Search

ପିଏମଇଣ୍ଡିଆପିଏମଇଣ୍ଡିଆ

ସଦ୍ୟତମ ଖବର

ପିଆଇବି ସୂତ୍ରରୁ ସ୍ବତଃ ଉପଲବ୍ଧ

ଗୁରୁତର ସଂଗଠିତ ଅପରାଧ ନିୟନ୍ତ୍ରଣ, ଆନ୍ତର୍ଜାତିକ ଅପରାଧ ରୋକିବା ଉଦ୍ଦେଶ୍ୟରେ ସୂଚନା ଆଦାନ ପ୍ରଦାନ ତଥା ସହଯୋଗ ଲାଗି ଭାରତ, ବ୍ରିଟେନ ଓ ଉତ୍ତର ଆୟର୍ଲାଣ୍ଡ ମଧ୍ୟରେ ବୁଝାମଣାକୁ କ୍ୟାବିନେଟର ଅନୁମୋଦନ


ଆନ୍ତର୍ଜାତିକ ସ୍ତରରେ ଅପରାଧ ଓ ଗୁରୁତର ସଂଗଠିତ ଅପରାଧ ନିୟନ୍ତ୍ରଣ ସକାଶେ ପରସ୍ପର ମଧ୍ୟରେ ସୂଚନା ଆଦାନ ପ୍ରଦାନ ଏବଂ ଏ କ୍ଷେତ୍ରରେ ଆପୋଷ ସହଯୋଗ ନିମନ୍ତେ ଭାରତ, ବ୍ରିଟେନ ଏବଂ ଉତ୍ତର ଆୟର୍ଲାଣ୍ଡ ମଧ୍ୟରେ ବୁଝାମଣାପତ୍ର ସ୍ଵାକ୍ଷରିତ ହେବ । ଏହି ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର ମନ୍ତ୍ରୀମଣ୍ଡଳ ବୈଠକରେ ଅନୁମୋଦିତ ହୋଇଛି ।

ଭାରତ ଏବଂ ବ୍ରିଟେନ ମଧ୍ୟରେ ଅପରାଧ ଅନୁସନ୍ଧାନ, ଅପରାଧୀଙ୍କୁ ଧରିବା, ଅପରାଧିକ କାର୍ଯ୍ୟରୁ ଲବ୍ଧ ଧନର ବ୍ୟାଜ୍ୟାପ୍ତି, ଆତଙ୍କବାଦୀଙ୍କ ଦ୍ଵାରା ପାଣ୍ଠି ସଂଗ୍ରହ ରୋକିବା, ବେଆଇନ ଅର୍ଥ ଚାଲାଣ ଆଦି ନିୟନ୍ତ୍ରଣ ସକାଶେ 1995ରେ ଏକ ରାଜିନାମା ସ୍ଵାକ୍ଷରିତ ହୋଇଛି । ତେବେ ଭାରତ ଏବଂ ଯୁକ୍ତରାଜ୍ୟ ବ୍ରିଟେନ ଏହି ରାଜିନାମାକୁ ଆହୁରି ବ୍ୟାପକ କରି ଗୁରୁତର ସଂଗଠିତ ଅପରାଧ ଓ ଆନ୍ତର୍ଜାତିକ ଅପରାଧର ମୁକାବିଲା ସକାଶେ ସହଯୋଗ ବୃଦ୍ଧି କରିବା ସକାଶେ ନୂତନ ବୁଝାମଣା କରିବାକୁ ସହମତ ହୋଇଛନ୍ତି । ସେହି ପରିପ୍ରେକ୍ଷୀରେ ପ୍ରସ୍ତାବିତ ବୁଝାମଣା ପାରସ୍ପରିକ ନିରାପତ୍ତା ସହଯୋଗକୁ ଆହୁରି ବୃଦ୍ଧି କରିବ ।

 

**********