Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ଗାନ୍ଧୀଧାମଠାରେ କାଣ୍ଡଲା ବନ୍ଦରର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଗୁଜରାଟର ଗାନ୍ଧୀଧାମଠାରେ କାଣ୍ଡଲା ବନ୍ଦରର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଗୁଜରାଟର ଗାନ୍ଧୀଧାମଠାରେ କାଣ୍ଡଲା ବନ୍ଦରର ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


 

 

 

ଉପସ୍ଥିତ ଭାଇ ଓ ଭଉଣୀମାନେ,

କାଣ୍ଡଲା ଗୋଟିଏ ପ୍ରକାରରେ ହେଉଛି ଲଘୁ ଭାରତ, ମିନି ଇଣ୍ଡିଆ ଆଉ ଆଜି ବିମାନ ବନ୍ଦରରୁ କାଣ୍ଡଲା ବନ୍ଦର ପର୍ଯ୍ୟନ୍ତ ଆସିବା ବେଳେ ରାସ୍ତା ସାରା ଆପଣମାନେ ଯେଉଁ ପ୍ରକାରର ସ୍ୱାଗତ ଓ ସମ୍ମାନ କଲେ, ଗୋଟିଏ ପ୍ରକାରରେ ଆପଣ ରାସ୍ତାର ଦୁଇ ପାର୍ଶ୍ଵରେ ବାସ୍ତବ ଭାରତ ଠିଆ କରି ଦେଇଥିଲେ । ମୁଁ ଆପଣଙ୍କର ଏହି ଭଲ ପାଇବା ଏହି ସ୍ୱାଗତ ସମ୍ମାନ ପାଇଁ ଆପଣମାନଙ୍କ ନିକଟରେ ବହୁତ ବହୁତ କୃତଜ୍ଞ ।

ଏହା ଶବ୍ଦରେ କହିବାର ଆବଶ୍ୟକତା ନାହିଁ ଯେ କଚ୍ଛ ସହିତ ଜଣେ ମୁଖ୍ୟମନ୍ତ୍ରୀର କାର୍ଯ୍ୟକାଳ ମଧ୍ୟରେ ମୋର ଆନ୍ତରିକତା କିଭଳି ଥିଲା, ବାରମ୍ବାର ଆପଣମାନଙ୍କ ପାଖକୁ ଆସିବା ହେଉଥିଲା । କଚ୍ଛ ମାଟିର ଏକ ଶକ୍ତି ରହିଛି । 200 ବର୍ଷ ପୂର୍ବେ ମଧ୍ୟ ଯଦି କେହି କଚ୍ଛ ନିବାସୀ ଦୁନିଆର କୌଣସି ଅଂଚଳକୁ ଯାଇଥିବ ପରିବାରଟିଏ, ଚତୁର୍ଥ ପଂଚମ ପଢ଼ିଥିବ, କିନ୍ତୁ ଯଦି ରୋଗ ହୋଇଯାଏ ତ ତାହାର ମନ ହୁଏ କି କଚ୍ଛ ଚାଲିଯିବି, ଦେହ ଠିକ୍ ହୋଇଯିବ । ଆମେ କଚ୍ଛର ଲୋକ ହେଉଛୁ  ପାଣିଦାର, କିନ୍ତୁ ପାଣି ବିନା ଜୀବନ ବିତାଇଥାଉ । ପାଣିର ମହାତ୍ମ୍ୟ ହେଉଛି କ’ଣ ଏହା କଚ୍ଛର ଲୋକ ମାନେ ଭଲ ଭାବରେ ଜାଣନ୍ତି । ବିରାଟ ସମୁଦ୍ର, ମରୁଭୂମି, ପାହାଡ଼, ଗୌରବପୂର୍ଣ୍ଣ ଇତିହାସ, 5000 ବର୍ଷ ପୁରୁଣା ମାନବ ସଂସ୍କୃତିର ପ୍ରମାଣ, କଚ୍ଛ ପାଖରେ କ’ଣ କିଛି ନାହିଁ! ନା କେବଳ ହିନ୍ଦୁସ୍ଥାନକୁ ସାରା ଦୁନିଆକୁ ଦେଲା ଭଳି ସାମର୍ଥ୍ୟ ଏହି ମାଟିର ଅଛି ଆଉ ସାରା ଦୁନିଆକୁ ଚୁମ୍ବକ ଭଳି ଟାଣିବାର ସାମର୍ଥ୍ୟ ଏହି ମାଟିର ଅଛି ।

ଏବେ ଶ୍ରୀମାନ ନିତିନ ଗଡକରୀ କହୁଥିଲେ ଯେ ଆଜି ବିଶ୍ୱ ଅର୍ଥବ୍ୟବସ୍ଥାର ଯେଉଁ ରୂପ ରହିଛି, ବିଶ୍ୱ ବଜାରର ମାହାତ୍ମ୍ୟ ଯେଉଁଭଳି ବଢ଼ୁଛି ସେହି ପ୍ରତିଯୋଗିତାରେ ଆମକୁ ଭାରତକୁ ଯଦି ଆଗେଇବାକୁ ପଡ଼ିବ, ତ ଏହି ବିଶ୍ୱ ଅର୍ଥବ୍ୟବସ୍ଥାର ଲାଭ ଉଠାଇବାକୁ ପଡ଼ିବ । ବିଶ୍ୱ ବ୍ୟାପାରରେ ଭାରତକୁ ନିଜର ସ୍ଥାନ ସ୍ଥିର କରିବାକୁ  ହେଲେ ଭାରତ ପାଖରେ ଉତ୍ତମରୁ ଉତ୍ତମ ବ୍ୟବସ୍ଥା ଥିବା ବନ୍ଦରଗୁଡ଼ିକ ହେବା ବହୁତ ଜରୁରୀ । ଏହି କାଣ୍ଡଲା ବନ୍ଦର ଆଉ ଆଜି ଯେଉଁ ଜିନିଷଗୁଡ଼ିକ ସେଠାରେ ନିର୍ମାଣ ହେଉଅଛି, ଗୋଟିଏ ପ୍ରକାରରେ କେହି ଭାବି ପାରିବ କି ଏତେ କମ୍ ସମୟରେ ଆଜି କାଣ୍ଡଲା ବନ୍ଦର ସାରା ଏସିଆରେ ପ୍ରମୁଖ ବନ୍ଦରଗୁଡ଼ିକ ମଧ୍ୟରେ ସେ ନିଜର ସ୍ଥାନ ତିଆରି କରି ପାରିଛି ।

ଗତ ଗୋଟିଏ ଦୁଇଟି ବର୍ଷରେ ହୁଏତ ତରଳ ପଣ୍ୟ ହେଉ, କିମ୍ବା ଶୁଷ୍କ ପଣ୍ୟ ହେଉ, ବନ୍ଦର କ୍ଷେତ୍ରରେ କାର୍ଯ୍ୟକରୁଥିବା ଯେ କେହି ବୁଝିପାରୁଥିବେ, ଯେଉଁ ହାରରେ ଅଭିବୃଦ୍ଧି ହୋଇଛି ତାହା ବନ୍ଦର କ୍ଷେତ୍ରର ଅର୍ଥବ୍ୟବସ୍ଥାକୁ ଜାଣିଥିବା ଲୋକଙ୍କୁ ହିଁ ବଡ଼ ଆଶ୍ଚର୍ଯ୍ୟ କରୁଅଛି । ଏହି ସଫଳତା ପାଇଛି । ଆଉ ଧିରେ ଧିରେ ବନ୍ଦରରେ କାମ କରୁଥିବା ଲୋକଙ୍କୁ ମଧ୍ୟ ଲାଗିଲାଣି । ସଂଗଠନ ଚାଲନ୍ତି, ଚାଲିବେ । କିନ୍ତୁ ମିଳିମିଶି ଯଦି ଆମେ ଏହି ବନ୍ଦରର ଶକ୍ତିକୁ ବଢ଼ାଇବା । ଗୋଟିଏ ଶକ୍ତି ହେଲା ଭିତ୍ତିଭୂମି ଅନ୍ୟଟି ହେଲା କାର୍ଯ୍ୟଦକ୍ଷତାର, ସ୍ୱଚ୍ଛତା ଆଡ଼କୁ ସେଥିରୁ ଦେଶକୁ ଏତେ ବଡ଼ ପରିଣାମ ମିଳି ପାରିବ, ଯାହାର ଆମେ କଳ୍ପନା କରିପାରିବା ନାହିଁ ।

ଏବେ ନିତିନ୍ ଜୀ କହୁଥିଲେ ଯେ ଇରାନ୍ ସହିତ ଚାବାହାର ବନ୍ଦର, ତାହାର ଏକ ନିର୍ମାଣ ଆମେ ମାନେ କରିଛୁ । ସେହି ବନ୍ଦରର ସିଧା ସମ୍ବନ୍ଧ କାଣ୍ଡଲା ବନ୍ଦର ସହିତ ଆସିବାର ଅଛି । ଚାବାହାର ବନ୍ଦର ଆଉ କାଣ୍ଡଲା ବନ୍ଦର ଏହି ଦୁଇଟି ଯାକକୁ ଯୋଡିବା, ଉଦ୍ଦେଶ୍ୟ ଏହା ହେଉଛି ଯେ ବିଶ୍ୱ ବ୍ୟାପାରରେ ଅଙ୍ଗଦ ଭଳି  କାଣ୍ଡଲା ନିଜର ସ୍ଥିତି ସୁଦୃଢ କରିବ, ଏତେ ବଡ଼ ପରିବର୍ତ୍ତନ ଆସିବାର ଅଛି ।  ଆଜି କାଣ୍ଡଲା ବନ୍ଦରକୁ ଯାନ୍ତ୍ରୀକରଣ କରିବା ଦିଗରେ କିଛି ପଦକ୍ଷେପ ନିଆଯାଉଛି । କ୍ଷମତା ବୃଦ୍ଧି କରିବା ପାଇଁ 14 ଏବଂ 16ତମ ବର୍ଥର ବିସ୍ତାର ଆଉ ବିକାଶ ପାଇଁ ଯୋଜନା ତିଆରି ହେଉଛି । ଆଉ ପରିବର୍ତ୍ତିତ ଯୁଗରେ ବନ୍ଦର ନଗରୀର ପରିକଳ୍ପନା, ଆର୍ଥିକ ବିକାଶର କାର୍ଯ୍ୟକଳାପ – ଏକ ବ୍ୟବସ୍ଥା ସେହି ଦିଗରେ ମଧ୍ୟ ଯୋଜନା ତିଆରି ହେଉଛି । ପରିବହନକୁ ଶକ୍ତି ମିଳୁ ଏବଂ ଏଥିପାଇଁ ସେହି ପ୍ରକାରର ରାସ୍ତା ନିର୍ମାଣ କରାଯାଉଛି ଯାହା ଭିଡକୁ ନିୟନ୍ତ୍ରଣ କରି ହିନ୍ଦୁସ୍ଥାନର କୋଣ ଅନୁକୋଣରେ ଆମ ସାମଗ୍ରୀ ଶୀଘ୍ର ପହଂଚି ପାରିବ । ଯେଉଁଭଳି ସମୁଦ୍ରରେ ଯିବା ଆସିବ ସମୟରେ କୌଣସି ଜାହାଜ ଆସେ ଖାଲି ହୁଏ କିମ୍ବା ଭର୍ତ୍ତି ହୁଏ ଆଉ କେତେ ଦିନରେ ଆସି ଚାଲିଯାଏ । ସେଥିରେ ଯେତେ କମ୍ ସମୟ ଲାଗେ ସେତିକି କାର୍ଯ୍ୟଦକ୍ଷତାର ଗଣନା ବିଶ୍ୱ ସ୍ତରରେ ହୋଇଥାଏ । ଆଜି ଭାରତରେ ସେହି ପରିବର୍ତ୍ତିତ ସମୟକୁ କମ୍ କରିବା ପାଇଁ ଆମ ନୀତିନ ଜୀଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି । ଏହି ପରିବର୍ତ୍ତିତ ସମୟକୁ କମ୍ କରିବା ପାଇଁ ଗୋଟିଏ  ଶ୍ରେଣୀ ବିଭାଜନ ହୋଇଥାଏ – ବନ୍ଦରରୁ ବାହାରକୁ ବାହାରିଲା ପରେ ଆପଣଙ୍କ ସମସ୍ତ ଟ୍ରକ କେତେ ତୀବ୍ର ଗତିରେ ଆଗକୁ ବଢିଯାଏ । ଆଉ ଏଥିପାଇଁ ଆପଣ ଦେଖିଥିବେ ଆଜି କାଣ୍ଡଲା ସାରା ଗୁଜୁରାଟ ହିସାବରେ ଦେଖିବେ ତ ତାହେଲେ ମଧ୍ୟ ଗୋଟିଏ କୋଣରେ ଏକ ଛୋଟ ସହର । ଦେଶ ହିସାବରେ ତ ଧ୍ୟାନ ମଧ୍ୟ ଯିବ ନାହିଁ । କିନ୍ତୁ ଆଜି କାଣ୍ଡଲାରେ ପାଖାପାଖି 1000କୋଟି ଟଙ୍କାର ନିବେଶର ପ୍ରକଳ୍ପ ଆସୁଅଛି । 1000 କୋଟି କୌଣସି ସାମାନ୍ୟ ଟଙ୍କା ନୁହେଁ । ଆମେ କଳ୍ପନା କରିପାରିବା ଯେ କେତେ ଦ୍ରୁତ ଗତିରେ ଆଗକୁ ବଢିଛେ ।

ଏବେ ସେ କହୁଥିଲେ ଯେ ରାସ୍ତାର କାମ ପାଇଁ ଆମେ ଦୁଇ ବର୍ଷର ଲକ୍ଷ୍ୟ ରଖିଛୁ । ମୁଁ ନିତିନ୍ ଜୀଙ୍କୁ କହୁଥିଲି ଯେ ହିନ୍ଦୁସ୍ଥାନରେ ସଡ଼କ କ୍ଷେତ୍ରରେ ନିତିନ୍ ଜୀ ଯେଉଁ ତିବ୍ରତା ଆଣିଛନ୍ତି, କେତେ ବର୍ଷ ଧରି ହିନ୍ଦୁସ୍ଥାନ ଦେଖି ନଥିଲା । ମୁଁ ତାଙ୍କୁ କହିଲି ଆପଣଙ୍କର ଯେଉଁ ବିଶେଷତ୍ୱ ଅଛି, ଆପଣଙ୍କର ଯେଉଁ କ୍ଷମତା ଅଛି ତାର ସୁଫଳ ଗୁଜରାଟକୁ ମଧ୍ୟ ମିଳିବା ଦରକାର । ସେ ମୋତେ କହିଲେ ଭାଇ କ’ଣ କରିବାର ଅଛି? ଏହି ସଡ଼କ ନିର୍ମାଣର କାମ 24 ମାସରେ ନୁହେଁ 18 ମାସରେ ଶେଷ କରି ଦେଖାଅ । ଆଉ ମୋର ବିଶ୍ୱାସ ଅଛି କି ଶ୍ରୀମାନ ନିତିନଙ୍କ  ଠାରେ । ଏପରିକି ଠାରରେ କିଛି କହି ଦେବେ ତ ସେହି କାମକୁ ସଂପୂର୍ଣ୍ଣ କରି ଦେବେ । ମୋର ବିଶ୍ୱାସ ଅଛି ହୋଇଯିବ ।

ଆଜି ଏଠାରେ ବାବା ସାହେବ ଆମ୍ବେଦକରଙ୍କ ନାମରେ ଏକ ସମ୍ମେଳନ କେନ୍ଦ୍ରର ମଧ୍ୟ ନିର୍ମାଣ ହେଉଛି । ବିଶାଳ ଭୂଭାଗରେ ନିର୍ମାଣ ହେଉଛି । ଏଠାକାର ଲୋକଙ୍କର ଆବଶ୍ୟକତା ଅନୁସାରେ ତିଆରି ହେଉଛି । କିନ୍ତୁ ମୁଁ ତାହାର ଯେଉଁ ନକ୍ସା ଦେଖିଲି ତ ମୋତେ ଲାଗୁଛି ବୋଧହୁଏ ରବି ଭାଇ ଡ଼ରି ଡ଼ରି ଏହାକୁ ତିଆରି କରିଛନ୍ତି । ତାଙ୍କୁ ଲାଗୁଛି ଜଣା ନାହିଁ ଏତେ ପଇସା କେଉଁଠାରୁ ଆସିବ କିଭଳି ହେବ । ତ ମୁଁ ନିତିନ୍ ଜୀଙ୍କୁ କହିଛି କି ଆଚ୍ଛା ଛୋଟ କରନ୍ତୁ ନାହିଁ, ତାକୁ କିଛି ନୂଆ ଢଙ୍ଗରେ ଚିନ୍ତା କରନ୍ତୁ । ସେ କହିଲେ କି ମୋତେ କିଛି ସମୟ ଦିଅନ୍ତୁ ମୁଁ ଚିନ୍ତା କରି କହୁଛି । ଏହି ସମ୍ମେଳନୀ କେନ୍ଦ୍ର ମଧ୍ୟ କାହିଁକି ନା ଯେଭଳି ଭାବେ କଚ୍ଛ ର ବିକାଶ ହେଉଅଛି, ଆଜି ହିନ୍ଦୁସ୍ଥାନରେ କେଉଁ ଏକ ଜିଲ୍ଲା ଦ୍ରୁତଗତିରେ ଆଗକୁ ବଢ଼ୁଛି ତ ସେହି ଜିଲ୍ଲାର ନାମ ହେଉଛି କଚ୍ଛ । ଆଉ କେହି କଳ୍ପନା କରିପାରିବେ କି 1998 ରେ ଭୟଙ୍କର ବାତ୍ୟା ଆମକୁ ତଳିତଳାନ୍ତ କରି ଦେଇଥିଲା । 2001 ଭୂକମ୍ପ ଆମକୁ ବାସହରା କରିଦେଇଥିଲା । କିନ୍ତୁ ଏହି ଜିଲ୍ଲାର ଶକ୍ତି ଦେଖନ୍ତୁ, ଏଠାକାର ଲୋକଙ୍କ ନିଶା ଦେଖନ୍ତୁ, ଆଜି ପୁଣି ଥରେ କଚ୍ଛ ଅଗ୍ରସର ହୋଇଛି । ଆଉ କାଣ୍ଡଲା ଏହା ନା  କେବଳ ଗୁଜରାଟର କେନ୍ଦ୍ରବିନ୍ଦୁ ହୋଇପାରିବ, ଯାତାୟତ କ୍ଷେତ୍ରରେ ଦୁନିଆରେ କାଣ୍ଡଲା ବନ୍ଦର ହିନ୍ଦୁସ୍ଥାନର ଅର୍ଥ ବ୍ୟବସ୍ଥାରେ ମଧ୍ୟ ଏକ ମୁଖ୍ୟ ଭୂମିକା ତୁଲାଇ ପାରିବ, ଏହି ପରିସ୍ଥିତିରେ ମଧ୍ୟ କାମ କରି ପାରିବ । ଆଉ ଆମେ ମଧ୍ୟ ସେହି ଦିଗରେ ତାକୁ ଆଗକୁ ବଢ଼ାଇବାକୁ ଚାହୁଁଛୁ । ଭାରତର ସାମୁଦ୍ରିକ ବ୍ୟାପାରର ପରମ୍ପରା ହଜାର ହଜାର ବର୍ଷ ପୁରୁଣା । ଲୋଥଲ ରେ 5000 ବର୍ଷ ପୂର୍ବେ ସାମୁଦ୍ରିକ ବ୍ୟାପାରର ବହୁତ ବଡ଼ କେନ୍ଦ୍ର ଥିଲା । ତା’ ପାଖରେ ବଲ୍ଲଭୀ ବିଶ୍ୱବିଦ୍ୟାଳୟ ଥିଲା । ସେହି ବଲ୍ଲଭୀ ବିଶ୍ୱବିଦ୍ୟାଳୟରେ 80 ରୁ ଅଧିକ ଦେଶର ପିଲାମାନେ ପଢ଼ୁଥିଲେ । ଆଉ ଲୋଥଲର ଯେଉଁ ବନ୍ଦର ଥିଲା, ପୋର୍ଟ ଥିଲା କହନ୍ତି 84 ଦେଶର ପତାକା ସବୁବେଳେ ସେଠି ଦେଖା ଯାଉଥିଲା । ହଜାର ହଜାର ବର୍ଷ ପୂର୍ବେ! ଏହି ଦେଶରେ ସାମୁଦ୍ରିକ ଜାହାଜ ତିଆରି କରିବାର କାମ କଚ୍ଛରେ ଆମର ପୂର୍ବପୁରୁଷଙ୍କର ପରମ୍ପରା ରହିଛି, ଆମେ ଦୁନିଆକୁ ଜାହାଜ ଏଠାରୁ ଦେଉଥିଲୁ । ଏହି ଶକ୍ତି ରହିଥିଲା ଆମର । ଏହି ସାମର୍ଥ୍ୟକୁ ପୁଣି ଥରେ ଜୀବନ୍ତ କରାଯାଇ ପାରେ ।

ଆଜି କାଣ୍ଡଲା ବନ୍ଦରକୁ ଘର ତିଆରି କାଠ ବହୁତ ବଡ଼ ମାତ୍ରାରେ ଆସୁଅଛି । ଆଉ ଆମ କଚ୍ଛର ଲୋକ ମାନେ ହିନ୍ଦୁସ୍ଥାନର କୋଣ ଅନୁକୋଣରେ କାଠ ବ୍ୟବସାୟରେ ଲାଗି ଯାଇଛନ୍ତି । ଏହି ଘର ତିଆରି କାଠର ମୂଲ୍ୟ ସମ୍ବର୍ଦ୍ଧନ କଚ୍ଛ ମାଟିରେ ହୋଇପାରିବ । ସାରା ଦୁନିଆରୁ କାଠ ଆସିଯିବ ସେଥିରେ କାରୁକାର୍ଯ୍ୟ ହେବ ଲୋକଙ୍କ ଦ୍ୱାରା ପ୍ରସ୍ତୁତ କଳା କୃତି ତା’ ଉପରେ ହେବ ପୁଣି ଦୁନିଆକୁ ଫେରି ଯାଇ ଘର ତିଆରି ହେବ, କୋଠା ତିଆରି ହେବ, ଭବନ ତିଆରି ହେବ, ମନ୍ଦିର ତିଆରି ହେବ, ପୂଜାଘର ତିଆରି ହେବ ଦୁନିଆକୁ ବହୁତ ବଡ଼ ଉପହାର ସମ୍ଭାର ଏଠାରୁ ବିକଶିତ ହୋଇ ଯାଇ ପାରିବ । ଲୁଣର ବ୍ୟବସାୟ ସମୁଦ୍ର ମାର୍ଗରେ ଯେତେ ଅଧିକ ଆମେ କରି ପାରିବା ଖର୍ଚ୍ଚ ସେତେ କମ ହେବ । ଉପକୂଳ ଜଳ ପରିବହନ ସାଢ଼େ ସାତ ହଜାର କିଲୋମିଟର ସାମୁଦ୍ରିକ ଉପକୂଳ ହେବ, ତ ପୁଣି ଆମକୁ ସଡ଼କ ଏବଂ ରେଳରେ ଆମର ଜିନିଷ କାହିଁକି ନେବା ଦରକାର । କାହିଁକି ନା ସାମୁଦ୍ର କୂଳରୁ ଗୋଟିଏ ଜାହାଜରେ ହିନ୍ଦୁସ୍ଥାନରେ ହିଁ କଲିକତାକୁ ଜିନିଷପତ୍ର ପଠାଇବାକୁ ହେବ । ତ ଏହି ଠାରୁ ସାମୁଦ୍ର ମାର୍ଗରେ କଲିକତାକୁ କାହିଁକି ନ ଯିବ । ସାରା ହିନ୍ଦୁସ୍ଥାନକୁ ଅତିକ୍ରମ କରି ଯିବାର ଆବଶ୍ୟକତା କ’ଣ ରହିଛି । ଏହି ସଂପୂର୍ଣ୍ଣ ପରିବର୍ତ୍ତନ, ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦିଗରେ ଆମେ ଆଗକୁ ବଢ଼ୁଛୁ । ଯାହାର ଲାଭ ଆଗାମୀ ଦିନ ମାନଙ୍କରେ ମିଳିବାକୁ ଯାଉଛି ।

ଆମ ନିତିନ୍ ଜୀଙ୍କର ଏକ ସ୍ୱପ୍ନ ଅଛି, ଲୋଥଲରେ ଭାରତର ଯେଉଁ ମହାନ ଶକ୍ତି ରହିଛି ତାହାର ପରିଚୟ ବିଶ୍ୱକୁ ହେଉ । ଏହି ପ୍ରକାରର ସଂଗ୍ରହାଳୟ କିପରି ତିଆରି ହେବ । ବିଶ୍ୱ ବ୍ୟବସାୟ ଦୃଷ୍ଟିରୁ ଆମେରିକୀୟ ବିଶ୍ୱବିଦ୍ୟାଳୟର କାର୍ଯ୍ୟ ହେଉଛି ମହତ୍ୱପୂର୍ଣ୍ଣ । ମାନବ ସମ୍ବଳର ବିକାଶର କାର୍ଯ୍ୟ ହେଉଛି ମହତ୍ୱପୂର୍ଣ୍ଣ । ଆଉ ଏବେ ମୁଖ୍ୟମନ୍ତ୍ରୀ କହୁଥିଲେ, ସେ ଏବେ ଏଠି ସାମୁଦ୍ରିକ ବିଶ୍ୱବିଦ୍ୟାଳୟ ପାଇଁ ବିଧାନସଭାରେ ବିଲ୍ ମଧ୍ୟ ଗୃହିତ କରି ଦେଇଛନ୍ତି । ମୋର ତାଙ୍କୁ ଶୁଭକାମନା । ମାନବ ସମ୍ବଳ ବିକାଶର ଏହି କାମ ଏବଂ ନା କେବଳ ଗୁଜରାଟ ସମୁଦ୍ର କୂଳର ଲାଭ ହେବ ବରଂ ହିନ୍ଦୁସ୍ଥାନର ବ୍ୟବସାୟ ପାଇଁ ମଧ୍ୟ ଏକ ଶକ୍ତି ଭାବେ ଦେଖାଦେବ ଏଭଳି ମୋର ବିଶ୍ୱାସ ।

ଭାଇ ଓ ଭଉଣୀମାନେ, 2022 ଭାରତ ସ୍ୱାଧୀନତାର 75 ବର୍ଷ ହେଉଅଛି । ମୁଁ ଆଜି ଯେବେ କାଣ୍ଡଲାର ମାଟିକୁ ଆସିଛି, କାଣ୍ଡଲାର ଲୋକଙ୍କୁ କଚ୍ଛର ଲୋକଙ୍କୁ ଗୁଜୁରାଟର ଲୋକଙ୍କୁ ଦେଶର ଲୋକଙ୍କୁ ବାରମ୍ବାର ଏହା କହିବାକୁ ଚାହିଁବି ଯେ 2022 ସ୍ୱାଧୀନତାର 75 ବର୍ଷ ହେଉଅଛି, ଆମେ ଦେଶର ସେହି ବୀର ସୁପୁତ୍ରଙ୍କୁ ମନେ ପକାଇବା ସେହି ମହାପୁରୁଷଙ୍କୁ ମନେ ପକାଇବା ଯେଉଁମାନେ ସ୍ୱାଧୀନତା ପାଇଁ ନିଜ ଜୀବନ ଦେଇ ଦେଲେ । କେତେ ମହାପୁରୁଷ ଜେଲରେ ବିତାଇ ଦେଲେ କେତେ ମହାପୁରୁଷ ଫାଶୀ ଖୁଂଟରେ ଝୁଲି ଗଲେ । କେତେ ମହାପୁରୁଷ ଚାରି ଚାରି ପିଢି ନଷ୍ଟ କରି ଦେଲେ,ଏହି ଦେଶ ସ୍ୱାଧୀନ ହେଉ ଏଥିପାଇଁ । ସେହି ସ୍ୱାଧୀନତାର 75ବର୍ଷ 2022ରେ ଆମେ କିପରି ପାଳନ କରିବା? ଜଣେ ନାଗରିକ ହିସାବରେ ଆମେ ମଧ୍ୟ ସଂକଳ୍ପ କରିବା ଯେ ଆମକୁ ସ୍ୱାଧୀନତାର ଯୁଦ୍ଧରେ ଲଢ଼ିବାର ସୁଯୋଗ ମିଳି ନଥିଲା କିନ୍ତୁ ଭାରତକୁ ଦୁନିଆର ମୁଣ୍ଡର ମୟୂର ଚନ୍ଦ୍ରିକା ଯୁକ୍ତ ମୁକୁଟ କରିବା ପାଇଁ ଏହି ବିକାଶ ଯାତ୍ରାରେ ସାମିଲ ହେବାର ସୌଭାଗ୍ୟ ଆମକୁ ମିଳିଛି, ଆମେ ମଧ୍ୟ କିଛି ସକରାତ୍ମକ କାମ କରିବା । ଆମେ କିଛି ନା କିଛି ଏଭଳି କରିବା ନାଗରିକ ହିସାବରେ 2022ରେ ଦେଶକୁ ନୂତନ ଶୀଖରକୁ ନେବାରେ ମୋର ଯୋଗଦାନ ମାନ୍ୟତା ହେଉ, ମୋର ସନ୍ତୋଷ ହେଉ । ସଂସ୍ଥା ହେଉ ତ ସେମାନେ ମଧ୍ୟ କରନ୍ତୁ,  କେନ୍ଦ୍ର ହେଉ ତ ସେମାନେ ମଧ୍ୟ କରନ୍ତୁ, ନଗରପାଳିକା ହେଉ ତ ସେମାନେ ମଧ୍ୟ କରନ୍ତୁ,  ପଂଚାୟତ ହେଉ ତ ସେମାନେ ମଧ୍ୟ କରନ୍ତୁ, ରାଜ୍ୟ ସରକାର ହୁଅନ୍ତୁ ତ ସେମାନେ ମଧ୍ୟ କରନ୍ତୁ, ପ୍ରତ୍ୟେକ ନିଜକୁ ନିଜେ ସଙ୍କଳ୍ପବଦ୍ଧ କରନ୍ତୁ । ଆଉ ଏବେ ପାଂଚ ବର୍ଷତ ଆମ ପାଖରେ ଅଛି, ପାଂଚ ବର୍ଷରେ କିଛି କରି ଦେଖାଇବା । ଆଉ ତେବେ ଯାଇ 2022 କୁ ପାଳନ କରିବା ଏହି ସଙ୍କଳ୍ପ ସହିତ ଆମେ ଆଗକୁ ବଢ଼ୁ ଅଛୁ ଯେଭଳି ଆମେ ଚିନ୍ତା କରିଅଛୁ ।

ଏହି ଦେଶର ଗରିବ ଜୀବନରେ ପରିବର୍ତ୍ତନ ଆଣିବା । ଗ୍ୟାସ୍ ଚୂଲାର ସଂଯୋଗ ହେଉ ଅଥବା ଗରିବ କୁଡ଼ିଆରେ ବିଜୁଳି ପହଂଚାଇବାର ଚେଷ୍ଟା ହେଉ । 2022 ପର୍ଯ୍ୟନ୍ତ ଆମର ସ୍ୱପ୍ନ ହେଉଛି, ହିନ୍ଦୁସ୍ଥାନର ଗରିବରୁ ଗରିବ ପରିବାରକୁ ରହିବା ପାଇଁ ନିଜର ଘର ଥିବ । ଆଉ ଘରେ ବିଜୁଳି ମଧ୍ୟ ଥିବ, ଘରେ ପାଣି ମଧ୍ୟ ଥିବ ଆଉ ଘରେ ଶୌଚାଳୟ ମଧ୍ୟ ଥିବ, ଏଭଳି ଘର ତାକୁ ମିଳିବ ଏଇ ବହୁତ ବଡ଼ ସ୍ୱପ୍ନ ନେଇ କାମ ଚଲାଇବାର ଅଛି ।

ଏହି ବର୍ଷ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କର ହେଉଛି ଶତାବ୍ଦୀର ବର୍ଷ । ଭାରତର ଗରିବରୁ ଗରିବ ବ୍ୟକ୍ତି ଶେଷ ସ୍ତରରେ ଥିବା ବ୍ୟକ୍ତିର କିଭଳି କଲ୍ୟାଣ ହେବ । ଏହି ବିଚାରକୁ କେନ୍ଦ୍ରରେ ରଖି ସେ ଦେଶକୁ ଏକ ଚିନ୍ତନ ଦେଇଥିଲେ । ଆଜି ଦେଶ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଶତାବ୍ଦୀ ପାଳନ କରୁଅଛି । ତ ମୁଁ କାଣ୍ଡଲା ବନ୍ଦର ଟ୍ରଷ୍ଟକୁ, ନିତିନ୍ ଜୀଙ୍କୁ, ତାଙ୍କ ବିଭାଗକୁ ଏକ ପରାମର୍ଶ ଦେବାକୁ ଚାହୁଁଛି ଯେ କାହିଁକି ନା ଆମେ ଏହା ହେଉଛି କାଣ୍ଡଲା ବନ୍ଦର, ତାହାକୁ ପଣ୍ଡିତ ଦୀନଦୟାଲ ପୋର୍ଟ ଟ୍ରଷ୍ଟ କାଣ୍ଡଲା, ବିଧିବଦ୍ଧ ରୂପରେ ତାହାର ପ୍ରକ୍ରିୟା କରିବା, ନିର୍ଣ୍ଣୟ କରିବା ଆଉ ପଣ୍ଡିତ ଦୀନଦୟାଲ ପୋର୍ଟ ଟ୍ରଷ୍ଟ କାଣ୍ଡଲା ରୂପରେ, କାହିଁକି ନା ଗରିବଙ୍କ ପାଇଁ କାମ କରିବାର ଅଛି, ଦୀନଦୟାଲ ମୋ ଦେଶରେ ଗରିବଙ୍କୁ ଚିହ୍ନଟ କରିଥାଏ । ଯିଏ ହେଉଛନ୍ତି ଦୀନ ଦୟାଳୁ, ସେହି ଭାରତ ଆମ ସାମ୍ନାରେ ରହିବ, ତ ଆମ ଭିତରେ ସମାଜର ଦଳିତ, ନିଷ୍ପେସିତ, ଶୋଷିତ, ପିଡ଼ୀତ, ବଂଚିତ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ କାମ କରି ପାରିବା ।

ମୁଁ ପୁଣି ଥରେ କଚ୍ଛର ମାଟିକୁ, ପୁଣି ଥରେ ମୋତେ ଆପଣଙ୍କ ସାମ୍ନାକୁ ଆସିବାର ସୁଯୋଗ ମିଳିଲା । ଆପଣ ସମସ୍ତେ ଏତେ ବଡ଼ ସଂଖ୍ୟାରେ ଆସି ଆଶୀର୍ବାଦ ଦେଲେ । ଏଥି ପାଇଁ କୃତଜ୍ଞ । ନିତିନ୍ ଜୀଙ୍କ ନିକଟରେ କୃତଜ୍ଞ । ଏହି କାର୍ଯ୍ୟକ୍ରମରେ ସାମିଲ ହେବାର ସୌଭାଗ୍ୟ ମୋତେ ମିଳିଲା । ବହୁତ ବହୁତ ଧନ୍ୟବାଦ ।

 

***********