ ଦିନ ଆପଣଙ୍କ ଠାରେ ଏକ ବହୁତ ବଡ଼ ପ୍ରେରଣାର କାରଣ ହୋଇଯିବ । ଆପଣ ସ୍ୱୟଂ ହିଁ ଜଣେ ଅନ୍ୟ ଜଣଙ୍କର ପ୍ରେରଣା ପାଲଟି ଯିବେ । ଏହି ବାତାବରଣକୁ ନେଇ ଏହି ଦୁଇ ଦିବସୀୟ ମନ୍ଥନ ଦେଶର ବିକାଶ ପାଇଁ, ପର୍ଯ୍ୟାବରଣର ରକ୍ଷା ପାଇଁ ଆଉ ଆଗାମୀ ପିଢ଼ୀକୁ ପର୍ଯ୍ୟାବରଣ ପ୍ରତି ସମ୍ବେଦନଶୀଳ କରି ଗଢ଼ିବା ପାଇଁ ଉପଯୁକ୍ତ ଲକ୍ଷ୍ୟ ନେଇ, ଉପଯୁକ୍ତ ବିକଳ୍ପ ନେଇ ଏକ ନିଶ୍ଚିତ ରୋଡ଼ମ୍ୟାପ ନେଇ ଆମେ ସମସ୍ତେ ଚାଲିବା, ଏହି ଆଶା ସହିତ ଆପଣ ସମସ୍ତଙ୍କୁ ବହୁତ- ବହୁତ ଶୁଭକାମନା। ବହୁତ- ବହୁତ ଧନ୍ୟବାଦ !
*****
AH
Addressing the National Conference of Environment Ministers being held in Ekta Nagar, Gujarat. https://t.co/jo9e9OgeEB
— Narendra Modi (@narendramodi) September 23, 2022
आज का नया भारत, नई सोच, नई अप्रोच के साथ आगे बढ़ रहा है।
— PMO India (@PMOIndia) September 23, 2022
आज भारत तेज़ी से विकसित होती economy भी है, और निरंतर अपनी ecology को भी मजबूत कर रहा है।
हमारे forest cover में वृद्धि हुई है और wetlands का दायरा भी तेज़ी से बढ़ रहा है: PM @narendramodi
अपने कमिटमेंट को पूरा करने के हमारे ट्रैक रिकॉर्ड के कारण ही दुनिया आज भारत के साथ जुड़ भी रही है।
— PMO India (@PMOIndia) September 23, 2022
बीते वर्षों में गीर के शेरों, बाघों, हाथियों, एक सींग के गेंडों और तेंदुओं की संख्या में वृद्धि हुई है।
कुछ दिन पहले मध्य प्रदेश में चीता की घर वापसी से एक नया उत्साह लौटा है: PM
भारत ने साल 2070 तक Net zero का टार्गेट रखा है।
— PMO India (@PMOIndia) September 23, 2022
अब देश का फोकस ग्रीन ग्रोथ पर है, ग्रीन जॉब्स पर है।
और इन सभी लक्ष्यों की प्राप्ति के लिए, हर राज्य के पर्यावरण मंत्रालय की भूमिका बहुत बड़ी है: PM @narendramodi
मैं सभी पर्यावरण मंत्रियों से आग्रह करूंगा कि राज्यों में सर्कुलर इकॉनॉमी को ज्यादा से ज्यादा बढ़ावा दें।
— PMO India (@PMOIndia) September 23, 2022
इससे Solid Waste management और सिंगल यूज़ प्लास्टिक से मुक्ति के हमारे अभियान को भी ताकत मिलेगी: PM @narendramodi
आजकल हम देखते हैं कि कभी जिन राज्यों में पानी की बहुलता थी, ग्राउंड वॉटर ऊपर रहता था, वहां आज पानी की किल्लत दिखती है।
— PMO India (@PMOIndia) September 23, 2022
ये चुनौती सिर्फ पानी से जुड़े विभाग की ही नहीं है बल्कि पर्यावरण विभाग को भी इसे उतना ही बड़ी चुनौती समझना होगा: PM @narendramodi
Wild-Fire की वजह से Global Emission में भारत की हिस्सेदारी भले ही नगण्य हो, लेकिन हमें अभी से जागरूक होना होगा।
— PMO India (@PMOIndia) September 23, 2022
हर राज्य में Forest Fire Fighting Mechanism मजबूत हो, Technology Driven हो, ये बहुत जरूरी है: PM @narendramodi
आधुनिक इंफ्रास्ट्रक्चर के बिना, देश का विकास, देशवासियों के जीवन स्तर को सुधारने का प्रयास सफल नहीं हो सकता।
— PMO India (@PMOIndia) September 23, 2022
लेकिन हमने देखा है कि Environment Clearance के नाम पर देश में आधुनिक इंफ्रास्ट्रक्चर के निर्माण को कैसे उलझाया जाता था: PM @narendramodi
परिवेश पोर्टल, पर्यावरण से जुड़े सभी तरह के clearance के लिए single-window माध्यम बना है।
— PMO India (@PMOIndia) September 23, 2022
ये transparent भी है और इससे approval के लिए होने वाली भागदौड़ भी कम हो रही है।
8 साल पहले तक environment clearance में जहां 600 से ज्यादा दिन लग जाते थे, वहीं आज 75 दिन लगते हैं: PM
India has shown how the economy can grow and at the same time ecology can flourish. pic.twitter.com/Bvd2Q1P75I
— Narendra Modi (@narendramodi) September 23, 2022
I don’t agree with the mindset that the Environment Ministry has to only be a regulator. This Ministry has a wide canvas of furthering innovative efforts to protect our surroundings. https://t.co/q12RSSXKzK
— Narendra Modi (@narendramodi) September 23, 2022
The delay of Sardar Sarovar Project and the dubious role of urban Naxals in this delay has lessons for us all…
— Narendra Modi (@narendramodi) September 23, 2022
Let’s not jeopardise progress for self-interest of a select few. pic.twitter.com/KxcUhUwbMx