Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁଜରାଟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଗୁଜରାଟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ଗୁଜରାଟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ


 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ।

ସେ ଏହି ବିଶ୍ୱବିଦ୍ୟାଳୟ ଏବଂ ଏହାର ଛାତ୍ରଛାତ୍ରୀଙ୍କୁ ଉଦ୍ଭାବକ ଭାବେ ବର୍ଣ୍ଣନା କରିଥିଲେ । ପାରମ୍ପରିକ ଭାବେ ଅଣପାରମ୍ପରିକ ବୋଲି ବିଶ୍ୱାସ କରାଯାଉଥିବା, କିନ୍ତୁ ବର୍ତ୍ତମାନ ସମୟରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏପରି ଏକ ବିଷୟ ବାଛିଥିବାରୁ ସେ ଛାତ୍ରଛାତ୍ରୀଙ୍କ ଦୃଢ଼ସଂକଳ୍ପକୁ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏହି ଆତ୍ମବିଶ୍ୱାସ ଏବଂ ସମର୍ପଣ ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ଲାଭାନ୍ୱିତ କରିବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅପରାଧ କରୁଥିବା କୌଣସି ଲୋକ ମନରେ ଧରା ପଡ଼ିବାର ଭୟ ରହିବା ସ୍ୱଭାବିକ । ଠିକ ଏହି ସମୟରେ ଫରେନସିକ ବିଜ୍ଞାନର ଗୁରୁତ୍ୱ ବୃଦ୍ଧି ପାଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ଅପରାଧିକ ତଦନ୍ତ ଏବଂ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅନ୍ତର୍ଜାତୀୟ ମାନବ ସମ୍ବଳ କ୍ଷେତ୍ର ସୃଷ୍ଟି କରିଥିବାରୁ ସେ ଜିଏଫଏସୟୁକୁ ପ୍ରଶଂସା କରିଥିଲେ । ବିଶ୍ୱ ନିରାପତ୍ତା କ୍ଷେତ୍ରରେ ତାଲିମ ଏବଂ ଶିକ୍ଷା ମାଧ୍ୟମରେ ଗୁଜରାଟ ଫରେନସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି ।

ସାଇବର ଅପରାଧର ଆହ୍ୱାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ବ୍ୟାପକ ଭାବେ ଆଲୋଚନା କରିଥିଲେ ଏବଂ ଏହି ପରିପ୍ରେକ୍ଷୀରେ ଫରେନସିକ ଏବଂ ସାଇବର ଫରେନସିକ ବିଜ୍ଞାନାଗାରଗୁଡ଼ିକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ବୀମା ଶିଳ୍ପରେ ମଧ୍ୟ ଫରେନସିକ ବିଜ୍ଞାନର ଗୁରୁତ୍ୱ ବିଷୟରେ ସେ ଉଲ୍ଲେଖ କରିଥିଲେ ।

ଦୋଷୀକୁ ଧରା ପକାଇବା ଲାଗି ନ୍ୟାୟିକ ବ୍ୟବସ୍ଥାରେ ଡିଏନଏ ବୃତ୍ତାନ୍ତର ବ୍ୟବହାର ପାଇଁ ସେ ଫରେନସିକ ବିଶେଷଜ୍ଞମାନଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ଆଗାମୀ ଦିନରେ ଆମେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ସମେତ ଅତି ଗୁରୁତର ଅପରାଧକୁ ଧରିବା ଲାଗି ଆମେ ସକ୍ଷମ ହୋଇପାରିବା ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।

ବିଶ୍ୱସ୍ତରରେ ବଦଳୁଥିବା ଧାରାର କେନ୍ଦ୍ରସ୍ଥଳୀରେ ରହିବା ଲାଗି ସେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ କରିଥିଲେ ।

ଆମ ବିଶ୍ୱ ଯେପରି ଏକ ଉନ୍ନତ ସ୍ଥାନ ହୋଇପାରିବ ସେଥିପାଇଁ ପ୍ରଗତିଶୀଳ ପରିବର୍ତ୍ତନ ଆଣିବା ଲାଗି ପ୍ରୟାସ କରିବା ନିମନ୍ତେ ସେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ସେ ସମସ୍ତ ସ୍ନାତକ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଏବଂ ସଜୀବ ଭବିଷ୍ୟତ କାମନା କରିଥିଲେ ।

 

**********