Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ରାଜକୋଟରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଗୁଜରାଟର ରାଜକୋଟରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଗୁଜରାଟର ରାଜକୋଟରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଗୁଜରାଟର ରାଜକୋଟରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ


ବିଶାଳ ସଂଖ୍ୟାରେ ଏଠାରେ ଉପସ୍ଥିତ ସୁରେନ୍ଦ୍ର ନଗର ଜିଲ୍ଲାର ମୋର ପ୍ରିୟ ଭାଇ ଓ ଭଉଣୀମାନେ । ଆପଣମାନେ ଗରିବରୁ ଅତି ଗରିବ ଲୋକଙ୍କୁ ପଚାରନ୍ତୁ, ଯାହା ପାଖରେ ଘର ନାହିଁ ତାକୁ ପଚାରନ୍ତୁ-ଘର ଦରକାର, ସିଏ କହିବ ହଁ ଦରକାର । ଆଉ ତାଙ୍କୁ ଘର ଦେବାକୁ ହେଲେ, ଗରିବଙ୍କୁ ରହିବା ପାଇଁ ବ୍ୟବସ୍ଥା କରାଇବାକୁ ହେଲେ ବିନା ବିକାଶରେ ଏହା ସମ୍ଭବ ନୁହେଁ । ପୂର୍ବରୁ ମଧ୍ୟ ବିକାଶ ହେଉଥିଲା । କିନ୍ତୁ ସେତେବେଳେ କୌଣସି ଗାଁରେ କୌଣସି ସାହିରେ ଗୋଟିଏ ହାତପମ୍ପ ଲଗାଇଦେଲେ ନେତା ତିନି ତିନି ଥର ନିର୍ବାଚନରେ କହୁଥିଲା କି ଦେଖନ୍ତୁ ମୁଁ ଆପଣଙ୍କ ସେଠାରେ ହାତ ପମ୍ପ ଲଗାଇଛି । ମୋତେ ନିର୍ବାଚନରେ ବିଜୟୀ କରାନ୍ତୁ ମୁଁ ଆପଣଙ୍କ ବିକାଶ ପାଇଁ କାମ କରିଛି । ଅର୍ଥାତ ହାତପମ୍ପ ଲଗାଇବା, ପାଣି ପାଇଁ ହାତପମ୍ପ ଲଗାଇବା ହିଁ ସେତେବେଳେ ବିକାଶର ପରିଭାଷା ଥିଲା ।

ଆଜି ଗୋଟିଏ ଏଭଳି ସରକାର ଅଛି, ଯିଏ ଏତେ ବଡ଼ ପାଇପ-ଲାଇନ ଲଗାଇ ମା’ ନର୍ମଦାର ଜଳକୁ ଗାଁ ଗାଁରେ ଘରେ ଘରେ ପହଂଚାଉଛି । ଆଉ ସମଗ୍ର ଗୁଜରାଟରେ ନର୍ମଦା ଯୋଜନା ଯୋଗୁ ସର୍ବାଧିକ ଲାଭ ଯଦି କାହାରି ହେବାର ଅଛି, ଉକ୍ତ ଜିଲ୍ଲା ନାଁ ହେଉଛି, ସେ ଜିଲ୍ଲାର ନାଁ କ’ଣ ? ସିଏ ହେଉଛି ସୁରେନ୍ଦ୍ର ନଗର । ନର୍ମଦା ଜଳ ଏହି ଶୁଖିଲା ମାଟିକୁ ନନ୍ଦନବନ କରିବା ପାଇଁ ଆପଣଙ୍କ ଘର ପର୍ଯ୍ୟନ୍ତ ଆସିଛି । କେବଳ ଗ୍ରାମାଂଚଳ ଓ କୃଷି ଜୀବନରେ ଏହି ନର୍ମଦାର ପ୍ରଭାବ ସୃଷ୍ଟି ହେବ, ସେମିତି ନୁହେଁ ଏହି ପାଣି ଏଭଳି ଏକ ଶକ୍ତି ଯାହା ସୁରେନ୍ଦ୍ର ନଗର ଜିଲ୍ଲାର ପାଣି ଯୋଗୁ ଆଗାମୀ ଦିନରେ ଉଦ୍ୟୋଗିକ ବିକାଶର ମଧ୍ୟ ବହୁତ ବଡ଼ କେନ୍ଦ୍ର ପାଲଟିବ । ରୋଜଗାରର ସର୍ବାଧିକ ସମ୍ଭାବନା ସୁରେନ୍ଦ୍ର ନଗର ଜିଲ୍ଲାରେ ସୃଷ୍ଟି ହେବ । ଶିକ୍ଷାର ଏହା ବହୁତ ବଡ଼ ଧାମ ପାଲଟିବ । କାରଣ ଯେତେବେଳେ ପାଣି ରହେ, ସେତେବେଳେ ବ୍ୟବସ୍ଥା ବିକଶିତ କରିବା ପାଇଁ ସରକାରଙ୍କ ସାହାସ ଅଧିକ ବଢ଼ିଯାଇଥାଏ । ଆଉ ଏହି ବିମାନ ବନ୍ଦର ତିଆରି ହେଉଛି । ଏହା ତା’ର ଫଳ ମଧ୍ୟ । ସୁରେନ୍ଦ୍ର ନଗର ଜିଲ୍ଲା ଓ ରାଜକୋଟ ଜିଲ୍ଲା ପରସ୍ପର ସହ ଆଗାମୀ ଦିନରେ ପ୍ରତିଯୋଗିତା କରିବେ । ସିଏ ଆଗକୁ ମାଡ଼ିଯିବ, ମୋତେ ବି ଆଗକୁ ଯିବାକୁ ପଡ଼ିବ । ଆଉ ଏହା ବିକାଶର ସୁସ୍ଥ ପ୍ରତିଯୋଗିତାକୁ ବଢ଼ାଇବ । ତେଣୁ ଦ୍ରୁତ ଗତିରେ ଆଗକୁ ବଢ଼ିବାର ସମ୍ଭାବନା ଥିବା ସୁରେନ୍ଦ୍ର ନଗର ଜିଲ୍ଲା ଓ ରାଜକୋଟ ଜିଲ୍ଲାର ମଧ୍ୟଭାଗରେ ଭାରତ ସରକାର ଶହଶହ କୋଟି ଟଙ୍କା ଖର୍ଚ୍ଚ କରି ଭବ୍ୟ ବିମାନ ବନ୍ଦର ନିର୍ମାଣ ଦିଗରେ ଆଜି ମହତ୍ୱପୂର୍ଣ୍ଣ ଶିଳାନ୍ୟାସ କରି ଗୋଟିଏ ପାଦ ଆଗକୁ ବଢ଼ାଇଛନ୍ତି । କିଛି ଲୋକ ଅଛନ୍ତି ଯେଉଁମାନଙ୍କୁ ଏହା ବି ଖରାପ ଲାଗୁଛି । ସେମାନଙ୍କୁ କୁହନ୍ତୁ, ବସ୍ ରେ ଯାଉନାହାନ୍ତି, ବିମାନରେ କାହଁକି ଯାଉଛନ୍ତି ? ନା ନା କହି ଶୀଘ୍ର ପଳାଇବେ । ସେମାନଙ୍କୁ କହନ୍ତୁ ଯଦି ତୁମକୁ ଯିବାର ଅଛି ତା’ହେଲେ ଲୋକଙ୍କୁ ବିମାନରେ ଯିବାକୁ କାହିଁକି ଦେଉନ?

ବିମାନ ଯାତ୍ରା – ସେ ପୁରୁଣା ଯୁଗର ଯେଉଁମାନେ ରାଜା-ମହାରାଜା ହେଉଥିଲେ ସେମାନଙ୍କ ମଧ୍ୟରେ ଆଉ ସୀମିତ ହୋଇ ରହିନି । ସାଧାରଣ ମଣିଷ ବି ଏଥିରେ ଯାତ୍ରା କରୁଛି । ତେଣୁ ମୁଁ କହିଥିଲି କି ଦେଶର ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ବିକାଶ ଏଭଳି କରିବାକୁ ଚାହୁଁଛି କି ହାୱାଇ ଚପଲ ପିନ୍ଧିଥିବା ବ୍ୟକ୍ତି ମଧ୍ୟ ଉଡ଼ାଜାହାଜରେ ଯାତ୍ରା କରିପାରିବ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଆଜି ସମଗ୍ର ବିଶ୍ୱରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରର ମହାତ୍ମ୍ୟ ରହିଛି । କିନ୍ତୁ ଭାରତରେ ସ୍ୱାଧୀନତା ପରେ କେବେ ବି ବେସାମରିକ ବିମାନ ଚଳାଚଳ ନୀତି ପ୍ରସ୍ତୁତ ହୋଇନଥିଲା । ଭାରତ ସରକାରଙ୍କ ପାଖରେ ବେସାମରିକ ବିମାନ ଚଳାଚଳ ନୀତି ହିଁ ନଥିଲା । ଆମେ ଆସିବା ପରେ ବେସାମରିକ ବିମାନ ଚଳାଚଳ ନୀତି ପ୍ରସ୍ତୁତ କରିଛୁ । ବଡ଼ ବଡ଼ ସ୍ଥାନ – ଅହମ୍ମଦାବାଦ, ମୁମ୍ବାଇ, ଚେନ୍ନାଇ ମଧ୍ୟରେ ସୀମିତ ନରହି ଛୋଟ ଛୋଟ ସହରକୁ ମଧ୍ୟ ବିମାନ ଯାତ୍ରା ଉପଲବ୍ଧ ହେଉଛି । ଯେଉଁଠି ଦୂରଦରାନ୍ତକୁ ସଂଯୋଗ ନାହିଁ । ଅବା ସେଠି ଏକ ଘଣ୍ଟାରୁ ଅଧିକ ଯାତ୍ରା ହେଉ, ସେଠି ଅଢ଼େଇ ହଜାର ଟଙ୍କାର ଟିକେଟ୍ ନିର୍ଦ୍ଧାରଣ କରି ବିମାନ ଚଳାଚଳକୁ ପ୍ରୋତ୍ସାହିତ କରିଛୁ । ଏପର୍ଯ୍ୟନ୍ତ 8 ଟି ମାର୍ଗରେ ବିମାନ ଚଳପ୍ରଚଳ କଲାଣି । ଗୁଜରାଟରେ ବି କାଣ୍ଡଲାର ଫାଇଦା ମିଳୁଛି । ମିଠାପୁରକୁ ଲାଭ ମିଳୁଛି । ଛୋଟ ଛୋଟ ସ୍ଥାନକୁ ଯୋଡ଼ିବା କାରଣରୁ ଏବେ ଭାରତରେ ଏଭଳି ରାଜ୍ୟ ଅଛି ଯେଉଁଠି ଦୁଇ ଅବା 3ଟି ବିମାନ ବନ୍ଦର, ବିମାନ ଘାଟି ହୋଇଛି । ଏପରି ସ୍ଥିତି ଆସିବ କି ଗୋଟିଏ ଗୋଟିଏ ରାଜ୍ୟକୁ 10 କି 15 କି 20 ଟି ଲେଖାଏଁ ବିମାନ ବନ୍ଦର ପାଇଁ କାମ କରିବାକୁ ହେବ । ଆଉ ଯେଉଁ ଭଳି ଏବେ ଦେଶରେ ବିମାନ ଯାତ୍ରୀ ସଂଖ୍ୟା ବଢ଼ୁଛି ତାହା ଶୁଣିଲେ ଖୁସି ଲାଗୁଛି । ଏବେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ 14 ପ୍ରତିଶତ ବୃଦ୍ଧି ହୋଇଛି ବୋଲି ମୁଁ ଜାଣିବାକୁ ପାଇଛି । ତେଣୁ ରାଜକୋଟ ଭିତରେ ଏ ଗ୍ରୀନଫିଲ୍ଡ ପ୍ରକଳ୍ପ ଚାଲିଛି ।

ମୁଁ ଗୁଜରାଟର ଏହି ଅଂଚଳର ନାଗରିକଙ୍କୁ ଅଭିନନ୍ଦନ ଜଣାଉଛି । ମୋତେ ଖୁସି ଲାଗୁଛି କି ଏତେ ବଡ଼ ବିମାନ ବନ୍ଦରର ପ୍ରକଳ୍ପ ପାଇଁ ମାତ୍ର 4 ପ୍ରତିଶତ ଜମି ଚାଷୀଙ୍କଠାରୁ ନିଆଯାଇଛି । 4ପ୍ରତିଶତ, 96 ପ୍ରତିଶତ ଜମି ପଡ଼ିଆ ପଡ଼ିଥିଲା । ଏହି ଜମିରେ ବିମାନ ବନ୍ଦର ନିର୍ମାଣ ହେବାକୁ ନିଷ୍ପତ୍ତି ନିଆଗଲା । ଯାହାଫଳରେ ଏବେ ସୁରେନ୍ଦ୍ର ନଗରର ଜମି କୃଷି ପାଇଁ ଅଧିକ ମହତ୍ୱପୂର୍ଣ୍ଣ ହେବ । ସେଥିପାଇଁ ପଡ଼ିଆ ଜମିକୁ ପସନ୍ଦ କରାଯାଇଥିଲା । ଆଉ ଏହାକୁ ଆମେ ବିମାନ ବନ୍ଦର ନିର୍ମାଣ ପାଇଁ ଆଗକୁ ଆଣିଥିଲୁ । ଏବେ ବିଜୟ ଭାଇ କହୁଥିଲେ କି ରାଜକୋଟର ବିମାନ ବନ୍ଦରର ସୀମା ଏତିକି । ବସ୍ ଷ୍ଟେସନରୁ ବି ତା’ର ସୀମା ଅଧିକ ବୋଲି ଦେଖିବାକୁ ମିଳେ । ତେଣୁ ରାଜକୋଟ ଓ ଏହି ସଂପୂର୍ଣ୍ଣ କ୍ଷେତ୍ର ଯେତେବେଳେ ବିକଶିତ ହେଉଛି, ସେତେବେଳେ ଭବିଷ୍ୟତକୁ ଦୃଷ୍ଟିରେ ରଖି କରାଯାଉଛି । ଆଉ ସେଦିନ ବି ଡେରି ନୁହେଁ, ଯେତେବେଳେ ଏଠି ଆନ୍ତର୍ଜାତିକ ସେବା ମଧ୍ୟ ଆରମ୍ଭ ହେବ । ବିଶ୍ୱର ଯେକୌଣସି କୋଣକୁ ଯିବାର ଥିଲେ, ରାଜକୋଟ-ଚୌଟିଲା ମଧ୍ୟରେ ଏହି ବିମାନ ବନ୍ଦର କାମରେ ଆସିବ । ଏହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ କାମ ଆଜି ହୋଇଛି ।

***