Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟର ସୋମନାଥଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ


ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ସୋମନାଥଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ସର୍ଦ୍ଦାର ପଟେଲଙ୍କ ଦୂରଦୃଷ୍ଟି ଏବଂ ସଂକଳ୍ପ ସୋମନାଥ ମନ୍ଦିରର ପୁନଃନିର୍ମାଣରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ଶ୍ରୀ ମୋଦୀ ଗୁରୁତ୍ୱାରୋପ କରି କହିଥିଲେ ଯେ ଭାରତର ସଭ୍ୟତାଗତ ଗର୍ବ ଏବଂ ଆଧ୍ୟାତ୍ମିକ ନିରନ୍ତରତାର ପ୍ରତୀକ ଭାବେ ସୋମନାଥ ପୁଣି ଥରେ ନିଜର ସମସ୍ତ ଗୌରବ ସହିତ ଉଦୀୟମାନ ହେବା ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନ ଥିଲା ସେ ଆହୁରି କହିଥିଲେ ଯେ ଦେଶ ପାଇଁ ସର୍ଦ୍ଦାର ପଟେଲଙ୍କ ସଂକଳ୍ପକୁ ପୂରଣ କରିବା ଲାଗି ଦେଶ ସର୍ବଦା ପ୍ରତିବଦ୍ଧ ରହିବ

ଏକ୍ସରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:

ସୋମନାଥରେ, ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି, ଯାହାଙ୍କ ଦୂରଦୃଷ୍ଟି ଏବଂ ସଂକଳ୍ପ ମନ୍ଦିରର ପୁନଃନିର୍ମାଣରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା ଭାରତର ସଭ୍ୟତାଗତ ଗର୍ବ ଏବଂ ଆଧ୍ୟାତ୍ମିକ ନିରନ୍ତରତାର ପ୍ରତୀକ ଭାବେ ସୋମନାଥ ପୁଣି ଥରେ ନିଜର ସମସ୍ତ ଗୌରବରେ ଉଦୀୟମାନ ହେବାର ସେ ସ୍ୱପ୍ନ ଦେଖିଥିଲେ

ଆମ ଦେଶ ପାଇଁ ତାଙ୍କର ପରିକଳ୍ପନାକୁ ପୂରଣ କରିବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ ରହିବୁ ।’’

HS