ପିଏମଇଣ୍ଡିଆ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଗୁରେଜ୍ ଉପତ୍ୟକାରେ ଭାରତୀୟ ସେନା ଏବଂ ସୀମା ସୁରକ୍ଷା ବାହିନୀ (ବିଏସ୍ଏଫ୍) ଯବାନଙ୍କ ସହ ଆଜି ଦୀପାବଳି ପାଳନ କରିଛନ୍ତି । ସେଠାରେ ସେ ପାଖାପାଖି ଦୁଇ ଘଣ୍ଟା ବିତାଇଥିଲେ । ଲଗାତାର ଚତୁର୍ଥ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶର ସୀମାରେ ଯବାନଙ୍କ ସହ ଦୀପାବଳି ପାଳନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ଯବାନମାନଙ୍କୁ ନିଜେ ମିଠା ଖୁଆଇବା ସହ ଦୀପାବଳି ଅଭିନନ୍ଦନ ଜଣାଇଥିଲେ ।
ଏହି ଅବସରରେ ଯବାନମାନଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ଭଳି ତାଙ୍କର ମଧ୍ୟ ପରିବାର ସହ ଦୀପାବଳି ପାଳିବାର ଇଚ୍ଛା ରହିଛି । ତେଣୁ ସେ ସେନା ବାହିନୀ ସହ ଦୀପାବଳି ପାଳନ କରିବା ଲାଗି ଆସିଛନ୍ତି, ଯେଉଁମାନଙ୍କୁ ସେ “ନିଜ ପରିବାର” ଭଳି ଭାବୁଥିବା ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେନା ବାହିନୀର ସୈନିକ ଏବଂ ଯବାନଙ୍କ ସହ ସମୟ ବିତାଇବା ସମୟରେ ସେ ନୂଆ ଉତ୍ସାହ ଅନୁଭବ କରିଥାନ୍ତି । କଠିନ ପରିସ୍ଥିତିରେ ସେମାନଙ୍କ ତପସ୍ୟା ଏବଂ ବଳିଦାନକୁ ସେ ପ୍ରଶଂସା କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ଶୁଣିବାକୁ ପାଇଛନ୍ତି ଯେ ଏଠାରେ ଏକତ୍ରିତ ହୋଇଥିବା ଯବାନମାନେ ନିୟମିତ ଭାବେ ଯୋଗାଭ୍ୟାସ କରିଥାନ୍ତି । ଏହା ନିଶ୍ଚିତ ଭାବେ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି କରିବ ଏବଂ ସେମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ ।
ସେ କହିଥିଲେ ଯେ ନିଜ କାର୍ଯ୍ୟକାଳ ସମାପ୍ତ କରି ଅବସର ନେଉଥିବା ସେନା ବାହିନୀର ଯବାନମାନେ ଘଟଣାକ୍ରମେ ଭଲ ଯୋଗ ପ୍ରଶିକ୍ଷକ ହୋଇପାରିବେ ।
2022ରେ ଦେଶ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତି ଉପଲକ୍ଷେ ପ୍ରତ୍ୟେକ ଭାରତୀୟଙ୍କ ନୂତନ ସଂକଳ୍ପ ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ । ସେ ଯବାନମାନଙ୍କୁ ନବସୃଜନ ପାଇଁ ମଧ୍ୟ ଆହ୍ୱାନ କରିଥିଲେ, ଯାହାଦ୍ୱାରା ସେମାନଙ୍କ ନିୟମିତ କାର୍ଯ୍ୟ ଏବଂ କର୍ତ୍ତବ୍ୟ ସହଜ ହୋଇପାରିବ । ବର୍ତ୍ତମାନ କିଭଳି ସ୍ଥଳ ସେନା ଦିବସ, ନୌସେନା ଦିବସ ଏବଂ ବାୟୁସେନା ଦିବସରେ ଶ୍ରେଷ୍ଠ ନବସୃଜନକୁ ମାନ୍ୟତା ଏବଂ ପୁରସ୍କାର ଦିଆଯାଉଛି ସେ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେନା ବାହିନୀର କଲ୍ୟାଣ ଏବଂ ଉନ୍ନତି ପାଇଁ କେନ୍ଦ୍ର ସରକାର ସବୁସମ୍ଭବ ଉପାୟରେ କାର୍ଯ୍ୟକରିବା ଲାଗି ପ୍ରତିଶ୍ରୁତିବଦ୍ଧ । ଏହି ଅବସରରେ ସେ ଦଶନ୍ଧି ଦଶନ୍ଧି ଧରି ପଡ଼ିରହିଥିବା ଏକ ପାହ୍ୟା ଏକ ପେନସନ (ୱାନ୍ ରେଙ୍କ ୱାନ୍ ପେନ୍ସନ୍) ବ୍ୟବସ୍ଥାର କାର୍ଯ୍ୟକାରୀତା ସମ୍ପର୍କରେ ଉଲ୍ଲେଖ କରିଥିଲେ ।
ଏହି ଅବସରରେ ସ୍ଥଳ ସେନା ମୁଖ୍ୟ ଜେନେରାଲ ବିପିନ ରାୱତ୍ ଏବଂ ଅନ୍ୟ ବରିଷ୍ଠ ସେନା ଅଧିକାରୀମାନେ ଉପସ୍ଥିତ ଥିଲେ ।
ଆଗନ୍ତୁକ ପୁସ୍ତିକାରେ ପ୍ରଧାନମନ୍ତ୍ରୀ ଲେଖିଥିଲେ:
“ଆତ୍ମୀୟ ସ୍ୱଜନଙ୍କ ଠାରୁ ଦୂରରେ ରହି ମାତୃଭୂମିର ରକ୍ଷା କରିବା, ଦେଶର ସୀମାରେ ନିୟୋଜିତ ରହି ବଳିଦାନର ଉଚ୍ଚ ପରମ୍ପରା ପ୍ରତିଷ୍ଠା କରୁଥିବା ଯବାନମାନେ ବୀରତା, ସାହସ ଏବଂ ସମର୍ପଣର ପ୍ରତୀକ ।
ମୁଁ ଆଜି ଆପଣମାନଙ୍କ ସହିତ ଦୀପାବଳି ପାଳନ କରିବାର ସୁଯୋଗ ପାଇଛି । ଏହି ପାର୍ବଣ ଋତୁରେ ଦେଶର ସୀମାରେ ସାହସୀ ଯବାନଙ୍କ ଉପସ୍ଥିତି କୋଟି କୋଟି ଭାରତୀୟଙ୍କ ମଧ୍ୟରେ ଆଶାର ଆଲୋକ ଜଳାଇବା ସହ ନୂଆ ଉତ୍ସାହ ସୃଷ୍ଟି କରିଛି ।
“ନୂତନ ଭାରତ”ର ସ୍ୱପ୍ନ ସାକାର କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଆସିଛି । ସେନା ମଧ୍ୟ ଏହାର ଏକ ଅଂଶବିଶେଷ ।
ସମସ୍ତଙ୍କୁ ଦୀପାବଳିର ଶୁଭକାମନା” ।
**********
PM @narendramodi celebrated Diwali with the jawans of Indian Army and BSF in the Gurez Valley, Jammu and Kashmir. This is the fourth successive Diwali that the Prime Minister has celebrated with jawans on the border. pic.twitter.com/lXBcemJgWE
— PMO India (@PMOIndia) October 19, 2017
Sharing joy...PM @narendramodi & the Jawans exchanged sweets and interacted. PM said that like everyone else, he too wishes to spend Diwali with his family. Therefore, he had come among the jawans of our Forces, whom he considers to be his family. pic.twitter.com/Os9c2grfhZ
— PMO India (@PMOIndia) October 19, 2017
I have an opportunity to spend the festival of Diwali with you. The presence of brave soldiers at the border, on this festive occasion, lights the lamp of hope, and generates new energy among crores of Indians: PM @narendramodi to our brave Jawans pic.twitter.com/Jgqzt2cuph
— PMO India (@PMOIndia) October 19, 2017
Glad to have celebrated Diwali with our brave Army and BSF Jawans in the Gurez Valley, Jammu and Kashmir. pic.twitter.com/ebCM4JO6jc
— Narendra Modi (@narendramodi) October 19, 2017
Spending time with our Forces gives me new energy. We exchanged sweets & interacted. Happy to know the Jawans practice Yoga regularly. pic.twitter.com/zvHmaO8bPv
— Narendra Modi (@narendramodi) October 19, 2017