ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର କେୱଡିଆଠାରେ “ଲୌହ ପୁରୁଷ” ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଜୟନ୍ତୀ ଅବସରରେ ଆୟୋଜିତ ଏକତା ଦିବସ ସମାରୋହରେ ଅଂଶ ଗ୍ରହଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଷ୍ଟାଚୁ ଅଫ୍ ୟୁନିଟି ଠାରେ ସର୍ଦ୍ଦାର ପଟେଲଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ସେଠାରେ ଆୟୋଜିତ ଏକତା ଦିବସ ପରେଡ଼ରେ ସାମିଲ ଜନସାଧାରଣଙ୍କୁ ଏକତା ଶପଥପାଠ କରାଇଥିଲେ ।
ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ କେୱଡିଆଠାରେ ସମନ୍ୱିତ ବିକାଶ ପ୍ରକଳ୍ପ ନିମନ୍ତେ ଅନେକ ଗୁଡ଼ିଏ ପ୍ରକଳ୍ପ ଉଦ୍ଘାଟିତ ହୋଇଛି ଯାହାକି ଏହି କ୍ଷେତ୍ରକୁ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧିରେ ସହାୟକ ହୋଇପାରିବ । ସେ କହିଲେ ଯେ ଗୁଜରାଟକୁ ଆସୁଥିବା ପର୍ଯ୍ୟଟକମାନଙ୍କ ନିକଟରେ ଏବେ ଷ୍ଟାଚୁ ଅଫ୍ ୟୁନିଟିକୁ ପରିଦର୍ଶନ ପାଇଁ ଆସିବାର ସୁଯୋଗ ରହିବ ଯାହା ଫଳରେ ସେମାନେ ସର୍ଦ୍ଦାର ସାହେବଙ୍କ ଦର୍ଶନ କରିପାରିବେ । ଏଣିକି ସେମାନେ ସି ପ୍ଲେନ ସେବାର ଉପଯୋଗ କରି ଏହି ସୁବିଧା ହାସଲ କରିପାରିବେ ।
ମହର୍ଷି ବାଲ୍ମିକୀଙ୍କ ଦ୍ୱାରା ସାଂସ୍କୃତିକ ଏକତା
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କର ବକ୍ତବ୍ୟରେ କହିଲେ ଯେ ଆଜକୁ ଶହ ଶହ ବର୍ଷ ପୂର୍ବେ ଆଦିକବି ମହର୍ଷି ବାଲ୍ମିକୀ ଭାରତକୁ ଅଧିକ ସକ୍ରିୟ, ସ୍ପନ୍ଦିତ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ ଐକ୍ୟବଦ୍ଧ ରଖିବା ନିମନ୍ତେ ଢ଼େର୍ ପ୍ରୟାସ କରିଥିଲେ ଯାହାକି ଆଜି ଭାରତ ଯେଉଁ ସ୍ଥିତି ଅନୁଭବ କରୁଛି ତାହାଠାରୁ ମଧ୍ୟ ସୁଦୃଢ଼ ଥିଲା । ଶ୍ରୀ ମୋଦୀ ଏକତା ଦିବସ ସହ ବାଲ୍ମିକୀ ଜୟନ୍ତୀ ପଡ଼ିଥିବାରୁ ସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ ନିଜର ଖୁସି ବ୍ୟକ୍ତ କରି ସେ କହିଲେ ଯେ ଦେଶ ନିଜର ସାମୂହିକ ସାମର୍ଥ୍ୟ ପୂର୍ବରୁ ପ୍ରଦର୍ଶନ କରିସାରିଛି । ଏହି ସାମୂହିକ ସାମର୍ଥ୍ୟ ମହାମାରୀର ମୁକାବିଲା କରିବା ନିମନ୍ତେ ଯେଉଁଭଳି ଭାବେ ପ୍ରଦର୍ଶିତ ହୋଇଛି ତାହା ଅଭୂତପୂର୍ବ ବୋଲି ସେ କହିଥିଲେ ।
ଏକତାର ନୂତନ ଦିଗନ୍ତ
ପ୍ରଧାନମନ୍ତ୍ରୀ କହିଲେ ଯେ ବର୍ତ୍ତମାନ କଶ୍ମୀର ବିକାଶର ଏକ ନୂତନ ମାର୍ଗରେ ଆଗକୁ ଅଗ୍ରସର ହେଉଛି ଏବଂ ନିଜର ବିକାଶ ପଥରେ ଅନ୍ତରାୟ ସୃଷ୍ଟି କରୁଥିବା ସବୁ ପ୍ରତିବନ୍ଧକକୁ ପଛରେ ଛାଡ଼ି ସାରିଛି । ସେ କହିଲେ ଯେ ଆଜି ଦେଶ ଏକତାର ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି । ଏହି ପରିପ୍ରେକ୍ଷୀରେ ସେ ଉତ୍ତର ପୂର୍ବାଞ୍ଚଳ କ୍ଷେତ୍ରରେ ଶାନ୍ତିର ପୁନଃସ୍ଥାପନ ନିମନ୍ତେ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକର ତାଲିକା ପ୍ରଦାନ କରିଥିଲେ ଏବଂ ସେଠାରେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସକାଶେ ଗ୍ରହଣ କରାଯାଇଥିବା ପଦକ୍ଷେପର ବର୍ଣ୍ଣନା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଲେ ଯେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ହେଉଛି ସର୍ଦ୍ଦାର ପଟେଲ ଭାରତ ସାଂସ୍କୃତିକ ବୈଭବର ସୁରକ୍ଷା ନିମନ୍ତେ ଯେଉଁ ସ୍ୱପ୍ନ ଦେଖିଥିଲେ ତାକୁ ସାକାର କରିବା ।
ଆତ୍ମନିର୍ଭର ଭାରତ
ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଆଜି ନିଜର ମନ୍ତବ୍ୟ ପ୍ରଦାନ କରି କହିଲେ ଯେ ଦେଶର 130 କୋଟି ଲୋକ ଏକତ୍ର ମିଶି ଏବେ ଦେଶ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଭାରତକୁ ସୁଦୃଢ଼ ଓ ସକ୍ଷମ କରିବା ସେମାନଙ୍କର ଲକ୍ଷ୍ୟ । ଏହି ନୂତନ ଭାରତରେ ସମସ୍ତଙ୍କ ପାଇଁ ସମାନତା ରହିବ ଏବଂ ସମସ୍ତଙ୍କୁ ସମାନ ପ୍ରକାର ସୁଯୋଗ ମିଳିବ । ସେ କହିଲେ ଯେ ଦେଶ ଆତ୍ମନିର୍ଭର ହେଲେ ଦେଶବାସୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଏବଂ ତାହା ପ୍ରଗତିକୁ ତ୍ୱରାନ୍ୱିତ କରିବ ତଥା ଏହାର ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରିବ । ତେଣୁ ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶ ଏବେ ବିଭିନ୍ନ କ୍ଷେତ୍ରରେ ଆତ୍ମ ନିର୍ଭର ପଥରେ ଆଗକୁ ଅଗ୍ରସର ହେଉଛି ଏବଂ ସେଥି ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ର ଅନ୍ୟତମ ।
ସୀମାନ୍ତ କ୍ଷେତ୍ରର ବିକାଶ ଏବଂ ଭାରତର ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷା
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ଭାରତର ଦୃଷ୍ଟିଭଙ୍ଗୀ ଏବଂ ମାନସିକତା ସୀମାନ୍ତ ପ୍ରତି ଅପରିବର୍ତ୍ତିତ ରହିଛି । ପ୍ରତିବେଶୀ ରାଷ୍ଟ୍ରଙ୍କୁ ସମାଲୋଚନା କରି ସେ କହିଲେ ଯେ ଆଜି ଯେଉଁମାନେ ଭାରତର ଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇଛନ୍ତି ସେମାନେ ଏହାର ଠିକଣା ଜବାବ ପାଇଛନ୍ତି । ସେ ସୂଚାଇଥିଲେ ଯେ ଭାରତ ଏବେ ଶହ ଶହ କିଲୋମିଟର ଦୀର୍ଘ ସୀମା ରୋଡ଼ ନିର୍ମାଣ କରୁଛି ଓ ସେଥିରେ ଡଜନ ଡଜନ ପୋଲ ଓ ଅନେକ ଟନେଲ ରହିଛି । ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରି କହିଲେ ଯେ ଭାରତ ଆଜି ନିଜର ସାର୍ବଭୌମତ୍ୱ ଓ ଅଖଣ୍ଡତାର ସୁରକ୍ଷା ନିମନ୍ତେ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।
ଆତଙ୍କବାଦ ବିରୋଧରେ ଐକ୍ୟବଦ୍ଧତା
ପ୍ରଧାନମନ୍ତ୍ରୀ କହିଲେ ଯେ ଏହିସବୁ ପ୍ରୟାସ ମଧ୍ୟରେ, ଅନେକ ଚାଲେଞ୍ଜ ମଧ୍ୟ ରହିଛି ଯାହାକି ଭାରତ ଏବଂ ସମଗ୍ର ବିଶ୍ୱ ଏବେ ସାମ୍ନା କରୁଛନ୍ତି । ସେ କହିଲେ ଯେ ଆତଙ୍କବାଦକୁ ସମର୍ଥନ ଜଣାଇବା ନିମନ୍ତେ କିଛି ଲୋକ ଏଭଳି ଭାବେ ଆଗେଇ ଆସିଛନ୍ତି ଯାହା ଆଜି ସମଗ୍ର ବିଶ୍ୱ ପାଇଁ ଉଦ୍ବେଗର କାରଣ ପାଲଟିଛି । ତେଣୁ ସେ ବିଶ୍ୱର ସମସ୍ତ ରାଷ୍ଟ୍ରଙ୍କ, ସମସ୍ତ ସରକାରଙ୍କୁ, ସମସ୍ତ ଧର୍ମଙ୍କୁ ଆତଙ୍କବାଦ ବିରୋଧରେ ଏକଜୁଟ ହେବାଲାଗି ଆହ୍ୱାନ ଜଣାଇଥିଲେ । ସେ କହିଲେ ଯେ ଶାନ୍ତି, ଭାତୃଭାବ ଓ ପାରସ୍ପରିକ ସମ୍ମାନବୋଧ ପ୍ରଦର୍ଶନ ହେଉଛି ମାନବିକତାର ବାସ୍ତବ ପ୍ରଦର୍ଶନ । ସେ ଏହି ପରିପ୍ରେକ୍ଷୀରେ ସୂଚାଇଥିଲେ ଯେ ଆତଙ୍କବାଦୀ ହିଂସାରୁ କେହି କେବେ କଲ୍ୟାଣ ସାଧନ କରିପାରିବନାହିଁ । ସେ କହିଲେ ଯେ ଆମର ବିବିଧତା ହେଉଛି ଆମର ସ୍ଥିତି ଏବଂ ତାହା ଅନନ୍ୟ । ଏହି ଅବସରରେ ସେ ସମସ୍ତଙ୍କୁ ସୂଚାଇଥିଲେ ଯେ ଭାରତର ଐକ୍ୟ ହେଉଛି ଏହାର ଶକ୍ତି ଯାହାକି ଅନ୍ୟମାନଙ୍କୁ ସେମାନଙ୍କର ନିଜ ସୀମା ଭିତରେ ରହିବାକୁ ବାଧ୍ୟ କରିଛି । ସେମାନେ ଆମର ଏହି ବିବିଧତାକୁ ଦୁର୍ବଳତା ଭାବେ ଉପଯୋଗ କରିବାକୁ ପ୍ରୟାସୀ । ଏଭଳି ଶକ୍ତିଙ୍କୁ ଭଲ ଭାବେ ଚିହ୍ନିବା ଓ ସେମାନଙ୍କ ପ୍ରତି ସତର୍କ ରହିବାକୁ ପ୍ରଧାନମନ୍ତ୍ରୀ ଚେତାଇ ଦେଇଥିଲେ ।
ପୁଲୱାମା ଆକ୍ରମଣ
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଆଜି ସେଠାରେ ପାରାମିଲିଟାରୀ ବଳଙ୍କ ପରେଡ଼ ପରିଦର୍ଶନ ବେଳେ ପୁଲୱାମା ଆକ୍ରମଣ ସଂପର୍କରେ ସୂଚୀତ କରିଥିଲେ । ସେ କହିଲେ ଯେ ଦେଶ କଦାପି ଏଭଳି ବର୍ବରୋଚିତ କାଣ୍ଡକୁ ଭୁଲିବନାହିଁ ଏବଂ ସମଗ୍ର ଦେଶ ଆମର ବୀର ପୁତ୍ରମାନଙ୍କ ବିୟୋଗରେ ଦୁଃଖାଭିଭୂତ । ସେ କହିଲେ ଯେ ଏହି ଘଟଣା ପାଇଁ ଆମର ଏକ ପ୍ରତିବେଶୀ ରାଷ୍ଟ୍ରର ସଂସଦରେ ପ୍ରକାଶ ପାଇଥିବା ବିବୃତିକୁ ମଧ୍ୟ ଦେଶ କଦାପି ଭୁଲିବନାହିଁ । ଏହାଦ୍ୱାରା ସେମାନେ ସତ୍ୟକୁ ହିଁ ସାମ୍ନାକୁ ଆଣିଛନ୍ତି ।
ଦେଶରେ ଏହାକୁ ନେଇ ହେଉଥିବା ହୀନ ରାଜନୀତିରେ କ୍ଷୋଭ ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଅତି ମାତ୍ରାରେ ସ୍ୱାର୍ଥପରତା ଏବଂ ଔଦ୍ଧତ୍ୟର ଉଦାହରଣ । ପୁଲୱାମା ଆକ୍ରମଣ ଘଟଣା ପରେ ଦେଶରେ ଏହାକୁ ନେଇ ଯେଉଁ ରାଜନୀତି ହେଲା ତାହା ଏକ ଉଦାହରଣ ଯେ ଏଭଳି ଘଟଣାକୁ ନେଇ ଲୋକମାନେ କେଉଁ ସ୍ତର ପର୍ଯ୍ୟନ୍ତ ଯାଇ ପାରନ୍ତି ଏବଂ ତାହା ପୁଣି ସେମାନଙ୍କର ରାଜନୈତିକ ସ୍ୱାର୍ଥ ଲାଗି । ରାଜନୈତିକ ଦଳମାନଙ୍କୁ ନିବେଦନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ନିରାପତ୍ତା ସହ ଜଡ଼ିତ ସ୍ୱାର୍ଥ ରକ୍ଷା ଲାଗି ଏବଂ ଦେଶର ସୁରକ୍ଷା ବଳଙ୍କ ମନୋବଳକୁ ଦୃଢ଼ ରଖିବା ନିମନ୍ତେ ସେମାନେ କାର୍ଯ୍ୟ କରନ୍ତୁ ।
ପ୍ରଧାନମନ୍ତ୍ରୀ କହିଲେ ଯେ ଜାଣତରେ ହେଉ ଅବା ଅଜାଣତରେ ଜାତୀୟତା ବିରୋଧୀ ତତ୍ତ୍ୱଙ୍କ ହାତରେ ଖେଳ ଖେଳିବା ଏବଂ ତାହା ନିଜର ସ୍ୱାର୍ଥ ଲାଗି, ଏହା କଦାପି ଉଚିତ ନୁହେଁ । ଏହାଦ୍ୱାରା କେହି କେବେ ଦେଶର ସ୍ୱାର୍ଥ ପାଇଁ ହେଉ କିମ୍ବା ନିଜର ଦଳ ପାଇଁ ହେଉ ଶୁଭଙ୍କର ହେବନାହିଁ । ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ସ୍ୱାର୍ଥ ରକ୍ଷା ହିଁ ହେଉଛି ଆମ ସମସ୍ତଙ୍କ ପାଇଁ ସବୁଠାରୁ ବଡ଼ ସ୍ୱାର୍ଥ । ସେ କହିଲେ ଯେ ଆମେ ସମସ୍ତଙ୍କ ସ୍ୱାର୍ଥ କଥା ଚିନ୍ତା କଲେ ହିଁ ପ୍ରଗତି କରିପାରିବା ।
ପୂର୍ବରୁ ପ୍ରଧାନମନ୍ତ୍ରୀ ଗୁଜରାଟ ରାଜ୍ୟ, କେନ୍ଦ୍ରୀୟ ରିଜର୍ଭ ଶସସ୍ତ୍ର ସେନା, ସୀମା ସୁରକ୍ଷା ବାହିନୀ, ଭାରତ ତିଦ୍ଦତ ସୀମା ପୁଲିସ, କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ ଏବଂ ଜାତୀୟ ନିରାପର୍ତ୍ତ ଗାର୍ଡ଼ଙ୍କ ମିଳିତ ପରେଡ଼ ପରିଦର୍ଶନ କରିଥିଲେ । ଏହି ପରେଡ଼ରେ ସିଆରପିଏଫର ମହିଳା ଅଧିକାରୀମାନଙ୍କ ଦ୍ୱାରା ରାଇଫଲ ଡ଼୍ରିଲ୍ ପ୍ରଦର୍ଶନ କରାଯାଇଥିଲା । ଭାରତୀୟ ବାୟୁ ସେନାର ଜାଗୁଆର ବିମାନ ଏଥିରେ ଆକାଶରେ ଉଡ଼ି ବିଭିନ୍ନ ପ୍ରକାର ବୈମାନିକ କୌଶଳ ପ୍ରଦର୍ଶନ କରିଥିଲା । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ସେଠାରେ ଭାରତର ଜନଜାତି ଐତିହ୍ୟକୁ ସୂଚାଉ ଥିବା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ ଏବଂ ବିଭିନ୍ନ ଷ୍ଟଲ୍ ବୁଲି ଦେଖିଥିଲେ ।
**********
आज सरदार सरोवर से साबरमती रिवर फ्रंट तक सी-प्लेन सेवा का भी शुभारंभ होने जा रहा है।
— PMO India (@PMOIndia) October 31, 2020
सरदार साहब के दर्शन के लिए, स्टैच्यू ऑफ यूनिटी को देखने के लिए देशवासियों को अब सी-प्लेन सर्विस का भी विकल्प मिलेगा।
ये सारे प्रयास इस क्षेत्र में पर्यटन को भी बहुत ज्यादा बढ़ाने वाले हैं: PM
ये भी अद्भुत संयोग है कि आज ही वाल्मीकि जयंती भी है।
— PMO India (@PMOIndia) October 31, 2020
आज हम भारत की जिस सांस्कृतिक एकता का दर्शन करते हैं,
जिस भारत को अनुभव करते हैं,
उसे और जीवंत और ऊर्जावान बनाने का काम सदियों पहले आदिकवि महर्षि वाल्मीकि ने ही किया था: PM
ये आपदा अचानक आयी। इसने पूरे विश्व में मानव जीवन को प्रभावित किया है, हमारी गति को प्रभावित किया।
— PMO India (@PMOIndia) October 31, 2020
लेकिन इस महामारी के सामने देश ने जिस तरह अपने सामूहिक सामर्थ्य को, अपनी सामूहिक इच्छाशक्ति को साबित किया वो अभूतपूर्व है: PM
कश्मीर के विकास में जो बाधायें आ रही थीं, उन्हें पीछे छोडकर अब कश्मीर विकास के नए मार्ग पर बढ़ चुका है।
— PMO India (@PMOIndia) October 31, 2020
चाहे नॉर्थईस्ट में शांति की बहाली हो, या नॉर्थईस्ट के विकास के लिए उठाए जा रहे कदम, आज देश एकता के नए आयाम स्थापित कर रहा है: PM#RashtriyaEktaDiwas
सोमनाथ के पुनर्निर्माण से सरदार पटेल ने भारत के सांस्कृतिक गौरव को लौटाने का जो यज्ञ शुरू किया था, उसका विस्तार देश ने अयोध्या में भी देखा है।
— PMO India (@PMOIndia) October 31, 2020
आज देश राममंदिर पर सुप्रीमकोर्ट के फैसले का साक्षी बना है, और भव्य राममंदिर को बनते भी देख रहा है।#RashtriyaEktaDiwas
आज हम 130 करोड़ देशवासी मिलकर एक ऐसे राष्ट्र का निर्माण कर रहे हैं जो सशक्त भी हो और सक्षम भी हो।
— PMO India (@PMOIndia) October 31, 2020
जिसमें समानता भी हो, और संभावनाएं भी हों: PM#RashtriyaEktaDiwas
आत्मनिर्भर देश ही अपनी प्रगति के साथ साथ अपनी सुरक्षा के लिए भी आश्वस्त रह सकता है।
— PMO India (@PMOIndia) October 31, 2020
इसलिए, आज देश रक्षा के क्षेत्र में भी आत्मनिर्भर बनने की ओर बढ़ रहा है।
इतना ही नहीं, सीमाओं पर भी भारत की नज़र और नज़रिया अब बदल गए हैं: PM
आज भारत की भूमि पर नज़र गड़ाने वालों को मुंहतोड़ जवाब मिल रहा है।
— PMO India (@PMOIndia) October 31, 2020
आज का भारत सीमाओं पर सैकड़ों किलोमीटर लंबी सड़कें बना रहा है, दर्जनों ब्रिज, अनेक सुरंगें बना रहा है।
अपनी संप्रभुता और सम्मान की रक्षा के लिए आज का भारत पूरी तरह तैयार है: PM
प्रगति के इन प्रयासों के बीच, कई ऐसी चुनौतियां भी हैं जिसका सामना आज भारत, और पूरा विश्व कर रहा है।
— PMO India (@PMOIndia) October 31, 2020
बीते कुछ समय से दुनिया के अनेक देशों में जो हालात बने हैं,
जिस तरह कुछ लोग आतंकवाद के समर्थन में खुलकर सामने आ गए हैं,
वो आज वैश्विक चिंता का विषय है: PM
आज के माहौल में,
— PMO India (@PMOIndia) October 31, 2020
दुनिया के सभी देशों को,
सभी सरकारों को,
सभी पंथों को,
आतंकवाद के खिलाफ एकजुट होने की बहुत ज्यादा जरूरत है।
शांति-भाईचारा और परस्पर आदर का भाव ही मानवता की सच्ची पहचान है।
आतंकवाद-हिंसा से कभी भी, किसी का कल्याण नहीं हो सकता: PM
हमारी विविधता ही हमारा अस्तित्व है।
— PMO India (@PMOIndia) October 31, 2020
हम एक हैं तो असाधारण हैं।
लेकिन साथियों, हमें ये भी याद रखना है कि भारत की ये एकता, ये ताकत दूसरों को खटकती भी रहती है।
हमारी इस विविधता को ही वो हमारी कमजोरी बनाना चाहते हैं।
ऐसी ताकतों को पहचानना जरूरी है, सतर्क रहने की जरूरत है: PM
आज यहां जब मैं अर्धसैनिक बलों की परेड देख रहा था, तो मन में एक और तस्वीर थी।
— PMO India (@PMOIndia) October 31, 2020
ये तस्वीर थी पुलवामा हमले की।
देश कभी भूल नहीं सकता कि जब अपने वीर बेटों के जाने से पूरा देश दुखी था, तब कुछ लोग उस दुख में शामिल नहीं थे,
वो पुलवामा हमले में अपना राजनीतिक स्वार्थ देख रहे थे: PM
देश भूल नहीं सकता कि तब कैसी-कैसी बातें कहीं गईं, कैसे-कैसे बयान दिए गए।
— PMO India (@PMOIndia) October 31, 2020
देश भूल नहीं सकता कि जब देश पर इतना बड़ा घाव लगा था, तब स्वार्थ और अहंकार से भरी भद्दी राजनीति कितने चरम पर थी: PM
पिछले दिनों पड़ोसी देश से जो खबरें आईं हैं,
— PMO India (@PMOIndia) October 31, 2020
जिस प्रकार वहां की संसद में सत्य स्वीकारा गया है,
उसने इन लोगों के असली चेहरों को देश के सामने ला दिया है।
अपने राजनीतिक स्वार्थ के लिए, ये लोग किस हद तक जा सकते हैं,
पुलवामा हमले के बाद की गई राजनीति, इसका बड़ा उदाहरण है: PM
मैं ऐसे राजनीतिक दलों से आग्रह करूंगा कि,
— PMO India (@PMOIndia) October 31, 2020
देश की सुरक्षा के हित में, हमारे सुरक्षाबलों के मनोबल के लिए, कृपा करके ऐसी राजनीति न करें, ऐसी चीजों से बचें।
अपने स्वार्थ के लिए, जाने-अनजाने आप देशविरोधी ताकतों की हाथों में खेलकर, न आप देश का हित कर पाएंगे और न ही अपने दल का: PM
हमें ये हमेशा याद रखना है कि हम सभी के लिए सर्वोच्च हित- देशहित है।
— PMO India (@PMOIndia) October 31, 2020
जब हम सबका हित सोचेंगे, तभी हमारी भी प्रगति होगी, उन्नति होगी: PM
महाकवि और स्वतंत्रता सेनानी सुब्रह्मण्यम भारती ने भारत की विविधता के बारे में जो लिखा, उस अद्भुत भावना को मां नर्मदा के किनारे सरदार साहब की प्रतिमा की छांव में और करीब से महसूस कर सकते हैं। pic.twitter.com/cJ8MhG9bek
— Narendra Modi (@narendramodi) October 31, 2020
विपदाओं और चुनौतियों के बीच भी देश ने कई ऐसे काम किए हैं, जो कभी असंभव मान लिए गए थे। pic.twitter.com/7Rv11B8cow
— Narendra Modi (@narendramodi) October 31, 2020
आज हम 130 करोड़ देशवासी मिलकर एक ऐसे राष्ट्र का निर्माण कर रहे हैं, जो सशक्त भी हो और सक्षम भी हो, जिसमें समानता भी हो और संभावनाएं भी हों।
— Narendra Modi (@narendramodi) October 31, 2020
आत्मनिर्भर देश ही अपनी प्रगति के साथ-साथ अपनी सुरक्षा के लिए भी आश्वस्त रह सकता है। pic.twitter.com/U9nVCNzPVd
हमें यह हमेशा याद रखना है कि हम सभी के लिए सर्वोच्च हित- देशहित है।
— Narendra Modi (@narendramodi) October 31, 2020
जब हम सबका हित सोचेंगे, तभी हमारी प्रगति भी होगी, उन्नति भी होगी। pic.twitter.com/EvXLTf8v3H