Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ରାଜକୋଟଠାରେ ସାମାଜିକ ଅଧିକାରିତା ଶିବିରରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ବୋଧନ

s20170629110357


ମୋର ପ୍ରିୟ ଆତ୍ମୀୟ ସ୍ୱଜନ, ଏମିତି ସମସ୍ତ ଦିବ୍ୟାଙ୍ଗଜନ, ଭାଇ ଓ ଭଉଣୀମାନେ ।

ଏବେ ବିଜୟ ଭାଇ, ଆମର ମୁଖ୍ୟମନ୍ତ୍ରୀ ଜୀ କହୁଥିଲେ କି ପ୍ରଧାନମନ୍ତ୍ରୀ ଭାବେ କେଉଁ ଶାସନଗତ କାର୍ଯ୍ୟକ୍ରମ ପାଇଁ 40 ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀଙ୍କର ରାଜକୋଟ୍ ଆସିବା ହୋଇଛି । ମତେ କୁହାଯାଇଛି କି ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ରାଜକୋଟକୁ ଶ୍ରୀମାନ ମୋରାରଜୀ ଭାଇ ଦେଶାଇ ଆସିଥିଲେ । ମୋର ଏହା ସୌଭାଗ୍ୟ କି ମତେ ଆଜି ରାଜକୋଟର ଜନତା-ଜନାର୍ଦ୍ଦନଙ୍କ ଦର୍ଶନ କରିବାର ସୁଯୋଗ ମିଳିଛି । ମୋ ଜୀବନରେ ରାଜକୋଟର ବିଶେଷ ମହତ୍ୱ ଅଛି । ଯଦି ରାଜକୋଟ ମତେ ନିର୍ବାଚିତ କରି ଗାନ୍ଧୀନଗର ନ ପଠାଇ ଥାଆନ୍ତା ତ ଆଜି ଦେଶ ମତେ ପହଂଚାଇ ତ ଥା’ନ୍ତା ।

ମୋର ରାଜନୈତିକ ଯାତ୍ରାର ଆରମ୍ଭ ରାଜକୋଟର ଆଶୀର୍ବାଦରୁ ହୋଇଛି, ରାଜକୋଟର ଭରପୁର ଭଲପାଇବାରୁ ହୋଇଛି, ଆଉ ମୁଁ ରାଜକୋଟର ଏହି ଭଲପାଇବାକୁ କେବେ ଭୁଲି ପାରିବି ନାହିଁ । ମୁଁ ପୁଣିଥରେ ରାଜକୋଟର ଜନତା-ଜନାର୍ଦ୍ଦନଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କରୁଛି, ପ୍ରଣାମ କରୁଛି, ବନ୍ଦନା କରୁଛି ଆଉ ବାରମ୍ବାର ଆପଣମାନଙ୍କଠାରୁ ଆଶୀର୍ବାଦ କାମନା କରୁଛି ।

ଯେଉଁ ସମୟରେ ଏନଡିଏର ସମସ୍ତ ସାଂସଦ ମତେ ନେତା ଭାବେ ବାଛିଲେ, ପ୍ରଧାନମନ୍ତ୍ରୀର ଦାୟିତ୍ୱ ନିଶ୍ଚିତ କଲେ, ଆଉ ସେହି ଦିନ ମୁଁ ଭାଷଣରେ କହିଥିଲି କି ମୋ ସରକାର ଏହି ଦେଶର ଗରିବମାନଙ୍କୁ ସମର୍ପିତ ହୋଇଛି । ଇଏ ମୋର ଦିବ୍ୟାଙ୍ଗଜନ, ଦେଶରେ କୋଟି କୋଟି ସଂଖ୍ୟାରେ ଦିବ୍ୟାଙ୍ଗଲୋକ ଅଛନ୍ତି । ଆଉ ଦୁର୍ଭାଗ୍ୟ ଯେ ଅଧିକ ମାତ୍ରାରେ ଯେଉଁ ପରିବାରରେ ଏହି ସନ୍ତାନ ଜନ୍ମ ନେଇଥାନ୍ତି, ଅଧିକାଂଶ ସେହି ପରିବାରର ଦାୟିତ୍ୱ ହିଁ ତାହାର ଲାଳନ-ପାଳନ ହୋଇଥାଏ । ମୁଁ ଏମିତି କେତେ ପରିବାର ଦେଖିଛି, ମୁଁ ଏମିତି କେତେ ସନ୍ତାନ ଦେଖିଛି । 25 ବର୍ଷ, 27 ବର୍ଷ, 30 ବର୍ଷ ବୟସ ହୋଇଥିବ, ଜୀବନର ସମସ୍ତ ସ୍ୱପ୍ନ ବାକି ଥିବ, ବିବାହ ପରେ ପ୍ରଥମ ସନ୍ତାନ ହେଲା, ଆଉ ସେ ମଧ୍ୟ ଦିବ୍ୟାଙ୍ଗ ହେଲା । ଆଉ ମୁଁ ଦେଖିଛି ସେହି ପତି-ପତ୍ନୀ, ସେହି ମା-ବାପା ମାନେ ନିଜ ଜୀବନର ସମସ୍ତ ସ୍ୱପ୍ନ ସେହି ପିଲା ଉପରେ ବିତାଇ ଦେଇଥାନ୍ତି । ଜୀବନରେ ଗୋଟିଏ ସ୍ୱପ୍ନ ରହିଥାଏ କି ପରିବାରରେ ଜନ୍ମ ହୋଇଥିବା ଏହି ଦିବ୍ୟାଙ୍ଗଜନ, ଇଶ୍ୱର ଆମକୁ ଦାୟିତ୍ୱ ଦେଇଛନ୍ତି ଆଉ ଏହି ଦାୟିତ୍ୱକୁ  ଇଶ୍ୱର-ଭକ୍ତି ଭାବେ ଆମକୁ ତୁଲାଇବାକୁ ହେବ । ଏପରି ଲକ୍ଷ ଲକ୍ଷ ପରିବାର ଆମ ଦେଶରେ ଅଛନ୍ତି ।

କିନ୍ତୁ ମୋର ପ୍ରିୟ ଦେଶବାସୀମାନେ, ଈଶ୍ୱର ବୋଧହୁଏ ଗୋଟିଏ ପରିବାର ପସନ୍ଦ କରିଥିବେ, ତାଙ୍କ ଘରେ କେଉଁ ଦିବ୍ୟାଙ୍ଗଜନଙ୍କର ଆଗମନ ହୋଇଥିବ । ପରମାତ୍ମାଙ୍କୁ ବୋଧହୁଏ ଭରସା ଥିବ କି ଏହି ପରିବାର ହେଉଛି, ତାଙ୍କର ସମ୍ବେଦନଶୀଳତା ଅଛି, ତାଙ୍କର ସଂସ୍କାର ଅଛି, ସେହିମାନେ ବୋଧହୁଏ ଏହି ଦିବ୍ୟାଙ୍ଗ ପିଲାଙ୍କୁ ପାଳନ କରିବେ । ଏଥିପାଇଁ ବୋଧହୁଏ ପରମାତ୍ମା ସେହି ପରିବାରକୁ ପସନ୍ଦ କରିଥିବେ । କିନ୍ତୁ ଯଦିଓ  ସେ କୌଣସି ଗୋଟିଏ ପରିବାରରେ ଜନ୍ମ ହୋଇଥା’ନ୍ତି, କିନ୍ତୁ ଦିବ୍ୟାଙ୍ଗ ଏହି ସମଗ୍ର ସମାଜର ଦାୟିତ୍ୱ ହୋଇଥାଏ, ସମଗ୍ର ଦେଶର ଦାୟିତ୍ୱ ହୋଇଥାଏ ଆଉ ଏହି ଦାୟିତ୍ୱକୁ ଆମ ସମସ୍ତେ ତୁଲାଇବା ଦରକାର । ଆମ ଭିତରେ ସେହି ସମ୍ବେଦନଶୀଳତା ରହିବା ଦରକାର ।

ଯବେ ମୁଁ ଗୁଜରାଟରେ ଥିଲି, ତେବେ ମଧ୍ୟ ଏହି କାମ ଉପରେ ଗୁରୁତ୍ୱ ଦେଉଥିଲି । ରାଜକୋଟ ଭିତରେ ହିଁ ଆମର ଡାକ୍ତର ପି.ଭି ଦୋଶୀ, ସେ ଏହି ପ୍ରକାରର ଏକ ବିଦ୍ୟାଳୟ ସହିତ ଯୋଡ଼ି ହୋଇଥିଲେ । ସେହି କାରଣରୁ ମୋତେ ଲଗାତାର ସେହି ପିଲାଙ୍କ ସହିତ ଦେଖା କରିବାର ସୁଯୋଗ ମିଳୁଥିଲା, ସେମାନଙ୍କ ସହିତ ଯିବାର ସୁଯୋଗ ମିଳୁଥିଲା । ଆଉ ମୁଁ ଡାକ୍ତର ଦୋଶୀ ସାହେବ ଯେଉଁ ପ୍ରକାରରେ ଭକ୍ତିଭାବରେ ସେହି ସ୍କୁଲରେ ସେହି ବିବ୍ୟାଙ୍ଗ ବାଳକମାନଙ୍କ ପ୍ରତି ଭଲପାଇବାର ସଂପର୍କ ଯୋଡି ରହୁଥିଲେ । ତାଙ୍କର ଏକ ଝିଅ ମଧ୍ୟ ଏହି କାମ ପାଇଁ ସମର୍ପିତ ଥିଲେ । ଏହି ଜିନିଷ ଯାହା ମୁଁ ଦେଖିଥିଲି, ସେତେବେଳେ ତ ମୁଁ ରାଜନୀତିରେ ମଧ୍ୟ ନ ଥିଲି । ବହୁତ କମ୍ ବର୍ଷ ହୋଇଥିଲା । ଡାକ୍ତର ଦୋଶୀ ସାହେବଙ୍କ ଘରକୁ ମଧ୍ୟ କେବେ ଆସୁଥିଲି । ଆଉ କେବେ ତାଙ୍କ ସାଙ୍ଗରେ ଯାଉଥିଲି, ତ ମନରେ ଏକ ସଂସ୍କାର ହେଉଥିଲା, ଏକ ସମ୍ବେଦନା, ଚେତନା ଜାଗ୍ରତ ହେଉଥିଲା । ଆଉ ଯେବେ ସରକାରରେ ଆସିଲି, ଦାୟିତ୍ୱ ମିଳିଲା । ଆପଣମାନଙ୍କର ମନେ ଥିବ ଆମେ ଏକ ବହୁତ ବଡ଼ ମହତ୍ୱପୂର୍ଣ୍ଣ  ନିର୍ଣ୍ଣୟ କରିଥିଲୁ । ସାଧାରଣ ଭାବେ ସୁସ୍ଥ ସାଧାରଣ ବାଳକକୁ ପରୀକ୍ଷାରେ ପାସ୍ କରିବା ପାଇଁ 100 ରୁ 35 ନମ୍ବରର ଆବଶ୍ୟକତା ପଡିଥାଏ । ଆମେ ନିଷ୍ପତ୍ତି ନେଇଥିଲୁ କି ଦିବ୍ୟାଙ୍ଗ ବାଳକ ସର୍ବନିମ୍ନ 25 ନମ୍ବର ରଖିବ ତ ତାକୁ ପାସ୍ ବୋଲି ଗ୍ରହଣ କରାଯିବ, କାରଣ ଗୋଟିଏ ସୁସ୍ଥ ପିଲାକୁ ନିଜ ଜାଗାରୁ ଉଠି ବହି ଆଣିବାରେ ଯେତେ, ଆଲମିରାରୁ ବହି ଆଣିବାରେ ଯେତେ ସମୟ ଲାଗିଥାଏ, ଦିବ୍ୟାଙ୍ଗ ପିଲାକୁ ତା’ଠାରୁ ତିନିଗୁଣ ସମୟ ଲାଗିଥାଏ, ତିନିଗୁଣ ଶକ୍ତି ଲାଗିଯାଇଥାଏ, ଏଭଳି ପିଲାଙ୍କୁ ସ୍ୱତନ୍ତ୍ର ବ୍ୟବସ୍ଥା ମିଳିବା ଦରକାର । ଆଉ ଗୁଜରାଟରେ ଆମର ସରକାର ଥିଲା, ମୁଁ ଯେତେବେଳେ ସେଠାରେ କାମ କରୁଥିଲି, ସେହି ସମୟରେ ମତେ ଏପରି କେତେ ନିର୍ଣ୍ଣୟ କରିବାର ସୁଯୋଗ ମିଳି ଥିଲା ।

ଯେତେବେଳେ ଆମେ ଦିଲ୍ଲୀ ଗଲୁ, ପୁଙ୍ଖାନୁପୁଙ୍ଖ ଭାବେ ଗୋଟିଏ, ଗୋଟିଏ, ଗୋଟିଏ ଜିନିଷ ଦେଖିବାରେ ଲାଗିଲୁ କି ଭାଇ ଶେଷରେ ଏହି ବିଷୟରେ କି ଅବସ୍ଥା ଅଛି? ଖାଲି ଆମେ ଦିବ୍ୟାଙ୍ଗଲୋକଙ୍କ ପାଇଁ ଦିବ୍ୟାଙ୍ଗ ଶବ୍ଦ ଖୋଜି କରି ହିଁ ନିଜ କାମ ସଂପୂର୍ଣ୍ଣ କଲୁ ନାହିଁ । ଆପଣ ଏଠାରେ ଦେଖୁଛନ୍ତି, ଜଣେ ଭଉଣୀ ଯିଏ ଶୁଣିପାରୁ ନାହାଁନ୍ତି, କହି ପାରୁ ନାହାଁନ୍ତି, ତାଙ୍କୁ ସଙ୍କେତ ମାଧ୍ୟମରେ ମୋ ଭାଷଣ ଶୁଣାଉଛନ୍ତି । ତାଙ୍କୁ ବୁଝାଉଛନ୍ତି କି ମୁଁ କ’ଣ କହୁଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସ୍ୱାଧୀନତାର 70 ବର୍ଷ ପରେ ମଧ୍ୟ ଏହି ଯେଉଁ ଚିହ୍ନ କରାଯାଉଛି, ସଙ୍କେତ କରାଯାଉଛି ଅଲଗା ଅଲଗା ଭାଷା ବୁଝାଇବା ପାଇଁ, ହିନ୍ଦୁସ୍ଥାନର ସବୁ ରାଜ୍ୟରେ ତାହା ଅଲଗା ଅଲଗା ଥିଲା । ଭାଷାସବୁ ଅଲଗା ଥିଲା ତାହା ତ ମୁଁ ବୁଝୁଥିଲି, କିନ୍ତୁ ଦିବ୍ୟାଙ୍ଗଲୋକଙ୍କ ପାଇଁ ଯେଉଁ କାର୍ଯ୍ୟ ଯାହା ଥିଲା ସେଥିରେ ମଧ୍ୟ ପରିବର୍ତ୍ତନ ଥିଲା । ଏହି କାରଣରୁ ଯଦି ତାମିଲନାଡ଼ୁର ଦିବ୍ୟାଙ୍ଗଲୋକ ଅଛନ୍ତି ଆଉ ଗୁଜରାଟର କୌଣସି ଶିକ୍ଷକ ଅଛନ୍ତି ତ ଦୁହିଁଙ୍କ ମଧ୍ୟରେ କଥୋପକଥନ ସମ୍ଭବ ହେଉ ନ ଥିଲା । ଇଏ ମଧ୍ୟ ଜାଣିଥିଲେ କି ଦିବ୍ୟାଙ୍ଗଲୋକଙ୍କ ସହିତ କିପରି କଥା କହିବାକୁ ହୁଏ, ସେ ମଧ୍ୟ ଜାଣିଥିଲେ କେଉଁ ସଙ୍କେତ ସବୁ ରହିଛି । କିନ୍ତୁ ତାମିଲ ଭାଷାରେ ଯାହା ପଢ଼ାଗଲା ସେହି ସଙ୍କେତ ସବୁ ଅଲଗା ଥିଲା, ଗୁଜରାଟୀରେ ପଢ଼ାଯାଉଥିବା ସଙ୍କେତ ସବୁ ଅଲଗା ଥିଲା, ଆଉ ଏଥିପାଇଁ ସାରା ଦେଶରେ, ମୋ ଦିବ୍ୟାଙ୍ଗଜନ କେଉଁଠିକୁ ଯାଉଥିଲା, ଆଉ କିଛି କହୁଥିଲା ତ ବୁଝିବା ପାଇଁ ବ୍ୟାଖ୍ୟାନକାରୀ ମିଳୁ ନଥିଲେ । ଆମେ ସରକାରରେ ଆସିବା ପରେ କାମ ବଡ଼ ହେଉ ଅବା ଛୋଟ, ତାହା ପ୍ରତିଶ୍ରୁତିର ବିଷୟ, କିନ୍ତୁ ସରକାର ହେଉଛନ୍ତି ସମ୍ବେଦନଶୀଳ, ସେ କିଭଳି ଚିନ୍ତା କରନ୍ତି । ଆମେ ଆଇନ ତିଆରି କଲୁ ଏବଂ ଦେଶର ସମସ୍ତ ପିଲାଙ୍କୁ ଗୋଟିଏ ପ୍ରକାରରେ ହିଁ ସଙ୍କେତ ଶିଖାଯିବ, ଗୋଟିଏ ପ୍ରକାରର ଶିକ୍ଷକ ପ୍ରସ୍ତୁତ କରାଯାଉ । ଫଳରେ ହିନ୍ତୁସ୍ଥାନର କୌଣସି କୋଣରେ, କେବଳ ଏତିକି ହିଁ ନୁହେଁ ଆମେ ସେହି ସାଙ୍କେତିକ ପ୍ରଣାଳୀକୁ ସ୍ୱୀକାର କରିଅଛୁ ଯେ ଏବେ ହିନ୍ଦୁସ୍ଥାନର ପିଲା ଦୁନିଆର କୌଣସି କୋଣକୁ ଯିବ, ତା’ହେଲେ ମଧ୍ୟ ସଙ୍କେତ ଦ୍ୱାରା ତାକୁ ଶିଖିବାକୁ ଅଛି ତ ସେ ଭାଷା ତାକୁ ଉପଲବ୍ଧ ହୋଇଯାଇଛି । କାମ ହୁଏତ ଛୋଟ ଲାଗୁଥାଇ ପାରେ କିନ୍ତୁ ଏକ ସମ୍ବେଦନଶୀଳ ସରକାର କିପରି ଭାବେ କାମ କରିଥାଆନ୍ତି, ତାହାର ଇଏ ହେଉଛି ଜ୍ୱଳନ୍ତ ଉଦାହରଣ ।

ବୟାନବେ ମସିହା (1992) ରୁ, ମନେ ରଖନ୍ତୁ, ଊଣେଇଶି ଶହ ବୟାନବେ ମସିହାରୁ ସାମାଜିକ ଅଧିକାରିତା ବିଭାଗ ଦ୍ୱାରା ଦିବ୍ୟାଙ୍ଗଜନଙ୍କୁ ସାଧନ ଦେବା ବିଷୟରେ ବିଚାର ହେଲା, ବଜେଟ ଦେବା ଆରମ୍ଭ ହେଲା, ସ୍ୱାଧୀନତାର ଏତେ ବର୍ଷ ପରେ ହେଲା । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ବୟାନବେ ମସିହା (1992) ରୁ 2013 ପର୍ଯ୍ୟନ୍ତ, ଯେ ପର୍ଯ୍ୟନ୍ତ ଆମ ସରକାର ଗଠନ ହୋଇ ନଥିଲା; ସେ ପର୍ଯ୍ୟନ୍ତ ଏତେ ବର୍ଷରେ ଦେଶରେ କେବଳ 55 ଏଭଳି କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଥିରେ ଦିବ୍ୟାଙ୍ଗଜନଙ୍କୁ ଡାକି କରି କୌଣସି ସାଧନ ଦିଆଯାଇଥିଲା, 55! ଭାଇ ଓ ଭଉଣୀମାନେ! 2014 ରେ ଆସିଲୁ, ଆଉ ଆଜି ହେଉଛି 2017 । ତିନି ବର୍ଷ ଭିତରେ ଭିତରେ ଆମେ 5500 କାର୍ଯ୍ୟକ୍ରମ କରିଛୁ, ପାଞ୍ଚ ହଜାର ପାଞ୍ଚ ଶହ । 25-30 ବର୍ଷରେ 55 କାର୍ଯ୍ୟକ୍ରମ, ତିନି ବର୍ଷରେ 5500 କାର୍ଯ୍ୟକ୍ରମ, ଇଏ ହେଉଛି ଏହି ବିଷୟର ଜ୍ୱଳନ୍ତ ଉଦାହରଣ ଯେ ଏହି ସରକାରଙ୍କ ସମ୍ବେଦନା କେତେ । ସମସ୍ତଙ୍କ ସହିତ-ସମସ୍ତଙ୍କ ବିକାଶ, ଏହି ମନ୍ତ୍ରକୁ ଚରିତାର୍ଥ କରିବା ପାଇଁ ଆମର ମାର୍ଗ କ’ଣ ଅଛି ।

ଆଉ ଭାଇ ଓ ଭଉଣୀମାନେ! ଗୋଟିଏରୁ ବଡ଼ ଆଉ ଗୋଟିଏ ବିଶ୍ୱ ରେକର୍ଡ଼ ସ୍ଥାପିତ କରୁଛନ୍ତି । ଆମେ ଦିବ୍ୟାଙ୍ଗଜନଙ୍କୁ ସାହାଯ୍ୟ କରିବା ଦିଗରେ ଗୁରୁତ୍ୱ ପ୍ରଦାନ କରୁଛୁ । ଆଜି ମଧ୍ୟ ରାଜକୋଟରେ ସାଢ଼େ ଅଠର ହଜାର (18,500) ଦିବ୍ୟାଙ୍ଗଜନଙ୍କୁ ଏକ ସଙ୍ଗରେ, ଗୋଟିଏ ଛାତ ତଳେ ସାଧନ-ସହାୟତାର ଏକ ନୂଆ  ବିଶ୍ୱ ରେକର୍ଡ ଆଜି ସ୍ଥାପିତ କରି ଦେଇଛନ୍ତି । ମୁଁ ଗୁଜରାଟ ସରକାରଙ୍କୁ, ରାଜକୋଟର ଅଧିକାରୀଙ୍କୁ ଏବଂ ସବୁ ସାହାଯ୍ୟକାରୀ ବନ୍ଧୁମାନଙ୍କୁ ହୃଦୟରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି ଯେ ମୋର ଦିବ୍ୟାଙ୍ଗଜନଙ୍କ ଚିନ୍ତା କରିବା ପାଇଁ ଏତେ ଆଗକୁ ଆସିଲେ ।

ଏବେ ମୁଁ କିଛି ସାଧନ ଏଠାରେ ପ୍ରତୀକାତ୍ମକ ରୂପେ ଦିବ୍ୟାଙ୍ଗଜନଙ୍କୁ ଦେଉଥିଲି । ମୁଁ ସେମାନଙ୍କ ସହ କଥା ହେବାର ପ୍ରୟାସ କରୁଥିଲି । ସେମାନଙ୍କ ମୁହଁରେ ଯେଉଁ ଆତ୍ମବିଶ୍ୱାସ ଦେଖାଯାଉଥିଲା, ଯେଉଁ ଖୁସୀ ଦେଖିବାକୁ ମିଳୁଥିଲା, ଏହାଠାରୁ ବଡ଼ ଜୀବନର ବଡ଼ ସନ୍ତୋଷ କ’ଣ ହୋଇପାରେ ବନ୍ଧୁଗଣ! ଆଉ ଆମର ଗେହଲଟ ଜୀ ଯେବେ ମଧ୍ୟ କୌଣସି କାର୍ଯ୍ୟକ୍ରମ ପ୍ରସ୍ତୁତ କରନ୍ତି ଆଉ କେବେ ମୋତେ ଅନୁରୋଧ କରନ୍ତି, ତ ମୋର ଅନ୍ୟ କାର୍ଯ୍ୟକ୍ରମକୁ ଆଗ-ପଛ କରି ମଧ୍ୟ ଦିବ୍ୟାଙ୍ଗଜନଙ୍କ କାର୍ଯ୍ୟକ୍ରମରେ ମୁଁ ଯିବାକୁ ପସନ୍ଦ କରେ । ମୁଁ ଏହାକୁ ପ୍ରାଥମିକତା ଦେଉଛି । କାରଣ ସମାଜ ଭିତରେ ଏହି ଚେତନା ଜାଗ୍ରତ ହେବା ବହୁତ ଆବଶ୍ୟକ ଅଟେ ।

ଆମର ଏଠି ରେଳରେ ଯିବାର ଅଛି, ସାଧାରଣ ମନୁଷ୍ୟ ପାଇଁ ତ ସବୁକିଛି କଷ୍ଟ ଲାଗି ନଥାଏ, ବସରେ ଚଢ଼ିବାକୁ ଅଛି ସାଧାରଣ ମନୁଷ୍ୟକୁ କିଛି ଲାଗି ନଥାଏ । ଆମେ ଆସି ଏକ ସୁଲଭ ଯୋଜନାର ବଡ଼ ଅଭିଯାନ ଚଲାଇଛୁ । ଦେଶ ସାରା ଏଭଳି ହଜାର ସରକାରୀ ସ୍ଥାନ ଖୋଜି ବାହାର କରିଛୁ, ଯେଉଁଠିକୁ ସାଧାରଣ ଏଭଳି ନାଗରିକଙ୍କୁ ଯିବାର ଅଛି ତ ସେଠାକୁ ଦିବ୍ୟାଙ୍ଗଜନଙ୍କୁ ମଧ୍ୟ ଯିବାର ଅଛି । ତ ସେମାନଙ୍କ ପାଇଁ ରେଳ ପ୍ଲାଟଫର୍ମ ଅଲଗା ପ୍ରକାରର ହେଉ, ଟ୍ରେନ ଭିତରେ ଚଢ଼ିବା ପାଇଁ ସେମାନଙ୍କ ପାଇଁ ଅଲଗା ବ୍ୟବସ୍ଥା ବିକଶିତ କରାଯାଉ, ସରକାରୀ କାର୍ଯ୍ୟାଳୟ ହେଲେ ତ ଟ୍ରାଇ ସାଇକେଲ ନେଇ ଆସେ ତ ସାଇକେଲ ସିଧା-ସିଧା ଭିତରକୁ ଚାଲି ଯାଉଥିବ । ଶୌଚାଳୟ ହେଉ, ଆଣ କଳ୍ପନା କରି ପାରିବେ, ଯଦି ଦିବ୍ୟାଙ୍ଗଜନଙ୍କୁ ତାଙ୍କ ଅନୁକୂଳ ଶୌଚାଳୟ ନ ମିଳେ ତ ତାଙ୍କର ଅବସ୍ଥା କ’ଣ ହେବ? କେତେ ଅସୁବିଧା ହେଉଥିବ? ଆଉ ଯେ ପର୍ଯ୍ୟନ୍ତ ଆମେ ଏହି ଜିନିଷ ଗୁଡ଼ିକୁ ନ ଦେଖିବା, ନ ବୁଝିବା, ଚିନ୍ତା ନ କରିବା, ତ ଆମକୁ ଅନୁମାନ ହୁଏ ନାହିଁ ଯେ ଚାଲନ୍ତୁ ସାଙ୍ଗ ଚାଲିଯିବା ସେ ତ ଖାପ ଖୁଆଇ ନେବେ । ଆଜ୍ଞା ନୁହେଁ ଭାଇ, ଆମ ମାନଙ୍କୁ ଜାଗ୍ରତ ହୋଇ, ଆରେ ନିଜର ଘର ତିଆରି କରିବା, ସମାଜ ତିଆରି କରିବା, ଫ୍ଲାଟ୍ ତିଆରି କରିବା, ତେବେ ମଧ୍ୟ ଏହା ଚିନ୍ତା କରି କରିବା ଯେ କୌଣସି ଦିବ୍ୟାଙ୍ଗଜନ ମଧ୍ୟ  ଅତିଥି ହୋଇ ଆସିବେ ତା’ହେଲେ ମଧ୍ୟ ତାଙ୍କୁ ଲିଫ୍ଟରେ ଯିବାକୁ ହେବ ତ ସରଳ ଭାବେ ଯାଇ ପାରିବେ, ଶୌଚାଳୟ ଯିବାକୁ ହେବ ତ ସେଥିପାଇଁ ଅଲଗା ଭାବେ ବ୍ୟବସ୍ଥା ହେବ । ସମାଜର ଏକ ଚରିତ୍ର ବିକଶିତ ହେବା ଦରକାର । ଆଉ ଆମେ ମାନେ ନିରନ୍ତର ଏକ ପ୍ରୟାସ କରିଛୁ ଏବଂ ତାହାର ପରିଣାମ ଏହା ଆଜି ହଜାର ହଜାର ଏଭଳି ସ୍ଥାନରେ ଏଇ ସୁଲଭ ବ୍ୟବସ୍ଥା ନିର୍ମାଣ ହେବାକୁ ଲାଗିଲାଣି, ତାହାର କାମ ହେବାକୁ ଲାଗିଲାଣି, ମଡେଲ ପକ୍କା ହୋଇଗଲା । ଏବେ ଯେତେ ନୂଆ ଭବନ ତିଆରି ହେଉଛି ସେହି ଭବନରେ ଦିବ୍ୟାଙ୍ଗଜନଙ୍କ ପାଇଁ ବ୍ୟବସ୍ଥା, ଏହା ଭାରତ ସରକାରରେ ବାଧ୍ୟତାମୂଳକ କରି ଦିଆ ଯାଇଛି ।

ମୁଁ ଗୁଜରାଟ ସରକାରଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରୁଅଛି, ସେ ଏହି ଜିନିଷଟିକୁ ଗ୍ରହଣ କଲେ । ତାହାକୁ ଆଗକୁ ବଢ଼ାଇବା ଦିଗରେ ସେ ସ୍ୱୀକୃତି ଦେଲେ । ମୋର କହିବାର ତାତ୍ପର୍ଯ୍ୟ ଏହି କି ବଡ଼ କାର୍ଯ୍ୟକ୍ରମ ଦ୍ୱାରା ଗୋଟିଏ ତ ସରକାରଙ୍କ ଦାୟିତ୍ୱ ସ୍ଥିର ହୋଇଥାଏ କି ଯାଅ ଭାଇ ଅଂଚଳରେ ଖୋଜ, କେଉଁ ଦିବ୍ୟାଙ୍ଗଜନ ଯିଏ ସାହାଯ୍ୟର ପାତ୍ର ଅଛନ୍ତି ଆଉ ସରକାରଙ୍କ ଦୁଆର ଯାଏଁ ଆସି ପାରୁ ନାହାଁନ୍ତି, ସରକାର ସେମାନଙ୍କ ଦୁଆରକୁ ଯାଆନ୍ତୁ, ସେମାନଙ୍କୁ ଖୋଜନ୍ତୁ ଆଉ ଏହି ଶିବିର କରି ସେମାନଙ୍କୁ ସାହାଯ୍ୟ କରାଯାଉ, ଆମେ ଏହି ଗୋଟିଏ ଦିଗ ଧରିଛୁ । ଆଉ ସେହି କାରଣରୁ ଆଜି 18 ହଜାରରୁ ଅଧିକ ଦିବ୍ୟାଙ୍ଗଜନ ଏଠାରେ ଉପସ୍ଥିତ ଅଛନ୍ତି । ଆଉ ସେହି କାରଣରୁ ଯେଉଁ  ସମାଜିକ ସଂସ୍ଥାଗୁଡ଼ିକ କାମ କରୁଛନ୍ତି, ସେହି ସଂସ୍ଥାଗୁଡ଼ିକୁ ମଧ୍ୟ ଏହି କାରଣରୁ ପ୍ରୋତ୍ସାହନ ମିଳୁଅଛି । ଭାରତର ନବସୃଜନ ଅନୁଷ୍ଠାନ ଅଛନ୍ତି ଯେଉଁମାନେ ବହୁତ କାମ କରୁଅଛନ୍ତି ।

ଏବେ ମୁଁ, ସେହି ପିଲାଙ୍କର ମୁଁ ଡେମୋ ଦେଖିଲି, ସଂସଦରେ ମୋ କାର୍ଯ୍ୟାଳୟକୁ ମୁଁ ସେମାନଙ୍କୁ ଡାକିଥିଲି । ହାତ ନଥିଲା, ତାଙ୍କୁ କୃତ୍ରିମ ହାତ ଦିଆଗଲା, କିନ୍ତୁ ମୁଁ ଦେଖୁଥିଲି ଯେ ମୋ ଠାରୁ ମଧ୍ୟ ସୁନ୍ଦର ଅକ୍ଷରରେ ସେ ଲେଖି ପାରୁଥିଲା, ତାହାର ପ୍ଲାଷ୍ଟିକ୍ର ହାତ ଥିଲା, କିନ୍ତୁ ସେଥିରେ ବୈଷୟିକ ଜ୍ଞାନର ବ୍ୟବସ୍ଥା ଥିଲା, ମୋ ଠାରୁ ମଧ୍ୟ ସୁନ୍ଦର ଅକ୍ଷରରେ ଲେଖୁଥିଲା । ସେ ନିଜେ ପାଣି ଭରି ପାରୁଥିଲା, ପାଣି ପିଇ ପାରୁଥିଲା, ଚା’ କପ ଧରି ଚା’ ପିଇ ପାରୁଥିଲା । ଏବେ ଜଣେ ଭଦ୍ର ବ୍ୟକ୍ତି ମୋ ପାଖକୁ ଆସିଲେ, ସେ କହିଲେ ସାହେବ ମୁଁ ଦୌଡ଼ି ପାରିବି, ମୋ ଗୋଡ଼କୁ ଏକ ନୂତନ ଶକ୍ତି ଦେଇଛନ୍ତି ଆପଣ, ମୁଁ ଦୌଡ଼ି ପାରିବି । ମୋତେ କହୁଥିଲେ, କହିଲେ ଆପଣ କହିବେ ତ ମୁଁ ଏଠି ଦୌଡ଼ିବି । ମୁଁ କହିଲି ନାହିଁ, ଏଠାରେ ଦୌଡ଼ିବା ଦରକାର ନାହିଁ ।

କହିବାର ତାତ୍ପର୍ଯ୍ୟ କେତେ ବଡ଼ ନୂତନ ବିଶ୍ୱାସ ସୃଷ୍ଟି ହେଉଅଛି । ଆଉ ଏଥିପାଇଁ ଉଦ୍ଭାବନର କାମ ମଧ୍ୟ ହେଉଅଛି । ସରକାରଙ୍କ ନିଜର ଅନୁଷ୍ଠାନ କାମ କରୁ ଅଛନ୍ତି । ବହୁ ଯୁବକ ଅଛନ୍ତି ଯେଉଁ ମାନେ ଆଗକୁ ଆସୁଛନ୍ତି । ଆଉ ମୁଁ ଦେଶର ଷ୍ଟାର୍ଟ ଅପ୍ ଦୁନିଆରେ କାମ କରୁଥିବା ଯୁବକମାନଙ୍କୁ ଅନୁରୋଧ କରୁଛି କି ଆପଣ ଟିକେ ଅନୁଶୀଳନ କରନ୍ତୁ । ଦୁନିଆରେ ଦିବ୍ୟାଙ୍ଗଜନଙ୍କ ପାଇଁ କେଉଁ କେଉଁ ପ୍ରକାରର ନୂଆ ଆବିଷ୍କାର ହୋଇଛି, କେଉଁ ନୂତନ ଜିନିଷ ବିକଶିତ ହୋଇଛି, କେଉଁ ନୂଆ ଆବିଷ୍କାର ହୋଇଛି, ଦିବ୍ୟାଙ୍ଗଜନ ସରଳତାର ସହିତ ସେହି ଏକ ଅତିରିକ୍ତ ସାଧନ ଦ୍ୱାରା  ନିଜ ଜୀବନକୁ କଟାଇ, ତାହା କେଉଁ ଗୋଟିକ ? ଯଦି ଆପଣ ଅନୁଶୀଳନ କରିବେ ମୋ ଯୁବକ ତ ଆପଣଙ୍କର ମଧ୍ୟ ମନ କରିବ ଯେ ଆପଣ ମଧ୍ୟ ଆବିଷ୍କାର କରିବେ, ଆପଣ ଇଂଜିନିୟର ତ ଆପଣ ମଧ୍ୟ ଚିନ୍ତା କରିବେ, ଆପଣଙ୍କ ପାଖରେ କୌଶଳ ଅଛି ଆପଣ ମଧ୍ୟ ଚିନ୍ତା କରିବେ, ଆଉ  ଆପଣ ଷ୍ଟାର୍ଟ ଅପ୍ ଦ୍ୱାରା, ଆବିଷ୍କାର ଦ୍ୱାରା ସେହି ନୂତନ ଜିନିଷକୁ ଉତ୍ପାଦନ କରି ପାରିବେ, ଯାହାର ହିନ୍ଦୁସ୍ଥାନରେ ବହୁତ ବଡ଼ ବଜାର ରହିଛି । କୋଟି କୋଟି ସଂଖ୍ୟାରେ ଆମର ଦିବ୍ୟାଙ୍ଗଜନ ଅଛନ୍ତି, ସେମାନଙ୍କ ପାଇଁ ଅଲଗା ଅଲଗା ପ୍ରକାରର ସାଧନର ଓ ସଂସାଧନର ଆବଶ୍ୟକତା ରହିଛି । ରୋଜଗାର ପାଇଁ ଏଭଳି ନୂତନ ଅବସର ରହିଛି ।

ମୁଁ ଷ୍ଟାର୍ଟ ଅପ୍ ଦୁନିଆର ଯୁବକ ମାନଙ୍କୁ ନିମନ୍ତ୍ରଣ ଦେଉଛି ଯେ ଆପଣ ଦିବ୍ୟାଙ୍ଗଜନଙ୍କ ପାଇଁ ଏହି ପ୍ରକାରର ଜିନିଷ ତିଆରି କରିବା ପାଇଁ ପ୍ରୟୋଗ ନେଇ ଆସନ୍ତୁ, ସରକାର ଯେତିକି ସାହାଯ୍ୟ କରି ପାରିବେ, ସେତିକି ସାହାଯ୍ୟ କରିବାର ଯଥା ସାଧ୍ୟ ଚେଷ୍ଟା କରିବେ, ଫଳରେ ଦିବ୍ୟାଙ୍ଗଜନଙ୍କ ଜୀବନରେ ପରିବର୍ତ୍ତନ ଆଣିବାରେ ଏହି ନୂତନ ଆବିଷ୍କାର କାମରେ ଆସି ପାରିବ ।

ଭାଇ ଓ ଭଉଣୀମାନେ! ଆମେ ସେହି ବୀମା ଯୋଜନା ତ ଆଣିଛୁ, ଗୋଟିଏ ମାସରେ ଗୋଟିଏ ଟଙ୍କା । ଆଜି ଏକ ଟଙ୍କାରେ ଗୋଟିଏ କପ ଚା’ ମଧ୍ୟ ମିଳିବ ନାହିଁ । ଗୋଟିଏ ମାସରେ କେବଳ ଗୋଟିଏ ଟଙ୍କା ଦେଇ କରି ଗରିବରୁ ଗରିବ ମୋର ଦିବ୍ୟାଙ୍ଗ ଭାଇ ମଧ୍ୟ ବୀମା କରି ପାରିବ । ଆଉ ପରିବାରରେ କୌଣସି ବିପଦ ଆସିଯାଏ, ବ୍ୟକ୍ତି ଜୀବନରେ କୌଣସି ବିପଦ ଆସିଯାଏ ତ ଗୋଟିଏ ମାସରେ ଗୋଟିଏ ଟଙ୍କା, 12 ମାସରେ 12 ଟଙ୍କାରେ ସେହି ବୀମା ହୋଇଥାଏ, ଦୁଇ ଲକ୍ଷ ଟଙ୍କା ତୁରନ୍ତ ସେହି ପରିବାରକୁ ମିଳି ଥାଏ । ତା’ର ସଂକଟର ଦିନ କିଛି କ୍ଷଣ ପାଇଁ କଟି ଯାଇ ଥାଏ । ସେହି ଭଳି ଭାବେ ଗୋଟିଏ ଦିନରେ ଗୋଟିଏ ଟଙ୍କା ଏଭଳି ବୀମା ଯୋଜନା ବାହାର କରି ଅଛୁ । 30 ଦିନର 30 ଟଙ୍କା, ବର୍ଷ ସାରାର 360 ଟଙ୍କା, ଆଉ ତା ସହିତ ମଧ୍ୟ ତାକୁ ବହୁତ ବଡ଼ ମାତ୍ରାରେ ରାଶି, କୌଣସି ଅସୁବିଧା ହେଲା ତ ତାଙ୍କୁ ମିଳି ପାରିବ । ଏ ପର୍ଯ୍ୟନ୍ତ 13 କୋଟି ପରିବାର; ଭାରତରେ ମୋଟ 25 କୋଟି ପରିବାର ଅଛନ୍ତି । ମୋଟ ପରିବାର ହେଉଛନ୍ତି 25 କୋଟି, 13 କୋଟି ପରିବାର ଏହି ଯୋଜନା ସହିତ ଯୋଡ଼ି ହୋଇ ସାରିଲେଣି । ମୁଁ ସମସ୍ତ ଦିବ୍ୟାଙ୍ଗଜନଙ୍କ ପରିବାରଙ୍କୁ ଅନୁରୋଧ କରୁଛି, ଏହି ଯୋଜନାର ଲାଭ ସାଧାରଣ ନାଗରିକ ପାଇଁ ତ ଅଛି ହିଁ ଅଛି, କିନ୍ତୁ ମୋର ଦିବ୍ୟାଙ୍ଗଜନଙ୍କ ପରିବାର ଆର୍ଥିକ ଲାଭ ଉଠାନ୍ତୁ । ଯେଉଁ ପରିବାରରେ ଗୋଟିଏ ଲୋକ ଦିବ୍ୟାଙ୍ଗ ଅଛନ୍ତି, ଆପଣ ଏହି ଯୋଜନାର ଲାଭ ଉଠାନ୍ତୁ । ଆପଣଙ୍କ ପିଲାର ଭବିଷ୍ୟତ ପାଇଁ ଏ ସରକାର ପ୍ରତିବଦ୍ଧ ଅଟନ୍ତି, ଆପଣ ଆଗକୁ ଆସନ୍ତୁ । ବର୍ଷ ସାରାର 12 ଟଙ୍କା କେବଳ, ଷ୍ଟେସନାରୀର ଖର୍ଚ୍ଚ ନୁହେଁ କିନ୍ତୁ ହେଉଛି ଏକ ପ୍ରକ୍ରିୟା ପାଇଁ  ।

ଭାଇ ଓ ଭଉଣୀମାନେ! ଏଭଳି ଅନେକ ଯୋଜନା ଭାରତ ସରକାର ଗରିବଙ୍କ ପାଇଁ ହେଉଛି ଆମର ସ୍ୱପ୍ନ । 2022, ଭାରତ ସ୍ୱାଧୀନତାର 75 ବର୍ଷ ହେବ । 70 ବର୍ଷ ବିତି ଗଲା । କୋଟି କୋଟି ଲୋକ ଏଭଳି ଅଛନ୍ତି ଯେଉଁ ମାନଙ୍କର ରହିବାକୁ ନିଜର ଘର ନାହିଁ । ଭାଇ ଓ ଭଉଣୀମାନେ, 2022 ହିନ୍ଦୁସ୍ଥାନର ସେହି ପ୍ରତ୍ୟେକଟି ପରିବାରର ନିଜର ଘର ହେଉ, ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ଆମେ ଆଗକୁ ବଢ଼ୁଅଛୁ । ପ୍ରତ୍ୟେକଟି ପରିବାରର ନିଜର ଛାତ ହେଉ, ରହିବା ପାଇଁ ଘର ହେଉ, ଘର ଯାହା ଭିତରେ ଶୌଚାଳୟ ଥାଉ, ବିଜୁଳି ଥାଉ, ପାଣିର ନଳ ଥାଉ, ପାଖରେ ପିଲାଙ୍କ ପାଇଁ ବିଦ୍ୟାଳୟ ଥାଉ, ବୟସ୍କମାନଙ୍କ ପାଇଁ ପାଖରେ ଔଷଧ ବ୍ୟବସ୍ଥା ଥାଉ । 2022 ପର୍ଯ୍ୟନ୍ତ, କାମଟି ହେଉଛି ମୁଁ ଜାଣିଛି, ଯେଉଁ କାମ 70 ବର୍ଷରେ କରିବାରେ ଅସୁବିଧା ଆସିଗଲା, ତାକୁ ପାଞ୍ଚ ବର୍ଷରେ କରିବା କେତେ କଷ୍ଟ ହେବ ତାହାର ଅନୁମାନ ମୋତେ ଭଲ ଭାବରେ ଅଛି । କିନ୍ତୁ ଭାଇ ଓ ଭଉଣୀମାନେ, ଯଦି 30 ବର୍ଷରେ 55 ଶିବିର ହୋଇଥାଏ, ଆଉ ତିନି ବର୍ଷରେ 5500 ହୋଇ ପାରେ; ତ ଯାହା 75 ବର୍ଷରେ ନ ହୋଇ ପାରିଲା, ତାହା ପାଞ୍ଚ ବର୍ଷରେ ମଧ୍ୟ ହୋଇ ପାରିବ; କରିବାର ମଜା/ଉତ୍ସାହ ଦରକାର, ଉଦ୍ଦେଶ୍ୟ ଦରକାର, ଦେଶ ପାଇଁ ବଞ୍ଚିବାର ଇଚ୍ଛା ଦରକାର । ପରିଣାମ ନିଜକୁ ନିଜେ ମିଳିଥାଏ ବନ୍ଧୁଗଣ । ଆଉ ସେହି ଭାବର ସହିତ ଏହି କାମକୁ କରିବା ହେଉଛି ଆମର ପ୍ରୟାସ ।

ଗରିବ ପରିବାରକୁ କିପରି ଭାବେ ଲାଭ ମିଳିବ । ମଧ୍ୟମ ବର୍ଗର ପରିବାର ବହୁତ କିଛି ନିଜ ବଳରେ କରି ଯାଇଥାଏ । କିନ୍ତୁ ତାକୁ ଯେତିକି ସୁଯୋଗ ମିଳିବା ଦରକାର, ଗରିବୀ କାରଣରୁ ସେହି ଆଡ଼କୁ ମୁହାଁଇବାକୁ ପଡ଼ିଥାଏ । ଯଦି ମୋ ଦେଶର ଗରିବ ବାହାରକୁ ଆସିବ ତ ମୋ ଦେଶର ମଧ୍ୟମ ବର୍ଗ ହିନ୍ଦୁସ୍ଥାନକୁ କେଉଁଠାରୁ କେଉଁଠିକୁ ପହଁଚାଇବାର ସାମର୍ଥ୍ୟ ନେଇ ଠିଆ ହୋଇଯିବ, ଯାହା କାହାକୁ ହିଁ ଅନୁମାନ ଥିବ ବନ୍ଧୁଗଣ । ଦୁନିଆ ଆଶ୍ଚର୍ଯ୍ୟ ଚକିତ, ଯେଉଁ ଭାବେ ବିଶ୍ୱରେ ଆଜି ଭାରତ ଏକ ଶକ୍ତି ଭାବେ ଉଠିଛି । ବିକାଶର ନୂତନ ଶୀଖରକୁ ଅତିକ୍ରମ କରିବାକୁ ଲାଗିଛି । ଆଉ ଏଥିପାଇଁ ମୋର ପ୍ରିୟ ରାଜକୋଟର ଭାଇ ଓ ଭଉଣୀମାନେ, ଆପଣମାନେ ମୋତେ ବହୁତ କିଛି ଶିଖାଇଛନ୍ତି, ବହୁତ କିଛି ଦେଇଛନ୍ତି, ମୋ ଜୀବନର ରାସ୍ତା ସ୍ଥିର କରିବାର କାମ ଏହି ରାଜକୋଟର ଲୋକ ମାନେ କରିଛନ୍ତି । ଏହି ଭାବକୁ ସାରା ଜୀବନ ମନରେ ରଖି ଆଜି ଏହି ମାଟିକୁ ପ୍ରଣାମ କରିବାକୁ ଆସିବାର ସୁଯୋଗ ମିଳିଲା, ଏହାଠାରୁ ମୋର କୌଣସି ବଡ଼ ସୌଭାଗ୍ୟ ହୋଇ ନ ପାରେ ।

ମୁଁ ପୁଣି ଥରେ ଶ୍ରୀମାନ ଗେହଲଟ ଜୀ, ତାଙ୍କ ବିଭାଗ, ସେ ସତରେ ହିନ୍ଦୁସ୍ଥାନରେ କେବେ କୌଣସି ବିଭାଗର ଏତେ ସକ୍ରିୟତା ଅତୀତରେ ଏହି ବିଭାଗର କେହି ଦେଖିନାହାଁନ୍ତି । ସେହି ସକ୍ରିୟତା ଦେବାର କାମ ଶ୍ରୀମାନ ଗେହଲଟ ଜୀ କରି ଦେଖାଇଛନ୍ତି ଆଉ ସେ ଆଜି ଆପଣଙ୍କ ସାମ୍ନାରେ ଅଛି ଯେ 18 ହଜାରରୁ ଅଧିକ ମୋର ଦିବ୍ୟାଙ୍ଗଜନଙ୍କୁ ଯାହା ମଧ୍ୟ ତାଙ୍କର ଆବଶ୍ୟକତା ରହିଛି, ତାହା ପୂରଣ କରିବା ପାଇଁ ଆଜି ଏକ ଚେଷ୍ଟା ହେଉଅଛି ।

ମୁଁ ପୁଣି ଥରେ ଏହି ମାଟିକୁ ପ୍ରଣାମ କରୁଛି । ଏଠାକାର ଲୋକଙ୍କୁ ପ୍ରଣାମ କରୁଛି । ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ।

 

**********